Posted inଜାତୀୟ

କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ଘରୋଇ କମ୍ପାନୀ ନିଯୁକ୍ତିରେ ୭୫% ସଂରକ୍ଷଣ

ବେଙ୍ଗାଲୁରୁ,୧୭ା୭:କର୍ନାଟକରେ ଘରୋଇ କମ୍ପାନୀ ଚାକିରିରେ ସ୍ଥାନୀୟ ଯୁବତୀଯୁବକମାନଙ୍କୁ ସଂରକ୍ଷଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ମ୍ୟାନେଜ୍‌ମେଣ୍ଟ ଚାକିରିରେ ସ୍ଥାନୀୟ ପ୍ରାର୍ଥୀମାନଙ୍କ ପାଇଁ ୫୦ ପ୍ରତିଶତ ଏବଂ ଅଣପରିଚାଳନାଗତ ନିଯୁକ୍ତିରେ ୭୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ଘରୋଇ ସଂସ୍ଥାର ଗ୍ରୁପ୍‌ ସି ଏବଂ ଗ୍ରୁପ୍‌ ଡି ପଦବୀଗୁଡ଼ିକରେ ସ୍ଥାନୀୟ ପ୍ରାର୍ଥୀମାନଙ୍କ ନିମନ୍ତେ ୧୦୦ ପ୍ରତିଶତ ସଂରକ୍ଷଣ ରଖାଯିବ ବୋଲି ଖବର ପ୍ରକାଶ ପାଇଥିଲା। ସୋମବାର ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଘୋଷଣା କରିଥିଲେ। ତେବେ ଏହାକୁ ନେଇ ବିବାଦ ଦେଖାଦେବା ପରେ ସେ ସୋସିଆଲ ମିଡିଆରୁ ଉକ୍ତ ପୋଷ୍ଟକୁ ହଟାଇଦେଇଛନ୍ତି।
କର୍ନାଟକର ସମସ୍ତ ଘରୋଇ ଶିଳ୍ପସଂସ୍ଥାରେ ଥିବା ଗ୍ରୁପ୍‌ ସି ଏବଂ ଡି ପଦବୀଗୁଡ଼ିକରେ ୧୦୦ ପ୍ରତିଶତ କାନାଡିଗାଙ୍କୁ ନିଯୁକ୍ତି ଦେବା ବାଧ୍ୟତାମୂଳକ। ରାଜ୍ୟ କ୍ୟାବିନେଟ୍‌ ଉକ୍ତ ପ୍ରସ୍ତାବକୁ ଅନୁମୋଦନ କରିଛି। କାନାଡିଗାମାନଙ୍କ କଲ୍ୟାଣ ଦେଖିବା ଆମ ସରକାରଙ୍କର ପ୍ରାଥମିକତା ବୋଲି ସିଦ୍ଦାରାମାୟା ଏକ୍ସ’ରେ ପୋଷ୍ଟ କରିଥିଲେ। ପରେ ସେ ଏହାକୁ ଡିଲିଟ୍‌ କରିଦେଇଛନ୍ତି। ଶିଳ୍ପସଂସ୍ଥା ଏବଂ ବିଶେଷଜ୍ଞମାନଙ୍କ ସମାଲୋଚନା ପରେ ମୁଖ୍ୟମନ୍ତ୍ରୀ ଏକ ସଂଶୋଧିତ ବାର୍ତ୍ତା ପୋଷ୍ଟ କରିଛନ୍ତି। ଏଥିରେ ଲେଖାଯାଇଛି, ରାଜ୍ୟର ଘରୋଇ ଶିଳ୍ପ ଓ ଅନ୍ୟାନ୍ୟ ସଂସ୍ଥାର ପ୍ରଶାସନିକ ପଦବୀରେ ନିଯୁକ୍ତି ଲାଗି ୫୦% ଏବଂ ଅଣପ୍ରଶାସନିକ ପଦବୀରେ ନିଯୁକ୍ତି ନିମନ୍ତେ ୭୫ ପ୍ରତିଶତ ସ୍ଥାନ ସଂରକ୍ଷଣ ବିଲ୍‌କୁ ସୋମବାର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

PEOଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ହାଟଡିହୀ/ବଞ୍ଚୋ,୩୦।୧୨(ଶୁଭକାନ୍ତ ନାୟକ/ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବଞ୍ଚୋ ପିଇଓ ଜିତେନ୍ଦ୍ର ଜେନାଙ୍କ ବସନ୍ତିଆସ୍ଥିତ ଘର ଓ ପତ୍ନୀଙ୍କ ନାମରେ ଥିବା...

ବଡ଼ ଭବିଷ୍ୟବାଣୀ କଲେ ଶାହା: ‘୨୦୨୬ରେ ପଶ୍ଚିମବଙ୍ଗରେ ବିପୁଳ ବହୁମତ ସହିତ ସରକାର ଗଢିବ ଭାଜପା’

ନୂଆଦିଲ୍ଲୀ,୩୦।୧୨: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କୋଲକାତାରେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଏହି ସମୟରେସେ କହିଛନ୍ତି ଯେ ଏହି ଦିନଟି ସମସ୍ତ ଭାରତୀୟଙ୍କ...

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ପେଟ୍ରୋଲ ପମ୍ପ ସ୍ଥାନରେ ଧାନ ଚାଷ: ସାଟେଲାଇଟ ସର୍ଭେରେ ଧରାପଡିଲା ଗୁମର

ଛତ୍ରପୁର,୩୦।୧୨(ଦିଲ୍ଲୀପ ସାମଲ): ପେଟ୍ରୋଲ ପମ୍ପ ଅଛି, କିନ୍ତୁ ଧାନ ଚାଷ ହୋଇଥିବା ନେଇ ଚାଷୀ କରିଛି ପଞ୍ଜିକରଣ। ଶେଷରେ ରାଜ୍ୟ ସରକାରଙ୍କ ଓଡିଶା ରାଜ୍ୟ କମ୍ପ୍ୟୁଟର...

ବ୍ୟାଗରେ ଆଣୁଥିଲେ ୪ କୋଟିର ଗଞ୍ଜେଇ, ଭୁବନେଶ୍ବର ବିମାନ ବନ୍ଦରରେ ଜବତ କଲା କଷ୍ଟମ୍ ବିଭାଗ

ଭୁବନେଶ୍ବର,୩୦।୧୨:  ଭୁବନେଶ୍ବରରୁ ବିମାନ ବନ୍ଦରରୁ ଜବତ ହେଲା ଗଞ୍ଜେଇ । ୪ କୋଟିର ଗଞ୍ଜେଇ ଜବତ । ଜଣେ ଯାତ୍ରୀଙ୍କ ବ୍ୟାଗରୁ ଏହି ଗଞ୍ଜେଇ ଜବତ...

ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଖାଲେଦା ଜିଆ କରିଥିଲେ ନାମାଙ୍କନ, ଏବେ ଆଲୋଚନା ପୁଅଙ୍କୁ ମିଳିବକି ସହାନୁଭୁତି? ଜାଣନ୍ତୁ ବାଂଲାଦେଶ ରାଜନୀତିର…

ଢାକା,୩୦।୧୨: ଆସନ୍ତା ବର୍ଷ ଫେବୃଆରୀରେ ବାଂଲାଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ମୃତ୍ୟୁକୁ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)...

ଯୁବବର୍ଗଙ୍କୁ ନୂଆବର୍ଷର ଉପହାର ଦେଲେ ସରକାର: ମିଳିବ ୧୫ ହଜାର ଟଙ୍କା, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୩୦।୧୨: ନୂଆବର୍ଷ ପୂର୍ବରୁ ସରକାର ଯୁବପିଢ଼ିଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ X ରେ ଟୁଇଟ୍‌ କରିଛି, ଯେଉଁଥିରେ...

ବୈତରଣୀ ନଦୀ ପାର୍‌ ହୋଇଆସିଲା ହାତୀ: ଲୋକେ ଭୟଭୀତ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ହାତୀଟି ବ୍ଲକ ଅଧୀନ ବିଭିନ୍ନ ଗାଁ ଏବଂ ଛକ ବଜାରରେ ବୁଲୁଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri