Posted inଖେଳ

ଭାରତ ଆଜି ଅଷ୍ଟ୍ରେଲିଆକୁ ଭେଟିବ

ଭୁବନେଶ୍ୱର, ୧୫।୨(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ପୁରୁଷ ହକି ପ୍ରୋ ଲିଗ୍‌ରେ ଭାରତ ଗୁରୁବାର ଅଷ୍ଟ୍ରେଲିଆକୁ ଭେଟିବ। ଚଳିତ ସିଜନରେ ନିଜର ପ୍ରଥମ ମ୍ୟାଚରେ ସ୍ପେନ୍‌କୁ ୪-୧ ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଥିବା ଭାରତ ପରବର୍ତ୍ତୀ ମ୍ୟାଚରେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ନମ୍ବର ଓ୍ବାନ୍‌ରେ ଥିବା ନେଦରଲାଣ୍ଡ୍ସକୁ ଶୁଟ୍‌ଆଉଟ ୪-୨ ଗୋଲରେ ପରାସ୍ତ କରି ମନୋବଳ ଦୃଢ଼ କରିଛି। ନିର୍ଦ୍ଧାରିତ ସମୟରେ ମ୍ୟାଚ ୨-୨ରେ ବରାବର ରହିବାରୁ ଶୁଟ୍‌ଆଉଟ ପର୍ଯ୍ୟାୟରେ ବାଜି ମାରିଥିଲା ଭାରତ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ମଧ୍ୟ ଚଳିତ ସିଜନରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଆସିଛି। ଏହି ଦଳ ପ୍ରଥମ ମ୍ୟାଚରେ ସ୍ପେନ୍‌କୁ ୪-୩ ଗୋଲରେ ହରାଇଥିବାବେଳେ ଦ୍ୱିତୀୟ ମ୍ୟାଚରେ ଆୟର୍ଲାଣ୍ଡକୁ ୫-୦ ଗୋଲରେ ପରାସ୍ତ କରିଛି। ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ୨ଟି ଲେଖାଏ ମ୍ୟାଚ ଖେଳିଛନ୍ତି। ଅଷ୍ଟ୍ରେଲିଆ ୨ ବିଜୟ ସହ ୬ ପଏଣ୍ଟ ପାଇଥିବାବେଳେ ଭାରତ ୧ ବିଜୟ ଓ ୧ ଶୁଟ୍‌ଆଉଟ ବିଜୟ ସହିତ ୫ ପଏଣ୍ଟ ହାସଲ କରିଛି।

ଭାରତୀୟ ହକି ଦଳ ବର୍ତ୍ତମାନ ଉତ୍ସାହୀ ପ୍ରଦର୍ଶନ ଦେବାରେ ସକ୍ଷମ ହେଉଥିଲେ ହେଁ ଇତିହାସ ଦେଖିଲେ ଅଷ୍ଟ୍ରେଲିଆ ବିପକ୍ଷରେ ରେକର୍ଡ ଭଲ ନାହିଁ। ଉଭୟ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୭୦ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରୁ ଅଷ୍ଟ୍ରେଲିଆ ୪୮ଟି ମ୍ୟାଚ ଜିତିଥିବାବେଳେ ଭାରତ ମାତ୍ର ୧୬ଟିରେ ବିଜୟୀ ହୋଇଛି। ଅବଶିଷ୍ଟ ୬ ମ୍ୟାଚ ଡ୍ର ରହିଛି। ଗତ ସିଜନରେ ଅନୁଷ୍ଠିତ ୨ଟି ପ୍ରୋ ଲିଗ୍‌ ମ୍ୟାଚରେ କିନ୍ତୁ ଭାରତ ବିଜୟୀ ହୋଇଥିଲା। ୨୦୨୩ ମାର୍ଚ୍ଚ ୧୨ରେ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଭାରତ ହରମନପ୍ରୀତ ସିଂଙ୍କ ହ୍ୟାଟ୍ରିକ ବଳରେ ୫-୪ ଗୋଲରେ ଅଷ୍ଟ୍ରେଲିଆକୁ ହରାଇଥିଲା। ମାର୍ଚ୍ଚ ୧୫ରେ ସେହି ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲାରେ ମ୍ୟାଚଟି ୨-୨ ଗୋଲରେ ଡ୍ର ରହିବାରୁ ଫଳାଫଳ ନିର୍ଣ୍ଣୟ ପାଇଁ ଶୁଟ୍‌ ଆଉଟର ସହାୟତା ନିଆଯାଇଥିଲା। ଏଥିରେ ଭାରତ ୪-୩ ଗୋଲରେ ବିଜୟୀ ହୋଇଥିଲା। ଚଳିତ ସିଜନରେ ଉଭୟ ଦଳ ଭଲ ପ୍ରଦର୍ଶନ କରି ଆସିଥିବାରୁ ଆସନ୍ତା ମ୍ୟାଚ ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି।
ଆଗାମୀ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ କଡ଼ା ଚ୍ୟାଲେଞ୍ଜ ମିଳିବ ବୋଲି ଆଶା କରୁଛନ୍ତି ଭାରତୀୟ ଦଳର ମୁଖ୍ୟ କୋଚ୍‌ କ୍ରେଗ୍‌ ଫୁଲଟନ। ”ଅଷ୍ଟ୍ରେଲିଆ କ୍ରମାଗତ ୨ଟି ବିଜୟ ହାସଲ କରିଥିବାରୁ ଆଗାମୀ ମ୍ୟାଚରେ କଡ଼ା ଚ୍ୟାଲେଞ୍ଜ ଦେବ। ତେଣୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ନିଶ୍ଚିତ। ଆମ ଖେଳାଳିଙ୍କ ପ୍ରଦର୍ଶନ ସନ୍ତୋଷଜନକ ରହିଛି। ତେବେ କେତେକ ବିଭାଗରେ ଆମକୁ ଉନ୍ନତ ପ୍ରଦର୍ଶନ କରିବାର ଅଛି। ଶକ୍ତିଶାଳୀ ଦଳଗୁଡ଼ିକ ବିପକ୍ଷରେ ଲଗାତର ମ୍ୟାଚ ଖେଳିବା କଷ୍ଟକର। ଏବେ ଆମେ ସତେଜ ମନରେ ଭୁବନେଶ୍ୱର ଚରଣର ଶେଷ ୨ଟି ମ୍ୟାଚ ଉପରେ ଫୋକସ କରୁଛୁ“ ବୋଲି ଫୁଲଟନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri