ସୁନା ୧୨,୫୦୦ ଟଙ୍କା, ରୂପା ହେଲା ୩୦ହଜାର ଟଙ୍କା ଶସ୍ତା, ଏକ୍ସପର୍ଟ କହିଲେ ଏହି ରେଟ ଯାଏ ଖସିବ…

ସୁନା ଓ ରୁପା ଦରରେ କ୍ରମାଗତ ଭାବେ ହ୍ରାସ ପରିଲକ୍ଷିତ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏପଟେ ବିଶ୍ବରେ ସୁନା ଦର ଖସୁଛି । ନିବେଶକଙ୍କୁ ବି ଚିନ୍ତାରେ ପକାଇଛି ଦର । କିନ୍ତୁ ସାଧାରଣ ଲୋକଙ୍କୁ ବଡ଼ ଆଶ୍ବସ୍ତି ଦେଇଛି । ତେବେ ଭାରତରେ ସୁନା ଦରକୁ ନେଇ ବଡ଼ ଭବିଷ୍ୟବାଣୀ କରୁଛନ୍ତି ବିଶେଷଜ୍ଞ । ପ୍ରତିଦିନ ବିଶ୍ବ ବଜାର ଉପରେ ନଜର ରଖୁଥିବା ବିଶେଷଜ୍ଞ ଭାରତରେ ଦର କେଉଁ ସ୍ତରକୁ ଖସି ସେ ନେଇ ବଡ଼ ଆକଳନ କରିଛନ୍ତି ।

ବିଶେଷଜ୍ଞଙ୍କ କହିବା ମୁତାବକ ଭାରତରେ ସୁନା ଦର ଆହୁରି ଖସିବ । ଭାରତୀୟ ବଜାରରେ ସୁନା ଦର ୧୦ ଗ୍ରାମ ପ୍ରତି ୧ ଲକ୍ଷ ୨୭ ହଜାର ଟଙ୍କା ପର୍ଯ୍ୟନ୍ତ ଖସିବା ନେଇ ଆକଳନ କରାଯାଉଛି । ତେଣୁ ଏବେ ନକିଣି ଆଉ କିଛିଦିନ ଅପେକ୍ଷା କରିବାକୁ ପରାମର୍ଶ ଦେଉଛନ୍ତି ବିଶେଷଜ୍ଞ ।

ଗତ ୭ ଦିନ ମଧ୍ୟରେ ଭାରତରେ ୨୨ କ୍ୟାରେଟ୍‌ ସୁନା (22K Gold Price) ଦର ୧୦ ଗ୍ରାମ ପ୍ରତି ୧୨ ହଜାର ୫୫୦ ଟଙ୍କା ଶସ୍ତା ହୋଇଥିବା ବେଳେ ୨୪ କ୍ୟାରେଟ୍‌ ସୁନା (24K Gold) ଦର ୧୦ ଗ୍ରାମ ପ୍ରତି ୧୩ ହଜାର ୬୯୦ ଟଙ୍କା ଶସ୍ତା ହେଲାଣି । ଗତ ମାର୍ଚ୍ଚ ୧୫ ତାରିଖରେ ୨୨କ୍ୟାରେଟ୍ ସୁନ ୧ ଲକ୍ଷ ୪୬ ହଜାର ୩୫୦ ଟଙ୍କା ଥିଲା । ଯାହାକି ଆଜି ଅର୍ଥାତ ମାର୍ଚ୍ଚ ୨୧ ତାରିଖରେ ୧ ଲକ୍ଷ ୩୩ ହଜାର ୮୦୦ ଟଙ୍କାରେ ପହଞ୍ଚିଛି । ସେହିଭଳି ୨୪ କ୍ୟାରେଟ ଦଳ ମାର୍ଚ୍ଚ ୧୫ରେ ୧ ଲକ୍ଷ ୫୯ ହଜାର ୬୬୦ ଟଙ୍କା ରହିଥିବା ବେଳେ ଆଜି ୧ ଲକ୍ଷ ୪୫ ହଜାର ୯୭୦ ଟଙ୍କାରେ ପହଞ୍ଚିଛି ।

ବିଶେଷଜ୍ଞଙ୍କ କହିବା ମୁତାବକ ଭାରତରେ ସୁନା ଦଳ ୧ ଲକ୍ଷ ୨୭ ହଜାର ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ । ଅର୍ଥାତ ଆସନ୍ତାକାଲି ବି ସୁନା ଦରରେ ହ୍ରାସ ପରିଲକ୍ଷିତ ହେବାର ସମ୍ଭାବନା ଅଧିକ ରହିଛି । ଭାରତୀୟ ବଜାରରେ ଆଜି ରୁପା ଦର ୧୦ ହଜାର ଟଙ୍କା ଶସ୍ତା ହୋଇ ୨ ଲକ୍ଷ ୫୦ ହଜାର ଟଙ୍କାରେ ପହଞ୍ଚିଯାଇଛି । ମାର୍ଚ୍ଚ ୧୫ ତାରିଖରେ ରୁପା ଦର ୨ ଲକ୍ଷ ୮୦ ହଜାର ଟଙ୍କା ଥିବାବେଳେ ମାର୍ଚ୍ଚ ୨୧ ତାରିଖରେ ଅର୍ଥାତ ଆଜି ତାହା ୩୦ ହଜାର ଟଙ୍କା ଶସ୍ତା ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

ଭାରତ ମହାସାଗରରେ ବଡ଼ ବିସ୍ଫୋରଣ ଘଟାଇବ ଇରାନ; ଟ୍ରମ୍ପଙ୍କୁ ଦେଲା ଖୋଲା ଚେତାବନୀ!

ତେହରାନ,୨୧।୯: ଅନେକ ମାସ ବିତିଯାଇଥିଲେ ମଧ୍ୟ ଆମେରିକା ଏବଂ ଇରାନ ମଧ୍ୟରେ ଥିବା ବିବାଦ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। ଏହି ପରିପ୍ରେକ୍ଷୀରେ, ଇରାନ ଏକ ଚେତାବନୀ…

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?