ଖବର ପ୍ରସାର ପରେ ହାଟଡ଼ିହୀ ତହସିଲରେ ଅସ୍ଥାୟୀ ଭାବେ ଦୁଇ ଅଧିକାରୀଙ୍କୁ ଦାୟିତ୍ୱ…..

ବଞ୍ଚୋ,୨୧।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହୀ ତହସିଲ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ସ୍ଥାୟୀ ତହସିଲଦାର ନ ଥିବାରୁ ସାଧାରଣ ଲୋକମାନେ ଅନେକ ସମସ୍ୟାରେ ପଡ଼ୁଥିବା ଖବର  ପ୍ରକାଶ ପାଇଥିଲା। ବିଶେଷକରି ଜମି ରେଜିଷ୍ଟ୍ରି (କବଲା) ଓ ଅନ୍ୟାନ୍ୟ ତହସିଲ ସମ୍ବନ୍ଧୀୟ କାମ ସମୟରେ ସମ୍ପନ୍ନ ହୋଇପାର ନ ଥିବାରୁ ଲୋକମାନେ ହଇରାଣ ହେୁଥିଲେ।
ସୂଚନାଅନୁସାରେ,ବର୍ତ୍ତମାନ ଆନନ୍ଦପୁର ତହସିଲର ଅତିରିକ୍ତ ତହସିଲଦାର ମନୋଜ କେରକେଟ୍ଟା ଅସ୍ଥାୟୀ ଭାବେ ହାଟଡ଼ିହୀ ତହସିଲର ଦାୟିତ୍ୱ ନିର୍ବାହ କରୁଥିଲେ। ସେହିପରି, ହାଟଡ଼ିହୀ ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ମଧ୍ୟ ସ୍ବତନ୍ତ୍ର ସବ-ରେଜିଷ୍ଟ୍ରାର ନ ଥିବାରୁ ଏହି ଦାୟିତ୍ୱ ମଧ୍ୟ ତହସିଲଦାରଙ୍କ ଉପରେଥିଲା। ଫଳରେ ଜମି କବଲା କାମ ଦୀର୍ଘଦିନ ଧରି ଅଟକି ରହିଥିବାରୁ ଲୋକମାନେ ଅନ୍‌ଲାଇନ୍‌ରେ ବାରମ୍ବାର ସ୍ଲଟ ବୁକିଂ କରିଥିଲେ ମଧ୍ୟ କାମ ସଫଳ ହେଉ ନ ଥିଲା। ସମୟ ଓ ଅର୍ଥର ଅପଚୟ ସହ ଲୋକମାନେ ନିରାଶାର ସମ୍ମୁଖୀନ ହେଉଥିଲେ।
ଏହି ପରିସ୍ଥିତିକୁ ନେଇ ସାଧାରଣ ଲୋକମାନେ ହାଟଡ଼ିହୀ ତହସିଲ ପାଇଁ ଜଣେସ୍ଥାୟୀ ତହସିଲଦାର ଏବଂ ସ୍ବତନ୍ତ୍ର ସବ-ରେଜିଷ୍ଟ୍ରାର ନିଯୁକ୍ତି ଦାବି କରିଥିଲେ।
ଖବର ପ୍ରସାର ପରେ ଜିଲା ପ୍ରଶାସନ  ପଦକ୍ଷେପ ନେଇଛି। ଚିଠି ନଂ-୬୧୯, ତାରିଖ ୨୦/୦୩/୨୬ ଅନୁସାରେ ସଞ୍ଜୟ କୁମାର ସାମନ୍ତରାୟ, OAS-A (JB), ଡପୁଟି କଲେକ୍ଟର, ଉପ-ଜିଲାପାଳ କାର୍ଯ୍ୟାଳୟ, ଆନନ୍ଦପୁର ଏବଂ ଜନସନ କିଣ୍ଡୋ, ORS, ବଡବିଲ ତହସିଲର ଅତିରିକ୍ତ ତହସିଲଦାରଙ୍କୁ ସାଧାରଣ ଲୋକସେବାର ଆବଶ୍ୟକତା ଦୃଷ୍ଟିରେ କ୍ରମଶଃ ହାଟଡିହୀ ତହସିଲର ତହସିଲଦାର ଓ ଅତିରିକ୍ତ ତହସିଲଦାର ଭାବେ ଅସ୍ଥାୟୀ ଦାୟିତ୍ୱ ଦିଆଯାଇଛି।
ଏହି ବ୍ୟବସ୍ଥା ନିୟମିତ ତହସିଲଦାର ଓ ଅତିରିକ୍ତ ତହସିଲଦାର ଯୋଗଦାନ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜଣାପଡ଼ିଛି। ଜିଲାପାଳ, କେନ୍ଦୁଝରଙ୍କ ଆଦେଶକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି।
ସ୍ଥାନୀୟ ଲୋକମାନେ ଏହି ପଦକ୍ଷେପକୁ ସ୍ବାଗତ କରିଥିବା ସହ ଶୀଘ୍ରସ୍ଥାୟୀ ନିଯୁକ୍ତି ପାଇଁ ଆଶା ବ୍ୟକ୍ତ କରିଛନ୍ତି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟି୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଲକ୍ଷ୍ନୌ,୬ା୧୦(ପିଟି): ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ। ଗତ ଶନିବାର ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

ନବୀନ ପଟ୍ଟନାୟକ ନେଲେ ବଡ଼ ନିଷ୍ପତ୍ତି: ଆଗକୁ ବିଜେଡି…

ଭୁବନେଶ୍ୱର,୬।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବିରୋଧୀଙ୍କ ପ୍ରତିବାଦରେ ସାମିଲ ହେବ ବିଜୁ ଜନତା ଦଳ…

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?