Posted inଜାତୀୟ

ଭାରତ ପାଖରେ ମାତ୍ର ୯ ଦିନର ତେଲ ରିଜର୍ଭ ଅଛି, ମୋଦି ଖୋଲାଖୋଲି କୁହନ୍ତୁ ଯୁଦ୍ଧ ଭୁଲ୍‌; ବର୍ଷିଲେ ଓଓ୍ବାଇସି…

ହାଇଦ୍ରାବାଦ,୨୦।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ଏବଂ ଏହାର ପ୍ରଭାବକୁ ନେଇ AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଶୁକ୍ରବାର ହାଇଦ୍ରାବାଦରେ ଏକ ଜନସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ଭାରତ ସରକାରଙ୍କୁ ଆମେରିକା ଏବଂ ଇସ୍ରାଏଲ ପକ୍ଷ ନେବା ପରିବର୍ତ୍ତେ ‘ନ୍ୟୁଟ୍ରାଲ’ ବା ନିରପେକ୍ଷ ରହିବା ଉଚିତ।
ଓୱାଇସି ଦେଶରେ ରୋଷେଇ ଗ୍ୟାସ (LPG)ର କଥିତ ଅଭାବକୁ ନେଇ କେନ୍ଦ୍ର ସରକାରଙ୍କ ‘ଆତ୍ମନିର୍ଭର ଭାରତ’ ନାରା ଉପରେ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ କହିବା ଅନୁଯାୟୀ, ଭାରତ ନିଜର ୬୦ ପ୍ରତିଶତ ଗ୍ୟାସ ଆମଦାନୀ ଉପରେ ନିର୍ଭର କରେ। ଏହି ସମସ୍ତ ତେଲ ଓ ଗ୍ୟାସ ହର୍ମୁଜ ପ୍ରଣାଳୀ (Strait of Hormuz) ଦେଇ ଆସିଥାଏ, ଯାହା ବର୍ତ୍ତମାନ ଯୁଦ୍ଧ ଯୋଗୁ ଅଶାନ୍ତ ରହିଛି। ଯଦି ସରକାର ନିରପେକ୍ଷ ରହିଥାନ୍ତେ, ତେବେ ବୋଧହୁଏ ଆମ କଥାର ଗୁରୁତ୍ୱ ରହିଥାନ୍ତା ଏବଂ ଯୋଗାଣ ବାଧାପ୍ରାପ୍ତ ହୋଇନଥାନ୍ତା।
ପ୍ରଧାନମନ୍ତ୍ରୀଙ୍କ ସମ୍ପ୍ରତି ଇସ୍ରାଏଲ ଗସ୍ତକୁ ନେଇ ଓୱାଇସି କହିଛନ୍ତି ଯେ, ଟ୍ରମ୍ପ ଏବଂ ନେତାନ୍ୟାହୁ ମିଶି ଇରାନକୁ ଗାଜା ଭଳି ଧ୍ୱଂସ କରିବାକୁ ଚାହୁଁଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ, “ଯଦି କିଏ ଭାବୁଛି ଏହି ବିନାଶ ଏତିକିରେ ଅଟକିଯିବ, ତେବେ ସେମାନେ ଜାଣିବା ଦରକାର ଯେ ଆଗାମୀ ନମ୍ବର ତୁର୍କୀର ଏବଂ ତା’ପରେ ସମସ୍ତ ଆରବ ଦେଶର ହେବ।
ଭାରତର ଇନ୍ଧନ ସୁରକ୍ଷା ଉପରେ ତଥ୍ୟ ରଖି ଓୱାଇସି କହିଛନ୍ତି,ଆମ ପାଖରେ ମାତ୍ର ୯.୫ ଦିନର ଷ୍ଟ୍ରାଟେଜିକ୍‌ ପେଟ୍ରୋଲିୟମ ରିଜର୍ଭ ଅଛି। ଯଦି ଅଏଲ ମାର୍କେଟିଂ କମ୍ପାନୀଗୁଡ଼ିକୁ ମିଶାଇ ଦିଆଯାଏ, ତେବେ ଏହା ୭୪ ଦିନ ହେବ। ଏଭଳି ସ୍ଥିତିରେ ଆମେ ବିଦେଶୀ ଶକ୍ତିଙ୍କ ଶିବିରରେ ଛିଡ଼ା ହେବା ଦେଶ ପାଇଁ ବିପଦଜନକ।”
ଦୁବାଇ, ଆବୁଧାବି, କୁଏତ ଏବଂ ସାଉଦି ଆରବ ଭଳି ଦେଶରେ କାମ କରୁଥିବା ଲକ୍ଷ ଲକ୍ଷ ଭାରତୀୟଙ୍କ ଭବିଷ୍ୟତକୁ ନେଇ ସେ ସରକାରଙ୍କୁ ସତର୍କ କରାଇଛନ୍ତି। ସେ କହିଛନ୍ତି ଯେ ଦେଶର ପ୍ରାୟ ୫୦ ପ୍ରତିଶତ ବିଦେଶୀ ମୁଦ୍ରା ସେହିମାନେ ହିଁ ପଠାନ୍ତି। ଯଦି ସେହି ଦେଶଗୁଡ଼ିକର ଅର୍ଥବ୍ୟବସ୍ଥା ଯୁଦ୍ଧ ଯୋଗୁ ଦୁର୍ବଳ ହୁଏ, ତେବେ ଭାରତୀୟମାନେ ବେକାର ହୋଇ ଫେରିବେ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଣରୁ ଅଭିନେତାଙ୍କ ଘରେ ଲାଗିଗଲା ନିଆଁ, ଜଳି ପାଉଁଶ ହେଲା….

ମୁମ୍ବାଇ: ଦୀପାବଳିରେ ବାଣ ଫୁଟାଇବା ଯୋଗୁଁ ଅଭିନେତା ଗୁରଫତେହ ପିରଜାଦାଙ୍କ ଘରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି। ନେଟ୍‌ଫ୍ଲିକ୍ସର ‘ଲଷ୍ଟ ଷ୍ଟୋରିଜ୍‌ ୩’ରେ ଅଭିନୟ କରି…

‘ସାକ୍ଷାତ ସମୟରେ ଆଖି ମିଶାଇ କଥା ହୁଅନ୍ତି ନାହିଁ ମୋଦି’, ପ୍ରଧାନମନ୍ତ୍ରୀଙ୍କୁ ନେଇ ଏମିତି କିଛି କଥା ଉଲ୍ଲେଖ ରହିଛି ସୋନିଆଙ୍କ ପୁସ୍ତକରେ, ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୧: କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର କେବେବି କୌଣସି ପ୍ରକୃତ କିମ୍ବା ଗମ୍ଭୀର ଆଲୋଚନା ହୋଇନାହିଁ।…

ବିନା ଗୋଟିଏ ବଲରେ ରଦ୍ଦ ହେଲା ତୃତୀୟ ODI, ଭାରତର ଐତିହାସିକ ବିଜୟ ସ୍ବପ୍ନରେ ଲାଗିଲା ବ୍ରେକ୍‌! ଜାଣନ୍ତୁ କେବେ ହେବ ପରବର୍ତ୍ତୀ ମ୍ୟାଚ

ନୂଆଦିଲ୍ଲୀ,୧୦।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ପ୍ରାୟ ୫ ଘଣ୍ଟା ଧରି ପାଗ ଭଲ…

ଗୌତମ ଗମ୍ଭୀରଙ୍କୁ ଘେରିଲେ ପୂର୍ବତନ କୋଚ: ଉଠାଇଲେ ବଡ଼ ପ୍ରଶ୍ନ, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ

ନୂଆଦିଲ୍ଲୀ,୧୦।୧୧:ଭାରତୀୟ ଦିନିକିଆ ଦଳରେ ଯୁବ ବ୍ୟାଟର୍‌ ଯଶସ୍ବୀ ଜୟସ୍ବାଲଙ୍କୁ ନିୟମିତ ସୁଯୋଗ ନ ମିଳିବା ନେଇ ପ୍ରଶ୍ନ ଉଠାଇଛନ୍ତି ଭାରତର ପୂର୍ବତନ ସହକାରୀ କୋଚ ରାୟାନ ଟେନ…

ORS ମନୀଷା ମିଶ୍ର ବରଖାସ୍ତ: ପ୍ରୋବେସନ୍ ଅବଧିରେ ଲାଞ୍ଚନେଇ ପଡ଼ିଲେ ଧରା

ଭୁବନେଶ୍ୱର,୧୦।୧୧: ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଓଡ଼ିଶା ରାଜସ୍ୱ ସେବା (ORS) ଅଧିକାରୀ ମନୀଷା ମିଶ୍ରଙ୍କୁ ରାଜ୍ୟ ସରକାର ଚାକିରିରୁ ବରଖାସ୍ତ କରିଛନ୍ତି। ପ୍ରୋବେସନ୍…

୬ ମାସ ପାଇଁ ଜନଶୂନ୍ୟ ହୋଇଯାଏ ୨ ଗାଁ! ଘରେ ଝୁଲେ ତାଲା, କାରଣ ଜାଣିଲେ….

କାଠମାଣ୍ଡୁ,୧୦।୧୧: ଭାରତର ପଡ଼ୋଶୀ ଦେଶ ନେପାଳରେ ଏମିତି ଦୁଇଟି ଗାଁ ରହିଛି, ଯେଉଁଠି ବର୍ଷର ୬ ମାସ କେହି ରହନ୍ତି ନାହିଁ । ଶୀତ ଋତୁ ଆସିବା…

କଳାମାଟିଆ ଡାକ୍ତରଙ୍କ ବଦଳି ବାତିଲ ଦାବିରେ ଗ୍ରାମବାସୀଙ୍କ ଧାରଣା, ସିଡିଏମ୍‌ଓ କହିଲେ….

ବରୀ,୧୦।୧୧(ମହେନ୍ଦ୍ର ସ୍ୱାଇଁ ): ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ କଳାମାଟିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ପାଇ ସେବା ଯୋଗାଇ ଆସୁଥିଲେ ଆୟୁଷ ଡାକ୍ତର କୈଳାଶ ଚନ୍ଦ୍ର ପତି ।…

କାହିଁକି ଭାରତର ପ୍ରଧାନମନ୍ତ୍ରୀ ହେଲେନି ସୋନିଆ ଗାନ୍ଧୀ? ଏତେ ବର୍ଷ ପରେ ନିଜେ ଖୋଲିଲେ ବଡ଼ ରହସ୍ୟ, କହିଲେ ରାହୁଲ…

ନୂଆଦିଲ୍ଲୀ,୧୦।୧୧: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ନିଜ ପୁସ୍ତକ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ ଲଭ’ରେ ସେ କାହିଁକି ପ୍ରଧାନମନ୍ତ୍ରୀ ହୋଇନଥିଲେ, ସେନେଇ ବଡ଼ ଖୁଲାସା କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?