ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‌ ସମ୍ପର୍କରେ ସମୀକ୍ଷା ନାହିଁ

କେନ୍ଦ୍ରାପଡ଼ା,୨୧ା୯ (ଜଗନ୍ନାଥ ଧଳ): ପ୍ରକୃତିର ବିସ୍ମୟ ଭିତରକନିକା। ଏହାର ଜୈବ ବିବିଧତା, ସାମୁଦ୍ରିକ ଓ ବନ୍ୟ ସମ୍ପଦ, ଦେଶୀ ବିଦେଶୀ ପକ୍ଷୀ ସମ୍ପର୍କରେ ଦେଶ ବିଦେଶରେ ଅବଗତ। ଏହାକୁ ଜାତୀୟ ଉଦ୍ୟାନ ଓ ରାମସାର ସାଇଟ୍‌ ପରି ଅନ୍ତର୍ଜାତୀୟ ମାନ୍ୟତା ମିଳିଛି। ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ପାଇଁ ବିଗତ ଦିନରେ ଉଦ୍ୟମ ହୋଇଥିଲେ ମଧ୍ୟ ୨୦୧୭ ଜୁଲାଇରେ ପୋଲାଣ୍ଡର କ୍ରାକ୍‌ଓଠାରେ ଇଣ୍ଟରନାଲ ୟୁନିୟନ ଫର୍‌ କଞ୍ଜରଭେଶନ ଅଫ୍‌ ନେଚର (ଆଇୟୁସିଏନ୍‌)ର ବୈଠକରେ ଖାରଜ ହୋଇଛି। ସେଠାରେ ଏ ନେଇ ହୋଇଥିବା ସମୀକ୍ଷାରେ ଭିତରକନିକା ଆର୍ଦ୍ରଭୂମି ପରିଚାଳନାଗତ ତ୍ରୁଟି ସହ ବିଭିନ୍ନ ଅବ୍ୟବସ୍ଥାକୁ ପଦାରେ ପକାଇଛି। ଭିତରକନିକା ପ୍ରତି ଚାରିଆଡୁ ବିପଦ ଥିବା ଦର୍ଶାଇବା ସହ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲକୁ ଅଗ୍ରାହ୍ୟକରି ଦିଆଯାଇଥିଲା। ଏହାସତ୍ତ୍ୱେ ସମୀକ୍ଷା ହେଉନାହିଁ। ପରିଚାଳନାଗତ ତ୍ରୁଟିକୁ ଅଣଦେଖା କରାଯାଉଥିବା ମତ ମିଳିଛି।
ଏ ସମ୍ପର୍କରେ ପରିବେଶବିତ୍‌ ଶ୍ରୀକାନ୍ତ ନାୟକ, ହେମନ୍ତ କୁମାର ରାଉତ, ସାମାଜିକ କର୍ମୀ ସଞ୍ଜୟ କୁମାର ବେହୁରା, ପ୍ରଦୀପ କୁମାର ତରାଇ ପ୍ରମୁଖ କହିଛନ୍ତି, ଲୁଣା କୁମ୍ଭୀର, ୨ ପ୍ରକାର ବିରଳ ସମେତ ୬ ପ୍ରକାର ଡଲ୍‌ଫିନ୍‌, ୪୧ ପ୍ରଜାତିର ମାଛ, ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳ, ୩୬ ପ୍ରକାର ବିରଳ ବନ୍ୟଜନ୍ତୁ, ୨୮୦ପ୍ରକାର ଦେଶୀ ବିଦେଶୀ ପକ୍ଷୀ, ୩୪ ପ୍ରକାର ସରୀସୃପ ଆଦି ସହ ହେନ୍ତାଳବଣରେ ପରିପୂର୍ଣ୍ଣ ଏହି ଜାତୀୟ ଉଦ୍ୟାନ। ଜୈବ ବିବିଧତା ଭରା ଏହି ଉଦ୍ୟାନରେ ପ୍ରାୟ ୫୭ ପ୍ରଜାତିର ହେନ୍ତାଳ ଗଛ ଅଛି। ଏହାବ୍ୟତୀତ ଔଷଧୀୟ ଗୁଳ୍ମ ଲଟାରେ ଏହା ଭରପୂର। ଭିତରକନିକା ପାଇଁ ଭାରତୀୟ ଜାତୀୟ ବନ୍ୟଜୀବ ସଂରକ୍ଷଣ ଆଇନ ୧୯୭୨ ଲାଗୁ ହୋଇଛି। ଏହାସତ୍ତ୍ୱେ ଏହି ବନାଞ୍ଚଳ ମଧ୍ୟରେ ବ୍ୟକ୍ତିଗତ ଜମି, ସ୍ଥାନୀୟ ଲୋକଙ୍କ ଅବାଧ ପ୍ରବେଶ, ଚାଷ, ଗୋରୁ, ମଇଁଷି ବୁଲିବା, ଚିଙ୍ଗୁଡ଼ି ଘେରି ଆଦି ରହିଥିବା ୨୦୧୬ ନଭେମ୍ବରରେ ଆସିଥିବା ବୈଷୟିକ ଟିମ୍‌ର ସଦସ୍ୟ ନାଆମୀ ଡୋକ୍‌ ଓ ରେମ୍‌କୋ ଭନ୍‌ ମର୍ମ ଅନୁଧ୍ୟାନ କରିଥିବା ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ସେହିପରି ପରିସୀମା ରକ୍ଷଣାବେକ୍ଷଣ ଅଭାବ ରହିଛି। ଭିତରକନିକା ମଧ୍ୟରେ ୪୦୦ରୁ ଅଧିକ ଗ୍ରାମ, ଇକୋ ସେନ୍‌ସେଟିଭ ଜୋନ୍‌ ଅଞ୍ଚଳକୁ ଚିହ୍ନଟ ଓ ଗାଇଡ୍‌ଲାଇନର କାର୍ଯ୍ୟକାରିତା, ଧାମରା ବନ୍ଦରର ଅବସ୍ଥିତି, ହୁଇଲର ଦ୍ୱୀପର ମିଶାଇଲ ଟେଷ୍ଟିଂ ଆଦି ଭିତରକନିକା ସୁରକ୍ଷା ଦିଗରେ ଅଭାବ ସୃଷ୍ଟି କରିଛି। ହେନ୍ତାଳବଣ ଓ ଅନ୍ୟ ପ୍ରାଣୀଙ୍କ ପାଇଁ ମଧୁର ଜଳ ଆବଶ୍ୟକ। ସମ୍ପ୍ରତି ମଧୁରଜଳର ପରିମାଣ କ୍ରମଶଃ ହ୍ରାସ ପାଉଛି। ମତ୍ସ୍ୟଜୀବୀଙ୍କ ଲୋଲୁପଦୃଷ୍ଟି ସର୍ବଦା ଏହି ସଂରକ୍ଷିତ ସାମୁଦ୍ରିକ ଅଞ୍ଚଳରେ ରହିଥିବା ବେଳେ ସୁରକ୍ଷା କର୍ମଚାରୀଙ୍କ ଅଭାବ ରହିଛି। ସେହିପରି ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକ ଅର୍ଥ ଓ ତଟକ୍ଷୟକୁ ରୋକିବା ଆଦି ପ୍ରସଙ୍ଗ ଅଛି। ବିଶେଷକରି ଇକୋ ସେନ୍‌ସେଟିଭ ଜୋନ୍‌ର ଗାଇଡ୍‌ଲାଇନକୁ କାର୍ଯ୍ୟକାରୀ କରାଯାଉନାହିଁ। ମହାକାଳପଡ଼ା ବ୍ଲକ୍‌ ଅଞ୍ଚଳରେ ନଦୀଭିତ୍ତିକ ବନ୍ଦର ଓ ଶିଳ୍ପ ହେବ ବୋଲି ବିଜ୍ଞପ୍ତି ଜାରି ହୋଇଛି। ଯାହା ଜାତୀୟ ଉଦ୍ୟାନର ଜୈବ ବିବିଧତା ଉପରେ ପ୍ରଭାବ ପକାଇବା ସହ ସ୍ଥାନୀୟ ଅଞ୍ଚଳର ମତ୍ସ୍ୟଜୀବୀଙ୍କ ଆର୍ଥିକ ଦୁର୍ଗତି ଆଣିବ। ଏ ନେଇ ସମୀକ୍ଷା କରାଯିବାକୁ ପରିବେଶବିତ ଓ ସାମାଜିକ କର୍ମୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ପାଇଁ ଥିବା ବାଧାଗୁଡ଼ିକର ସମୀକ୍ଷା କରାଯାଉଛି। ତାଲିକାଭୁକ୍ତ ପାଇଁ ତ୍ରୁଟି ସୁଧାର ପ୍ରୟାସ ଜାରି ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

India vs South Africa: ବାରବାଟୀରେ କେତେଥର ଜିତିଛି ଭାରତ? ଶୁଣିଲେ ତାଜୁବ ହେବେ

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ପୁଣି ଭାଗ ଭାଗ ହୋଇଯିବ ପାକିସ୍ତାନ: ସ୍ୱତନ୍ତ୍ର ସିନ୍ଧୁଦେଶ ଦାବି କରାଚୀରେ ହିଂସା

ନୂଆଦିଲ୍ଲୀ,୮।୧୨: ୧୯୭୧ ମସିହାରେ ପୂର୍ବ ପାକିସ୍ତାନକୁ ହରାଇବା ପରେ ପାକିସ୍ତାନରେ ପୁଣି ଥରେ ପ୍ରାଦେଶିକ ବିଭାଜନ ନେଇ ଜୋରଦାର ଆଲୋଚନା ଚାଲିଛି। ଦେଶରେ ଉତ୍ତମ ଶାସନ...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri