Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା ପୂରଣକରି ସଫଳତା ସାଉଁଟିବାରେ ଲାଗିଛି। ଅଳଙ୍କାର ବଜାରଠାରୁ ଆରମ୍ଭକରି ଶୈଳେଶଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ଯାତ୍ରା ସମ୍ପର୍କରେ ସ୍ବତନ୍ତ୍ର ସାକ୍ଷାତ୍‌କାର…

ପ୍ର- ପଶ୍ଚିମ ଓଡ଼ିଶାରେ ଓଡ଼ିଶୀ ଜୁଏଲେରିର ସୁଦୃଢ଼ ଉପସ୍ଥିତି ପଛରେ ମୁଖ୍ୟ କାରଣ କ’ଣ ରହିଛି?
ଉ- ପାରମ୍ପରିକ କାରିଗରି ପ୍ରତି ଆମର ପ୍ରତିବଦ୍ଧତା, ଗୁଣାତ୍ମକ ଉତ୍ପାଦ ଏବଂ ଗ୍ରାହକଙ୍କ ଗଭୀର ବିଶ୍ୱାସ ହିଁ ପଶ୍ଚିମ ଓଡ଼ିଶାରେ ଓଡ଼ିଶୀ ଜୁଏଲେରିର ଉପସ୍ଥିତିକୁ ସୁଦୃଢ଼ କରିଛି। ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରଖିବା ସହ ଆଧୁନିକ ଗ୍ରାହକଙ୍କ ପସନ୍ଦ ଅନୁଯାୟୀ ଆକର୍ଷଣୀୟ ଡିଜାଇନ ପ୍ରଦାନ କରିବା ଉପରେ ଆମେ ଗୁରୁତ୍ୱ ଦେଇଥାଉ। ଏହା ସହିତ ନିରନ୍ତର ଗ୍ରାହକ ସେବା, ସ୍ବଚ୍ଛ ମୂଲ୍ୟ ନିର୍ଦ୍ଧାରଣ ଏବଂ ଅଫ୍‌ଲାଇନ ଓ ଅନ୍‌ଲାଇନ ପ୍ଲାଟ୍‌ଫର୍ମ ମାଧ୍ୟମରେ ସକ୍ରିୟ ପ୍ରଚାର ଏହି ଅଞ୍ଚଳରେ ଏକ ବିଶ୍ୱସ୍ତ ଗ୍ରାହକ ଗୋଷ୍ଠୀ ଗଠନ କରିବାରେ ସାହାଯ୍ୟ କରିଛି।
ପ୍ର- ଭୂ-ରାଜନୈତିକ ଉତ୍ତେଜନା ଏବଂ ମୁଦ୍ରାସ୍ଫୀତି ଯୋଗୁ ବହୁମୂଲ୍ୟ ଧାତୁର ଦର ବୃଦ୍ଧି ଗ୍ରାହକଙ୍କ କିଣିବା ଆଚରଣକୁ କିଭଳି ପ୍ରଭାବିତ କରିଛି?
ଉ- ଭୂ-ରାଜନୈତିକ ସ୍ଥିତି ଏବଂ ମୁଦ୍ରାସ୍ଫୀତି ଯୋଗୁ ବଢୁଥିବା ଦର ଗ୍ରାହକଙ୍କୁ ସେମାନଙ୍କ କ୍ରୟ ନିଷ୍ପତ୍ତି କ୍ଷେତ୍ରରେ ଅଧିକ ସତର୍କ କରିଦେଇଛି। ଅନେକ ଗ୍ରାହକ ଏବେ ହାଲୁକା ଓଜନର ଅଳଙ୍କାର, ଡିଜିଟାଲ ଗୋଲ୍ଡ କିମ୍ବା ସୁନା ଦର କମିବା ସମୟରେ ପୁଞ୍ଜି ବିନିଯୋଗକୁ ପସନ୍ଦ କରୁଛନ୍ତି। କିଛି ଗ୍ରାହକ କ୍ରୟ ପ୍ରକ୍ରିୟାକୁ କିଛିଦିନ ଘୁଞ୍ଚାଇ ଦେଉଛନ୍ତି କିମ୍ବା ଅଧିକ ମୂଲ୍ୟର ପରିଚାଳନା ପାଇଁ କିସ୍ତି ଏବଂ ସଞ୍ଚୟ ଯୋଜନାର ସହାୟତା ନେଉଛନ୍ତି। ଫଳରେ ଗୁରୁତ୍ୱପୂର୍ଣ୍ଣ ଅବସର ଏବଂ ପର୍ବପର୍ବାଣି ସମୟରେ ଚାହିଦା ବଜାୟ ରହୁଛି।
ପ୍ର- ପ୍ରତିଯୋଗୀ ବ୍ୟବସାୟୀମାନଙ୍କ ତୁଳନାରେ ଆପଣଙ୍କର ସୁନା, ହୀରା ଏବଂ ଟେମ୍ପଲ ଜୁଏଲେରି କଲେକ୍ସନ୍‌ରେ କ’ଣ ସ୍ବତନ୍ତ୍ରତା ରହିଛି?
ଉ- ଅନନ୍ୟ ପାରମ୍ପରିକ ଡିଜାଇନ୍‌ ଓ ଉଚ୍ଚମାନର କାରିଗରି ମାଧ୍ୟମରେ ଆମେ ଆମର ଅଳଙ୍କାର କଲେକ୍ସନକୁ ଭିନ୍ନ କରିପାରିଛୁ। ଆମର କଲେକ୍ସନଗୁଡ଼ିକରେ ଓଡ଼ିଶୀ ସାଂସ୍କୃତିକ ଐତିହ୍ୟ ସହ ଆଧୁନିକ ଶୈଳୀର ସମନ୍ବୟ ରହିଥାଏ, ଯାହା ସ୍ଥାନୀୟ ବଜାରରେ ସାଧାରଣତଃ ମିଳି ନ ଥାଏ। ଆମେ ଗ୍ରାହକଙ୍କ ବିଶ୍ୱାସ, ସ୍ବଚ୍ଛ ମୂଲ୍ୟ ଏବଂ ବ୍ୟକ୍ତିଗତ ସେବା ଉପରେ ଧ୍ୟାନ ଦେଇଥାଉ, ଯାହା ଆମକୁ ପ୍ରତିଯୋଗୀଙ୍କଠାରୁ ଆଗରେ ରଖିବାରେ ସାହାଯ୍ୟ କରେ।
ପ୍ର- ସୁନା, ହୀରା ଏବଂ ରୁପା ଅଳଙ୍କାର ମଧ୍ୟରେ ଗ୍ରାହକଙ୍କ ପସନ୍ଦରେ କିଛି ପରିବର୍ତ୍ତନ ଦେଖୁଛନ୍ତି କି? ସାମୟିକ ବିକ୍ରୟ ବୃଦ୍ଧିରେ ଆପଣଙ୍କର ପାର୍ବଣ ଅଫର ଏବଂ ରିହାତି କେତେ ପ୍ରଭାବଶାଳୀ ହୋଇଛି?
ଉ- ହଁ, ଆମେ ଗ୍ରାହକଙ୍କ ପସନ୍ଦରେ ଏକ ଛୋଟ ପରିବର୍ତ୍ତନ ଦେଖୁଛୁ। ପୁଞ୍ଜି ବିନିଯୋଗ ଏବଂ ପାରମ୍ପରିକ ଅବସର ପାଇଁ ସୁନା ଅଳଙ୍କାର ଏବେ ମଧ୍ୟ ପ୍ରଥମ ପସନ୍ଦ ହୋଇ ରହିଥିବାବେଳେ ଅନେକ ଗ୍ରାହକ ଦୈନନ୍ଦିନ ବ୍ୟବହାର ଏବଂ ଉପହାର ଦେବା ପାଇଁ ହୀରା ଏବଂ ରୁପା ଅଳଙ୍କାର ପ୍ରତି ଆଗ୍ରହ ଦେଖାଉଛନ୍ତି।
ଆମର ପାର୍ବଣ ଅଫର୍‌ ଏବଂ ରିହାତିଗୁଡ଼ିକ ସାମୟିକ ବିକ୍ରୟ ବୃଦ୍ଧିରେ ବହୁତ ପ୍ରଭାବଶାଳୀ ହୋଇଛି। ପର୍ବପର୍ବାଣି ସମୟରେ ସ୍ବତନ୍ତ୍ର ଯୋଜନା ଏବଂ ପ୍ରଚାର ଅଭିଯାନ ଗ୍ରାହକଙ୍କୁ କିଣିବା ପାଇଁ ଉତ୍ସାହିତ କରିଥାଏ। ଓଡ଼ିଶୀ ଜୁଏଲର୍ସ ମୋବାଇଲ୍‌ ଆପ୍‌ ଗ୍ରାହକଙ୍କ ନିକଟରେ ପହଞ୍ଚିବାରେ ଅଧିକ ସହାୟକ ହେଉଛି।
ପ୍ର- ଏହି ବ୍ୟବସାୟ କ୍ଷେତ୍ରକୁ ଆସିବା ପାଇଁ ଆପଣଙ୍କୁ କିଏ ଅନୁପ୍ରାଣିତ କରିଥିଲା ଏବଂ ନୂତନ ଉଦ୍ୟୋଗୀମାନଙ୍କୁ ଆପଣ କ’ଣ ପରାମର୍ଶ ଦେବେ?
ଉ- ଅଳଙ୍କାର କାରିଗରିର ସମୃଦ୍ଧ ପରମ୍ପରା ଏବଂ ସମାଜରେ ଏକ ବିଶ୍ୱସନୀୟ ବ୍ରାଣ୍ଡ୍‌ ଗଠନ କରିବାର ସୁଯୋଗ ମୋତେ ଏହି ବ୍ୟବସାୟ ପାଇଁ ଅନୁପ୍ରାଣିତ କରିଥିଲା। ଅଳଙ୍କାର ଶିଳ୍ପରେ ଗ୍ରାହକଙ୍କ ସହ ସୁସମ୍ପର୍କ ସ୍ଥାପନକରି ଦୀର୍ଘକାଳୀନ ଅଭିବୃଦ୍ଧି ହାସଲ କରିବାର ସମ୍ଭାବନା ରହିଛି। ନୂତନ ଉଦ୍ୟୋଗୀମାନଙ୍କୁ ମୋର ପରାମର୍ଶ ହେଉଛି ସର୍ବଦା ଗୁଣବତ୍ତା ଉପରେ ଧ୍ୟାନ ଦିଅନ୍ତୁ, ସ୍ବଚ୍ଛତା ବଜାୟ ରଖନ୍ତୁ, ଗ୍ରାହକଙ୍କ ବିଶ୍ୱାସ ଜିତନ୍ତୁ ଏବଂ ବଜାରର ନୂତନ ଧାରା ଓ ପ୍ରଯୁକ୍ତି ସହ ଅପ୍‌ଡେଟ୍‌ ରୁହନ୍ତୁ। ଏହି କ୍ଷେତ୍ରରେ ସଫଳତା ପାଇଁ ପରିଶ୍ରମ ଏବଂ ନିରନ୍ତର ସେବା ହେଉଛି ମୂଳମନ୍ତ୍ର।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧିଆ ବାଇକ୍‌ରେ ଚନ୍ଦନ କାଠ ଚାଲାଣ, ପୋଲିସ ଜାଲରେ ୩ ଅଭିଯୁକ୍ତ                     

ଦିଗପହଣ୍ଡି/ଚିକିଟି,୨୮|୧୧(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ) ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ଚିକିଟି ଫାଣ୍ଡି ଅଧିକାରୀ ଏସ.ଆଇ ଗୌତମ ସାହୁ ସଦଳବଳେ ଚିକିଟି,କୃଷ୍ଣପୁର,ଲିଆଖାଇ, ଧାନଘର ଛକ…

ଡିଲିମିଟେସନ ବିଲ୍‌କୁ ନେଇ ବଡ଼ କଥା କହିଲେ ପ୍ରସନ୍ନ ଆଚାର୍ଯ୍ୟ: ନବୀନଙ୍କ …

ଭୁବନେଶ୍ୱର୨୮।୧୧: ଡିଲିମିଟେସନ ବିଲ୍‌କୁ ବିଜୁ ଜନତା ଦଳ (ବିଜେଡି) ସମର୍ଥନ କରିବ କି ନାହିଁ, ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ଏହି ପ୍ରସଙ୍ଗରେ…

କଟକଣାକୁ ମାନୁନାହାନ୍ତି ମତ୍ସ୍ୟଜୀବୀ, ଅଲିଭ ରିଡ୍‌ଲେଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ

କେନ୍ଦ୍ରାପଡ଼ା,୨୮ା୧୧(ଜଗନ୍ନାଥ ଧଳ): ବିରଳ ଅଲିଭ ରିଡଲେ କଇଁଛଙ୍କ ପାଇଁ ଗତ ନଭେମ୍ବର ପହିଲାରୁ ଆସନ୍ତା ୨୦୨୭ ମେ ଶେଷ ପର୍ଯ୍ୟନ୍ତ ଗହୀରମଥା ସାମୁଦ୍ରିକ ଅଞ୍ଚଳକୁ କଟକଣା ମଧ୍ୟରେ…

ଘରୁ ବାହାରିଥିଲେ ସନ୍ତୋଷ, ବାରଙ୍ଗରେ ଜଳିଗଲା ଜୀବନ: ଏସିପି କହିଲେ….

ବାରଙ୍ଗ,୨୮।୧୧(ଲିଙ୍ଗରାଜ ରାଉତ): କଟକ ଜିଲା ବାରଙ୍ଗ ଗୋଡ଼ିସାହି ଅଞ୍ଚଳରେ ଏକ କାର୍‌ ନିକଟରୁ ଉଦ୍ଧାର ହୋଇଥିବା ଅର୍ଦ୍ଧଦଗ୍ଧ ମୃତଦେହର ପରିଚୟ ମିଳିଛି। ମୃତକ ହେଉଛନ୍ତି କଟକ କଲ୍ୟାଣ…

ରୋହିତ ଶର୍ମା MIର ଅଧିନାୟକ ହେବା ଉପରେ ଏମିତି ପ୍ରତିକ୍ରିୟା ଦେଲେ ଚହଲ, ଯାହା ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୨୮।୧୧: ରୋହିତ ଶର୍ମା ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହୋଇଛନ୍ତି। ତିନି ସିଜିନର ବ୍ୟବଧାନ ପରେ, ରୋହିତଙ୍କୁ ପୁଣିଥରେ ‘ଅଧିନାୟକ’ ଭାବେ ଦେଖିବାକୁ ମିଳିବ। ଦଳର ପୂର୍ବତନ…

ରାଜଧାନୀରେ ଦିନ ଦ୍ୱିପ୍ରହରରେ ଗୋଡ଼େଇ ଗୋଡ଼େଇ ହାଣିଲେ

ଭୁବନେଶ୍ୱର, ୨୮ । ୧୧ରାଜଧାନୀରେ ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରି ହାଣିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ପୂର୍ବ…

ସୀମା ନିର୍ଦ୍ଧାରଣ ବିଲ ଉପରେ କେନ୍ଦ୍ରକୁ ସମର୍ଥନ ଘୋଷଣା କରିଛି DMK; ଷ୍ଟାଲିନ କହିଲେ ଏହା ତାମିଲନାଡୁ ପାଇଁ ବଡ଼ ବିଜୟ

ନୂଆଦିଲ୍ଲୀ,୨୮।୧୧: ଶନିବାର ଡିଏମକେ (DMK) କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ (ଡିଲିମିଟେସନ) ବିଲକୁ ଆନୁଷ୍ଠାନିକ ଭାବେ ସମର୍ଥନ ଜଣାଇଛି। ଦଳର ମୁଖ୍ୟ ଏମ. କେ. ଷ୍ଟାଲିନ…

IND vs NZ: ଛୋଟ ଇନିଂସରେ ବଡ଼ ସଫଳତା ହାସଲ କରିଛନ୍ତି ଋଷଭ ପନ୍ତ, ନିରାଶ ହୋଇଛନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୨୮।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଭାରତୀୟ ୱିକେଟକିପର-ବ୍ୟାଟର ଋଷଭ ପନ୍ତ ଏକ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ ମଧ୍ୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?