Posted inଖେଳ

୮ ବର୍ଗରେ ହେବ ଉତ୍କଳ ଓପନ ଟେନିସ୍‌

Go back

Your message has been sent

Warning
Warning
Warning
Warning

Warning.

ଭୁବନେଶ୍ୱର, ୧୦।୧(ତପନ ସ୍ବାଇଁ): ଏସିଇ ଟେନିସ କ୍ଲବ ଆନୁକୂଲ୍ୟରେ ଉତ୍କଳ ଓପନ ଟେନିସ ଟୁର୍ନାମେଣ୍ଟ ୧୦ମ ସଂସ୍କରଣ ଚଳିତ ମାସ ୧୨ରୁ ୧୪ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥର ପ୍ରତିଯୋଗିତା ୮ଟି ବର୍ଗରେ ଅନୁଷ୍ଠିତ ହେବ। ୧୪ ବର୍ଷରୁ କମ୍‌ ବାଳିକା ଓ ବାଳକ, ମହିଳା ସିଙ୍ଗଲ୍ସ, ପୁରୁଷ ସିଙ୍ଗଲ୍ସ, ପୁରୁଷ ଡବଲ୍ସ ଏବଂ ୪୦, ୫୦ ଓ ୬୦ ବର୍ଷ ପୁରୁଷ ଭେଟେରାନ ବର୍ଗରେ ପ୍ରତିଯୋଗିତା ହେବ। ପ୍ରତି ସିଙ୍ଗଲ୍ସ ବର୍ଗ ପାଇଁ ୭୦୦ ଓ ଡବଲ୍ସ ପାଇଁ ୧୦୦୦ ଟଙ୍କାର ଏଣ୍ଟ୍ରି ଫି’ ଧାର୍ଯ୍ୟ କରାଯାଇଛି। ଆସନ୍ତା ୧୦ ତାରିଖକୁ ଏଣ୍ଟ୍ରି ଫି’ ଦାଖଲର ଶେଷ ଦିବସ ଧାର୍ଯ୍ୟ କରାଯାଇଛି। ପ୍ରତି ଖେଳାଳି ଅତିବେଶିରେ ୨ଟି ବର୍ଗରେ ଅଂଶଗ୍ରହଣ କରିପାରିବେ। ପ୍ରତିଯୋଗିତା ପାଇଁ ମୋଟ ୩,୨୦,୦୦୦ ଟଙ୍କାର ପୁରସ୍କାର ରାଶି ରଖାଯାଇଛି ବୋଲି ମଙ୍ଗଳବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଆୟୋଜକ କମିଟି ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର ପ୍ରକାଶ କରିଛନ୍ତି। କ୍ୱାର୍ଟର ଫାଇନାଲିଷ୍ଟ, ସେମିଫାଇନାଲିଷ୍ଟ ଏବଂ ଚାମ୍ପିୟନ ଓ ରନରଅପ୍‌ଙ୍କୁ ଆର୍ଥିକ ପୁରସ୍କାରରେ ସମ୍ମାନିତ କରାଯିବ। ବାଳିକା ଓ ବାଳକ ବର୍ଗର ଚାମ୍ପିୟନଙ୍କୁ ୧୨,୦୦୦ ଲେଖାଏ ଏବଂ ଅନ୍ୟ ସମସ୍ତ ବର୍ଗର ଚାମ୍ପିୟନଙ୍କୁ ଟ୍ରଫି ସହ ୧୫,୦୦୦ ଟଙ୍କା ଲେଖାଏ ପ୍ରଦାନ କରାଯିବ। ଏହାବ୍ୟତୀତ ଜଣେ ଲେଖାଏ ଖେଳାଳିଙ୍କୁ ବେଷ୍ଟ ସ୍ପୋଟର୍‌ସମ୍ୟାନ ସ୍ପିରିଟ, ଶ୍ରେଷ୍ଠ ଉଦୀୟମାନ ଖେଳାଳି, ଉତ୍ତମ-ପୋଷାକ ପରିଧାନକାରୀ ଏବଂ ୨ ଜଣଙ୍କୁ ଲାଇଫ୍‌ଟାଇମ୍‌ ଆଚିଭମେଣ୍ଟ ପୁରସ୍କାରରେ ସମ୍ମାନିତ କରାଯିବ ବୋଲି ବିଶ୍ୱଜିତ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏସିଇ ଟେନିସ କ୍ଲବର ସଭାପତି ପ୍ରକାଶ ଚନ୍ଦ୍ର ବରୁଆ, ସମ୍ପାଦକ ନଭରତନ ବୋଥ୍ରା, ମୁଖ୍ୟ ପୃଷ୍ଠପୋଷକ ସୁବାସ ଚନ୍ଦ୍ର ମୁଖାର୍ଜୀ, କାର୍ଯ୍ୟକାରିଣୀ ସଦସ୍ୟ ପରେଶ କୁମାର ସିଂ, ବି.ଏନ. ପଟ୍ଟନାୟକ, ଜ୍ଞାନରଞ୍ଜନ ସ୍ବାଇଁ, ଦିଲୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri