Posted inଜାତୀୟ

ଆନ୍ଦୋଳନରୁ ଓହରିଲେ ଟ୍ରକ ଡ୍ରାଇଭର ସଂଘ, ଏବେ କାର୍ଯ୍ୟକାରୀ ହେବନି ହିଟ୍‌ ଆଣ୍ଡ ରନ୍‌ ଆଇନ

ନୂଆଦିଲ୍ଲୀ,୨।୧: ଆନ୍ଦୋଳନରୁ ଓହରିଛନ୍ତି ଟ୍ରକ ଡ୍ରାଇଭର ସଂଘ। ହିଟ୍‌ ଆଣ୍ଡ ରନ୍‌ ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିଥିବା ଟ୍ରକ୍‌ ଡ୍ରାଇଭରଙ୍କ ସହ କେନ୍ଦ୍ର ସରକାର ଆଲାଚନା କରିଛନ୍ତି। ଆଲୋଚନା ପରେ ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ ଆସୋସିଏଶନ(AIMTC) ଏନେଇ ଘୋଷଣା କରିଛି।
ସୂଚନାଯୋଗ୍ୟ, ହିଟ୍‌ ଆଣ୍ଡ ରନ୍‌ କାନୁନ ବିରୋଧରେ ଚାଲିଥିବା ପ୍ରଦର୍ଶନରେ ଦେଶବ୍ୟାପୀ ଜନଜୀବନ ପ୍ରଭାବିତ ହୋଇଛି। ମାମଲାକୁ ଗମ୍ଭୀରତାର ସହ ନେଇ କେନ୍ଦ୍ରୀୟ ଗୃହ ସଚିବ ଅଜୟ ଭଲ୍ଲା ଟ୍ରକ୍‌ ଡ୍ରାଇଭର ସଂଘଙ୍କ ସହ ଆଲୋଚନା କରିଛନ୍ତି। ତେବେ ଆଲୋଚନା ସଫଳ ହୋଇଛି। ଫଳସ୍ବରପ ଡ୍ରାଇଭରମାନେ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷେତ୍ରକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏନେଇ ଗୃହ ସଚିବ ଅଜୟ ଭଲ୍ଲା କହିଛନ୍ତ, ନୂଆ ଆଇନ ଏବଂ ଦଣ୍ଡବିଧାନର ବ୍ୟବସ୍ଥା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଭାରତୀୟ ଜୁଡିସିଆଲ କୋଡର ଧାରା ୧୦୬ (୨) କାର୍ଯ୍ୟକାରୀ ପୂର୍ବରୁ ଅଲ ଇଣ୍ଡିଆ ପରିବହନ କଂଗ୍ରେସ ସହ ଆଲୋଚନା ହେବ। ଡ୍ରାଇଭର ଏବଂ ପରିବହନକାରୀଙ୍କ ଆଲୋଚନା ପରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ଗୃହ ସଚିବଙ୍କ ସହ ଆଲୋଚନା ପରେ ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ (ଏଆଇଏମଟିସିସି) ସଭାପତି ଅମୃତ ଲାଲ ମଦନ କହିଛନ୍ତି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଶ୍ୱସନା ଦେଇଛନ୍ତି ଯେ, ୧୦ବର୍ଷ ଜେଲଦଣ୍ଡ ଓ ଜରିମାନା ଆଦାୟ ଉପରେ ପ୍ରତିବନ୍ଧକ ଲଗାଇବେ। ଅମୃତ ଲାଲ ମଦନଙ୍କ ଅନୁଯାୟୀ, ଅଲ ଇଣ୍ଡିଆ ମୋଟର ପରିବହନ କଂଗ୍ରେସର ପରବର୍ତ୍ତୀ ବୈଠକ ପର୍ଯ୍ୟନ୍ତ କୌଣସି ଆଇନ କାର୍ଯ୍ୟକାରୀ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦେବେ ଶିବରାଜ ସିଂ ଚୌହାନ: ଦିନେ-୨ଦିନ ଭିତରେ ହୋଇଯିବ ସ୍ପଷ୍ଟ

ଭୋପାଳ,୧୭।୬: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି କିମ୍ବା ଆସନ୍ତାକାଲି ବିଧାନସଭା ପଦରୁ ଇସ୍ତଫା ଦେଇପାରନ୍ତି। ସମ୍ବିଧାନରେ...

ସ୍କୁଲ ଖୋଲିବ ନା ଘୁଞ୍ଚିବ ଛୁଟି: ଜାଣନ୍ତୁ କେବେ ନିଆଯିବ ନିଷ୍ପତ୍ତି

ଭୁବନେଶ୍ୱର, ୧୭।୬: ରାଜ୍ୟରେ ଏବେ ଅସମ୍ଭାଳ ତାତି ଅନୁଭୂତ ହେଉଛି। ଓଡ଼ିଶାକୁ ଏଥର ଆଗଆ ମୌସୁମୀ ପ୍ରବେଶ କରିଥିଲେ ହେଁ ବର୍ଷା ଟିକେ ହେଉନାହିଁ। ସକାଳ...

ଟ୍ରେନ୍‌ ଟ୍ରାଜେଡି: ୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା, ମୃତକଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା

ନୂଆଦି,୧୭ା୬: ବାହାନଗା ଟ୍ରେନ୍‌ ଟ୍ରାଜେଡି ମଣିଷ ମନରୁ ଲିଭି ନ ଥିବା ବେଳେ ସୋମବାର ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଏହି...

ମାନବୀୟ ତ୍ରୁଟିରୁ ଦାର୍ଜିଲିଂ ଟ୍ରେନ୍ ଦୁର୍ଘଟଣା: ରେଲୱେ ବୋର୍ଡ ସିଇଓ

ନୂଆଦିଲ୍ଲୀ,୧୭।୬: ସୋମବାର ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ, ୨୫ ଜଣ ଆହତ ହୋଇଛନ୍ତି। ତେବେ ଏହି ଦୁର୍ଘଟଣା ମାନବୀୟ...

ଏହି ଆସନରୁ ଇସ୍ତଫା ଦେବେ ରାହୁଲ ଗାନ୍ଧୀ! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୭।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ କେରଳର ୱାୟନାଡ ଲୋକ ସଭା ଆସନରୁ ଇସ୍ତଫା ଦେଇପାରନ୍ତି ଏବଂ ରାଏବରେଲିରୁ ଏମ୍ପି ରହିବେ। ବର୍ତ୍ତମାନ ଦଳର ସାଧାରଣ...

ପଶ୍ଚିମବଙ୍ଗ ଟ୍ରେନ୍‌ ଟ୍ରାଜେଡି: ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୭ା୬: ସୋମବାର ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ...

ସରକାର ଯିବା ପରେ ଏବେବି କ୍ଷମତାପୂର୍ଣ୍ଣ BJD, ଭାଜପାକୁ…

ନୂଆଦିଲ୍ଲୀ, ୧୭।୬: ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଏନ୍‌ଡିଏ ସମର୍ଥନରେ ସରକାର ଗଠନ କରିଛି । ଏହାଛଡ଼ା ଦଳ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେଡିକୁ...

ମୋଦି ସରକାରରେ ମନ୍ତ୍ରୀ ହେବାକୁ ସଫାସଫା ମନା କରିଦେଇଥିଲେ ଏହି ଭାଜପା ଏମ୍‌ପି: ଏବେ ଖୋଲିଲେ ଗୁମର

ନୂଆଦିଲ୍ଲୀ,୧୭।୬: ସମ୍ପ୍ରତି ଲୋକ ସଭା ନିର୍ବାଚନର ଫଳାଫଳ ପରେ ଦେଶରେ ଏନଡିଏ ସରକାର ଗଠନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୭୧ ଏମ୍‌ପି ମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri