ଏଇ ଭାରତରେ

ନିଷ୍ଠା ଓ ଇଚ୍ଛାଶକ୍ତି ସଫଳତା ପାଇଁ ବାଟ କଢ଼ାଇ ନିଏ, ଯାହା ଘଟିଛି କେରଳର ଆର୍‌. ବିଶ୍ୱନଙ୍କ କ୍ଷେତ୍ରରେ। ପିଲାଦିନେ ଅସହାୟ ଜୀବନ କଟାଇବା ପରେ ସେ ଏବେ ମହୁଚାଷ କରି ବର୍ଷକୁ ୨୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ତାଙ୍କ ଫାର୍ମରେ ଏବେ ୬,୦୦୦ ମହୁବାକ୍ସ ଅଛି ଓ ସେଥିରୁ ବର୍ଷକୁ ୯୦-୧୧୦ ଟନ୍‌ ମହୁ ଉପତ୍ାଦନ ହେଉଛିି। ବିଶ୍ୱନଙ୍କ ଜନ୍ମ ଥିରୁଭାନନ୍ତପୁରମ ଜିଲା ନେୟାତିନ୍‌କାରା ଗାଁରେ। ଗାଁ ଲୋକ ଭାରି ଅନ୍ଧବିଶ୍ୱାସୀ । ସେ ପରିବାର ପାଇଁ ଅମଙ୍ଗଳ ବୋଲି କେତେଜଣ ଜ୍ୟୋତିଷ ତାଙ୍କ ମାତାପିତାଙ୍କୁ କହିବା ପରେ ବିଶ୍ୱନଙ୍କ ଜୀବନ ଅନ୍ଧକାର ହୋଇଯାଇଥିଲା। ତାଙ୍କୁ ପିଲାଙ୍କ ସହ ଖେଳିବାକୁ ଦିଆଯାଉ ନ ଥିଲା। ଏମିତିକି ତାଙ୍କ ପିତାଙ୍କ ବ୍ୟବସାୟରେ କ୍ଷତି ହେବାରୁ ପରିବାର ମାଳପୁରମ ଜିଲାର ନୀଳାମ୍ବୁରକୁ ଚାଲିଯାଇଥିଲେ। ହେଲେ ବିଶ୍ୱନଙ୍କୁ ରାସ୍ତାରେ ମାତ୍ର ୭ ବର୍ଷ ବୟସରେ ଛାଡ଼ି ଚାଲିଯାଇଥିଲେ। ବିଶ୍ୱନ ଦିନରେ ରାସ୍ତାକଡ଼ରେ ଓ ରାତିରେ ଫସଲ ଜଗିବା ଲାଗି ତିଆରି ହୋଇଥିବା ଟ୍ରି ହାଉସରେ ରହୁଥିଲେ। ଏପରିକି ତାଙ୍କୁ ଖାଦ୍ୟ ଚୋରି କରିବାକୁ ପଡ଼ିଥିଲା ଓ ଧରାପଡ଼ିବା ପରେ ଦୋକାନୀ ମାଲିକ ବିଶ୍ୱନଙ୍କୁ ଗାଈଚରା କାମରେ ଲଗାଇଥିଲେ। ଏହା ଥିଲା ୧୯୭୦ ଦଶକର ଘଟଣା। ଗାଈ ଜଗିବା ସମୟରେ ସେ ମହୁମାଛିମାନଙ୍କୁ ଦେଖିବା ପରେ ଚାଷ କରିବାକୁ ମନ ବଳାଇଥିଲେ। ପରେ ସେ ଗାଈଜଗା କାମ ଛାଡ଼ି ପ୍ରଥମେ ବଜାରରୁ ଗୋଟିଏ ମହୁ ବାକ୍ସ କିଣି ମହୁମାଛି ପାଳନ କରିଥିଲେ। ସେ ସମୟରେ ତାଙ୍କ ବୟସ ଥିଲା ୧୩।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri