Posted inଖେଳ

ଆଶେସ ତୃତୀୟ ଟେଷ୍ଟ: ସ୍ମିଥ୍‌ଙ୍କ ଅନୁପସ୍ଥିତିରୁ ଫାଇଦା ଉଠାଇବ ଇଂଲଣ୍ଡ

ଲିଡ୍ସ,୨୨।୮(ଏଏଫ୍‌ପି)- ଇଂଲଣ୍ଡ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଆଶେସର ତୃତୀୟ ଟେଷ୍ଟ ଗୁରୁବାରଠାରୁ ଆରମ୍ଭ ହେବ। ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ୨୫୧ ରନରେ ବିଜୟୀ ହୋଇଥିଲା। ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟେଷ୍ଟ ଅମୀମାଂସିତ ରହିବାରୁ ଅଷ୍ଟ୍ରେଲିଆ ଏହି ୫ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଫଳରେ ଲିଡ୍ସର ହେଡିଂଲି ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଅଷ୍ଟ୍ରେଲିଆ ଅପେକ୍ଷା ଇଂଲଣ୍ଡ ପାଇଁ ଅଧିକ ଗୁରୁତ୍ୱ ବହନ କରୁଛି। ଲଡର୍‌ସରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ବଲ୍‌ରେ ଅଭିଜ୍ଞ ଷ୍ଟିଭ୍‌ ସ୍ମିଥ୍‌ ଆହତ ହୋଇଥିଲେ। ଘଣ୍ଟା ପ୍ରତି ୯୨ ମାଇଲ ବେଗରେ ଆସି ବଲ୍‌ ତାଙ୍କ ବେକରେ ବାଜିଥିଲା। ଫଳରେ ସେ ତୃତୀୟ ଟେଷ୍ଟରୁ ବାଦ୍‌ ପଡିଛନ୍ତି। ସ୍ମିଥ୍‌ଙ୍କ ଅନୁପସ୍ଥିତି ଅଷ୍ଟ୍ରେଲିଆ ପାଇଁ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ସ୍ମିଥ୍‌ ପ୍ରଥମ ଟେଷ୍ଟରେ ଉଭୟ ଇନିଂସରେ ୧୪୪ ଓ ୧୪୨ ରନର ଶତକୀୟ ପାଳି ଖେଳି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେ ମଧ୍ୟ ଦ୍ୱିତୀୟ ଟେଷ୍ଟରେ ୯୨ ରନର ଲଢ଼ୁଆ ପାଳି ଖେଳିଥିଲେ।
ଅଷ୍ଟ୍ରେଲିଆ ଦଳରେ ପ୍ୟାଟ୍‌ କୁମିନ୍ସ, ଜୋଶ ହାଜେଲଉଡ୍‌ ଓ ମିଚେଲ ଷ୍ଟାର୍କଙ୍କ ଭଳି ତାରକା ଦ୍ରୁତ ବୋଲର ରହିଛନ୍ତି। ଇଂଲଣ୍ଡ ମାଟିରେ ଅଷ୍ଟ୍ରେଲିଆ ୧୮ ବର୍ଷ ପରେ ଆଶେସ ବିଜୟୀ ହେବ ବୋଲି କୋଚ୍‌ ଜଷ୍ଟିନ ଲାଙ୍ଗର କହିଛନ୍ତି। ଇଂଲଣ୍ଡକୁ ହରାଇବାକୁ ଆମେ ରଣନୀତି ପ୍ରସ୍ତୁତ କରିଛୁ। ମ୍ୟାଚ୍‌ ଜିତିବା ପାଇଁ ଆମେ ଏଠାରେ ଆସି ପହଞ୍ଚିଛୁ ବୋଲି ସେ କହିଛନ୍ତି।
ଆହତ ହୋଇଥିବା ଅଭିଜ୍ଞ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କ ବିନା ଇଂଲଣ୍ଡ ପଡିଆକୁ ଓହ୍ଲାଇବ। ସ୍ମିଥ୍‌ ଓ ଇଂଲଣ୍ଡ ଓପନର ରୋରି ବନର୍‌ସଙ୍କୁ ବାଦ୍‌ ଦେଲେ ଦୁଇ ଦଳର ଟପ୍‌ ଅର୍ଡର କ୍ୱାଲିଟି ଫାଷ୍ଟ ବୋଲିଂକୁ ସାମ୍ନା କରିବାରେ ସମସ୍ୟାର ସମ୍ମୁଖୀନ ହେବା ଦେଖାଯାଇଛି। ବିଶ୍ୱକପ୍‌ ହିରୋ ଇଂଲଣ୍ଡ ଓପନର ଜାସନ ରୟ ଏହି ସିରିଜ୍‌ରେ ୪ଟି ଇନିଂସରେ ମାତ୍ର ୧୦ ରନ ହାରରେ ରନ୍‌ ସଂଗ୍ରହ କରିଛନ୍ତି। ଇଂଲଣ୍ଡ ବ୍ୟାଟିଂ କ୍ରମରେ ଅଦଳବଦଳ କରାଯିବ ବୋଲି କୋଚ୍‌ ଟ୍ରେଭର ବେଲିସ୍‌ କହିଛନ୍ତି। ସ୍ମିଥ୍‌ଙ୍କ ଅନୁପସ୍ଥିତିରୁ ଇଂଲଣ୍ଡ ଫାଇଦା ଉଠାଇବାକୁ ପ୍ରୟାସ କରିବ। ସ୍ମିଥ୍‌ ପ୍ରଥମ ମ୍ୟାଚରେ ଦୁଇଟି ଶତକ ହାସଲ କରି ଇଂଲଣ୍ଡ ବୋଲରଙ୍କୁ ନିରାଶ କରିଥିଲେ। ସେହିପରି ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଇଂଲଣ୍ଡର ଯୋଜନାକୁ ପଣ୍ଡ କରିଥିଲେ। ଜୋଫ୍ରା ଆର୍ଚର ପୁଣି ଇଂଲଣ୍ଡ ପାଇଁ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହେବେ। ସେହିପରି ଲଡର୍‌ସରେ ଅପରାଜିତ ଶତକ ହାସଲ କରିଥିବା ବେନ୍‌ ଷ୍ଟୋକ୍ସ ମଧ୍ୟ ଏହି ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ କରିବା ଆଶା କରାଯାଉଛି। ବିଶ୍ୱକପ୍‌ ବିଜୟୀ ଇଂଲଣ୍ଡ ଦଳ ଏହି ମ୍ୟାଚ୍‌ ଜିତି ସିରିଜକୁ ୧-୧ ସମାନ ସ୍ତରକୁ ଆଣିବାକୁ ଚେଷ୍ଟ କରିବ। ସେହିପରି ବିଜୟୀ ହେବା ସହ ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ ହେବାକୁ ପ୍ରୟାସ କରିବ। ଫଳରେ ଏହି ମ୍ୟାଚ୍‌ ବେଶ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri