Posted inଖେଳ

ଓ୍ବିମ୍ବେଲଡନ୍‌ ଗ୍ରାଣ୍ଡସ୍ଲାମ: ଅଲକାରାଜଙ୍କୁ ଦ୍ୱିତୀୟ ଟାଇଟଲ

ଲଣ୍ଡନ,୧୫ା୭(ପି.ଟି.): ସର୍ବପୁରାତନ ଟେନିସ୍‌ ଗ୍ରାଣ୍ଡସ୍ଲାମ ଓ୍ବିମ୍ବେଲଡନ୍‌ର ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ବିଜୟୀ ହୋଇଛନ୍ତି ସ୍ପେନ୍‌ର କାର୍ଲୋସ୍‌ ଅଲକାରାଜ। ଡିଫେଣ୍ଡିଂ ଚାମ୍ପିୟନ ଅଲକାରାଜ ଫାଇନାଲରେ ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ଙ୍କୁ ୬-୨, ୬-୨ ଓ ୭-୬(୭/୪)ରେ ପରାସ୍ତ କରିଥିଲେ। ଏହା ସହ କ୍ୟାରିୟରର ଚତୁର୍ଥ ଗ୍ରାଣ୍ଡସ୍ଲାମ ଟ୍ରଫି ଜିତିବାରେ ସମର୍ଥ ହୋଇଛନ୍ତି ଅଲକାରାଜ। ପ୍ରଥମ ଦୁଇ ସେଟ୍‌ରେ ଅଲକାରାଜ ଚମତ୍କାର ପ୍ରଦର୍ଶନ କରିଥିଲେ। ତାଙ୍କର ଦ୍ରୁତ ସର୍ଭିସର କୌଣସି ଉତ୍ତର ଜୋକୋଭିଚ୍‌ଙ୍କ ନିକଟରେ ନ ଥିଲା। ତୃତୀୟ ସେଟ୍‌ରେ ଉଭୟ ଖେଳାଳି ପରସ୍ପରକୁ ଛାଡି ନ ଥିବା ବେଳେ ମ୍ୟାଚ୍‌ ଟାଇବ୍ରେକରକୁ ଯାଇଥିଲା। ଏହାକୁ ୭-୪ରେ ଜିତିବା ସହ କ୍ୟାରିୟରର ଦ୍ୱିତୀୟ ତଥା ଓଭରଅଲ ଚତୁର୍ଥ ଗ୍ରାଣ୍ଡସ୍ଲାମ ଜିତିଥିଲେ ଅଲକାରାଜ।

ସିନିଆକୋଭା-ଟାଉନସେଣ୍ଡଙ୍କୁ ମହିଳା ଡବଲ୍ସ ଟାଇଟଲ
ମହିଳା ଡବଲ୍ସ ଟାଇଟଲ ବିଜୟୀ ହୋଇଛନ୍ତି ଚେକ୍‌ ରିପବ୍ଲିକ୍‌ର କାଟେରିନା ସିନିଆକୋଭା ଓ ଆମେରିକାର ଟେଲର ଟାଉନସେଣ୍ଡ। ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା କାନାଡାର ଗାବ୍ରିଏଲା ଡାବ୍ରୋସ୍କି ଓ ନ୍ୟୁଜିଲାଣ୍ଡର ଏରିନ୍‌ ରୁଟଲିଫେଙ୍କୁ ୭-୬(୭/୫) ଓ ୭-୬(୭/୧) ସେଟ୍‌ରେ ପରାସ୍ତ କରିଥିଲେ ସିନିଆକୋଭା-ଟାଉନସେଣ୍ଡ। ଫାଇନାଲ ମ୍ୟାଚ୍‌ଟି ବେଶ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା। ସିନିଆକୋଭା-ଟାଉନସେଣ୍ଡ ସିଧାସଳଖ ସେଟ୍‌ରେ ଫାଇନାଲ ଜିତିଥିଲେ ମଧ୍ୟ ଉଭୟ ସେଟ୍‌ ଟାଇବ୍ରେକରରେ ଫଇସଲା ହୋଇଥିଲା। ପ୍ରଥମ ସେଟ୍‌ଟି ୬-୬ରେ ଥିବାବେଳେ ୭-୫ ଟାଇବ୍ରେକରରେ ଏହାର ଫଳାଫଳ ମିଳିଥିଲା। ଅନ୍ୟ ପକ୍ଷରେ ଦ୍ୱିତୀୟ ସେଟ ଟାଇବ୍ରେକରକୁ ସମ୍ପୂର୍ଣ୍ଣ ଏକପାଖିଆ ଜିତି ନେଇଥିଲେ ସିନିଆକୋଭା-ଟାଉନସେଣ୍ଡ।

ହେଲିଓଭେରା-ପାଟ୍ଟେନ ଚାମ୍ପିୟନ
ପୁରୁଷ ଡବଲ୍ସ ଫାଇନାଲରେ ଅଣସିଡେଡ୍‌ ହ୍ୟାରୀ ହେଲିଓଭେରା ଓ ହେନରୀ ପାଟ୍ଟେନଙ୍କ ଯୋଡି ବିଶ୍ୱ ମାନ୍ୟତାର ୧୫ ତମ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ମାକ୍ସ ପର୍ସେଲ ଓ ଜୋର୍ଡାନ୍‌ ଥମ୍ପସନଙ୍କୁ ୬-୭(୭/୯), ୭-୬(୧୦/୮), ୭-୬(୧୧/୯) ହରାଇଥିଲେ। ପର୍ସେଲ ଓ ଥମ୍ପସନ ପ୍ରଥମ ସେଟ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ହେଲିଓଭେରା-ପାଟ୍ଟେନ ପରବର୍ତ୍ତୀ ୨ ସେଟ୍‌ରେ ବିଜୟୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri