Odisha Elections 2024

ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୧୧।୪: ବିଧାନସଭା ନିର୍ବାଚନ ପାଇଁ ବିଜେଡି ଗୁରୁବାର ୯ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଭୁବନେଶ୍ୱର ମଧ୍ୟରୁ ଅନନ୍ତ ନାରାୟଣ ଜେନା, ଲକ୍ଷ୍ମୀପୁରରୁ ପ୍ରଭୁ ଜାନି, ପାରାଦୀପରୁ ଗୀତାଞ୍ଜଳି ରାଉତରାୟକୁ ଦଳ ଟିକେଟ୍‌ ଦେଇଛି। ସେହିପରି ସମ୍ବଲପୁରରୁ ପ୍ରସନ୍ନ ଆଚାର୍ଯ୍ୟ, ରେଢାଖୋଲରୁ ରୋହିତ ପୂଜାରୀ, ତେଲକୋଇରୁ ମାଧବ ସର୍ଦ୍ଦାର, ତାଳଚେରରୁ ବ୍ରଜ ପ୍ରଧାନ, ନର୍ଲାରୁ ମନୋରମା ମହାନ୍ତି, ବାଲିଗୁଡାରୁ ଚକ୍ରମଣି କହଁରଙ୍କୁ ବିଜେଡି ପ୍ରାର୍ଥୀ କରିଛି।

ଏଥିସହିତ ଦଳ ବାଲେଶ୍ୱର ଲୋକ ସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଟିକେଟ୍‌ ଦେଇଛି। ନିକଟରେ ଲେଖାଶ୍ରୀ ଭାଜପା ଛାଡି ବିଜେଡିରେ ମିଶିଥିଲେ।

ସୂଚନାଯୋଗ୍ୟ, ଲୋକ ସଭା ନିର୍ବାଚନ ପାଇଁ ବିଜେଡି ପୂର୍ବରୁ ୩ଟି ପର୍ଯ୍ୟାୟରେ ୨୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଥିଲା। ସେହିପରି ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୭୨, ଦ୍ବିତୀୟ ପର୍ଯ୍ୟାୟରେ ୨୭ ଓ ତୃତୀୟ ପର୍ଯ୍ୟାୟରେ ୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘୋଷଣା ଆଗରୁ ରେଜଲ୍ଟ କହିଦେଲେ ଶାହା, ନୟାଗଡରେ ଜଣାପଡିଲା…

ନୟାଗଡ,୨୧।୫: ସମ୍ବଲପୁରରେ ପ୍ରଚାର ପରେ ଢେଙ୍କାନାଳ ପରଜଙ୍ଗରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। । ବିରାଟ ଜନସଭାକୁ ସମ୍ବୋଧିତ କରି ସେ ପୁଣି ବିଜେଡି ଉପରେ...

ବିଧାୟକ, ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ପାଣ୍ଡିଆନ

ପାଟଣା,୨୧।୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ସାହାରପଡ଼ା ବ୍ଲକ ମୁଖ୍ୟାଳୟ ହାଇସ୍କୁଲ ପଡ଼ିଆରେ ମଙ୍ଗଳବାର ଅପରାହ୍ନରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିୟାନ ପାଟଣା ବିଜେଡି...

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ଥର ଏପରି ହମଲା କଲେ ଅପରାଜିତା, କହିଦେଲେ ଏମିତି ଯେ…

ଭୁବନେଶ୍ୱର,୨୧।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୋରଦାର ଆଟାକ୍‌ କରିଛନ୍ତି ଭୁବନେଶ୍ୱର ଏମପି ଅପରାଜିତା ଷଡଙ୍ଗୀ। ଭୁବନେଶ୍ୱର ଏମପି ଲିଙ୍ଗରାଜ ପ୍ରକଳ୍ପ କାମକୁ ବନ୍ଦ କରିବାକୁ ପ୍ରୟାସ...

ଓଡିଶା ଆସୁଛନ୍ତି ରାମ, ଏହିଠି କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୨୧।୫: ଓଡିଶାକୁ ଜାରି ରହିଛି କେନ୍ଦ୍ର ନେତାଙ୍କ ମାରାଥନ ଗସ୍ତ । ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସୋମବାର ସରିଥିବାବେଳେ କେନ୍ଦ୍ର ନେତାଙ୍କ ଘନଘନ ଓଡ଼ିଶା...

ରତ୍ନଭଣ୍ଡାର ଚାବି ହଜେଇଛି କିଏ? ସମ୍ବଲପୁରରୁ ଶାହାଙ୍କ ବଡ଼ ଖୁଲାସା

ସମ୍ବଲପୁର,୨୧।୫: ସମ୍ବଲପୁର ଅଇଁଠାପାଲି ପିଏଚଡି ପଡ଼ିଆରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିରାଟ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ଶାହା ବିଜେଡି ସରକାରଙ୍କୁ...

‘୧୮ ମାସରେ ଚିଟ୍‌ଫଣ୍ଡ ଦୋଷୀଙ୍କୁ ଜେଲ୍‌ରେ ପୂରାଇବୁ’

ସମ୍ବଲପୁର,୨୧।୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମ୍ବଲପୁର ସଭାରେ ଆସୁ ଆସୁ ବର୍ଷିଛନ୍ତି। ଶାହା କହିଛନ୍ତି, ଭାଜପା ସରକାର ଆସିଲେ ମେଡିକାଲ ସାଇନ୍ସ ଓଡ଼ିଆରେ...

ଓଡ଼ିଶାକୁ ଶାସନ କିଏ କରିବ, କହିଦେଲେ ଅମିତ ଶାହା

ସମ୍ବଲପୁର,୨୧।୫: ସମ୍ବଲପୁର ଅଇଁଠାପାଲି ପିଏଚ୍‌ଡି ପଡ଼ିଆରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିରାଟ ଜନସଭାକୁ ସମ୍ବୋଧିତ କରୁଛନ୍ତି। ଏହି ସମୟରେ ଶାହା ବିଜେଡି ଉପରେ...

ମନ୍ମଥଙ୍କ ପାଇଁ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ, ଭିଡିଓ ବାର୍ତ୍ତାରେ କହିଲେ…

ଭୁବନେଶ୍ୱର,୨୧।୫: ଭୁବନେଶ୍ୱର ଏମ୍‌ପି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମନ୍ମଥ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri