ଛାତ୍ର ସଂସଦ ନିର୍ବାଚନ: ମୁହାଁମୁହିଁ ହେବେ ଏବିଭିପି-ଛାତ୍ର ବିଜେଡି

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ସେପ୍ଟେମ୍ବର ଶେଷ ସପ୍ତାହରେ ରାଜ୍ୟରେ ଅନୁଷ୍ଠିତ ହେବ ଛାତ୍ର ସଂସଦ ନିର୍ବାଚନ। ଯୁକ୍ତ ୩ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ସେପ୍ଟେମ୍ବର ତୃତୀୟ ସପ୍ତାହରୁ ନିର୍ବାଚନ ପ୍ରକ୍ରିୟା ଲାଗି ବିଜ୍ଞପ୍ତି ପ୍ରକାଶ ପାଇବା ସମ୍ଭାବନା ରହିଥିବାବେଳେ ଏବେଠାରୁ କ୍ୟାମ୍ପସରେ ଉଷ୍ଣତା ବାରିହୋଇ ପଡିଲାଣି। ରାଜ୍ୟର ୩ ପ୍ରମୁଖ ଛାତ୍ର ସଙ୍ଗଠନ ପକ୍ଷରୁ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଛାତ୍ରନେତାମାନେ ପତିଆରା ଜାହିର କଲେଣି। ଏବେ ପ୍ରଥମକରି କଲେଜରେ ପାଦ ଦେଇଥିବା ଛାତ୍ରୀଛାତ୍ରଙ୍କ ଉପରେ ସେମାନେ ନଜର ପକାଇଛନ୍ତି। କିଏ ସୋସିଆଲ ମିଡିଆରେ ନିଜ ଉପସ୍ଥିତି ଜାହିର କରୁଛି ତ, ଆଉ କିଏ ନିଜ ଦଳବଳ ନେଇ ମଇଦାନରେ ଲଢେଇ ପାଇଁ ଅଣ୍ଟା ଭିଡ଼ୁଛି। ସେପଟେ ଆଉକିଛି ଛାତ୍ରନେତା ଗୋଟିଏ ସଙ୍ଗଠନରୁ ଆଉ ଗୋଟିଏ ସଙ୍ଗଠନକୁ ଡିଆଁ ମାରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି।
ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଯୁକ୍ତ ୨ କଲେଜରେ ନିର୍ବାଚନ ନ ହେବାକୁ ନିଷ୍ପତ୍ତି ହୋଇଛି। ଯୁକ୍ତ ୩ କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ନିର୍ବାଚନ ହେବାକୁ ଥିବାରୁ ବିଶେଷକରି ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କୁ ଆକୃଷ୍ଟ କରିବାକୁ ଆଶାୟୀ ପ୍ରାର୍ଥୀମାନେ ପ୍ରଚେଷ୍ଟା କରୁଛନ୍ତି। ଗତବର୍ଷପରି ଏବର୍ଷ ମଧ୍ୟ ଭୁବନେଶ୍ୱରର ବିଭିନ୍ନ କ୍ୟାମ୍ପସରେ ଛାତ୍ର ବିଜେଡି ଓ ଏବିଭିପି ମଧ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ହେବାର ସମ୍ଭାବନା ରହିଛି। ଗତବର୍ଷ ଅଧିକାଂଶ କ୍ୟାମ୍ପସରେ ପ୍ରାର୍ଥୀ ଦେଇ ପାରି ନ ଥିବା ଛାତ୍ର କଂଗ୍ରେସ ଏଥର ମଧ୍ୟ ପୂର୍ବବର୍ଷର ସ୍ଥିତି ଦୋହରାଇବ ବୋଲି ଏବେକାର ସ୍ଥିତିରୁ ଜଣାପଡୁଛି। ସଙ୍ଗଠନର କୌଣସି ଜଣେ ଛାତ୍ର ନେତା ଏପର୍ଯ୍ୟନ୍ତ ଆଗକୁ ଆସିନାହାନ୍ତି। ୨୦୧୬ଠାରୁ ହାତଗଣତି କିଛି କ୍ୟାମ୍ପସକୁ ଛାଡ଼ିଦେଲେ ଅଧିକାଂଶ ସ୍ଥାନରେ ପ୍ରାର୍ଥୀ ଦେଇପାରୁନି ସଙ୍ଗଠନ। କେବଳ ଏତିକି ନୁହେଁ, ଦୁଇବର୍ଷ ହେଲା ସଙ୍ଗଠନର ରାଜ୍ୟ ସଭାପତି ମଧ୍ୟ ନାହାନ୍ତି। ତେଣୁ ଛାତ୍ରୀଛାତ୍ରଙ୍କ ସମସ୍ୟା ନେଇ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଉଛି ନା ବିଭିନ୍ନ କ୍ୟାମ୍ପସରେ ନିଜର ପ୍ରଭାବୀ ପ୍ରଦର୍ଶନ କରିପାରୁଛି।
ଅନ୍ୟପକ୍ଷରେ ଦୁର୍ବଳ ଥିବା କ୍ୟାମ୍ପସରେ ଏବେଠାରୁ ନିଜ ଘର ସଜାଡ଼ିବା ଆରମ୍ଭ କରିଛି ଛାତ୍ର ବିଜେଡି। ୨୦୧୭ରେ ଭୁବନେଶ୍ୱରର ପ୍ରମୁଖ କ୍ୟାମ୍ପସରେ ଛାତ୍ର ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ବିରୋଧରେ ପ୍ରାର୍ଥୀ ଦେଇଥିବା କେତେଜଣ ଛାତ୍ରନେତା ଏଥର ଛାତ୍ର ବିଜେଡିକୁ ଫେରିଛନ୍ତି। ଗତବର୍ଷ ଶେଷ ମୁହୂର୍ତ୍ତରେ ନିର୍ବାଚନ ବାତିଲ ହେବାରୁ ସଙ୍ଗଠନଗୁଡ଼ିକ ନିଜ ଉପସ୍ଥିତି ଜାହିର କରିପାରି ନ ଥିଲେ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଗତବର୍ଷ ଯେଉଁମାନେ ପ୍ରାର୍ଥୀ ହୋଇ ନିରାଶ ହୋଇଥିଲେ ସେମାନେ ଏଥର ପୁଣିଥରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଆଶା ରଖିଛନ୍ତି। ଏପଟେ ବିଜେବି ସ୍ବୟଂଶାସିତ କଲେଜରେ ଛାତ୍ର ବିଜେଡି ଏଥର ପୁଣିଥରେ ସଂଗଠନ ମଜବୁତ କରୁଥିବା ଜଣାପଡ଼ିଛି। ଏଥିପାଇଁ ବରିଷ୍ଠ ନେତାମାନଙ୍କୁ ନେଇ ମାନସମନ୍ଥନ ଆରମ୍ଭ ହୋଇଛି। କେଉଁମାନେ ପ୍ରାର୍ଥୀ ହେବେ ତାହା ଏକପ୍ରକାର ସ୍ଥିର ହୋଇସାରିଛି। ଉତ୍କଳ ବିଶ୍ୱବିଦ୍ୟାଳୟରେ ଏଥର ନିର୍ବାଚନ ହେବ କି ନାହିଁ ସେନେଇ ସ୍ପଷ୍ଟ ଜଣାପଡି ନ ଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ଉପରେ ସବୁକିଛି ନିର୍ଭର କରୁଛି। ଗଣ୍ଡଗୋଳ ଯୋଗୁ ଗତ ଦୁଇବର୍ଷ ହେଲା ଏଠାରେ ନିର୍ବାଚନ ହୋଇପାରୁନାହିଁ। ତେଣୁ ରାଜ୍ୟର ଏହି ପ୍ରମୁଖ ବିଶ୍ୱବିଦ୍ୟାଳୟରେ ଏଥର ନିର୍ବାଚନ ହେବ କି ନାହିଁ ତାହା ଉପରେ ସମସ୍ତଙ୍କର ନଜର ରହିଛି।
ସେହିଭଳି ବିଗତ ଦୁଇବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନରେ ବେଶ୍‌ ସକ୍ରିୟ ରହୁଥିବା ଏବିଭିପି ଏଥର ମଧ୍ୟ ଆଗୁଆ ପ୍ରସ୍ତୁତି ଚଳାଇଛି। ବାରିପଦାରେ ସଙ୍ଗଠନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ନିର୍ବାଚନ ପୂର୍ବରୁ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ପ୍ରାର୍ଥୀ ତାଲିକା ଏକପ୍ରକାର ଚୂଡାନ୍ତ ହୋଇସାରିଥିବା ବେଳେ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ମଧ୍ୟ ସଙ୍ଗଠନ ସଜବାଜ ହେଲାଣି। ତେବେ ୨୦୧୮ରେ ହିଂସା ଓ ଉତ୍ତେଜନା ଯୋଗୁ ଅଧିକାଂଶ କ୍ୟାମ୍ପସରେ ନିର୍ବାଚନ ବାତିଲ ହୋଇଥିବାରୁ ଏଥର ବି ସମାନ ସ୍ଥିତି ଉପୁଜିବାର ଆଶଙ୍କା ରହିଛି। ସବୁପରେ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଉପରେ ଏବେ ସବୁ ଛାତ୍ର ସଙ୍ଗଠନର ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା

ଭୁବନେଶ୍ୱର,୨୯।୪(ସୂର୍ଯ୍ୟକାନ୍ତ ବେହେରା): ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତକାଣ୍ଡ। ଚେକିଂ ବେଳେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଲେ। ରାଜଧାନୀ ଭୁବନେଶ୍ୱରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri