ମହଙ୍ଗା ପଡିବ ଜାତିସଂଘରେ ପାକିସ୍ତାନକୁ ସମର୍ଥନ ;ସେପ୍ଟେମ୍ବରରୁ ଚାଇନା ସାମଗ୍ରୀ ବର୍ଜନର ରାଷ୍ଟ୍ରୀୟ ଅଭିଯାନ

ନୂଆଦିଲ୍ଲୀ,୧୯-୮: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ପାର୍ଲାମେଣ୍ଟ ଉଚ୍ଛେଦ କରିଛି। ଏହି ପ୍ରସଙ୍ଗକୁ ନେଇ କ୍ଷୁବ୍ଧ ପାକିସ୍ତାନ ଚାଇନାର ଶରଣ ପଶିଥିଲା। ଇସ୍‌ଲାମାବାଦ୍‌ର ଅନୁରୋଧକ୍ରମେ ଚାଇନା ଜାତିସଂଘ ସୁରକ୍ଷା ପରିଷଦରେ ଏହି ମାମଲା ଉଠାଇଥିଲା। ତେବେ ସୁରକ୍ଷା ପରିଷଦରେ ପାକିସ୍ତାନ ଓ ଚାଇନାର ଷଡ଼ଯନ୍ତ୍ର ଫସର ଫାଟିଛି। କିନ୍ତୁ ପାକିସ୍ତାନକୁ ସମର୍ଥନ ଜଣାଇବା ଏବେ ଚାଇନା ପାଇଁ ମହଙ୍ଗା ହେବାକୁ ଯାଉଛି। ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ପରେ ଚାଇନା ଏବେ ଦେଶର ବଡ଼ ଶତ୍ରୁ ହୋଇ ଛିଡା ହୋଇଛି। ଏହାକୁ ନେଇ ଦେଶର ବ୍ୟବସାୟୀ ଓ ନାଗରିକଙ୍କ ମଧ୍ୟରେ ଅସନ୍ତୋଷର ବହ୍ନି କୁହୁଳିବାରେ ଲାଗିଛି। ଚାଇନା ସାମଗ୍ରୀ ବର୍ଜନ ପାଇଁ ବ୍ୟବସାୟୀମାନେ ପୁନର୍ବାର ଏକାଠି ହେଲେଣି। କନ୍‌ଫେଡେରେଶନ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ(ସିଏଆଇଟି) ଦେଶର ସମସ୍ତ ଛୋଟବଡ଼ ବ୍ୟବସାୟୀଙ୍କୁ ପୁନର୍ବାର ସାରା ଦେଶରେ ଚାଇନା ସାମଗ୍ରୀ ବର୍ଜନ ପାଇଁ ଆହ୍ବାନ ଦେଇଛି। ଏହି ପ୍ରସଙ୍ଗରେ ଆସନ୍ତା ୨୯ରେ ସିଏଆଇଟି ଆହ୍ବାନକ୍ରମେ ସାରା ଦେଶର ବ୍ୟବସାୟୀ ସଂଘ ପ୍ରତିନିଧିଙ୍କୁ ନେଇ ଏକ ରାଷ୍ଟ୍ରୀୟ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ସେପ୍ଟେମ୍ବର ପହିଲାରୁ ଦେଶରେ ଏଥିଲାଗି ଏକ ରାଷ୍ଟ୍ରୀୟ ଅଭିଯାନ ଆରମ୍ଭ କରାଯିବ।

ସିଏଆଇଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ବି.ସି. ଭରତିୟା ଏବଂ ରାଷ୍ଟ୍ରୀୟ ମହାସଚିବ ପ୍ରବୀଣ ଖଣ୍ଡେଲଓ୍ବାଲ କହିଛନ୍ତି ଯେ, ପ୍ରତି ମାମଲାରେ ପାକିସ୍ତାନକୁ ସମର୍ଥନ କରିବା ଚାଇନାର ଅଭ୍ୟାସରେ ପରିଣତ ହେଲାଣି। ବେଜିଂ ସର୍ବଦା ଭାରତ ବିପକ୍ଷରେ ନିଷ୍ପତ୍ତି ନେଉଛି। ଏବେ ସମୟ ଆସିଗଲାଣି ଆମକୁ ଚାଇନା ସାମଗ୍ରୀ ପ୍ରତି ନିର୍ଭରଶୀଳତା କମାଇବାକୁ ହେବ। ଆର୍ଥିକ ବର୍ଷ ୨୦୧୭-୧୮ରେ ଚାଇନାରୁ ପ୍ରାୟ ୯୦ ବିଲିୟନ ଡଲାର ସାମଗ୍ରୀ ଆମଦାନୀ ହୋଇଥିଲା। ପଡୋଶୀ ଦେଶ ସହ ଭାରତର ବାଣିଜ୍ୟ ନିଅଣ୍ଟ ପରିିମାଣ ଦେଶର ମୋଟ ନିଅଣ୍ଟର ପ୍ରା୍ରୟ ୪୦% ରହିଛି। ଏହା ଦର୍ଶାଉଛି ଯେ, ଚାଇନା ପାଇଁ ଭାରତ ଏକ ବିଶାଳ ବଜାର ହୋଇଛି। ନିଜର ଆର୍ଥିକ ସ୍ବାର୍ଥ ଦୃଷ୍ଟିରୁ ଭାରତକୁ ଚାଇନା ସମର୍ଥନ ଦେବା କଥା। କିନ୍ତୁ କୌଣସି ତର୍କସଙ୍ଗତ କାରଣ ନ ଥାଇ ପ୍ରତି କ୍ଷେତ୍ରରେ ଏହି ଦେଶ ସର୍ବଦା ପାକିସ୍ତାନକୁ ସମର୍ଥନ ଜଣାଇ ଆସୁଛି। ଏଣୁ ଦେଶର ବୃହତ ସ୍ବାର୍ଥକୁ ଦୃଷ୍ଟିରେ ରଖି ଚାଇନା ସାମଗ୍ରୀ ବର୍ଜନ କରିବା ଲାଗି ବ୍ୟବସାୟୀ ଓ ଆମଦାନୀକାରୀଙ୍କୁ ପଦକ୍ଷେପ ନେବାର ସମୟ ଆସିଯାଇଛି ବୋଲି ସେମାନେ କହିଛନ୍ତି।

ଚାଇନା ସାମଗ୍ରୀ ଉପରେ ୫୦୦% ଶୁଳ୍କ ଲାଗୁ
ଚାଇନା ସାମଗ୍ରୀ ବହିଷ୍କାର କରିବା ଲାଗି ଆହ୍ବାନ ଦେଇଥିବା ସିଏଆଇଟି ଏବେ ସେଦେଶରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୩୦୦ରୁ ୫୦୦ ପ୍ରତିଶତ ଆମଦାନୀ ଶୁଳ୍କ ଧାର୍ଯ୍ୟ କରିବାକୁ ସରକାରଙ୍କୁ ଅନୁରୋଧ କରିଛି। ସେହିପରି ସ୍ବଳ୍ପ ବିକଶିତ ଦେଶ ସହିତ ଭାରତର ମୁକ୍ତ ବାଣିଜ୍ୟ ଚୁକ୍ତିର ପୁନର୍ବିଚାର କରିବାକୁ ଆହ୍ବାନ ଦିଆଯାଇଛି। କାରଣ ସେହି ଦେଶ ମାଧ୍ୟମରେ ବହୁ ସଂଖ୍ୟାରେ ଚାଇନା ସାମଗ୍ରୀ ଭାରତରେ ପ୍ରବେଶ କରୁଛି। ଏଭଳି ସ୍ଥିତିରେ ଆଣ୍ଟି ଡମ୍ପିଂ ବା ଆମଦାନୀ ଶୁଳ୍କ ବୃଦ୍ଧିର ଫଳ କିଛି ମିଳିବ ନାହିଁ। ସେହିପରି ପ୍ରତିଯୋଗିତାପୂର୍ଣ୍ଣ ବଜାରରେ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ସାମଗ୍ରୀ ଉତ୍ପାଦନ ପାଇଁ ସ୍ଥାନୀୟ ଲଘୁ ଉଦ୍ୟୋଗଗୁଡିକ ଲାଗି ଏକ ସ୍ବତନ୍ତ୍ର ପ୍ୟାକେଜ ଦେବାକୁ ସରକାର ଆଗଭର ହେବାକୁ ସିଏଆଇଟି କହିଛି। ଖେଳଣା ଭଳି ଲଘୁ ଉଦ୍ୟୋଗ ଲାଗି ମେକ୍‌ ଇନ୍‌ ଇଣ୍ଡିଆ ଅଧୀନରେ ଚିପ୍ସ,ମୋଟର ସହିତ ଅନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀର ନିର୍ମାଣ ଦେଶରେ ହେବା ଆବଶ୍ୟକ ବୋଲି କୁହାଯାଇଛି।

ବଢ଼ୁଛି ଚାଇନା ସାମଗ୍ରୀର ଚୋରାକାରବାର
ଭାରତୀୟ ଉଦ୍ୟୋଗ ଉପରେ ଚାଇନା ସାମଗ୍ରୀର ପ୍ରଭାବ ସମ୍ପର୍କରେ ନରେଶ ଗୁଜରାଲଙ୍କ ଅଧ୍ୟକ୍ଷତାରେ ଗଠିତ ବାଣିଜ୍ୟ ସମ୍ପର୍କିତ ପାର୍ଲାମେଣ୍ଟ ଷ୍ଟାଣ୍ଡିଂ କମିଟି ଗତବର୍ଷ ଜୁଲାଇରେ ଏକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦେଇଥିଲେ ବୋଲି ଖଣ୍ଡେଲଓ୍ବାଲ ପ୍ରକାଶ କରିଛନ୍ତି। ଚାଇନା ସାମଗ୍ରୀ ଉପରେ ଆଣ୍ଟି ଡମ୍ପିଂ ଡ୍ୟୁଟି ଲାଗୁ ହେବା ଉଚିତ୍‌ ବୋଲି ରିପୋର୍ଟରେ ସୁପାରିଶ କରାଯାଇଥିଲା। ଚୋରାଚାଲାଣ ବୃଦ୍ଧି ପାଉଥିବା ଏଥିରେ ଦର୍ଶାଯାଇଥିଲା ଏବଂ ଏହାକୁ ରୋକିବା ଲାଗି ପଦକ୍ଷେପ ନେବାକୁ ସୁପାରିସ୍‌ରେ କୁହାଯାଇଥିଲା। ୨୦୧୬-୧୭ରେ ଚାଇନାରୁ ୧୦୨୪ କୋଟି ଟଙ୍କାର ସାମଗ୍ରୀ ଜବତ କରାଯାଇଥିଲା। ବର୍ଷକୁ ବର୍ଷ ଏହି ପରିମାଣ ବଢ଼ିବାରେ ଲାଗିଛି। ଅସଂଗଠିତ କ୍ଷେତ୍ରରେ ନିମ୍ନ ଗୁଣବତ୍ତାର ଚାଇନା ସାମଗ୍ରୀ ଭରି ହୋଇ ରହିଛି ବୋଲି ରିପୋର୍ଟରେ କୁହାଯାଇଛି। ଏକ୍ଷେତ୍ରରେ ସ୍ଥାନୀୟ ଲଘୁ ଉଦ୍ୟୋଗ ଉଚ୍ଚ ଗୁଣବତ୍ତାର ସାମଗ୍ରୀ ଉତ୍ପାଦନ କରୁଥିଲେ ହେଁ ସେଗୁଡ଼ିକ ଚାଇନା ମାଲ୍‌ଠାରୁ ମୂଲ୍ୟ ଦୃଷ୍ଟିରୁ ଅଧିକ ହେଉଛି। ଏହି କାରଣରୁ ଘରୋଇ ଏମ୍‌ଏସ୍‌ଏମ୍‌ଇଙ୍କୁ ପ୍ରୋତ୍ସାହନ ଦେବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri