ବିଦ୍ୟୁତ୍‌ ଚୋରି: କ୍ଷତି ରୋକିବ ସ୍ମାର୍ଟ ମିଟର; ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ଉପଭୋକ୍ତା ହେବେ ସ୍ମାର୍ଟ ମିଟର ପରିସରଭୁକ୍ତ

ଭୁବନେଶ୍ୱର, ୧୯।୮ (ବ୍ୟୁରୋ): ଘରେ ଲାଗିଥିବା ପୁରୁଣା ବିଦ୍ୟୁତ୍‌ ମିଟର ବଦଳିଯିବ। ଲାଗିବ ନୂଆ ପ୍ରିପେଡ୍‌ ଓ ସ୍ମାର୍ଟ ମିଟର। ରାଜ୍ୟର ସମସ୍ତ ଘରୋଇ ଉପଭୋକ୍ତାଙ୍କୁ ଏହି ମିଟର ଯୋଗାଇ ଦିଆଯିବ। ଏହାଦ୍ୱାରା ବିଦ୍ୟୁତ୍‌ ଚୋରି ଏବଂ ବୈଷୟିକ ଓ ବାଣିଜ୍ୟକ କ୍ଷତି (ଏ ଆଣ୍ଡ୍‌ ଟିସି)କୁ ରୋକିବା ପାଇଁ ଶକ୍ତି ବିଭାଗ ଏଭଳି ପଦକ୍ଷେପ ନେବାକୁ ଯାଉଛି। ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏ ନେଇ ସୂଚନା ଦେଇଛନ୍ତି।
ପ୍ରିପେଡ୍‌ ସ୍ମାର୍ଟ ମିଟର ଲାଗିଲେ ବିଦ୍ୟୁତ୍‌ ସରବରାହ କ୍ଷେତ୍ରରେ ହେଉଥିବା ବିଣିଜି୍ୟକ ଓ ବୈଷୟିକ କ୍ଷତିକୁ ରୋକିବା ସହିତ ବିଦ୍ୟୁତ୍‌ ଟାମ୍ପରିଂ ଓ ଚୋରି ଉପରେ ମଧ୍ୟ ଅଙ୍କୁଶ ଲଗାଯାଇ ପାରିବ। ପ୍ରିପେଡ୍‌ ମିଟର ଲାଗିଲେ ଗ୍ରାହକଙ୍କୁ ଆଗୁଆ ବିଦ୍ୟୁତ୍‌ ଦେୟ ଦେବାକୁ ହେବ। ଟେଲିଫୋନ୍‌ ଭଳି ପଇସା ସରିଗଲେ ପୁଣି ରିଚାର୍ଜ କରିବାକୁ ପଡ଼ିବ। ନଚେତ୍‌ ଅନ୍ଧାରରେ ରହିବାକୁ ହେବ। ରାଜ୍ୟରେ ଏ ଆଣ୍ଡ୍‌ ଟିସି କ୍ଷତି ୫୬ ପ୍ରତିଶତ ରହିଛି। ଏହାକୁ ପ୍ରତ୍ୟେକ ବର୍ଷ ୧୦ ପ୍ରତିଶତ କମାଇବାକୁ ବିଦ୍ୟୁତ୍‌ ବିଭାଗ ପ୍ରୟାସ ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୨୫ ଲକ୍ଷ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ପ୍ରି ପେଡ୍‌ ସ୍ମାର୍ଟ ମିଟର ଯୋଗାଇ ଦିଆଯିବ। ବିଦ୍ୟୁତ୍‌ ଯୋଗାଉଥିବା ୪ଟି ବଣ୍ଟନ କମ୍ପାନୀ ସେସୁ, ନେସ୍କୋ, ସାଉଥ୍‌କୋ ଏବଂ ଓ୍ବେସ୍କୋକୁ ପ୍ରତ୍ୟେକ ୧ ଲକ୍ଷ ମିଟର ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ସରକାର ଗୋଟିଏ ପଟେ ବିଦ୍ୟୁତ୍‌ କ୍ଷତି କମାଇବାକୁ ଯୋଜନା କରୁଥିବା ବେଳେ ଅନ୍ୟପଟେ ମିଟର ବାବଦ ଖର୍ଚ୍ଚକୁ ବିଦ୍ୟୁତ୍‌ ଗ୍ରାହକଙ୍କ ମୁଣ୍ଡରେ ଲଦିବାକୁ ନିଷ୍ପତ୍ତି ନିଆଯାଇଛି। ମିଟର ପିଛା ଗ୍ରାହକଙ୍କୁ ୩ ହଜାର ୫ ଶହ ଟଙ୍କା ପୈଠ କରିବାକୁ ପଡ଼ିବ। ଏକକାଳୀନ ନ ହେଲେ ମଧ୍ୟ ବିଦ୍ୟୁତ୍‌ ବିଲ୍‌ ସହ ଏହାକୁ ଆଦାୟ କରାଯିବ। ମିଟର କିଣିବା ପାଇଁ ଖୁବ୍‌ଶୀଘ୍ର ଟେଣ୍ଡର ଆହ୍ବାନ କରାଯିବ ବୋଲି ଶକ୍ତି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଯଦି ପୂର୍ବ ମିଟର ଠିକ୍‌ କାର୍ଯ୍ୟ କରୁଛି ଉପଭୋକ୍ତା ନୂଆ ମିଟର ବ୍ୟୟଭାର କାହିଁକି ଭରଣା କରିବେ। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଘରୋଇ ଉପଭୋକ୍ତାଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି।
ସମ୍ବଲପୁର, ରାଉରକେଲାରେ ପ୍ରଥମେ ପାଇଲଟ ପ୍ରକଳ୍ପ ଭାବେ ଏହା ଆରମ୍ଭ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ ମିଳିମିଶି ଦରମା ବଢ଼ାଇଦେଲେ: ଏବେ ଲୋକ ଦେଖାଣିଆ ରାଜନୈତିକ ବୟାନବାଜୀ

ଭୁବନେଶ୍ବର,୧୪।୧୨: ଏବେ ରାଜ୍ୟର ଘରେ ଘରେ ଆଉ ଗଳି କନ୍ଦିରେ ଚର୍ଚ୍ଚା ବିଧାୟକଙ୍କ ଦରମା ବୃଦ୍ଧି। ଓଡିଶା ଭଳି ଗରିବ ରାଜ୍ୟର ବିଧାୟକ ମାନେ ଭାରତରେ...

‘ଛାତ୍ରୀଛାତ୍ର ଭଲ ମଣିଷ ହୋଇ ଦେଶର ନାଁ ରଖନ୍ତୁ’

ଭୁବନେଶ୍ୱର,୧୪ା୧୨: ଭୁବନେଶ୍ୱର ଉପକଣ୍ଠସ୍ଥ ଭରତପୁର ଥାନା ଅନ୍ତର୍ଗତ ଦୁର୍ଗାମାଧବ ନଗର (ଶ୍ୟାମପୁର ମୌଜା)ଭରତପୁରଠାରେ ଅବସ୍ଥିତ ବୀଣାଭାରତୀ ବିଦ୍ୟାମନ୍ଦିରର ୨୫ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ୩...

ଭାଜପାକୁ ମିଳିଲା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି, ନୀତିନ ନବୀନଙ୍କୁ ଦାୟିତ୍ବ

ନୂଆଦିଲ୍ଲୀ,୧୪।୧୨:  ବଡ଼ ଘୋଷଣା କଲା ଭାଜପା । ଭାରତୀୟ ଜନତା ପାର୍ଟି ଏକ ବଡ଼ ସାଂଗଠନିକ ପରିବର୍ତ୍ତନ କରିଛି । ନୀତିନ ନବୀନ ହେଲେ ଭାଜପା...

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

ବିଳମ୍ବିତ ନ୍ୟାୟ ଲୋକଙ୍କ ଉପରେ ବୋଝ: CJI

କଟକ,୧୪।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(CJI) ସୂର୍ଯ୍ୟ କାନ୍ତ ରବିବାର କଟକ ଶହୀଦ ଭବନରେ ହାଇକୋର୍ଟ ବାର୍‌ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଛନ୍ତି। ଏହି ଅବସରରେ...

ବାପି ସର୍ଖେଲଙ୍କ ବଡ଼ ବୟାନ, କହିଲେ ମୁଁ ଦାମଙ୍କ ପୁଅ

ଭୁବନେଶ୍ବର,୧୪।୧୨: ବାପି ସର୍ଖେଲ ବଡ଼ ବୟାନ ଦେଇଛନ୍ତି। ନିଜକୁ ଦାମଙ୍କ ପୁଅ କହିଲେ ପାରାଦୀପ ଶ୍ରମିକ ନେତା ବାପି ସର୍ଖେଲ । ପାରାଦୀପ, କୁଜଙ୍ଗରେ ଆୟୋଜିତ...

କୋଟଗଡ଼ରେ ହାତୀ ଆତଙ୍କ: ନଷ୍ଟ କଲେ ଫସଲ

ବାଲିଗୁଡ଼ା,୧୪ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ଗତ ଦୁଇଦିନ ଧରି କୋଟଗଡ଼ ବନାଞ୍ଚଳର ଲାସେରୀ...

ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣିଆଣୁଛି ଦାରିଙ୍ଗବାଡ଼ି, ମୌଳିକ ସୁବିଧା ପାଇଁ ନିବେଦନ

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ତା’ର ଆଖପାଖରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ିଠାରୁ ମାତ୍ର ୨୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri