Odisha Elections 2024

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ ତାଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି। ଏପରି କି ତାଙ୍କୁ ଭବିଷ୍ୟତର ବିଶ୍ୱ ଚାମ୍ପିୟନ ବୋଲି ଲୋକେ କହୁଛନ୍ତି। ଫାଇନାଲ ରାଉଣ୍ଡରେ ଆମେରିକାର ହିକାରୁ ନାକାମୁରାଙ୍କ ସହ ଡ୍ର ରଖିବା ଦ୍ୱାରା ସେ କେବଳ ସମ୍ମାନଜନକ ଟୁର୍ନାମେଣ୍ଟ ଜିତି ନାହାନ୍ତି, ମାତ୍ର ୧୭ବର୍ଷ ବୟସରେ ସେ ସର୍ବକନିଷ୍ଠ ବିଶ୍ୱ ଟାଇଟଲ ଚ୍ୟାଲେଞ୍ଜର ହୋଇପାରିଛନ୍ତି। ୫ଥର ବିଶ୍ୱ ଚାମ୍ପିୟନ ତଥା ଅନ୍ୟତମ ଭାରତୀୟ ଭାବେ କ୍ୟାଣ୍ଡିଡେଟ୍ସ ଜିତିଥିବା କିମ୍ବଦନ୍ତୀ ବିଶ୍ୱନାଥନ ଆନନ୍ଦ ପ୍ରଥମ ବ୍ୟକ୍ତି ଭାବେ ଏହି ସ୍ବଳ୍ପ ବୟସ୍କଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସଫଳତା ପାଇଁ ଚେସ୍‌ ପରିବାର ଗର୍ବିତ। ବିଭିନ୍ନ କଠିନ ପରିସ୍ଥିତିରେ ମ୍ୟାଚ୍‌କୁ ଯେପରି ହାତେଇଛ ଏବଂ ଖେଳିଛ ସେଥିପାଇଁ ସେ ନିଜେ ବ୍ୟକ୍ତିଗତ ଗର୍ବିତ ବୋଲି ଆନନ୍ଦ ସୋସିଆଲ ମିଡିଆ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗୁକେଶଙ୍କ ଏହି ପ୍ରେରଣାଦାୟକ ବିଜୟର ଉଚ୍ଚ ପ୍ରଶଂସା କରିଛନ୍ତି। ଗୁକେଶ ସର୍ବକନିଷ୍ଠ ଖେଳାଳି ହିସାବରେ ଫିଡେ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତିଥିବାରୁ ଭାରତ ଗର୍ବିତ। ଅନେକ ଚେସ୍‌ ଖେଳାଳିଙ୍କ ପାଇଁ ସେ ପ୍ରେରଣାର ଉତ୍ସ ପାଲଟିଥିବା କହିଛନ୍ତି। କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ଗୁକେଶଙ୍କୁ ସାବାସୀ ଜଣାଇଛନ୍ତି। ମାତ୍ର ୧୭ ବର୍ଷ ବୟସରେ ଫିଡେ କ୍ୟାଣ୍ଡିଡେଟ୍ସ ଜିତିବା ବହୁତ ବଡ଼ ସଫଳତା ବୋଲି ସେ କହିଛନ୍ତି। ଆଗକୁ ବଢ଼ ଆମେ ତୁମ ସାଥିରେ ଅଛୁ ବୋଲି ସେ କହିଛନ୍ତି। ମାତ୍ର ୧୨ ବର୍ଷ ବୟସରେ ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ କରିବାରେ ଗୁକେଶ ଚେସ୍‌ ଇତିହାସରେ ତୃତୀୟ ସର୍ବ କନିଷ୍ଠ ଖେଳାଳି। ଇଂଲିଶ ଗ୍ରାଣ୍ଡମାଷ୍ଟର ଡେଭିଡ୍‌ ହାଓ୍ବେଲ କହିଛନ୍ତି ଏହି ଗୁକେଶଙ୍କ ବିପକ୍ଷରେ ସେ ପ୍ରଥମ ମ୍ୟାଚ ସମୟରେ ତାଙ୍କ ପ୍ରତିଭା ସମ୍ପର୍କରେ ସୁରାକ ପାଇଥିଲେ। ଭାରତର ଏହି ସ୍ବଳ୍ପ ବୟସ୍କ ଖେଳାଳି ଭବିଷ୍ୟତର ବିଶ୍ୱ ଚାମ୍ପିୟନ ବୋଲି ହାଓ୍ବେଲ ଟୁଇଟ କରିଛନ୍ତି। ଗୁକେଶଙ୍କ ଚମକପ୍ରଦ ପ୍ରଦର୍ଶନକୁ ନେଇ ପୂର୍ବତନ ବିଶ୍ୱ ଚାମ୍ପିୟନ ଓ ଗ୍ରାଣ୍ଡମାଷ୍ଟର ରୁଷିଆର ଭ୍ଲାଡିମିର କ୍ରାମ୍‌ନିକ୍‌ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କ କ୍ୟାରିଅରରେ ସେ ଯେତୋଟି ଗେମ୍‌ ଦେଖିଛନ୍ତି ଗୁକେଶଙ୍କ ସୋମବାର ଗେମ୍‌ ସର୍ବଶ୍ରେଷ୍ଠ ବୋଲି ସେ କହିଛନ୍ତି। ଏହି ବିଜୟ ଦ୍ୱାରା ଗୁକେଶ କିମ୍ବଦନ୍ତୀ ଗ୍ୟାରି କାସ୍ପାରୋଭଙ୍କ ଦୀର୍ଘ ୪୦ ବର୍ଷର ରେକର୍ଡକୁ ଭଙ୍ଗ କରିଦେଇଛନ୍ତି। ରୁଷିଆର ଏହି ୨୨ ବର୍ଷୀୟ ଖେଳାଳିଙ୍କୁ ଯେତେବେଳ ମାତ୍ର ୨୨ ବର୍ଷ ବୟସ ହୋଇଥିଲା, ସେ ୧୯୮୪ରେ ନିଜ ଦେଶର ଆନାଟୋଲି କାର୍ପୋଭଙ୍କ ସହ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ଗୁକେଶ ବିଶ୍ୱ ଚାମ୍ପିୟନ ହେବା ଲାଗି ଚଳିତବର୍ଷ ପରବର୍ତ୍ତୀ ଭାଗରେ ବର୍ତ୍ତମାନ ବିଶ୍ୱ ଚାମ୍ପିୟନ ଥିବା ଚାଇନାର ଡିଙ୍ଗ୍‌ ଲିରେନଙ୍କ ସହ ମୁକାବିଲା କରିବେ। ଗୁକେଶ ସର୍ବକନିଷ୍ଠ ଚ୍ୟାଲେଞ୍ଜର ହୋଇ ଉଭା ହୋଇଥିବାରୁ ମହିଳା ବିଭାଗରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା କୋନେରୁ ହମ୍ପି ତାଙ୍କୁ ଅଭିନନ୍ଦନ ଜଣାଇନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ଜୟଆଲୁକ୍କାସ୍‌ର ମେଗା ବିସ୍ତାର ଯୋଜନା

ଭୁବନେଶ୍ୱର, ୧୮।୫: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅନ୍ତଃରାଷ୍ଟ୍ରୀୟ ଜୁଏଲେରି ବ୍ରାଣ୍ଡ୍‌ ‘ଜୟଆଲୁକ୍କାସ୍‌’ର ନୂତନ ଆଉଟ୍‌ଲେଟ୍‌ ଏବଂ ବିସ୍ତାର ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ସର୍ବୋଚ୍ଚ ସ୍ତରରେ ସୁନା ଦର

ନୂଆଦିଲ୍ଲୀ,୧୮।୫: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଦରବୃଦ୍ଧି କାରଣରୁ (କ୍ରମାଗତ ଭାବେ) ଘରୋଇ ବଜାରରେ (କ୍ରମାଗତ ଭାବେ) ଉଭୟ ସୁନା ଓ ରୁପା ଦର ବୃଦ୍ଧି ପାଉଛି। ଏପରିକି...

ଓଡ଼ିଶାରେ ଓ୍ବଣ୍ଡେର୍ଲା ଆମ୍ୟୁଜ୍‌ମେଣ୍ଟ ପାର୍କ

ଭୁବନେଶ୍ୱର,୧୮।୫ (ଅନୁରାଧା ମହାରଣା): ଭାରତର ସର୍ବବୃହତ୍‌ ପାର୍କ ଚେନ୍‌ କୁହାଯାଉଥିବା ୱଣ୍ଡେର୍ଲା ହଲିଡେଜ୍‌ ପକ୍ଷରୁ ଓଡ଼ିଶାରେ ଓ୍ବଣ୍ଡେର୍ଲା ଆମ୍ୟୁଜ୍‌ମେଣ୍ଟ ପାର୍କ ନିର୍ମାଣ ହୋଇଛି। ଭୁବନେଶ୍ୱରଠାରୁ ୨୨.୫ କି.ମି....

ଓସ୍‌ମେ ମହିଳା ଶିଳ୍ପୋଦ୍ୟୋଗୀ ସଂଘର ନୂତନ କର୍ମକର୍ତ୍ତା

ଭୁବନେଶ୍ୱର,୧୮।୫: ରାଜ୍ୟର ପ୍ରମୁଖ ଶିଳ୍ପ ସଂଘ ତଥା କଟକ ଖପୁରିଆ ଶିଳ୍ପାଞ୍ଚଳଠାରେ ଥିବା ଓଡ଼ିଶା ଆସମ୍ବଲି ଅଫ୍‌ ସ୍ମଲ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ୍‌ (ଓଏଏସ୍‌ଏମ୍‌ଇ ବା...

ଓସିପିଏଲ୍‌ ପକ୍ଷରୁ ଦିନିକିଆ କର୍ମଶାଳା

ଭୁବନେଶ୍ୱର,୧୮।୫: ଓଡ଼ିଶା କୋଲ୍‌ ଆଣ୍ଡ ପାଓ୍ବାର ଲିମିଟେଡ୍‌ (ଓସିପିଏଲ୍‌)ର ମନୋହରପୁର ୟୁନିଟ୍‌ ପକ୍ଷରୁ ଆୟୋଜିତ ଏକ ଦିନିକିଆ କର୍ମଶାଳା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ...

ଭି-ମାର୍ଟର ନୂତନ ଟି-ଶାର୍ଟ ରେଞ୍ଜ

ନୂଆଦିଲ୍ଲୀ,୧୮।୫: ଦେଶର ପ୍ରମୁଖ ଫ୍ୟାଶନ ରିଟେଲର ଭି-ମାର୍ଟ (ଭି-ମାର୍ଟ ରିଟେଲ ଲିମିଟେଡ୍‌)ର ନୂତନ ଟି-ଶାର୍ଟ ରେଞ୍ଜ ନିକଟରେ ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।...

୨୦୨୪ରେ ଭାରତର ଜିଡିପି ଅଭିବୃଦ୍ଧି ଆକଳନ ୬.୯% ପର୍ଯ୍ୟନ୍ତ ବୃଦ୍ଧି କଲା ଜାତିସଂଘ

ନୂଆଦିଲ୍ଲୀ,୧୭।୫: ମିଳିତ ଜାତିସଂଘ ୨୦୨୪ ପାଇଁ ଭାରତର ଅଭିବୃଦ୍ଧି ଆକଳନକୁ ସଂଶୋଧନ କରିଛି ଏବଂ ଚଳିତ ବର୍ଷ ଅର୍ଥନୀତି ପ୍ରାୟ ୭% ବୃଦ୍ଧି ପାଇବ ବୋଲି...

ଏପ୍ରିଲରେ ୧୧,୬୫୬ ୟୁନିଟ୍‌ ଟ୍ରାକ୍ଟର ବିକ୍ରି

ଭୁବନେଶ୍ୱର,୧୭ା୫: ଭାରତର ୧ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ‘ସୋନାଲିକା’ର ମାସିକ ବିକ୍ରି ଫଳାଫଳ ନିକଟରେ ଘୋଷଣା କରାଯାଇଛି। କମ୍ପାନୀର ଘୋଷଣା ଅନୁଯାୟୀ ୨୦୨୪ ଏପ୍ରିଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri