ଆଜିଠୁୁ ମୟୂରଭଞ୍ଜରେ ପକ୍ଷୀ ଗଣନା

ବାରିପଦା,୧୦।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ବୁଧବାରଠାରୁ ପକ୍ଷୀ ଗଣନା ଆରମ୍ଭ ହେବ। ଜିଲାର ଶିମିଳିପାଳ ଅଭୟାରଣ୍ୟ ଓ ସମସ୍ତ ବନଖଣ୍ଡରେ ଏହି ଗଣନା କାର୍ଯ୍ୟ ଆରମ୍ଭ ହେବ। ପ୍ରତି ବର୍ଷ ଶୀତ ଋତୁର ପ୍ରାରମ୍ଭରେ ଏହି ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଥାଏ। ଜିଲାରେ ଥିବା ଶିମିଳିପାଳ ଅଭୟାରଣ୍ୟ ତଥା ବାରିପଦା, କରଞ୍ଜିଆ ଓ ରାଇରଙ୍ଗପୁର ବନଖଣ୍ଡ ଅଧୀନରେ ଥିବା ବିଭିନ୍ନ ଜଳଭଣ୍ଡାର, ଆଦ୍ରଭୂମି ସହ ପାଖାପାଖି ୧୦୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଏହି ପକ୍ଷୀ ଗଣନା କାର୍ଯ୍ୟ ହେବ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାରିପଦା ବନଖଣ୍ଡ ଅନ୍ତର୍ଗତ ୭ବନାଞ୍ଚଳର ୪୦ ଆଦ୍ରଭୂମିରେ ଏହି ଗଣନା କରାଯିବା ନେଇ ସ୍ଥିର ହୋଇଛି। ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ୧୫୦ରୁ ଊଦ୍ଧର୍‌ବ ବନ କର୍ମଚାରୀ ବେତନଟୀ, ଉଦଳା, ଦେଉଳି, ବାଙ୍ଗିରିପୋଷି ଆଦି ଅଞ୍ଚଳର ଜଳାଶୟରେ ଗଣନା କରିବେ। ବନ କର୍ମଚାରୀମାନଙ୍କ ସମେତ ଓୟୁଏଟି ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ବନ୍ୟପ୍ରାଣୀ ବିଭାଗର ଛାତ୍ରୀଛାତ୍ରମାନେ ଗଣନା ପ୍ରକ୍ରିୟାରେ ସାମିଲ ହେବେ। ସକାଳ ୭ରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ହେବାକୁ ଥିବା ବେଳେ ଏହାର ରିପୋର୍ଟ ଆକଳନ କରି ରାଜ୍ୟସ୍ତରୀୟ ରିପୋର୍ଟ ପାଇଁ ହସ୍ତାନ୍ତର କରାଯିବ। ଶୀତ ଋତୁରେ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିବା ବେଳେ ଏହି ପକ୍ଷୀମାନଙ୍କ ଗତିବିଧିକୁ ଲକ୍ଷ୍ୟରେ ରଖାଯାଇଛି। ବନବିଭାଗର ସ୍ବତନ୍ତ୍ର ତାଲିମ ପ୍ରାପ୍ତ କର୍ମଚାରୀଙ୍କ ଦ୍ୱାରା ଏହି ଗଣନା କରାଯିବ। ଶୀତ ଋତୁରେ ସାଇବେରିଆନ ଅଞ୍ଚଳରେ ପ୍ରବଳ ବରଫ ପାତ ହେଉଥିବା ଯୋଗୁ ହଜାର ହଜାର କିଲୋମିଟର ଅତିକ୍ରମ କରି ଖାଦ୍ୟ ଅନ୍ବେଷଣରେ ପକ୍ଷୀ୍‌ମାନେ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଆସିଥାନ୍ତି। ବିଦେଶୀପକ୍ଷୀମାନେ ଜିଲାର ଜମ୍ଭୀରା, ହଳଦିଆ, ବଡ଼ଯୋଡ, ରାଜାବନ୍ଧ, କାଳ, ନେସା, ବାଙ୍କବଳ, ସୁଲେଇପାଟ(ଖଡଖାଇ) ପରି ବୃହତ ଜଳାଶୟମାନଙ୍କରେ ଆଶ୍ରୟ ନେଇଥାନ୍ତି। ପକ୍ଷୀମାନଙ୍କ ପ୍ରଜାତି ଓ ଗତିବିଧିକୁ ରେକର୍ଡ କରିବା ସହ ଏମାନଙ୍କର ସଂଖ୍ୟାର ଆକଳନ କରାଯାଇଥାଏ। ବନ ବିଭାଗର ରେଞ୍ଜର, ଫରେଷ୍ଟର ଓ ପକ୍ଷୀ ଗବେଷକ ଏହି ଗଣନା କାର୍ଯ୍ୟରେ ସାମିଲ ହେବେ। ବାଇନାକୁଲାର ଓ ଜିପିଏସ କ୍ୟାମେରା ସାହାଯ୍ୟରେ ବନ ବିଭାଗ କର୍ମଚାରୀମାନେ ପକ୍ଷୀ ଗଣନା କରିବେ। ଜିଲାରେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଶୀତ ଅନୁଭୂତ ହେଉଥିବା ବେଳେ ଅଧିକ ବିଦେଶୀ ପକ୍ଷୀ ଆସିଥିବା ସମ୍ଭାବନା ରହିଛି ବୋଲି ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri