Posted inଜାତୀୟ

ଗ୍ୟାସ୍‌କୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଆସନ୍ତା ୨୩ରୁ…

ନୂଆଦିଲ୍ଲୀ,୨୧ା୩: କେନ୍ଦ୍ର ସରକାର ଏଲ୍‌ପିଜିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶନିବାର ସରକାର କହିଛନ୍ତି, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (UT)କୁ ବାଣିଜ୍ୟିକ ଏଲ୍‌ପିଜିର ଆଉ ୨୦ ପ୍ରତିଶତ ଆବଣ୍ଟନକୁ ଅନୁମତି ଦିଆଯାଇଛି। ଯାହା ମୋଟ୍‌ ଆବଣ୍ଟନକୁ ୫୦ ପ୍ରତିଶତକୁ ନେଇଯିବ।

ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ରେଷ୍ଟୁରାଣ୍ଟ, ଢାବା, ହୋଟେଲ, ଶିଳ୍ପ କ୍ୟାଣ୍ଟିନ, ଖାଦ୍ୟ ପ୍ରକ୍ରିୟାକରଣ / ଡାଏରୀ, ଖାଦ୍ୟ ପାଇଁ ରାଜ୍ୟ ସରକାର କିମ୍ବା ସ୍ଥାନୀୟ ସଂସ୍ଥା ଦ୍ୱାରା ପରିଚାଳିତ ସବସିଡିଯୁକ୍ତ କ୍ୟାଣ୍ଟିନ/ଆଉଟଲେଟ୍‌, ରୋଷେଇ ଘର, ପ୍ରବାସୀ ଶ୍ରମିକଙ୍କ ପାଇଁ ୫ କିଲୋଗ୍ରାମ FTL (ମୁକ୍ତ ବାଣିଜ୍ୟ LPG) ଭଳି କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଦେଇ ଏହି ଅତିରିକ୍ତ ୨୦ ପ୍ରତିଶତ ଆବଣ୍ଟନ ଦିଆଯିବ।

ସରକାର ପୂର୍ବରୁ ଗ୍ରାହକମାନଙ୍କୁ ଆଂଶିକ ବାଣିଜି୍ୟକ ଏଲ୍‌ପିଜି ଯୋଗାଣ ୨୦ ପ୍ରତିଶତ ପୁନଃସ୍ଥାପିତ କରିଥିଲେ। ଏହା ସହିତ ପିଏନ୍‌ଜି ସମ୍ପ୍ରସାରଣ ପାଇଁ ବ୍ୟବସାୟ କରିବାର ସହଜତା ଉପରେ ଆଧାରିତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସରକାର ଅତିରିକ୍ତ ୧୦ ପ୍ରତିଶତ ବାଣିଜି୍ୟକ ଏଲ୍‌ପିଜି ଆବଣ୍ଟନ କରିଥିଲେ।

Image

ଏହା ବ୍ୟତୀତ, ୨୦ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ ଅଣ-ଘରୋଇ ଏଲ୍‌ପିଜି ଆବଣ୍ଟନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।

ବାକି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ, ପିଏସୟୁ ତୈଳ ବିପଣନ କମ୍ପାନୀଗୁଡ଼ିକ ବାଣିଜି୍ୟକ ଏଲପିଜି ସିଲିଣ୍ଡର ମୁକ୍ତ କରୁଛନ୍ତି। ଗତ ଗୋଟିଏ ସପ୍ତାହ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ବାଣିଜି୍ୟକ ସଂସ୍ଥାଗୁଡ଼ିକ ଦ୍ୱାରା ମୋଟ୍‌ ପ୍ରାୟ ୧୩,୪୭୯ ମେଟ୍ରିକ ଟନ୍‌ ବୃଦ୍ଧି କରାଯାଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି।

ଶିକ୍ଷାନୁଷ୍ଠାନ ଏବଂ ହସ୍ପିଟାଲଗୁଡ଼ିକୁ ପ୍ରାଥମିକତା ଦିଆଯାଇଛି ଏବଂ ମୋଟ୍‌ ବାଣିଜି୍ୟକ ଏଲପିଜି ଆବଣ୍ଟନର ପ୍ରାୟ ୫୦ ପ୍ରତିଶତ ଏହି କ୍ଷେତ୍ରଗୁଡ଼ିକୁ ଯାଉଛି, ସରକାରୀ ବିବୃତ୍ତିରେ କୁହାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ପାଲଟିବ ବକିଂହାମ୍‌ ପ୍ରାସାଦର ଭାଲୁଛାଲ ଟୋପି

ବକିଂହାମ୍‌, ୨୧।୯: ଲଣ୍ଡନ ବକିଂହାମ୍‌ ପ୍ରାସାଦ ବାହାରେ ଉଜ୍ଜ୍ୱଳ ନାଲି ପୋଷାକ ଏବଂ ଉଚ୍ଚ, କଳା ଲୋମଶ ଟୋପି ପିନ୍ଧିଥିବା ସୈନିକଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି।…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

SIR ନୋଟିସ୍‌: ଜୟଶଙ୍କରଙ୍କଠାରୁ ଆଡଭାନିଙ୍କ ପର୍ଯ୍ୟନ୍ତ, ତାଲିକାରେ ଅନେକ VVIP ଭୋଟର

ନୂଆଦିଲ୍ଲୀ,୨୦।୯: ଦିଲ୍ଲୀରେ ଚାଲିଥିବା ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ଅନେକ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି…

ଚମକାଇଦେଲା BCCIର ନିଷ୍ପତ୍ତି! ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଦ୍ରୁତ ବୋଲର ଲକ୍ଷ୍ମୀପତି ବାଲାଜୀଙ୍କୁ ଭାରତ-ଏ ଦଳର ହେଡ୍‌ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି । ଅଷ୍ଟ୍ରେଲିଆ-ଏ ବିପକ୍ଷ ମଲ୍ଟି-ଫର୍ମାଟ୍‌…

୮୫ ବର୍ଷରେ MA ପାସ୍‌ କଲେ ଲାଲ ଚାନ୍ଦ; ଏବେ PhD ପାଇଁ ପ୍ରସ୍ତୁତି, କାହାଣୀ ଶୁଣିଲେ…

ନୂଆଦିଲ୍ଲୀ,୨୦ା୯: କୁହାଯାଏ, ପାଠପଢ଼ା ପାଇଁ ବୟସ କେବେ ବି ବାଧା ହୋଇପାରେ ନାହିଁ। ମନରେ ଦୃଢ଼ ଇଚ୍ଛା ଥିଲେ ଯେକୌଣସି ବୟସରେ ଲକ୍ଷ୍ୟ ହାସଲ କରିହୁଏ ।…

ପାକିସ୍ତାନରେ ହଲଚଲ! ଆନ୍ଦୋଳନ ପୂର୍ବରୁ ପୋଲିସ୍‌ର ବଡ଼ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲେ….

ଇସଲାମାବାଦ,୨୦ା୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (PTI) ମୁଖ୍ୟ ଇମ୍ରାନ ଖାନ୍‌ଙ୍କ ଭଉଣୀ ଅଲିମା ଖାନ୍‌ଙ୍କୁ ଲାହୋର ପୋଲିସ୍‌ ଗିରଫ କରିଛି । ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?