ପୁରୀରୁ ଅଯୋଧ୍ୟାକୁ ଟ୍ରେନ୍‌ ଚଳାଚଳ କରାଯାଉ

ପୁରୀ, ୪ା୧(ଅଜିତ୍‌ ମହାନ୍ତି): ଶ୍ରୀଜଗନ୍ନାଥ ଧାମ ପୁରୀ ଏବଂ ପ୍ରଭୁ ଶ୍ରୀରାମଙ୍କ ପବିତ୍ର ଜନ୍ମଭୂମି ଅଯୋଧ୍ୟା ମଧ୍ୟରେ ନୂଆ ଟ୍ରେନ ଚଳାଚଳ ପାଇଁ ପୁରୀ ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଛି। ପରିଷଦ ସଭାପତି ଜଗନ୍ନାଥ ବସ୍ତିଆ ଏଥିପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ବସ୍ତିଆ ଚିଠିରେ ଉଲେଖ କରିଛନ୍ତି ଯେ, ପୁରୀ ଏବଂ ଅଯୋଧ୍ୟା ଦେଶର କୋଟି କୋଟି ହିନ୍ଦୁଙ୍କ ଭାବାବେଗ ସହ ଜଡ଼ିତ। ଏହା ଭାରତ ବର୍ଷର ଦୁଇଟି ପ୍ରମୁଖ ତୀର୍ଥ ସ୍ଥାନ। ପୁରୀ ଏବଂ ଅଯୋଧ୍ୟା ମଧ୍ୟରେ ଟ୍ରେନ ଚଳାଚଳ କରାଗଲେ ଏହି ଦୁଇଟି ଧାର୍ମିକ, ଆଧ୍ୟାତ୍ମିକ ଏବଂ ଐତିହାସିକ ସ୍ଥାନ ସହ ଯୋଗାଯୋଗ ଅଧିକ ସୁଗମ ହୋଇପାରିବ। ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ। ଏହି ରାସ୍ତାରେ ନୂଆ ଟ୍ରେନ୍‌ ଚଳାଚଳ ଲାଭଦାୟକ ଏବଂ ଅଧିକ ଜନ ଉପଯୋଗୀ ହୋଇପାରିବ। ଶ୍ରୀକ୍ଷେତ୍ର ପୁରୀ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପବିତ୍ର ଜନ୍ମସ୍ଥାନ ହୋଇଥିବା ବେଳେ ଅଯୋଧ୍ୟା ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ପବିତ୍ର ଜନ୍ମଭୂମି। ତେଣୁ ପୁରୀରୁ ଅଯୋଧ୍ୟା ମଧ୍ୟରେ ନୂଆ ଟ୍ରେନ ଚଳାଚଳର ଆବଶ୍ୟକତା ରହିଛି। ପ୍ରଭୁ ଶ୍ରୀରାମଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଏବଂ ଉତ୍ତର ପ୍ରଦେଶ ସରକାର ଅନେକ ନୂଆ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ପୁରୀରୁ ଅଯୋଧ୍ୟା ମଧ୍ୟରେ ନୂତନ ଟ୍ରେନ ଚଳାଚଳକୁ କେନ୍ଦ୍ର ସରକାର ସେଥିରେ ସାମିଲ କରିବା ପାଇଁ ବସ୍ତିଆ ଦାବି କରିଛନ୍ତି। ପୁରୀ ଏବଂ ଅଯୋଧ୍ୟା ମଧ୍ୟରେ ନିବିଡ଼ ଭାବଗତ, ଐତିହାସିକ ଏବଂ ଧାର୍ମିକ ସମ୍ପର୍କ ରହିଥିବା ସେ ଉଲ୍ଲେଖ କରିଛନ୍ତି।
୨୨ରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ନୂତନ ଭବ୍ୟ ମନ୍ଦିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିବେ। ଦେଶର ପ୍ରାୟ ୪ ହଜାର ସାଧୁସନ୍ଥ ସେଥିରେ ଯୋଗଦେବାର କାର୍ଯକ୍ରମ ରହିଛି। ସେହିପରି ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାଶର୍‌ବରେ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମିତ ପରିକ୍ରମା ପ୍ରକଳ୍ପ ତଥା ଐତିହ୍ୟ କରିଡର ଜାନୁଆରୀ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପଣ କରାଯିବ। ଏଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଦେଶର ପ୍ରମୁଖ ଦେବଦେବୀ, ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ, ଚାରିଧାମ ଶଙ୍କରାଚାର୍ଯ୍ୟ ଏବଂ ନେପାଳ ରାଜାଙ୍କୁ ନିମନ୍ତ୍ରଣ କରାଯାଉଛି। ତେଣୁ ଏହି ଅବସରରେ ଶ୍ରୀଜଗନ୍ନାଥ ଧାମ ପୁରୀରୁ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଆଯାଧ୍ୟା ମଧ୍ୟରେ ଏକ ନୂଆ ଏକ୍ସପ୍ରେସ ଟ୍ରେନ ଚଳାଚଳ କରାଯାଉ। ପୂର୍ବରୁ ପୁରୀରୁ ତିରୁପତି, ବୈଦ୍ୟନାଥ ଧାମ, କାମାକ୍ଷା ଏବଂ ହରିଦ୍ୱାର ମଧ୍ୟରେ ସିଧାସଳଖ ଟ୍ରେନ ଚଳାଚଳ କରୁଛି। ଏବେ ପୁରୀରୁ ଅଯୋଧ୍ୟା ମଧ୍ୟରେ ନୂଆ ଟ୍ରେନ ଚଳାଚଳ ପାଇଁ ବସ୍ତିଆ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri