ପାଣି ଟାଙ୍କିରୁ ୨ କଙ୍କାଳ ଜବତ: ଲୋକେ କହୁଛନ୍ତି ମାନବ କଙ୍କାଳ, ପୋଲିସ କହିଲା ମାଙ୍କଡ଼ର

ଯାଜପୁର ସଦର, ୨୦ା୧୧ (ସମର ବିଜୟ ଶରଣ): ଯାଜପୁର ବ୍ଲକ ଅନ୍ତର୍ଗତ ମହେଶ୍ୱରପୁର ପଞ୍ଚାୟତର ନିଶ୍ଚନ୍ତା ଗ୍ରାମ ନିକଟରେ ନିର୍ମାଣାଧୀନ ପାନୀୟ ଜଳଯୋଗାଣ ପ୍ରକଳ୍ପର ଟାଙ୍କି ଭିତରୁ ସୋମବାର ପୂର୍ବାହ୍ନରେ ୨ଟି କଙ୍କାଳ ଜବତ ହୋଇଛି। ତାହା ମାନବକଙ୍କାଳ ବୋଲି ସ୍ଥାନୀୟ ଲୋକେ କହିବା ସହ ଏହାକୁ ନେଇ ନାନା ଆଲୋଚନା ହେଉଛି। କିନ୍ତୁ ତାହା ମାଙ୍କଡ଼ କଙ୍କାଳ ବୋଲି ଯାଜପୁର ସଦର ଥାନା ଅଧିକାରୀ ଅନିରୁଦ୍ଧ ନାୟକ କହିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁସାରେ ଗ୍ରାମର ପିଲାମାନେ ଲୁଚକାଳି ଖେଳ ଖେଳୁଥିଲେ। ଦୁଇଜଣ ପିଲା ଲୁଚିବା ପାଇଁ ପାଣିଟାଙ୍କି ଉପରକୁ ଚଢ଼ିଥିଲେ। ସେମାନେ ଟାଙ୍କି ଉପରେ ଥିବା ଫାଙ୍କରେ ଦୁଇଟି ଖପୁରି ଦେଖିବାକୁ ପାଇଥିଲେ। ଏହି ଖବର ପ୍ରଚାରିତ ହୋଇଯିବାରୁ ଘଟଣାସ୍ଥଳରେ ଶତାଧିକ ଲୋକଙ୍କ ଭିଡ଼ ଲାଗିଥିଲା। ଖବର ପାଇ ସଦର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବରୁଆଁ ଅଗ୍ନିଶମ ବାହିନୀ ସହ ଯୋଗାଯୋଗ କରିଥିଲେ। ବରୁଆଁ ଅଗ୍ନିଶମ ବାହିନୀର ଅଫିସର ରବୀନ୍ଦ୍ର କେତନ ସାହୁ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଟାଙ୍କି ମଧ୍ୟରୁ କଙ୍କାଳ ଦୁଇଟିକୁ ବାହାର କରି ତଳକୁ ଆଣିଥିଲେ। ଖବର ପାଇ ଏସ୍‌ପି ବିନିତ୍‌ ଅଗ୍ରୱାଲ, ଏସ୍‌ଡିପିଓ ସତ୍ୟବ୍ରତ ଲେଙ୍କା, ସଦର ଥାନା ଅଧିକାରୀ ଅନିରୁଦ୍ଧ ନାୟକ, ସାଇଣ୍ଟିଫିକ ଟିମ୍‌ ଓ ସ୍ଥାନୀୟ ସରପଞ୍ଚ ସୁଜିତ ରାୟଙ୍କ ଉପସ୍ଥିତିରେ କଙ୍କାଳ ଦୁଇଟିକୁ ଜିଲା ମୁଖ୍ୟ ଚିକିତ୍ସାଳୟ ପରୀକ୍ଷାଗାରକୁ ପଠାଇଥିଲେ। ତେବେ କଙ୍କାଳ ସହ କୌଣସି ପୋଷାକ ମିଳି ନ ଥିବାବେଳେ ଲୋମ ମିଳିଛି। ପରୀକ୍ଷାନିରୀକ୍ଷାରୁ ଏହି କଙ୍କାଳ ମାଙ୍କଡ଼ର ବୋଲି ଜଣାପଡ଼ିଥିବା ଥାନାଧିକାରୀ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ନୂଆବର୍ଷରେ ମିଥୁନ ରାଶିରେ ଧନ ବର୍ଷା, ଶତ୍ରୁ ବନେଇବେ ସିଂହ ରାଶି; ୨୦୨୬ରେ ଧନୀ ହୋଇଯିବେ ଏହି ୫ରାଶି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନୂଆବର୍ଷ ୨୦୨୬ ଆରମ୍ଭରେ ଅନେକ ବଡ ଗ୍ରହ ଗୋଚର କରିବାକୁ ଯାଉଛନ୍ତି । ଏହାସହ, ଗୋଚର କରୁଥିବା ଏହି ଗ୍ରହମାନଙ୍କ ମଧ୍ୟରେ...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri