Posted inଜାତୀୟ

ବଟର ଚିକେନ୍‌ ଉଦ୍ଭାବକ କିଏ

ନୂଆଦିଲ୍ଲୀ,୨୫ା୧: ବିଶ୍ୱରେ ପରିଚିତି ଲାଭ କରିଥିବା ଭାରତର ଅନ୍ୟତମ ସୁସ୍ବାଦୁ ବ୍ୟଞ୍ଜନ ବଟର ଚିକେନ୍‌ର ଉଦ୍ଭାବକ କିଏ। ଏହି ପ୍ରଶ୍ନକୁ ନେଇ ଏବେ ଦେଶର ଦୁଇଟି ରେଷ୍ଟୁରାଣ୍ଟ ଚେନ୍‌ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ରିଚାର୍ଡ ନିକ୍ସନ ଓ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଭଳି ବ୍ୟକ୍ତିଙ୍କୁ ଆତିଥ୍ୟ ପ୍ରଦାନ କରିଥିବା ଦିଲ୍ଲୀର ରେଷ୍ଟୁରାଣ୍ଟ ବ୍ରାଣ୍ଡ୍‌ ‘ମୋତି ମହଲ’ ପକ୍ଷରୁ ସାମ୍ନାକୁ ଅଣାଯାଇଥିବା ଏହି ପ୍ରସଙ୍ଗ ଭାରତରେ ଚର୍ଚ୍ଚାର ବିଷୟ ପାଲଟିଛି।
ବଟର ଚିକେନ୍‌ ହେଉଛି ତନ୍ଦୁରରେ ରନ୍ଧାଯାଉଥିବା ଚିକେନ୍‌ ପିସ୍‌ଗୁଡ଼ିକୁ ଟମାଟୋ, କ୍ରିମ୍‌ ଓ ବଟର ମିଶ୍ରିତ ଏକ ବ୍ୟଞ୍ଜନ। ଏହାକୁ ଟେଷ୍ଟ ଆଟଲାସ୍‌ ବିଶ୍ୱର ସର୍ବୋତ୍ତମ ଡିସ୍‌ ତାଲିକାର ୪୩ତମ ସ୍ଥାନରେ ରଖିଛି। ପ୍ରାୟ ୪ ଲକ୍ଷ ୟୁଜର୍ସ ଏହାକୁ ରେଟ୍‌ କରିଛନ୍ତି। ବଟର ଗାର୍ଲିକ୍‌ ନାନ୍‌ ବ୍ରେଡ୍‌ ପରେ ଭାରତୀୟ ଖାଦ୍ୟଗୁଡ଼ିକ ମଧ୍ୟରେ ଏହାର ର଼୍ୟାଙ୍କ ହେଉଛି ଦ୍ୱିତୀୟ। ମୋତି ମହଲ ପକ୍ଷରୁ ଦାବି କରାଯାଇଛି ଯେ, ୧୯୩୦ ଦଶକରେ ପାକିସ୍ତାନର ପେଶାଓ୍ବରରେ ରେଷ୍ଟୁରାଣ୍ଟ ପ୍ରତିଷ୍ଠାତା ଲାଲ ଗୁଜରାଲ ପ୍ରଥମେ ଏହି ଚିକେନ୍‌ ତରକାରୀ ପ୍ରସ୍ତୁତ କରିଥିଲେ। ପରେ ସେ ଦିଲ୍ଲୀକୁ ଚାଲିଆସିଥିଲେ। ଗୁଜରାଲ ପରିବାର ୨,୭୫୨ ପୃଷ୍ଠା ସମ୍ବଳିତ ନିଜ ଆବେଦନରେ ପ୍ରତିଦ୍ୱନ୍ଦ୍ୱୀ ଚେନ୍‌ ଦରିୟାଗଞ୍ଜକୁ ଅଭିଯୁକ୍ତ ଦର୍ଶାଇଛି। ଦରିୟାଗଞ୍ଜ ମିଛଟାରେ ନିଜକୁ ବଟର ଚିକେନ୍‌ର ଉଦ୍ଭାବକ ବୋଲି ଦାବି କରୁଛି। ସେହିପରି ଦାଲ ମଖାନିକୁ ମଧ୍ୟ ନିଜର ଉତ୍ପାଦ ବୋଲି କହୁଛି। ମୋତି ମହଲ ଓ୍ବେବ୍‌ସାଇଟ୍‌ରୁ ଏହି ବ୍ୟଞ୍ଜନଗୁଡ଼ିକର ନକଲ କରି ବିକ୍ରି କରୁଛି। ତେଣୁ ଦରିୟାଗଞ୍ଜଠାରୁ ଗୁଜରାଲ ପରିବାର ୨୪୦,୦୦୦ ଡଲାର କ୍ଷତିପୂରଣ ଦାବି କରିଛି। ମୋତି ମହଲ ପରିଚାଳନା ନିର୍ଦ୍ଦେଶକ ମନୀଷ ଗୁଜରାଲ କହିଛନ୍ତି, କାହାର ଲିଗାସିକୁ ଅନ୍ୟ କେହି ନେଇପାରିବେ ନାହିଁ। ପାକିସ୍ତାନରେ ମୋ’ ଜେଜେବାପା ରହୁଥିବାବେଳେ ବଟର ଚିକେନ୍‌ ଉଦ୍ଭାବନ କରିଥିଲେ। ଅନ୍ୟପକ୍ଷେ ୨୦୧୯ରେ ଦିଲ୍ଲୀରେ ପ୍ରତିଷ୍ଠିତ ଦରିୟାଗଞ୍ଜ ଏହାକୁ ଖଣ୍ଡନ କରିଛି। ଦରିୟାଗଞ୍ଜର ପୂର୍ବତନ ମାଲିକ ସ୍ବର୍ଗତ କୁନ୍ଦନ ଲାଲ ଜଗ୍ଗି ୧୯୪୭ରେ ଦିଲ୍ଲୀରେ ଗୁଜରାଲଙ୍କ ସହ ମିଶି ପାର୍ଟନରଶିପ୍‌ରେ ରେଷ୍ଟୁରାଷ୍ଟ ନିର୍ମାଣ କରିଥିଲେ। ସେହି ରେଷ୍ଟୁରାଣ୍ଟରେ ଏହି ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିବାରୁ ଏହାର ସ୍ବତ୍ୱାଧିକାର ନିଜ ପାଖରେ ଥିବା ଦରିୟାଗଞ୍ଜ ଦାବି କରିଛି। ସହଭାଗିତା ଦାବି ସପକ୍ଷରେ ଦରିୟାଗଞ୍ଜ ୧୯୪୯ରେ ପଞ୍ଜୀକୃତ ଏକ ହାତଲେଖା ପାର୍ଟନରଶିପ୍‌ ଦସ୍ତାବିଜ ଦେଖାଇଛି। ସାମାଜିକ ଗଣମାଧ୍ୟମରେ ଏହି ବିବାଦ ଭାଇରାଲ ହେବାରେ ଲାଗିଛି। ଗତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ପ୍ରଥମ ଶୁଣାଣି କରିଥିଲେ। ଆସନ୍ତା ମେ’ରେ ଏହାର ପରବର୍ତ୍ତୀ ଶୁଣାଣି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

RCB ଖେଳାଳିଙ୍କ ବିରୋଧରେ ବୟସ ଜାଲିଆତି ଅଭିଯୋଗ, ସୂଚନା ପାଇଲା ବିସିସିଆଇ ଦୁର୍ନୀତି ନିବାରଣ ୟୁନିଟ

ନୂଆଦିଲ୍ଲୀ,୨୫।୧୨: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମ ଥର ପାଇଁ IPL ୨୦୨୫ରେ ଚାମ୍ପିଅନ ହୋଇଥିଲା। ଏବେ, ଫ୍ରାଞ୍ଚାଇଜ IPL ୨୦୨୬ପାଇଁ ପ୍ରସ୍ତୁତ ହେଉଛି। ଡିସେମ୍ବର ୧୬ରେ...

କମେଡିଆନ୍ ଗୁଲୁଆଙ୍କୁ ହତ୍ୟା ଧମକ, ଭିଡିଓ କରି କହିଲେ ଜୀବନ ପ୍ରତି ବିପଦ…

ଭୁବନେଶ୍ବର, ୨୫।୧୨: କମେଡିଆନ୍‌ ଗୁଲୁଆଙ୍କୁ ହତ୍ୟା ଧମକ । ସେ ନିଜେ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି । ଏନେଇ ସେ ଆଜି ସୋସିଆଲ ମିଡିଆରେ...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ଏହି ଦୁଇ କୁଖ୍ୟାତ ମାଓବାଦୀ, ଏବେ ବି ଜାରି ରହିଛି…

ଫୁଲବାଣୀ/ତୁମୁଡ଼ିବନ୍ଧ,୨୫ା୧୨(ରାକେଶ କୁମାର ରାଉତ/ଦୀପକ ପରାସେଠ): କନ୍ଧମାଳ ଜିଲାରେ ମାଓବାଦୀ ମୂଳୋତ୍ପାଟନ ପାଇଁ ଜୋର୍‌ଦାର କୋମ୍ବିଂ ଅପରେଶନ ଚାଲିଛି । ବୁଧବାର ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨...

IPL 2026 ପ୍ଲେଅଫରେ ପହଞ୍ଚିବ କେଉଁ ୪ଟି ଟିମ୍‌? ବଡ଼ ଭବିଷ୍ୟବାଣୀ କଲେ ପୂର୍ବତନ କ୍ରିକେଟର!

ନୂଆଦିଲ୍ଲୀ,୨୫।୧୨: IPL 2026 ଖେଳାଳିଙ୍କ ମିନି-ନିଲାମ ନିକଟରେ ଶେଷ ହୋଇଛି। ଡିସେମ୍ବର ୧୬ରେ ଆବୁଧାବିରେ IPL ମିନି-ନିଲାମ ହୋଇଥିଲା, ଯେଉଁଥିରେ ୨୯ ବିଦେଶୀ ଖେଳାଳିଙ୍କ ସମେତ...

ପାରିବାରିକ କଳହର କରୁଣ ପରିଣତି, ଶ୍ୱଶୁର ଆଗରେ ସ୍ତ୍ରୀକୁ ହତ୍ୟା କରିଲେ ସ୍ବାମୀ

ବଲାଙ୍ଗୀର, ୨୫/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଜୁର୍ଲାକାନି ଗାଁରେବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି ।...

ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ଭୂପିନ୍ଦରଙ୍କ ବଡ଼ ବୟାନ, କିଛି ନୂଆ ଲୋକଙ୍କୁ ଅଣାଗଲେ ବିଜେଡ଼ି…

ଭୁବନେଶ୍ବର,୨୫।୧୨: ବିଭିନ୍ନ ସ୍ଥାନରେ ମେଳି କରି ଲୋକଙ୍କୁ ଏକଜୁଟ କରିଆସୁଛି ବିଜୁ ଜନତା ଦଳ । ଆସନ୍ତା ୨୬ରେ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନବକଳେବର...

ମାଙ୍କଡ଼କୁ ଝାମ୍ପିନେଲା କୁମ୍ଭୀର, ପଛେ ପଛେ ନଦୀରେ ପହଁରି ପହଁରି ଗଲେ ମାଙ୍କଡ଼ ପଲ, ଆଉ ତା’ ପରେ…

ମହାକାଳପଡ଼ା,୨୫ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ମହାନଦୀ ଶାଖା ଖରିନାସୀ ନାଳରେ କୁମ୍ଭୀର ଏକ ମାଙ୍କଡ଼କୁ ଝାମ୍ପି ନଦୀ ଆରପାରିକୁ ନେଉଥିବା ବେଳେ ସାଥୀ ମାଙ୍କଡ଼...

ସାରା ବିଶ୍ୱକୁ ମଦ ପରଷିବ ପାକିସ୍ତାନ! ମୁନିରଙ୍କ ଘର ନିକଟରେ ଫ୍ୟାକ୍ଟ୍ରି, ୫୦ ବର୍ଷ ପରେ ଉଠିଲା ବ୍ୟାନ

ଇସଲାମାବାଦ,୨୫।୧୨: ଇସଲାମିକ ଦେଶ ପାକିସ୍ତାନ ଅନେକ ଦଶନ୍ଧି ପରେ ପୁଣି ଥରେ ବିଶ୍ୱକୁ ମଦ ବିକ୍ରି କରିବାକୁ ଯାଉଛି। ୫୦ ବର୍ଷରୁ ଅଧିକ ସମୟର ନିଷେଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri