Posted inଫୁରସତ

ଖାଉଛନ୍ତି କି ଅଧା ରନ୍ଧା ମାଂସ ? ହୋଇ ଯାଆନ୍ତୁ ସତର୍କ, ହେବ ଏଭଳି ସ୍ବାସ୍ଥ୍ୟ ସମସ୍ୟା…

ନୂଆଦିଲ୍ଲୀ,୨।୧୧ : ସମ୍ପ୍ରତି ଅଧିକାଂଶ ଫାଷ୍ଟ ଫୁଡ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି। ତେବେ ଏଭଳି ଖାଦ୍ୟରେ ଅଳ୍ପ ରନ୍ଧା ଅବା ଅଧା ରନ୍ଧା ହୋଇଥିବା ମାଂସ ଖାଇବା ପ୍ରତି ସାବଧାନ ରହିବା ଜରୁରୀ। ଏଭଳି ଖାଦ୍ୟଠାରୁ ଦୁରେଇ ରହିବା ଆବଶ୍ୟକ ନଚେତ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଉପୁଜିବାର ଆଶଙ୍କା ରହିଛି। ମଣିଷଙ୍କଠାରେ ଦେଖାଦେଉଥିବା ଟେନିୟାସିସ ସଂକ୍ରମଣ ଟେପୱାର୍ମ ପ୍ରଜାତିର ଟେନିଆ ସାଗିନାଟା (ଗୋମାଂସ ଟେପୱାର୍ମ), ଟେନିଆ ସୋଲିୟମ (ଘୁଷୁରୀ ଟେପୱାର୍ମ) ଏବଂ ଟେନିଆ ଏସିଆଟିକା (ଏସୀୟ ଟେପୱାର୍ମ) ଦ୍ୱାରା ସୃଷ୍ଟି ହୋଇଥିବା ପରଜୀବୀ ସଂକ୍ରମଣ।

କଞ୍ଚା କିମ୍ବା ଅଳ୍ପ ରନ୍ଧା ବା ଅଧା ରନ୍ଧା ମାଂସ ଖାଇବା ଦ୍ୱାରା ମଣିଷ ଏହି ଟେପୱାର୍ମ ସଂକ୍ରମଣରେ ସଂକ୍ରମିତ ହୋଇପାରେ। ଟେନିଆସିସ ରୋଗୀମାନେ ହୁଏତ ଜାଣିପାରିବେ ନାହିଁ ସେମାନଙ୍କର ଟେପୱାର୍ମ ସଂକ୍ରମଣ ଅଛି କାରଣ ଲକ୍ଷଣଗୁଡ଼ିକ ସାଧାରଣତଃ ସାମାନ୍ୟ କିମ୍ବା ପ୍ରକାଶ ପାଇ ନ ଥାଏ।

ଏହି ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ବିଶେଷତଃ ପୂର୍ବ ୟୁରୋପ, ରୁଷିଆ, ପୂର୍ବ ଆଫ୍ରିକା ଏବଂ ଲାଟିନ ଆମେରିକାରେ ଅଧିକ ଦେଖିବାକୁ ମିଳିଥାଏ। ଟି ସାଗିନାଟା ଦ୍ୱାରା ସୃଷ୍ଟି ହୋଇଥିବା ଟେନିୟାସିସ ଆମେରିକାରେ ବିରଳ, ଯେଉଁଠାରେ ଗୋରୁ ଏବଂ ଲୋକ ମିଳିତ ଭାବେ ରହିଥାନ୍ତି ଏବଂ ପରିମଳ ବ୍ୟବସ୍ଥା ଖରାପ। ଗୋରୁ ମାନବ ମଳ ସଂସ୍ପର୍ଶରେ ଆସିବା ଦ୍ୱାରା ଏହି ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ।

ଏହି ସମସ୍ୟାରେ ପେଟ ବ୍ୟଥା ହେବା ସହିତ ହଜମ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଉପୁଜିଥାଏ। ଟି ସୋଲିୟମ ଟେପୱାର୍ମ ସଂକ୍ରମଣ ମଣିଷରେ ସିଷ୍ଟିକେରୋସିସ ସୃଷ୍ଟି କରିପାରେ, ଯାହା ଏକ ଗୁରୁତର ସମସ୍ୟା ହୋଇଥାଏ।

ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଗୋଟିଏ ଉପାୟ ହେଉଛି ମାଂସକୁ ଭଲଭାବେ ରାନ୍ଧିବା । ଭଳ ଭାବେ ରନ୍ଧା ହୋଇଥିବା ମାଂସ ଖାଇଲେ ଏଭଳି ସମସ୍ୟା ଦେଖାଦେବା ଆଶଙ୍କା କମ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

ଫୁଟବଲ ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌: ଭିଡିଓ ଭାଇରାଲ

କରାଚୀ,୧୧ା୧୨: ପାକିସ୍ତାନ ଆର୍ମି ଏବଂ ଓ୍ବାପଡା ଦଳ ମଧ୍ୟରେ ଖେଳାଯାଇଥିବା ନ୍ୟାଶନାଲ ଗେମ୍ସ ଫୁଟବଲ ସେମିଫାଇନାଲ ପରେ ଦୁଇ ଦଳର ଖେଳାଳି ଓ ଅଫିସିଆଲ୍ସ ପରସ୍ପରକୁ...

ପତ୍ନୀଙ୍କୁ ହତ୍ୟାକରି ମୃତ ଶରୀରକୁ ବ୍ଲେଣ୍ଡରରେ ପୁରାଇ ପ୍ୟୁରି ବନାଇଦେଲେ ସ୍ବାମୀ…, ପୂର୍ବତନ ମିସ୍‌ ସ୍ବିଜରଲ୍ୟାଣ୍ଡଙ୍କ ସ୍ବାମୀ ଅଭିଯୁକ୍ତ

ବେର୍ନ,୧୧।୧୨: ପୂର୍ବତନ ମିସ ସ୍ବିଜରଲ୍ୟାଣ୍ଡ ଫାଇନାଲିଷ୍ଟ କ୍ରିଷ୍ଟିନା ଜୋକ୍ସିମୋଭିକଙ୍କ ସ୍ବାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ସ୍ବିସ କର୍ତ୍ତୃପକ୍ଷ କହିଛନ୍ତି ଯେ ସନ୍ଦିଗ୍ଧ ବ୍ୟକ୍ତି କ୍ରୋଧରେ...

ଟସ୍‌ ଜିତିଲା ଭାରତ: ସୂର୍ଯ୍ୟକୁମାରଙ୍କୁ ମିଳିଲା ବଡ଼…

ଚଣ୍ଡିଗଡ,୧୧।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri