ସରିଯିବ ଧାନକିଣା ଅବଧି, ସମସ୍ୟା ଅସମାହିତ

ବରଗଡ଼,୨୬ା୩(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିବାକୁ ଆଉ ମାତ୍ର ୬ ଦିନ ବାକି। ମାତ୍ର ବରଗଡ଼ ଜିଲାର ବିଭିନ୍ନ ବ୍ଲକର ଚାଷୀମାନେ ଧାନ ବିକ୍ରି କରିବା ତ ଦୂରର କଥା, ଏପର୍ଯ୍ୟନ୍ତ ସେମାନେ ଖରିଫ ଧାନ ବିକ୍ରି ପାଇଁ ପଞ୍ଜୀକୃତ ହୋଇପାରିନାହାନ୍ତି କିମ୍ବା ସେମାନଙ୍କୁ ଧାନବିକ୍ରି ଟୋକନ ମିଳିପାରି ନାହିଁ। ଏଭଳି ସମସ୍ୟାରେ ଛନ୍ଦି ହୋଇ ପଡ଼ିଥିବା ଜିଲାର ଭେଡେନ ବ୍ଲକ ଅନ୍ତର୍ଗତ ସହରାଟିକ୍ରା ଧାନମଣ୍ଡି ଉପରେ ନିର୍ଭରଶୀଳ ବିଭିନ୍ନ ଗ୍ରାମର ଚାଷୀମାନେ ଗତ ୯ ତାରିଖରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାନ ଗଦାକରି ଦିନରାତି ଧାରଣାରେ ବସିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ଅନ୍ୟପଟେ ଚାଷୀ ଅସନ୍ତୋଷ ତୀବ୍ର ହେଉଥିବାବେଳେ ଧାରଣାକୁ ସମର୍ଥନ ବଢ଼ିଚାଲିଛି।
ବୁଧବାର ରାଜବୋଡ଼ାସମ୍ବର କୃଷକ ସଙ୍ଗଠନର କର୍ମୀମାନେ ଧାରଣାସ୍ଥଳରେ ପହଞ୍ଚତ୍ ସମର୍ଥନ ଜଣାଇଥିଲେ। ସଂଗଠନର ଆବାହକ ଅଶୋକ ସାହୁ ଆନ୍ଦୋଳନକୁ ସମର୍ଥନ ଜଣାଇ କହିଥିଲେ, ଗତ ସରକାର ସମୟରେ ପଦ୍ମପୁର ଉପଖଣ୍ଡରେ ମଧ୍ୟ ଏହିପରି ସମସ୍ୟା ଉପୁଜି ଥିଲା। ଧାନ ବିକ୍ରି ନ ହେବାରୁ ଚାଷୀମାନେ ପଦ୍ମପୁର ଉପଜିଲାପାଳଙ୍କ ଅଫିସ ଆଗରେ ସେତେବେଳେ ଧାନ ପକାଇ ୬୩ ଦିନ ଧାରଣାରେ ବସିଥିଲେ। ତତ୍କାଳୀନ ସରକାର ବାଧ୍ୟ ହୋଇ ସରକାରୀ ମୂଲ୍ୟରେ ସମସ୍ତ ଧାନ କିଣିଥିଲେ। ଏଣୁ ନିରାଶ ହେବାର କୌଣସି ଆବଶ୍ୟକତା ନାହିଁ ଏବଂ ଯଦି ଧାନ କିଣା ନ ଯାଏ, ତେବେ ଏହି ଆନ୍ଦୋଳନ ପଦ୍ମପୁରରେ ମଧ୍ୟ ପ୍ରତିଫଳିତ ହେବ ବୋଲି ସେ କହିଥିଲେ। ସେ ଆହୁରି କହିଥିଲେ, ସରକାର ବଦଳିଲା, ହେଲେ ଚାଷୀଙ୍କ ସମସ୍ୟା ଅସମାହିତ ରହିଗଲା। ଚଳିତ ବର୍ଷ ଅନେକ ଚାଷୀ ପଞ୍ଜୀକରଣରୁ ବାଦ୍‌ ପଡିଛନ୍ତି । ପଞ୍ଜୀକରଣ କରିଥିବା ଚାଷୀଙ୍କ ଜମି ତୁଳନାରେ ଟୋକନ ଆସିଲା ନାହିଁ। ଦୀର୍ଘଦିନ ଧରି ମଣ୍ଡିରେ ଧାନ ପଡ଼ିରହିଛି ଏବଂ କଟ୍‌ନି ଛଟ୍‌ନିରେ ରାଜି ନ ହେଲେ ଧାନ ଉଠୁ ନ ଥିବାର ନଜିର ଦେଖିବାକୁ ମିଳିଛି, ଯାହା ଅତ୍ୟନ୍ତ ଚିନ୍ତାଜନକ। ଏଣୁ ବିକ୍ରି ଅପେକ୍ଷାରେ ରହିଥିବା ସମସ୍ତ ଧାନକୁ ତୁରନ୍ତ କିଣିବା ପାଇଁ ସରକାରଙ୍କୁ ସେ ଅନୁରୋଧ କରିଥିଲେ॥
ରାଜବୋଡ଼ାସମ୍ବର କୃଷକ ସଂଗଠନର ଅନ୍ୟ ସଦସ୍ୟ କୈଳାସ ବାରିକ, ଅମୃତଲାଲ୍‌ ସାହୁ, ପୃଥିବୀ ରାଜ ନାୟକ, ରାମଚନ୍ଦ୍ର ବିଶ୍ୱାଳ, ଶତ୍ରୁଘନ ତ୍ରିପାଠୀ, ପ୍ରଫୁଲ୍ଲ ବେହେରା, ତେଜରାଜ ଗଡ଼ତିଆ, ପରାଶର ସାହୁ, ଗୋପବନ୍ଧୁ ପଧାନ, ଭୋଳାନାଥ ବେହେରା, ରମେଶ ସାହୁ, ନବୀନ ବେହେରା ଏବଂ ବିଜୟ ସାହୁ ପ୍ରମୁଖ ମଧ୍ୟ ସାମିଲ ଥିଲେ। ଜିଲା ସମାଜସେବୀ ସଂଘ ସଭାପତି ବଳିଷ୍ଠ ଦୁର୍ଗା ଏବଂ ବରଗଡ଼ ନାଗରିକ ମଞ୍ଚ ସମ୍ପାଦକ ଭବାନୀ ସାହୁ ଧାରଣାସ୍ଥଳକୁ ପହଞ୍ଚିଥିଲେ ଏବଂ ଧାରଣାରତ ଚାଷୀମାନଙ୍କ ସହ ସେମାନଙ୍କ ସମସ୍ୟା ଓ ହକ୍‌ ନେଇ ଆଲୋଚନା କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?