ମଦ ବିକ୍ରି ଅଭିଯୋଗରେ ପୋଲିସ ଉଠାଇ ନେଇଥିବା ମହିଳାଙ୍କୁ ଛାଡ଼ିବା ଦାବି ନେଇ ରାସ୍ତାରୋକୋ

ଖଲ୍ଲିକୋଟ,୨୦ା୩(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଦିବାସୀ ବହୁଳ ଗୁହାରିଆପାଟ ଗ୍ରାମରେ ଦୀର୍ଘଦିନ ଧରି ମଦ ବିକ୍ରି କରୁଥିବା ଅଭିଯୋଗରେ ଗ୍ରାମର ଜଣେ ୬୦ ବର୍ଷୀୟ ବୃଦ୍ଧା ଲକ୍ଷ୍ମୀ ଜାନିଙ୍କୁ ବ୍ରହ୍ମପୁରସ୍ଥିତ ଅବକାରୀ ଗୋଇନ୍ଦା ବିଭାଗ ବୁଧବାର ଥାନାକୁ ଆଣିଥିଲେ। ଏହାର ପ୍ରତିବାଦରେ ଲକ୍ଷ୍ମୀଙ୍କୁ ଅଯଥାରେ ପୋଲିସ ଉଠାଇ ନେଇଥିବା ଅଭିଯୋଗ କରି ତୁରନ୍ତ ତାଙ୍କୁ ଛାଡ଼ିବା ଦାବିରେ ସକାଳ ୮.୩୦ରୁ ଖଲ୍ଲିକୋଟ-ବ୍ରହ୍ମପୁର ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତାରୋକୋ କରିଛନ୍ତି। ଆଦିବାସୀମାନେ ହାତରେ ଧନୁତୀର, ଟାଙ୍ଗିଆ, କୁରାଢ଼ି ଆଦି ପାରମ୍ପାରିକ ଅସ୍ତ୍ର ଧରି ରାସ୍ତା ଉପରେ ବସି ରହିଛନ୍ତି। ଅଦ୍ୟାବଧି ରାସ୍ତାରୋକୋ ଚାଲିଥିବା ବେଳେ ଘଟଣାସ୍ଥଳରେ ପୋଲିସ କିମ୍ବା କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନାହାନ୍ତି। ଆମେ ମଦ ବିକ୍ରି କରୁ ନାହୁଁ। ଆମର ଗୋଟିଏ ଛୋଟିଆ ଜଳଖିଆ ଦୋକାନ ଅଛି। ଆମେ ମା’ ଝିଅ ସେଠାରେ ଥିଲୁ। ପୋଲିସ ଆସି କବାଟ ବାଡେଇଲା। ମୁଁ କବାଟ ଖୋଲି ଦେବାରୁ ପୋଲିସ ଆସି ମାଆକୁ ଉଠେଇ ନେଲା। ମୁଁ ଯେତେ ପଚାରିଲେ ମଧ୍ୟ ସେମାନେ କିଛି କହିଲେ ନାହିଁ ବୋଲି ଝିଅ କୁମାରୀ ଜାନି ଅଭିଯୋଗ କରିଛନ୍ତି। ଯେଉଁ ପର୍ଯ୍ୟନ୍ତ ଆମ ମାଆଙ୍କୁ ପୋଲିସ ଛାଡ଼ିନାହିଁ ସେ ପର୍ଯ୍ୟନ୍ତ ରାସ୍ତାରୋକୋ ଜାରି ରହିବ ବୋଲି ଆଦିବାସୀମାନେ କହିଛନ୍ତି। ଏପଟେ ବର୍ଷା ଲାଗିରହିଥିବା ବେଳେ ରାସ୍ତାରୋକୋରୁ ଜରୁରିକାଳୀନ କାମରେ ଯାଉଥିବା ଲୋକେ ପ୍ରବଳ ହଟହଟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

Stock Market Today: ନୂଆବର୍ଷର ପ୍ରଥମ ଦିନରେ ଉପର ମୁହାଁ ଷ୍ଟକ ମାର୍କେଟ, ମାଲେମାଲ ନିବେଶକ

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ, ଜାନୁଆରୀ ୧, ୨୦୨୬ ରେ ଭାରତୀୟ ଷ୍ଟକ୍ ବଜାର ଜୋରଦାର ଆରମ୍ଭ ହୋଇଛି । ସକାଳ ପ୍ରାୟ ୯ଟା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri