Posted inଖେଳ

୨୩ ନଭେମ୍ବରରୁ ଅଷ୍ଟ୍ରେଲିଆ ସହିତ ଟି-୨୦ ସିରିଜ ଖେଳିବ ଭାରତ, ଜାଣନ୍ତୁ କେଉଁ ଖେଳାଳିଙ୍କୁ ମିଳିବ ସୁଯୋଗ

ନୂଆଦିଲ୍ଲୀ,୨୦।୧୧: ବିଶ୍ୱକପ୍ ୨୦୨୩ ଶେଷ ହେବା ପରେ କ୍ରିକେଟ୍ କ୍ରେଜ୍ ଶେଷ ହୋଇନାହିଁ। ୨୩ ନଭେମ୍ବର ଗୁରୁବାର ଠାରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଖେଳାଯିବ। ଏହି ସିରିଜ ପାଇଁ ଅଷ୍ଟ୍ରେଲିଆର ଦଳ ଘୋଷଣା କରାଯାଇଛି। ଭାରତର ଦଳ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଏହି ସିରିଜରେ ମାଥ୍ୟୁ ୱେଡ ଅଷ୍ଟ୍ରେଲିଆ ଦଳର ନେତୃତ୍ୱ ନେବେ।

ବିସିସିଆଇ ଖୁବ୍ ଶୀଘ୍ର ଦଳ ଘୋଷଣା କରିବ। ଖବର ଅନୁଯାୟୀ, ରୁତୁରାଜ ଗାଏକ୍ଵାଡ କିମ୍ବା ସୂର୍ଯ୍ୟକୁମାର ଯାଦବ ଭାରତର ଦାୟିତ୍ୱ ନେଇପାରନ୍ତି। ନିୟମିତ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସମେତ ଦଳର ଅନେକ ବରିଷ୍ଠ ଖେଳାଳି ବିଶ୍ରାମ ନେଇପାରନ୍ତି। ଏଭଳି ପରିସ୍ଥିତିରେ ଅଷ୍ଟ୍ରେଲିଆ ବିପକ୍ଷରେ ଯୁବ ଖେଳାଳିଙ୍କ ଦଳ ଘୋଷଣା କରାଯାଇପାରେ।

ସୟଦ ମୁସ୍ତାକ ଅଲି ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିବା ଯଶସ୍ୱୀ ଜୈସ୍ବାଲ, ରିଙ୍କୁ ସିଂ, ତିଲକ ବର୍ମା ଏବଂ ରିଆନ ପାରାଗଙ୍କ ଭଳି ବ୍ୟାଟ୍ସମ୍ୟାନ୍ ଭାରତୀୟ ଦଳରେ ସୁଯୋଗ ପାଇପାରନ୍ତି। ସଞ୍ଜୁ ସାମସନ ୱିକେଟ୍ କିପର ଭାବରେ ଫେରିପାରନ୍ତି ଏବଂ ଜିତେଶ ଶର୍ମା ବ୍ୟାକଅପ୍ ୱିକେଟ୍ କିପର ଦଳରେ ସ୍ଥାନ ପାଇଁ ପାରନ୍ତି। ବୋଲିଂରେ ମୁକେଶ କୁମାର, ଅର୍ଶଦୀପ ସିଂ ଏବଂ ରବି ବିଷ୍ଣୋଇଙ୍କ ଭଳି ବୋଲରମାନେ ସାମିଲ ହୋଇପାରନ୍ତି।

କେମିତି ଦେଖିବେ ମ୍ୟାଚ୍ ?

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଏହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ସ୍ପୋର୍ଟସ୍ ୧୮ ନେଟୱାର୍କ ମାଧ୍ୟମରେ ଭାରତରେ ଟିଭିରେ ସିଧା ପ୍ରସାରଣ ହେବ। ମ୍ୟାଚଗୁଡ଼ିକର ଲାଇଭ୍ ଷ୍ଟ୍ରିମିଂ ଜିଓ ସିନେମା ଆପରେ ,ଆଧ୍ୟ୍ୟ ପ୍ରସାରଣ କରାଯିବ।

ପ୍ରଥମ ମ୍ୟାଚ୍- ୨୩ ନଭେମ୍ବର ବିଶାଖାପାଟନମରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍- ୨୬ ନଭେମ୍ବରରେ ଥିରୁବନନ୍ତପୁରମ୍। ତୃତୀୟ ମ୍ୟାଚ୍- ୨୮ ନଭେମ୍ବର ଗୁଆହାଟି। ଚତୁର୍ଥ ମ୍ୟାଚ୍- ୧ ଡିସେମ୍ବର ନାଗପୁର। ପଞ୍ଚମ ମ୍ୟାଚ୍- ୩ ଡିସେମ୍ବର ହାଇଦ୍ରାବାଦ।

ଟି-୨୦ ସିରିଜ ପାଇଁ ଅଷ୍ଟ୍ରେଲିଆର ଦଳ: ମାଥ୍ୟୁ ୱେଡ (ଅଧିନାୟକ), ମାଥ୍ୟୁ ସର୍ଟ, ଟିମ ଡେଭିଡ, ଷ୍ଟିଭ ସ୍ମିଥ, ଟ୍ରାଭିସ ହେଡ, ଡେଭିଡ ୱାର୍ଣ୍ଣର, ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ, ସିନ ଆବଟ, ଜଶ ଇଂଲିସ, ତାନଭୀର ସାଙ୍ଗା, ନାଥନ ଏଲିସ, ଜେସନ ବେହେରେଣ୍ଡର୍ଫ, ସ୍ପେନ୍ସର ଜନସନ, ଆଡାମ ଜାମ୍ପା।

ଭାରତର ସମ୍ଭାବ୍ୟ ଦଳ: ସୂର୍ଯ୍ୟକୁମାର ଯାଦବ, ରୁତୁରାଜ ଗାଏକ୍ଵାଡ, ସଞ୍ଜୁ ସାମସନ (ୱିକେଟ୍ କିପର), ରବି ବିଷ୍ଣୋଇ, ଯଶସ୍ୱୀ ଜୈସ୍ବାଲ, ଶିବମ୍ ଦୁବେ, ୱାଶିଂଟନ୍ ସୁନ୍ଦର, ପ୍ରସାଦ କୃଷ୍ଣ, ତିଲକ ବର୍ମା, ଜିତେଶ ଶର୍ମା (ୱିକେଟ୍ କିପର), ଅର୍ଶଦୀପ ସିଂ, ରିଙ୍କୁ ସିଂ, ରିୟାନ୍ ପାରାଗ, ୟୁଜବେନ୍ଦ୍ର ଚହଲ, ମୁକେଶ କୁମାର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

୬ ବଲ୍‌ରେ ୫ ଉଇକେଟ୍‌ ନେଇ କ୍ରିକେଟ୍‌ ଜଗତରେ ହଇଚଇ କଲେ ଏହି କ୍ରିକେଟର୍‌: ପ୍ରଥମଥର ଘଟିଲା…

ଜାକର୍ତ୍ତା,୨୩।୧୨: ଟି-୨୦ କ୍ରିକେଟରେ ପାଞ୍ଚ ଉଇକେଟ ହାସଲ କରିବା ପ୍ରତ୍ୟେକ ବୋଲରଙ୍କ ସ୍ବପ୍ନ, କାରଣ ଚାରି ଓଭର ସ୍ପେଲରେ ଏହି ସଫଳତା ହାସଲ କରିବା ଅତ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri