ଆଇନଗତ ଆଳରେ ଘୁଞ୍ଚି ଚାଲିଛି ନିର୍ବାଚନ

ଯାଜପୁର ଅଫିସ,୧୩ା୮: ପୌର ନିର୍ବାଚନର ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଲାଗି ରହିଥିବା ଆଇନଗତ ବିବାଦକୁ ଆଳ କରି ନିର୍ବାଚନର ଦିନ ଗଡ଼ି ଗଡ଼ି ଚାଲିଛି। ହେଲେ ବାସ୍ତବରେ ଗତ ସାଧାରଣ ନିର୍ବାଚନରେ ସହରୀ ଓ ଶିକ୍ଷିତ ଭୋଟରଙ୍କ ମତ ପରିବର୍ତ୍ତନ ଶାସକ ଦଳକୁ ଚିନ୍ତାରେ ପକାଇଥିବା କାରଣରୁ ଏଭଳି ବିଳମ୍ବ ହେଉଥିବା ଚର୍ଚ୍ଚା ହେଉଛି। ଏହି କାରଣରୁ ଚଳିତବର୍ଷ ପୌର ପରିଷଦ ନିର୍ବାଚନ ହେବାର ଆଶା ମଧ୍ୟ କ୍ଷୀଣ ଦେଖାଯାଇଛି। ପୌରାଞ୍ଚଳ ବା ବିଭିନ୍ନ ସହରରେ ଅଧିକାଂଶ ଶିକ୍ଷିତ ଭୋଟର ରହିଛନ୍ତି। ଏପରିକି ରାଜ୍ୟରେ ଗତ ସାଧାରଣ ନିର୍ବାଚନରେ ବିଜେଡିଠାରୁ ୩ଗୁଣ ଅଧିକ ଭାଜପା ପୋଷ୍ଟାଲ ଭୋଟ ପାଇଛି। ଏଥିରେ ରାଜ୍ୟର ଯାଜପୁର ଓ ବରଗଡ଼ ଜିଲାରେ ସର୍ବାଧିକ ପୋଷ୍ଟାଲ ଭୋଟ ଭାଜପା ସପକ୍ଷରେ ଯାଇଛି। ବିଶେଷକରି ଚାକିରିଆ କିମ୍ବା ବାହାରେ ରହୁଥିବା ଶିକ୍ଷିତ ଭୋଟର ପୋଷ୍ଟାଲ ଭୋଟ ଦେଇଥାନ୍ତି। ଏହି ହାରକୁ ସମୀକ୍ଷା କରି ଶାସକ ଦଳ ପୌର ନିର୍ବାଚନକୁ ଜାଣିଶୁଣି ବିଭିନ୍ନ ଆଳ ଦେଖାଇ ଗଡେଇ ଚାଲିଥିବା ଆଲୋଚନା ହେଉଛି।
ସାଧାରଣ ନିର୍ବାଚନ ପୂର୍ବରୁ ଗତବର୍ଷ ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୱାର୍ଡଗୁଡ଼ିକରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ସର୍ଭେ ଓ ମତାମତ ଦେବାକୁ ସାଧାରଣରେ ନୋଟିସ ଦିଆଯାଇଥିଲା। ଫଳରେ ୨୦୧୯ ସାଧାରଣ ନିର୍ବାଚନ ପରେ ପୌର ନିର୍ବାଚନ ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ପ୍ରଚଳିତ ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ସଂରକ୍ଷଣ ପରିମାଣ ୫୦ ପ୍ରତିଶତରୁ ଅଧିକ ହୋଇଛି ା ଏନେଇ ହାଇକୋର୍ଟରେ ମାମଲା ହୋଇଥିଲା। ହାଇକୋର୍ଟ ରାଜ୍ୟ ସରକାରଙ୍କୁ ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ଭିତରେ ରଖିବାକୁ ରାୟ ଦେଇଥିଲେ। ସୁପ୍ରିମକୋର୍ଟରେ ମଧ୍ୟ ଏହି ରାୟ ବଳବତ୍ତର ରହିଥିଲା। ୫୦ ପ୍ରତିଶତ ଭିତରେ ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ଓଡିଶା ମ୍ୟୁନିସିପାଲିଟି ଆକ୍ଟ -୧୯୫୦ ଓ ଓଡ଼ିଶା ମ୍ୟୁନିସିପାଲ କର୍ପୋରେଶନ ଆକ୍ଟ-୨୦୦୩ରେ ସଂଶୋଧନର ଆବଶ୍ୟକତା ରହିଛି ା ଗତ ବିଧାନସଭାରେ ଆଇନ ସଂଶୋଧନ ପାଇଁ ପ୍ରସ୍ତାବ ଆସିବ ବୋଲି ଆଶା କରାଯାଉଥିଲା। ହେଲେ ଏହି ଆଶା ପୂରଣ ନ ହେବାରୁ ପୌର ପରିଷଦ ନିର୍ବାଚନ ପ୍ରକ୍ରିୟା ଆହୁରି ବିଳମ୍ବ ହେବ ବୋଲି କୁହାଯାଉଛି। ତେବେ ରାଜ୍ୟ ସରକାର ଜାଣିଶୁଣି ଏ ନେଇ ତପତ୍ରତା ପ୍ରକାଶ କରୁ ନ ଥିବା ସନ୍ଦେହ କରାଯାଉଛି। କାରଣ ଗତ ଲୋକ ସଭା ନିର୍ବାଚନରେ ରାଜ୍ୟରେ ଭାଜପାର ଭୋଟହାର ୩୮.୪ ପ୍ରତିଶତକୁ ବୃଦ୍ଧି ଘଟିଥିବାବେଳେ ବିଜେଡିର ଭୋଟହାର ୪୨.୮ ପ୍ରତିଶତକୁ ହ୍ରାସ ପାଇଛି। କଂଗ୍ରେସ ୧୩.୮ ପ୍ରତିଶତରେ ସୀମିତ ରହିଛି। ଏହିକ୍ରମରେ ସହରୀ ଓ ଶିକ୍ଷିତ ଭୋଟର ଭାଜପାକୁ ଅଧିକ ପସନ୍ଦ କରିଥିବା ମନେହୋଇଛି। ପୋଷ୍ଟାଲ ଭୋଟକୁ ଏହାର ମାପଦଣ୍ଡ ଭାବେ ନିଆଯାଇପାରେ। ରାଜ୍ୟର ୨୧ ଲୋକ ସଭା ଆସନରେ ଭାଜପା ୪୯,୦୪୭ ପୋଷ୍ଟାଲ ଭୋଟ ପାଇଥିବାବେଳେ ବିଜେଡି ମାତ୍ର ୧୪,୧୧୯ ପୋଷ୍ଟାଲ ଭୋଟ ପାଇଛି। ଏଥିରେ ଭାଜପାକୁ ଯାଜପୁର ଜିଲାରେ ୪୧୫୬ ଓ ବରଗଡ ଜିଲାରେ ୪୧୭୧ ପୋଷ୍ଟାଲ ଭୋଟ ସର୍ବାଧିକ ରହିଛି। ତେବେ ଏହି ପରିମାଣକୁ ନ ଯାଇ ଶିକ୍ଷିତ ଭୋଟହାରକୁ ଅବଲୋକନ କଲେ ଅଧିକାଂଶ ଶିକ୍ଷିତ ଭୋଟ ଭାଜପା ସପକ୍ଷରେ ଯାଇଥିବା ଏହି ପରିସଂଖ୍ୟାନରୁ ଜଳଜଳ ହୋଇ ଦିଶୁଛି। ଏଥିଯୋଗୁ ପୌର ପରିଷଦ ନିର୍ବାଚନ ନ କରି ପ୍ରଶାସକଙ୍କ ହାତରେ ପୌରପାଳିକା ଭାଗ୍ୟ ଛାଡ଼ି ଦିଆଯାଇଥିବା ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ଖୋଲିବ ଆଉ ଦୁଇ ତହସିଲ୍, ଜମି କିଣାବିକା ପାଇଁ…

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍‌ ପ୍ରସ୍ତୁତ ହେବାକୁ ଯାଉଛି । ପୁରୁଣା ଭୁବନେଶ୍ବରରେ ଥିବା ତହସିଲ ଅଫିସ୍‌ରେ କ୍ରମାଗତ ଭାବେ ଚାପ ବଢ଼ିବାରେ...

Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୨୫ଜଣ

ଗୋଆ,୭।୧୨: ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ। ଗୋଆ ଆର୍ପୋରା ସ୍ଥିତ ରୋମିଓ ଲେନ୍ ରେ ଥିବା ବ୍ରିଚ୍ ନାଇଟ୍ କ୍ଲବରେ ନିଆଁ...

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

ବୀମାଭୁକ୍ତ ହେବେ ଧନୁଯାତ୍ରା ଦର୍ଶକ, ଦୁର୍ଘଟଣାରେ କଳାକାରଙ୍କ ମୃତ୍ୟୁ ହେଲେ ମିଳିବ…

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧର୍ମ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୪ତାରିଖରୁ ଆରମ୍ଭ ହେବ। ୨୦୨୬ ଜାନୁୟାରୀ ୩ ଯାଏ ଏହି ମହୋତ୍ସବ...

ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନାକୁ ଅନୁମୋଦନ, କ୍ୟାବିନେଟ୍‌ରେ ୬ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୭ା୧୨(ସୁନିତ୍‌ ମିଶ୍ର): ରେଶମ ଶିଳ୍ପକୁ ଅଧିକ ସଶକ୍ତ ଏବଂ ସମ୍ପ୍ରସାରିତ କରିବା ଲାଗି ରାଜ୍ୟ ସରକାର ସ୍ଥିରକରି ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଆରମ୍ଭ କରିବାକୁ...

ନିଯୁକ୍ତ ହେବେ ଓଡ଼ିଆ ଶିକ୍ଷକ, ଗଣଶିକ୍ଷା ବିଭାଗର ବଡ଼ ସୂଚନା

ଭୁବନେଶ୍ୱର,୭ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ରେ ଓଡ଼ିଆ ଶିକ୍ଷକ ନିଯୁକ୍ତ ହେବେ। ସମସ୍ତ ଓଏଭିରେ ଜଣେ ଲେଖାଏ ଓଡ଼ିଆ ପ୍ରଶିକ୍ଷିତ ସ୍ନାତକ...

ଅଙ୍ଗନଓ୍ୱାଡି ପାଇଁ ବଡ଼ ଘୋଷଣା, ପ୍ରଭାତୀ କହିଲେ…

ଭୁବନେଶ୍ୱର,୭ା୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ପ୍ରଥମେ ୫, ପରେ ୭ ଓ ୧୨ ଲକ୍ଷ ଟଙ୍କା ଅଙ୍ଗନଓ୍ୱାଡି କେନ୍ଦ୍ର ନିର୍ମାଣ ପ୍ରଥମେ ଦେଉଥିଲେ। ଏବେ ଅଙ୍ଗନଓ୍ୱାଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri