ବିଜଡିରୁ ନିଲମ୍ବିତ ପରେ ମୁହଁ ଖେଲିଲେ ଦୁଇ ନେତା

ମୋରଡ଼ା,୮ା୧(ସ୍ମାରକ ମାଜୀ): ଦଳ ବିରୋଧୀ କାର୍ଯ୍ୟ ପାଇଁ ମୟୂରଭଞ୍ଜ-୧ ସାଙ୍ଗଠନିକ ଜିଲା ବିଜେଡି ସାଧାରଣ ସମ୍ପାଦକ ଅମୀର ଖାନ ଏବଂ ବିଜୁ ଛାତ୍ର ଜନତା ଜିଲା ଉପ ସଭାପତି ହର୍ଷବର୍ଦ୍ଧନ ମୁଦୁଲିଙ୍କୁ ବିଜୁ ଜନତା ଦଳରୁ ନିଲମ୍ବନ କରାଯାଇଛି। ନିଲମ୍ବନ ପରେ ଏହି ଦୁଇ ନେତା ମୁହଁ ଖୋଲିଛନ୍ତିି। ଚିତ୍ରଡ଼ା କଲେଜଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଉଭୟ ନେତା କହିଛନ୍ତି ଯେ, ମୋରଡ଼ା ମାଟିର ସ୍ବାଭିମାନ, ସମ୍ମାନ ଏବଂ ହକ୍‌ କଥା ଉଠାଇବାରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ପୂର୍ବରୁ କୌଣସି ନୋଟିସ ନ ଦେଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

୧୩ ବର୍ଷ ହେଲା ସେମାନେ ବିଜୁ ଜନତା ଦଳ ସହିତ ନିରବିଚ୍ଛନ୍ନ ଭାବେ ରହି କାର୍ଯ୍ୟ କରି ଆସୁଥିଲେ। ତେବେ ମୋରଡ଼ା ନିର୍ବାଚନ ମଣ୍ଡଳୀର ଭୋଟର ବାହାର ପ୍ରାର୍ଥୀଙ୍କ ବଦଳରେ ଆଞ୍ଚଳିକ ପ୍ରାର୍ଥୀ ଚାହଁୁଛନ୍ତି। ସେମାନେ ଆଞ୍ଚଳିକ ପ୍ରାର୍ଥୀ ତଥା ବରିଷ୍ଠ ବିଜେଡି ନେତା କୃଷ୍ଣଚନ୍ଦ୍ର ଦାସଙ୍କ ସହିତ ଅଛନ୍ତି। କିନ୍ତୁ ମୋରଡ଼ା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ କୃଷ୍ଣାନନ୍ଦ ମହାନ୍ତି ଏକ ବୈଠକ ଡାକି ଆସନ୍ତା ସାଧାରଣ ନିର୍ବାଚନରେ ବର୍ତ୍ତମାନର ବିଧାୟକ ରାଜକିଶୋର ଦାସଙ୍କ ସ୍ତ୍ରୀ ପ୍ରୀତିନନ୍ଦା କାନୁନ୍‌ଗୋଙ୍କୁ ବିଜେଡିରୁ ପ୍ରାର୍ଥୀ କରାଯିବ ବୋଲି ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସମ୍ପର୍କରେ ସୂଚନା ଦେବାରୁ ଅସନ୍ତୋଷ ଦେଖା ଦେଇଥିଲା। ବାହାର ପ୍ରାର୍ଥୀଙ୍କୁ ଟିକେଟ ନ ଦେଇ ଆଞ୍ଚଳିକ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦିଆଯାଉ ବୋଲି ଦାବି କରିବାରୁ ସେମାନଙ୍କୁ ନିଲମ୍ବନ କରାଯାଇଥିବା କହିଛନ୍ତି। ଏଥି ସହିତ ସେମାନେ ବାହାର ନେତାଙ୍କ ଉପରେ ବର୍ଷିଛନ୍ତି। ବାହାର ନେତା ଆସି ବର୍ଷ ବର୍ଷ ଧରି ରହି ମୋରଡ଼ାକୁ ନିଜେ ଆୟତ୍ତରେ ରଖିଛନ୍ତି ଓ ସ୍ଥାନୀୟ ନେତା ତଥା଼ କର୍ମୀଙ୍କୁ ଅଣଦେଖା କରୁଛନ୍ତି ବୋଲି ଖବରଦାତା ସମ୍ମିଳନୀରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri