ଏଥର ଗ୍ରୀନ୍‌ ରାଖୀପୂର୍ଣ୍ଣିମା

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ପ୍ରଦୂଷଣମୁକ୍ତ ଗ୍ରୀନ୍‌ ଦୀପାବଳି ଓ ଗ୍ରୀନ୍‌ ହୋଲି ପରେ ଏଥର ଗ୍ରୀନ୍‌ ରକ୍ଷାବନ୍ଧନ। ପରିବେଶ ସୁରକ୍ଷା ପ୍ରତି ଧୀରେ ଧୀରେ ସଚେତନ ହେଉଥିବା ଲୋକେ ରାଖୀ ପୂର୍ଣ୍ଣିମାକୁ ନିଆରାଭାବେ ପାଳନ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ପ୍ଲାଷ୍ଟିକ୍‌, ଜରି ଓ ଅନ୍ୟାନ୍ୟ ପରିବେଶ ଅନୁପଯୋଗୀ ପଦାର୍ଥ ପରିବର୍ତ୍ତେ ମାଟି, ଗୋବର, ଗଛ ମଞ୍ଜି, କାଗଜ, ସବାଇ ଘାସ ଆଦିରେ ପ୍ରସ୍ତୁତ ରାଖୀର ଚାହିଦା ଦେଖିବାକୁ ମିଳୁଛି। ଓଡ଼ିଶାରେ ମଧ୍ୟ ଚଳିତବର୍ଷ ଏହି ଟ୍ରେଣ୍ଡ୍‌ ଲୋକପ୍ରିୟ ହୋଇଛି। ପ୍ରଥମେ ଓର୍‌ମାସ୍‌ ପକ୍ଷରୁ ବଜାରରେ ଇକୋ-ଫ୍ରେଣ୍ଡ୍‌ଲୀ ରାଖୀ ବିକ୍ରି କରାଯିବା ପରେ ଏବେ ବିଭିନ୍ନ କର୍ମଶାଳାର ଆୟୋଜନ କରାଯାଇ ପରିବେଶ ଉପଯୋଗୀ ରାଖୀ ପ୍ରସ୍ତୁତ କରାଯାଉଛି। ଏନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ମଧ୍ୟ କେତେକ ସଂସ୍ଥା ଆଗେଇ ଆସିଛନ୍ତି।
ପ୍ରଥମେ କେନ୍ଦ୍ରାପଡ଼ାର ଏକ ସ୍ବୟଂ ସହାୟକ ଗୋଷ୍ଠୀ ‘ଶିବ ପାର୍ବତୀ ପ୍ରଡକ୍ସନ’ ଇକୋ ଫ୍ରେଣ୍ଡ୍‌ଲୀ ରାଖୀ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଥିଲା। ଗ୍ରୁପ୍‌ ସଦସ୍ୟମାନେ ଗୋଲ୍ଡେନ୍‌ ଗ୍ରାସ୍‌ ବା କାଇଁଚରେ ରାଖୀ ତିଆରି କରି ଏଭଳି ଅଭିନବ ପଦକ୍ଷେପ ଆରମ୍ଭ କରିଥିଲେ। ରାଖୀ ପ୍ରସ୍ତୁତରେ ବ୍ୟବହୃତ ପ୍ଲାଷ୍ଟିକ୍‌ ପରିବେଶ ପ୍ରଦୂଷଣର ପ୍ରମୁଖ କାରଣ ପାଲଟୁଥିବାରୁ ଏହାକୁ ଦୃଷ୍ଟିରେ ରଖି କିଭଳି ପରିବେଶ ଅନୁକୂଳ ରାଖୀ ତିଆରି କରିବେ ସେନେଇ ସେମାନେ ଯୋଜନା କରିଥିଲେ। କେନ୍ଦ୍ରାପଡ଼ା ଓ ଆଖପାଖ ଅଞ୍ଚଳରେ ବର୍ଷାଦିନେ କାଇଁଚ ବହୁଳଭାବେ ମିଳୁଥିବାରୁ ଏହାକୁ ବ୍ୟବହାର ପାଇଁ ଚିନ୍ତା କରିଥିଲେ। ଓର୍‌ମାସ୍‌ ପକ୍ଷରୁ ଏହି ରାଖୀକୁ ପ୍ରମୋଟ୍‌ କରାଯିବା ସହ କେନ୍ଦ୍ରାପଡ଼ା, ଭୁବନେଶ୍ୱର ଏବଂ କଟକରେ ବିକ୍ରିବଟା ପାଇଁ ଏହି ଗୋଷ୍ଠୀକୁ ସୁଯୋଗ ଦିଆଯାଇଛି। ମାତ୍ର ୧୫ରୁ ୨୦ ଟଙ୍କା ମଧ୍ୟରେ ଗ୍ରାହକ ଏହି ଗ୍ରୀନ୍‌ ରାଖୀ ପାଇପାରୁଛନ୍ତି।
ଅନ୍ୟପକ୍ଷରେ ଭୁବନେଶ୍ୱର ଗଣ୍ଡମୁଣ୍ଡାଠାରେ ଥିବା ଓଡ଼ିଶା କ୍ରାଫ୍ଟସ୍‌ ମ୍ୟୁଜିୟମ୍‌ ‘କଳାଭୂମି’ ପକ୍ଷରୁ ରାଖୀ ପୂର୍ଣ୍ଣମୀ ଉପଲକ୍ଷେ ରାଖୀ ପ୍ରସ୍ତୁତି ଉପରେ ଏକ କର୍ମଶାଳାର ଆୟୋଜନ କରାଯାଇଛି। ଗତ ୧୧ ତାରିଖରେ ଆୟୋଜିତ ଏହି କର୍ମଶାଳାରେ ଓଡ଼ିଶାର କଳା, କାରିଗରିର ଛାପସହ ଇକୋ-ଫ୍ରେଣ୍ଡଲୀ ରାଖୀ ପ୍ରସ୍ତୁତ କରିବା ପାଇଁ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଏଥିରେ ଛୋଟପିଲାଙ୍କଠାରୁ ଆରମ୍ଭକରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଭାଗନେଇ ଚାନ୍ଦୁଆ, ତାଳପତ୍ର, ପଟ୍ଟଚିତ୍ର ଓ ଟେରାକୋଟାର ରାଖୀ ପ୍ରସ୍ତୁତ କରିଥିଲେ। ଏହି ନିଆରା କର୍ମଶାଳାରେ ଭାଇମାନେ ନିଜ ଭାଇ ଓ ଭଉଣୀଙ୍କ ପାଇଁ ରାଖୀ ପ୍ରସ୍ତୁତ କରିଥିଲେ। ପ୍ରତ୍ୟେକ ଅଂଶଗ୍ରହଣକାରୀ ୪ଟି ଲେଖାଏ ଚାରିପ୍ରକାରର ରାଖୀ ତିଆରି କରିଥିଲେ। ଉପସ୍ଥିତ ଶିଳ୍ପୀ ଓ କାରିଗରମାନେ ଏହି ରାଖୀ ପ୍ରସ୍ତୁତ ପ୍ରଣାଳୀ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। କେବଳ ଏତିକି ନୁହେଁ, ଆଜିକାଲି ଏକାଧିକ ଇ-କମର୍ସ ପ୍ଲାଟ୍‌ଫର୍ମ ଇକୋ-ଫ୍ରେଣ୍ଡଲୀ ରାଖୀକୁ ପ୍ରମୋଟ କରୁଥିବା ଦେଖିବାକୁ ମିଳୁଛି। ଗଛ ମଞ୍ଜିରେ ପ୍ରସ୍ତୁତ ହେଉଥିବା ସିଡ୍‌ ରାଖୀ ବହୁଳଭାବେ ଲୋକପ୍ରିୟତା ହାସଲ କରିଛି। ରାଖୀ ପିନ୍ଧିସାରିବା ପରେ ଏହାକୁ ଖୋଲି ମାଟିରେ ପୋତିଦେଲେ ସେଥିରୁ ଗଛ ହୋଇ ତାହା ବିଭିନ୍ନ ପ୍ରକାର ଫୁଲ ଓ ଫଳ ପ୍ରଦାନ କରୁଛି। ଏହା କେବଳ ପରିବେଶ ପ୍ରଦୂଷଣରୁ ମୁକ୍ତ କରୁନି, ବରଂ ପରିବେଶକୁ ସବୁଜ ରଖିବାରେ ସହାୟ ହେଉଛି।

-ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri