ପ୍ରାକୃତିକ କୃଷି

ନିକଟରେ ବିଶ୍ୱସ୍ତରୀୟ ପ୍ରମୁଖ ପତ୍ରିକା ‘ଇକୋନୋମିଷ୍ଟ’ରେ ‘ବିଶ୍ବର ପରବର୍ତ୍ତୀ ଖାଦ୍ୟ ମହାଶକ୍ତି’ ଶୀର୍ଷକରେ ପ୍ରକାଶିତ ଏକ ଲେଖାରେ ଭାରତୀୟ କୃଷି କ୍ଷେତ୍ରର ସମ୍ଭାବନା ଉପରେ ଆଲୋକପାତ କରାଯାଇଛି। ବିଶ୍ୱ ଖାଦ୍ୟ ମହାଶକ୍ତିର ମାନ୍ୟତା ପାଇବାକୁ ହେଲେ ଅଧିକ ଅମଳକ୍ଷମ ଫସଲ ଉପରେ ଗୁରୁତ୍ୱ ଦେବା ନିହାତି ଆବଶ୍ୟକ। କେନ୍ଦ୍ର ବଜେଟ ଭାଷଣରେ ଅର୍ଥମନ୍ତ୍ରୀ ଭାରତରେ ଉତ୍ପାଦକତା ବୃଦ୍ଧି ପାଇଁ ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱ ଦେଇଥିଲେ। ନ୍ୟାଶନାଲ ମିଶନ ଅନ ନାଚୁରାଲ ଫାର୍ମିଂ (ଏନ୍‌ଏମ୍‌ଏନ୍‌ଏଫ୍‌)ର ଅଂଶ ସ୍ବରୂପ ପ୍ରାକୃତିକ ଚାଷ ବା ରାସାୟନିକ ମୁକ୍ତ ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରିବାକୁ ସରକାର ଯୋଜନା କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ପ୍ରାକୃତିକ ଚାଷର ଉପକାରିତା ବିଷୟରେ କୃଷକମାନଙ୍କୁ ଶିକ୍ଷିତ କରିବା, ଯାହାଫଳରେ ସେମାନେ ଏହାକୁ ସ୍ବେଚ୍ଛାକୃତ ଭାବେ ଗ୍ରହଣ କରିବେ। କେମିକାଲ ଆଧାରିତ ଚାଷରୁ ପ୍ରାକୃତିକ ଚାଷ ଆଡ଼େ ମୁହଁାଇବା ପାଇଁ ଚାଷୀଙ୍କୁ ଗ୍ରହଣୀୟ ଆଚରଣଗତ ପରିବର୍ତ୍ତନର ଆବଶ୍ୟକତା ରହିଛି।
ପ୍ରାକୃତିକ କୃଷିରେ ରାସାୟନିକ ଓ କୀଟନାଶକ ପ୍ରୟୋଗ ହୁଏ ନାହିଁ। ଏହା ପାରମ୍ପରିକ ସ୍ବଦେଶୀ ପଦ୍ଧତିକୁ ପ୍ରୋତ୍ସାହନ ଦେଉଛି, ଯାହା ମୁଖ୍ୟତଃ ବାୟୋମାସ ରିସାଇକ୍ଲିଂ, ଗୋବରର ବ୍ୟବହାର, ଜୈବିକ ଉପାୟରେ କୀଟପତଙ୍ଗ ନିୟନ୍ତ୍ରଣ କରିବା ସହ ସିନ୍ଥେଟିକ କେମିକାଲ ଇନ୍‌ପୁଟକୁ ବାଦ୍‌ ଦେବା ଉପରେ ଆଧାରିତ। ନ୍ୟୁଟ୍ରିଣ୍ଟ ସାଇକ୍ଲିଂରେ ଉନ୍ନତି ଆଣି ମାଟିରେ ଜୈବିକ ପଦାର୍ଥ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରାକୃତିକ କୃଷିକୁ ସମର୍ଥନ କରିବାର ଉଦ୍ଦେଶ୍ୟ ହେଉଛି ଏହା କୃଷକମାନଙ୍କର ଆୟ ବୃଦ୍ଧି କରିବାର କ୍ଷମତା ରଖିଥାଏ। ଏହା ସହିତ ମାଟିର ଉର୍ବରତାକୁ ପୁନଃ ସ୍ଥାପନ କରିବା ଏବଂ ପରିବେଶର ସ୍ବାସ୍ଥ୍ୟକୁ ବଜାୟ ରଖିବା ଭଳି ଅନେକ ଲାଭ ଦେଇଥାଏ। କିନ୍ତୁ ଏହାକୁ ଦୀର୍ଘମିଆଦୀ ଭାବେ କୃଷକମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ‘ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟାର’ ଅଂଶବିଶେଷ ହେବା ଆବଶ୍ୟକ।
ରାସାୟନିକ କୃଷିରୁ ପ୍ରାକୃତିକ କୃଷିକୁ ପରିବର୍ତ୍ତନ କରିବା ପୂର୍ବରୁ ଏହାର ପୁଙ୍ଖାନୁପୁଙ୍ଖ ମୂଲ୍ୟାୟନ ଏବଂ ଅନୁଧ୍ୟାନ କରାଯିବା ଆବଶ୍ୟକ। କିଛି ବର୍ଷ ତଳେ ଶ୍ରୀଲଙ୍କା ଆର୍ଥିକ ସଙ୍କଟ ଦେଇ ଗତି କରିଥିଲା, ଯେତେବେଳେ ସେମାନେ ପ୍ରାକୃତିକ ଚାଷ କରିବାକୁ ନିଷ୍ପତ୍ତି ନେଇଥିଲେ। ସରକାର ସାର ଓ କେମିକାଲ ଆମଦାନୀ ଉପରେ କଟକଣା ଜାରି କରିଥିଲେ। ପ୍ରାକୃତିକ କୃଷି ପାଇଁ କୃଷକମାନେ ପ୍ରାକୃତିକ ସାର ପାଇପାରିନଥିଲେ। ଫଳରେ ଧାନ ଉତ୍ପାଦନରେ ଯଥେଷ୍ଟ ହ୍ରାସ ଘଟିଥିଲା ଏବଂ ଶ୍ରୀଲଙ୍କାର ଖାଦ୍ୟ ସୁରକ୍ଷାକୁ ବିପଦରେ ପକାଇଲା। ଖାଦ୍ୟ ସାମଗ୍ରୀର ବୃଦ୍ଧି, ମୁଦ୍ରାସ୍ଫୀତି ଇତ୍ୟାଦି ଶ୍ରୀଲଙ୍କାରେ ଏକ ଆର୍ଥିକ ବିଶୃଙ୍ଖଳା ସୃଷ୍ଟି କରିଥିଲା, ଯାହା ଶେଷରେ ସରକାରର ପତନର କାରଣ ହେଲା। ଭାରତରେ ବ୍ୟାପକ ପ୍ରାକୃତିକ କୃଷିକୁ କାର୍ଯ୍ୟକାରୀ କରିବା ପାଇଁ ଅନେକ ପ୍ରତିବନ୍ଧକ ରହିଛି। ତଥାପି ରାସାୟନିକ ଚାଷରୁ ପ୍ରାକୃତିକ ଚାଷକୁ ପରିବର୍ତ୍ତନ କରିବା ନେଇ ବିଶେଷଜ୍ଞଙ୍କ ନିକଟରେ ଉପାୟ ରହିଛି। ପ୍ରାକୃତିକ କୃଷି ଉପରେ ପ୍ରୟୋଗ ଏକ ଦୀର୍ଘ ପ୍ରକ୍ରିୟା ହେବା ଉଚିତ। ଏହାକୁ ଦେଶବ୍ୟାପୀ ପ୍ରଚଳନ କରିବା ପୂର୍ବରୁ ତରବରିଆ ଭାବେ ପ୍ରୟୋଗ କରାଯିବା ଉଚିତ ନୁହେଁ। ବୈଜ୍ଞାନିକମାନେ ବିଭିନ୍ନ ପ୍ରକାରର ମୃତ୍ତିକାର ଅଧ୍ୟୟନ କରିବା ଆବଶ୍ୟକ। ଅତୀତରେ ଏକାଧିକ ସଂସ୍ଥା ଭାରତରେ ପ୍ରାକୃତିକ କୃଷି ଉପରେ ଅଧ୍ୟୟନ କରିଛନ୍ତି। ସେମାନଙ୍କ ଅନୁସନ୍ଧାନ ବିପରୀତ ହୋଇଛି, ଯାହା ଦ୍ୱନ୍ଦ୍ୱ ସୃଷ୍ଟି କରୁଛି।
ଭାରତ ଭଳି ଜନବହୁଳ ଦେଶରେ ହଠାତ୍‌ ପ୍ରାକୃତିକ କୃଷିକୁ ଆପଣେଇବା ଏକ ସଫଳ ମଡେଲ ହୋଇ ନ ପାରେ। ପ୍ରଥମେ ସ୍ଥାନୀୟ ସ୍ତରରେ ଏହାକୁ ଗ୍ରହଣ କରିବାକୁ ପଡ଼ିବ। ଯଦି ଭାରତ ପ୍ରାକୃତିକ ଚାଷକୁ ଆପଣାଇବ, ତା’ହେଲେ ମାତ୍ର ଏକ ତୃତୀୟାଂଶ ଲୋକ ନିଜର ଖାଦ୍ୟ ଆବଶ୍ୟକତା ପୂରଣ କରିପାରିବେ। ଗହମ ଓ ଚାଉଳ ହେଉଛି ମୁଖ୍ୟ ଖାଦ୍ୟ। ପ୍ରାକୃତିକ କୃଷି ମାଧ୍ୟମରେ ଏଗୁଡ଼ିକର ଅମଳ କମ ହେବ। ପ୍ରଥମେ ପ୍ରାକୃତିକ ଚାଷ ମାଧ୍ୟମରେ ପରିପୂରକ ଖାଦ୍ୟଶସ୍ୟ ଉତ୍ପାଦନ କରାଯାଇପାରେ ଏବଂ ସେଗୁଡ଼ିକ ଅମଳକୁ ବିଶ୍ଳେଷଣ ଓ ଅନୁଶୀଳନ କରିବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ଆଞ୍ଚଳିକ ସ୍ତରରେ ପରୀକ୍ଷାମୂଳକ ଭାବେ ପ୍ରଥମେ ପଦକ୍ଷେପ ନିଆଯିବା ଆବଶ୍ୟକ। ପରେ ଏହାକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବା ଉଚିତ।

ସୌରଜିତ ପ୍ରଧାନୀ
ଚନ୍ଦ୍ରଶେଖରପୁର, ଭୁବନେଶ୍ୱର
ମୋ: ୯୯୬୭୧୦୨୨୬୪


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri