Posted inବରଗଡ଼

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ ଧାନ, ଅଣଧାନ(ପରିବା) ଫସଲ ଏଥିରେ ଉଜୁଡ଼ି ଯାଇଛି। ଅନ୍ୟପଟେ ପ୍ରଶାସନ ପକ୍ଷରୁ ଚିରାଚରିତ ଢ଼ଙ୍ଗରେ ଫସଲକ୍ଷତିର ଆକଳନ ଆରମ୍ଭ ହୋଇଛି। କୃଷି ବିଭାଗର ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଜିଲାରେ ସମୁଦାୟ ୨୮୦୦ ହେକ୍ଟର ଫସଲ ଝଡ଼ବର୍ଷା, କରାମାଡ଼ରେ ପ୍ରଭାବିତ ହୋଇଥିବା ଦର୍ଶାଇଛି। ଏହା ରାଜ୍ୟ ସରକାରଙ୍କ କୃଷି ନିର୍ଦ୍ଦେଶକଙ୍କ ପାଖକୁ ପଠାଯାଇଛି। ତେବେ ଏହା ପ୍ରାରମ୍ଭିକ ଆକଳନ ଏବଂ ଫସଲକ୍ଷତି ନେଇ ଏବେ ମଧ୍ୟ କୃଷି ଓ ରାଜସ୍ବ ବିଭାଗକୁ ନେଇ ଯୁଗ୍ମ ତଦନ୍ତ ଚାଲିଛି। ତଦନ୍ତ ସରିବା ପରେ ରାଜ୍ୟ ସରକାରଙ୍କୁ ପୁଣି ସଠିକ୍‌ ଆକଳନ ରିପୋର୍ଟ ପ୍ରଦାନ କରାଯିବ ବୋଲି ମୁଖ୍ୟ ଜିଲା କୃଷି ଅଧିକାରୀ ଲୋଚନ ଚନ୍ଦ୍ର ମାଝି କହିଛନ୍ତି।
ଜିଲାର ଅମ୍ବାଭୋନା, ପଦ୍ମପୁର, ଝାରବନ୍ଧ ଓ ପାଇକମାଳ ବ୍ଲକ ବ୍ୟତୀତ ଅନ୍ୟ ୮ବ୍ଲକରେ ଝଡ଼ବର୍ଷା, କରାମାଡ଼ର ପ୍ରଭାବ ରହିଥିଲା। ଏଥିରେ ଜିଲାର ଚାଷୀଙ୍କ ଧାନ ଫସଲ ସମେତ ଅଣଧାନ ତଥା କଲରା, ଟମାଟୋ, ଭେଣ୍ଡି, ଲଙ୍କା ଆଦି ଫସଲ ପ୍ରଭାବିତ ହୋଇଛି। ଜିଲାର ୭୭ପଞ୍ଚାୟତରେ ଏହାର ଅଧିକ ପ୍ରଭାବ ରହିଥିଲା ଏବଂ ସମ୍ପୃକ୍ତ ଅଞ୍ଚଳର ୨୮୦୦ ହେକ୍ଟର ଫସଲ ପ୍ରଭାବିତ ହୋଇଥିବା କୃଷି ବିଭାଗ ପ୍ରାରମ୍ଭିକଭାବେ ଆକଳନ କରିଛି। ସେଥିରେ ୨୦୨୦ହେକ୍ଟର ଧାନ ଏବଂ ୭୮୦ହେକ୍ଟର ଅଣଧାନ ରହିଛି। ଏହି କ୍ରମରେ ଅତାବିରା ବ୍ଲକ ଅନ୍ତର୍ଗତ ୧୫ପଞ୍ଚାୟତରେ ସର୍ବାଧିକ ୬୦୦ହେକ୍ଟର ପ୍ରଭାବିତ ହୋଇଛି। ସେଥିରେ ୫୫୦ହେକ୍ଟର ଧାନ ଏବଂ ୫୦ହେକ୍ଟର ଅଣଧାନ ରହିଛି। ତେବେ ସେଥିମଧ୍ୟରୁ ପ୍ରଭାବିତ ଧାନ ଫସଲ ୩୩ ପ୍ରତିଶତ କ୍ଷତି ମଧ୍ୟରେ ସୀମିତ ରହିଛି। ଅନ୍ୟପଟେ ଏହି ବ୍ଲକରେ ପ୍ରଭାବିତ ୩୦ହେକ୍ଟର ଅଣଧାନ ଫସଲକ୍ଷତି ୩୩ପ୍ରତିଶତରେ ସୀମିତ ଥିବାବେଳେ ୨୦ପ୍ରତିଶତ ୩୩ପ୍ରତିଶତରୁ ଊର୍ଦ୍ଧ୍ୱ କ୍ଷତି ହୋଇଥିବା ପ୍ରାରମ୍ଭିକ ରିପୋର୍ଟରେ ଉଲ୍ଲେଖ ରହିଛି।
ସେହିପରି ବରଗଡ଼ ବ୍ଲକରେ ୧୮ପଞ୍ଚାୟତର ପ୍ରଭାବିତ ୪୫୦ ହେକ୍ଟର ମଧ୍ୟରୁ ୩୫୦ ହେକ୍ଟର ଧାନ, ୧୦୦ ହେକ୍ଟର ଅଣଧାନ, ବରପାଲି ବ୍ଲକରେ ପ୍ରଭାବିତ ୩ପଞ୍ଚାୟତର ୩୫ହେକ୍ଟର ଧାନ, ୨୦ହେକ୍ଟର ଅଣଧାନ, ଭେଡ଼େନ ବ୍ଲକରେ ୧୨ପଞ୍ଚାୟତର ୫୪୦ହେକ୍ଟର ଧାନ, ୪୦ହେକ୍ଟର ଅଣଧାନ, ଭଟଲି ବ୍ଲକରେ ୧୦ପଞ୍ଚାୟତର ୪୩୫ହେକ୍ଟର ଧାନ, ୭୦ହେକ୍ଟର ଅଣଧାନ, ସୋହେଲା ବ୍ଲକରେ ୨ପଞ୍ଚାୟତର ୧୦ହେକ୍ଟର ଧାନ, ୧୦ହେକ୍ଟର ଅଣଧାନ, ବିଜେପୁର ବ୍ଲକରେ ୧୦ପଞ୍ଚାୟତର ୧୦୦ହେକ୍ଟର ଧାନ, ୨୧୦ହେକ୍ଟର ଅଣଧାନ ଏବଂ ଗାଇସିଲେଟ ବ୍ଲକରେ ୨୮୦ହେକ୍ଟର ଅଣଧାନ ପ୍ରଭାବିତ ହୋଇଛି। ଅପରପକ୍ଷେ ଜିଲାର ଅମ୍ବାଭୋନା, ପଦ୍ମପୁର, ଝାରବନ୍ଧ ଓ ପାଇକମାଳ ବ୍ଲକରେ କୌଣସି ପ୍ରଭାବ ପଡ଼ି ନଥିବା କୃଷି ବିଭାଗର ପ୍ରାରମ୍ଭିକ ରିପୋର୍ଟରେ ଉଲ୍ଲେଖ ରହିଛି।
ତେବେ ବିଗତବର୍ଷରେ ଜିଲାରେ ଏଭଳି ଫସଲକ୍ଷତି ହୋଇଥିବା ସତ୍ତ୍ୱେ ଚାଷୀମାନେ କ୍ଷତିପୂରଣ ପାଇବାରୁ ବଞ୍ଚିତ ଥିବାରୁ ଏଥର ମଧ୍ୟ ଚାଷୀମାନେ ସେ ନେଇ ଆଶଙ୍କାରେ ରହିଛନ୍ତି। ୩୩ ପ୍ରତିଶତ କିମ୍ବା ତଦୁର୍ଦ୍ଧ୍ୱ ଫସଲକ୍ଷତି ହେଲେ ଚାଷୀଙ୍କୁ କ୍ଷତିପୂରଣ ବ୍ୟବସ୍ଥା ସରକାରୀ ଗାଇଡ଼ଲାଇନରେ ରହିଛି। କୃଷି ବିଭାଗର ପ୍ରାରମ୍ଭିକ ରିପୋର୍ଟରେ ଜିଲାରେ ପ୍ରଭାବିତ ସମୁଦାୟ ୨୦୨୦ହେକ୍ଟର ଧାନର କ୍ଷତି ପରିମାଣ ଶୂନ(୦)ରୁ ୩୩ ପ୍ରତିଶତ ମଧ୍ୟରେ ସୀମିତ ରହିଛି। ଅନ୍ୟପଟେ ପ୍ରଭାବିତ ଅଣଧାନ ମଧ୍ୟରୁ ୫୬୦ହେକ୍ଟରର କ୍ଷତି ପରିମାଣ ଶୂନ(୦)ରୁ ୩୩ ପ୍ରତିଶତ ମଧ୍ୟରେ ସୀମିତ ରହିଥିବା ବେଳେ ବାକି ୨୨୦ ହେକ୍ଟର ଅଣଧାନର କ୍ଷତି ପରିମାଣ ୩୩ ପ୍ରତିଶତରୁ ଊର୍ଦ୍ଧ୍ୱ ବୋଲି କୃଷି ବିଭାଗ ପ୍ରାରମ୍ଭିକ ଆକଳନ କରିଛି। ଏହି ଦୃଷ୍ଟିରୁ ସେମାନଙ୍କୁ କ୍ଷତିପୂରଣ ସହାୟତା ମିଳିବ ନା ନାହିଁ, ତାକୁ ନେଇ ଏବେଠାରୁ ପ୍ରଭାବିତ ଚାଷୀଙ୍କୁ ସେହି ଚିନ୍ତା ଘାରିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri