୯୯.୯୩% ଭୋଟ ପାଇ ପୁଣି କିମ୍‌ ଜଙ୍ଗ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୨୧ା୩: ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ଏଠାକାର ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ ୧୫ରେ ନିର୍ବାଚନ କରାଯାଇଥିଲାବେଳେ କିମ୍‌ଙ୍କ ଓ୍ବାର୍କର ପାର୍ଟି ଅଫ୍‌ କୋରିଆ ଏବଂ ସହଯୋଗୀ ଦଳଗୁଡିକୁ ୯୯.୯୩ % ଭୋଟ ମିଳିଛି। କିମ୍‌ଙ୍କ ନେତୃତ୍ୱରେ ଓ୍ବାର୍କର ପାର୍ଟି ଅଫ୍‌ କୋରିଆ ଏବଂ ଏହାର ସହଯୋଗୀ ଦଳ ଶତ ପ୍ରତିଶତ ଭୋଟରେ ବିଜୟୀ ହେବା କେବଳ ଉତ୍ତର କୋରିଆ ରାଜନୀତି ନୁହେଁ , ବୈଶ୍ୱିକ ସ୍ତରରେ ମଧ୍ୟ ହଇଚଇ ସୃଷ୍ଟି କରିଛି। ଦ୍ୱିତୀୟ ଥର ପାଇଁ କିମ୍‌ ଏଭଳି ବିପୁଳ ଭୋଟ ପାଇଁ ବିଜୟୀ ହୋଇଛନ୍ତି। କୋରିଆନ୍‌ ସେଣ୍ଟ୍ରାଲ ନ୍ୟୁଜ୍‌ ଏଜେନ (କେସିଏନ୍‌ଏ) ଅନୁଯାୟୀ କିମ୍‌ଙ୍କ ଦଳ ପକ୍ଷରୁ ଯେଉଁ ଆସନରେ ପ୍ରାର୍ଥୀ ଦିଆଯାଇଥିଲା ସମସ୍ତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଜଣେ ବି ପ୍ରାର୍ଥୀ କୌଣସି ଆସନରେ ପରାଜିତ ହେବାର ଦେଖାଯାଇ ନାହିଁ। ଏହି ନିର୍ବାଚନରେ ଶତ ପ୍ରତିଶତ ଭୋଟ (୯୯.୯୯) ପଡ଼ିଥିଲାବେଳେ କିମ୍‌ଙ୍କ ଦଳକୁ ୯୯.୯୭ % ଭୋଟ୍‌ ମିଳିଛି ବୋଲି କେସିଏନ୍‌ଏ କହିଛି। ତେବେ ସରକାରୀ ସ୍ତରରେ କିମ୍‌ଙ୍କୁ ୯୯.୯୩ ପ୍ରତିଶତ ଭୋଟ୍‌ ମିଳିଥିବା କୁହାଯାଇଛି। ଏହି ନିର୍ବାଚନରେ କେବଳ ୦.୦୦୩୭ ଭୋଟର ନିର୍ବାଚନ ସମୟରେ ବିଦେଶରେ ରହିଥିବା କିମ୍ବା ସମୁଦ୍ର ଭିତରେ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ମତଦାନ କରିପାରିନାହାନ୍ତି।
ସବୁଠାରୁ ବଡ଼ କଥା ହେଲା ଏହି ନିର୍ବାଚନରେ କିମ୍‌ଙ୍କ ବିରୋଧରେ କୌଣସି ଦଳ ନିର୍ବାଚନ ଲଢୁ ନ ଥିଲେ। ସବୁ ନିର୍ବାଚନମଣ୍ଡଳୀରେ କେବଳ କିମ୍‌ଙ୍କ ଓ୍ବାର୍କର ପାର୍ଟି ଅଫ୍‌ କୋରିଆ ଏବଂ ଅନ୍ୟ ସହଯୋଗୀ ଦଳ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ପ୍ରତ୍ୟେକ ପ୍ରାର୍ଥୀଙ୍କ ପ୍ରତି ଭୋଟରଙ୍କ ସମର୍ଥନ କେତେ ରହିଛି ତାହା ହିଁ ଭୋଟ ପ୍ରତିଶତ ନିର୍ଦ୍ଧାରଣ କରିଥିଲା। ୦.୦୭ ପ୍ରତିଶତ ଭୋଟ ପାର୍ଥକ୍ୟ କେବଳ ପ୍ରାର୍ଥୀଙ୍କ ପ୍ରତି ଭୋଟରଙ୍କ ରୁଚିକୁ ନେଇ ରହିଛି। ଅର୍ଥାତ୍‌ ଏହି ପ୍ରତିଶତ ଭୋଟର କେତେଜଣ ପ୍ରାର୍ଥୀଙ୍କୁ ଉଚିତ ଭାବେ ଗ୍ରହଣ କରି ନ ଥିଲେ ମଧ୍ୟ ଦଳ ସପକ୍ଷରେ ଭୋଟ ଦେଇଛନ୍ତି। ଏଥିପାଇଁ ଗତ କିଛି ଦଶନ୍ଧିରେ ଉତ୍ତର କୋରିଆ ସଂସଦୀୟ ନିର୍ବାଚନରେ ପ୍ରଥମଥର ପାଇଁ ‘ନୋ’ ଭୋଟ୍‌ ପରମ୍ପରା ସୃଷ୍ଟି ହୋଇଛି ବୋଲି କୁହାଯାଇଛି। ଏଠାକାର ନିର୍ବାଚନୀ ଆଇନ ଅନୁସାରେ ଜାତୀୟ ସଂସଦକୁ ମୋଟ ୬୮୭ ପ୍ରାର୍ଥୀ ନିର୍ବାଚିତ ହୋଇଥାଆନ୍ତି। ସାଧାରଣ ଭାବେ କାମ କରୁଥିବା ଲୋକଙ୍କଠାରୁ ଆରମ୍ଭ କରି ଚାଷୀ, ବୁଦ୍ଧିଜୀବୀ, ମିଲିଟାରି କର୍ମଚାରୀ ଏବଂ ଅନ୍ୟ ସରକାରୀ ଅଧିକାରୀଙ୍କୁ ନିର୍ବାଚନ ଲଢିବାକୁ ସୁଯୋଗ ଦିଆଯାଇଥାଏ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ

ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍‌ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍‌ରେ…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ପ୍ରତିଯୋଗିତା ଛାଡ଼ି ଛାତ୍ରୀଙ୍କୁ ରୋଷେଇ କାମ!

ତୁମୁଡ଼ିବନ୍ଧ, ୨୫।୯ (ଦୀପକ କୁମାର ପରାସେଠ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଜନିତ ବର୍ଷା ଗତ ୪ ଦିନ ହେଲା ଲାଗିରହିଛି। ଏହା ମଧ୍ୟରେ ଶୁକ୍ରବାର ତୁମୁଡ଼ିବନ୍ଧସ୍ଥିତ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ଛାତ୍ରୀଛାତ୍ରଙ୍କ କଣ୍ଠରେ ବନ୍ଦେ ମାତରଂ

ପାଟଣା,୨୫।୯(ବୀର କିଶୋର ଦାଶ): ବନ୍ଦେ ମାତରଂର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଶୁକ୍ରବାର ପାଟଣା ସ୍ବରସ୍ବତୀ ଶିଶୁ…

ଗଛ ପଡ଼ି ରାସ୍ତା ଅବରୋଧ: ଯାତାୟତ ଠପ୍‌

କୃଷ୍ଣପ୍ରସାଦ,୨୫।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦରେ ଦୁଇ ଦିନ ହେବ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?