Posted inଜାତୀୟ

ଦେଶରେ ଶେଷ ହେବ କି ଫାଶୀ ଦଣ୍ଡ? ଗତବର୍ଷ ୧୨୦ ଜଣଙ୍କୁ ମିଳିଥିଲା ଏହି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ,୧୫।୨: ମୃତ୍ୟୁଦଣ୍ଡର ଅର୍ଥ ହେଉଛି ଫାଶୀ। ହତ୍ୟା, ବଳାତ୍କାର କିମ୍ବା ଆତଙ୍କବାଦ ଭଳି ଜଘନ୍ୟ ଅପରାଧ ପାଇଁ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେବା ଏକ ଆଇନଗତ ବ୍ୟବସ୍ଥା। ୨୦୨୩ରେ ନିମ୍ନ ଅଦାଲତଙ୍କ ଦ୍ୱାରା ଦିଆଯାଇଥିବା ମୃତ୍ୟୁ ଦଣ୍ଡରେ ୨୮ପ୍ରତିଶତ ହ୍ରାସ ଘଟିଛି।
୨୦୨୩ରେ, ନିମ୍ନ ଅଦାଲତ (ଟ୍ରାଏଲ କୋର୍ଟ) ସମୁଦାୟ ୧୨୦ଦୋଷୀଙ୍କୁ ମୃତ୍ୟୁଦଣ୍ଡ ପ୍ରଦାନ କରିଥିଲେ। ଗତ ବର୍ଷ ୧୬୭ କଏଦୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୃତ୍ୟୁଦଣ୍ଡକୁ ସମର୍ଥନ କରୁଥିବା ଅପିଲ କୋର୍ଟର ନିଷ୍ପତ୍ତିରେ ଉଲ୍ଲେଖନୀୟ ହ୍ରାସ ଘଟିଛି।
୨୦୨୩ରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁଦଣ୍ଡକୁ ସୁପ୍ରିମକୋର୍ଟ ସମର୍ଥନ କରି ନ ଥିଲେ। କେବଳ ଗୋଟିଏ ହତ୍ୟା ମାମଲାରେ କର୍ନାଟକ ହାଇକୋର୍ଟ ମୃତ୍ୟୁଦଣ୍ଡକୁ ସମର୍ଥନ କରିଛନ୍ତି। ହାଇକୋର୍ଟରେ ଏଭଳି ମୃତ୍ୟୁଦଣ୍ଡ ମାମଲାର ସମାଧାନର ଗତି ୧୫ ପ୍ରତିଶତ ହ୍ରାସ ପାଇଛି।

ଦିଲ୍ଲୀର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପ୍ରୋଜେକ୍ଟ 39A ନାମକ ଅଷ୍ଟମ ରିପୋର୍ଟ ପ୍ରକାଶ କରିଛି। ୨୦୧୬ ପରଠାରୁ ପ୍ରତିବର୍ଷ ମୃତ୍ୟୁ ଦଣ୍ଡ ପାଇଥିବା ବନ୍ଦୀମାନଙ୍କ ରିପୋର୍ଟ ପ୍ରକାଶ ପାଇଥାଏ। ଏହି ଅନୁଯାୟୀ, ଡିସେମ୍ବର ୨୦୨୩ଶେଷ ସୁଦ୍ଧା ମୋଟ ୫୬୧ କଏଦୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ୨୦୧୬ ତୁଳନାରେ ଏହି ସଂଖ୍ୟା ୪୫ ପ୍ରତିଶତ ଅଧିକ।
୨୦୨୩ରେ, ଯେତେବେଳେ ଟ୍ରାଏଲ କୋର୍ଟ ଦେଇଥିବା ମୃତ୍ୟୁଦଣ୍ଡ ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଥିଲା, ସେତେବେଳେ ପୋଲିସ ଅନୁସନ୍ଧାନରେ ତ୍ରୁଟି ଏବଂ ପ୍ରମାଣ ଅଭାବ ଜଣାପଡିଥିଲା। ଏହି କାରଣରୁ ଅନେକ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ କିମ୍ବା ସେମାନଙ୍କ ଦଣ୍ଡ ହ୍ରାସ କରାଯାଇଥିଲା। ୮୭% ମୃତ୍ୟୁ ଦଣ୍ଡାଦେଶ ଶୁଣାଯିବା ପୂର୍ବରୁ ଅଭିଯୁକ୍ତଙ୍କ ପୃଷ୍ଠଭୂମି କିମ୍ବା ପରିସ୍ଥିତି ବୁଝିନପାରି ଦିଆଯାଇଥିଲା।
ଏହି ରାୟ ଦେବାବେଳେ ସୁପ୍ରିମକୋର୍ଟ ମଧ୍ୟ ଏହି ଲୋକମାନେ କିପରି ଜେଲରେ ରହିଲେ ଏବଂ ସେମାନଙ୍କର ମାନସିକ ଅବସ୍ଥା କ’ଣ ତାହା ଉପରେ ନଜର ରଖିଥିଲେ। ଏଭଳି ୧୩ ଟି ମାମଲାରେ କେରଳ ଏବଂ ତେଲଙ୍ଗାନା ହାଇକୋର୍ଟ ମଧ୍ୟ ସମାନ ରିପୋର୍ଟ ମାଗିଛନ୍ତି।
୨୦୨୩ରେ ସୁପ୍ରିମକୋର୍ଟ ୫ ଟି ମାମଲାରେ ୬ ଜଣ କଏଦୀଙ୍କୁ ମୁକ୍ତ କରିଥିଲେ ଏବଂ ଦୁଇ ଜଣ କଏଦୀଙ୍କ ସହ ଜଡିତ ଦୁଇଟି ମାମଲାକୁ ଟ୍ରାଏଲ କୋର୍ଟ ଏବଂ ହାଇକୋର୍ଟକୁ ପଠାଇଥିଲେ। ଏହି ସମସ୍ତ ନିଷ୍ପତ୍ତିରେ ସୁପ୍ରିମକୋର୍ଟ ପୋଲିସର ତଦନ୍ତ ଏବଂ ବିଚାର ପ୍ରକ୍ରିୟାରେ ହୋଇଥିବା ତ୍ରୁଟିକୁ ସମାଲୋଚନା କରିଛନ୍ତି। ଗୋଟିଏ ମାମଲାରେ ସୁପ୍ରିମକୋର୍ଟ ଏହା ମଧ୍ୟ ଜାଣିବାକୁ ପାଇଛନ୍ତି ଯେ ଅପରାଧ ସମୟରେ ନାରାୟଣ ଚେତନାରାମ ଚୌଧୁରୀ ଜଣେ ନାବାଳକ ହୋଇଥିବାବେଳେ ତାଙ୍କୁ ୨୮ ବର୍ଷ ଜେଲରେ ରହିବାକୁ ପଡୁଥିଲା, ସେଥିମଧ୍ୟରୁ ସେ ମୃତ୍ୟୁଦଣ୍ଡ ପାଇବା ପରେ ୨୫ବର୍ଷ ବିତାଇଥିଲେ।
ସେହିଭଳି ହାଇକୋର୍ଟ ସମସ୍ତ ଅଭିଯୋଗର ୩୬ ଜଣ କଏଦୀଙ୍କୁ ନିର୍ଦ୍ଦୋଷରେ ଖଲାସ କରି ୫ ଜଣ କଏଦୀଙ୍କ ସହ ଜଡିତ ତିନିଟି ମାମଲାକୁ କୋର୍ଟକୁ ପଠାଇ ଦେଇଛନ୍ତି। ଏହା କରାଯାଇଥିଲା କାରଣ ଫୋରେନସିକ ରିପୋର୍ଟର କ୍ରସ ପରୀକ୍ଷଣରେ ଗୁରୁତର ତ୍ରୁଟି ରହିଥିଲା ଏବଂ ଦଣ୍ଡବିଧାନ ପ୍ରକ୍ରିୟା ମଧ୍ୟ ବେପରୁଆ ଭାବରେ କରାଯାଇଥିଲା।
୨୦୨୩ରେ, ହାଇକୋର୍ଟ ୮୦ଜଣ କଏଦୀଙ୍କ ସହ ୫୭ଟି ମୃତ୍ୟୁଦଣ୍ଡ ମାମଲା ରୁଜୁ କରିଥିବାବେଳେ ୨୦୨୨ରେ ୧୦୧ଜଣ କଏଦୀଙ୍କ ସହ ୬୮ଟି ମାମଲା ବର୍ଜନ କରାଯାଇଥିଲା। ୨୦୨୩ଶେଷରେ, ୪୮୮ଜଣ କଏଦୀଙ୍କ ସହ ୩୦୩ଟି ମାମଲା ୨୩ ଟି ହାଇକୋର୍ଟରେ ବିଚାରାଧୀନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri