ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ। କିନ୍ତୁ ଏହି ସକାରାତ୍ମକ ଭାବନା ପ୍ରଚ୍ଛଦରେ ବି ଅନେକ ସାମାଜିକ ବ୍ୟବସ୍ଥା ରହିଛି, ଯାହା ଅସ୍ପୃଶ୍ୟତାକୁ ଦୃଢ଼ କରିବା ପାଇଁ ଅନୁମତି ଦେଇଛି। ଲୋକେ ଅନେକ ସମୟରେ ଜାତି ଓ ଅସ୍ପୃଶ୍ୟତାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ନ୍ତି। ଯେତେବେଳେ ସେମାନେ ସାମାଜିକ ସ୍ତରରେ ରହିିଥିବା ଜାତି ସମ୍ପର୍କରେ କହନ୍ତି ସେତେବେଳେ ଉଚ୍ଚବର୍ଗ କଥା ହିଁ ବଖାଣିଥାନ୍ତି। ତେବେ ସମ୍ପ୍ରତି ଭାରତରେ ଅହିଂସାର ୨ ପ୍ରକାର ପ୍ରଭାବଶାଳୀ ରୂପ ରହିଛି। ପ୍ରଥମଟି ହେଉଛି ଗାନ୍ଧିଜୀଙ୍କ ଅହିଂସା, ଯାହା ରାଜନୈତିକ ରଣନୀତିର ମୂଳରେ ଅଛି। ଏହା ଅସ୍ତ୍ର ତ୍ୟାଗକରି ଅସହଯୋଗକୁ ପ୍ରୋତ୍ସାହିତ କରେ। ଏହା ଅନ୍ୟାୟକୁ ପ୍ରତିରୋଧ କରିବା ପାଇଁ ଶାରୀରିକ ଶକ୍ତି ବଦଳରେ ନୈତିକ ଚାପ ପ୍ରୟୋଗ କରିଥାଏ। ଏହି ପ୍ରକାର ଅହିଂସା ଭାରତର ସ୍ୱାଧୀନତା ସଂଗ୍ରାମରେ ପ୍ରମୁଖ ଭୂମିକା ନେଇଥିଲା। କିନ୍ତୁ ଏବେ ସନାତନୀ ହିନ୍ଦୁତ୍ୱବାଦୀ ଗୋଷ୍ଠୀ ଏହାକୁ ଅସ୍ୱୀକାର କରୁଛନ୍ତି। କାରଣ ସେମାନେ ବିଶ୍ୱାସ କରୁଛନ୍ତି, ଦେଶକୁ ସୁରକ୍ଷା ଦେବା ଏବଂ ଧର୍ମୀୟ ପରିଚୟକୁ ରକ୍ଷାକରିବା ପାଇଁ ହିଂସା ଆବଶ୍ୟକ। ସେମାନେ ଭାବନ୍ତି, ଅହିଂସା ହେଉଛି ଦୁର୍ୱଳତା।
ଦ୍ୱିତୀୟ ପ୍ରକାର ଅହିଂସା ହେଉଛି ଆହାର ସମ୍ପର୍କିତ ଅହିଂସା। ଏହି ଅହିଂସା ବିଚାରରେ ମାଛ, ମାଂସ କିମ୍ୱା ଅଣ୍ଡା ଖାଉଥିବା ଲୋକଙ୍କ ତୁଳନାରେ ଉଦ୍ଭିଦଜ ଖାଦ୍ୟାହାରୀ ବ୍ୟକ୍ତି ନୈତିକ ଦୃଷ୍ଟିରୁ ଶ୍ରେଷ୍ଠ। ଏହି ବିଶ୍ୱାସ ସାମାଜିକ ସ୍ତରରେ ଅତ୍ୟଧିକ ବଳବତ୍ତର ରହିଛି । ଦୈନନ୍ଦିନ ପରମ୍ପରା, ସଂସ୍ଥାଗତ ନିୟମ, ମନ୍ଦିର ନୀତିନିୟମ, କର୍ପୋରେଟ ସଂସ୍କୃତି ଏବଂ ରାଜନୈତିକ ପ୍ରତୀକାତ୍ମକ ସିଦ୍ଧାନ୍ତରେ ମଧ୍ୟ ଏହା ଦୃଢ଼ ରହିଆସିଛି। ଏହି ପ୍ରକାର ଅହିଂସା ଅସ୍ପୃଶ୍ୟତାର ଧାରଣା ଏବଂ ପବିତ୍ରତାର ସାମାଜିକ ଶ୍ରେଣୀବାଦକୁ ଆରମ୍ଭ କରିଛି। ଉଲ୍ଲେଖନୀୟ, ଆହାର ସମ୍ୱନ୍ଧୀୟ ଅହିଂସାକୁ ଉଭୟ ଗାନ୍ଧିବାଦୀ ଏବଂ ସନାତନୀମାନେ ପାଳନ କରୁଛନ୍ତି। ଖାଦ୍ୟ ପ୍ରାଥମିକତା ଏବଂ ଖାଦ୍ୟ ପସନ୍ଦ ନାମରେ ଏହାକୁ ପାଳନ କରାଯାଉଛି।
ଶାକାହାରବାଦ ସମ୍ପୂର୍ଣ୍ଣ ଭାବେ ଜୈନ ସିଦ୍ଧାନ୍ତରୁ ଆସିଛି। ଏହା ସ୍ପଷ୍ଟକରେ ଯେ,ଉଦ୍ଭିଦ କୌଣସି ଯନ୍ତ୍ରଣା ଅନୁଭବ କରେନାହିଁ ଏବଂ ସେଥିପାଇଁ ଉଦ୍ଭିଦଜ ଖାଦ୍ୟ ଖାଇବା ହିଂସା ନୁହେଁ। କିନ୍ତୁ ଏହି ତର୍କ ବିଜ୍ଞାନ ଓ ବୈଦିକ ବ୍ୟାଖ୍ୟାନ ମଧ୍ୟରେ ବିରୋଧାଭାସ ସୃଷ୍ଟିକରେ। ଶତପଥ ବ୍ରାହ୍ମଣରେ କୁହାଯାଇଛି ଯେ, ଏପରିକି ଉଦ୍ଭିଦଜ ଖାଦ୍ୟ ଖାଉଥିବା ଲୋକ ପରଜୀବନରେ ମଧ୍ୟ ତାହାର ଫଳ ଭୋଗ କରିବ, ଯେଉଁଠି ତାଙ୍କୁ ଉଦ୍ଭିଦ ଖାଦ୍ୟ ଭାବେ ଗ୍ରହଣ କରିବ ଏବଂ ସେ ଯନ୍ତ୍ରଣା ଭୋଗ କରିବେ। ପୁରାତନ ଜୈନ ବିଚାରରେ, ଆମରଣ ଅନଶନ ଅର୍ଥ ହେଉଛି ପ୍ରକୃତ ଅହିଂସା। ଅର୍ଥାତ୍‌ କିଛି ନ ଖାଇଲେ କୌଣସି ହିଂସା ହେବନାହିଁ। କୃଷି ସହି ଜଡ଼ିତ ବ୍ୟକ୍ତିମାନେ ଜାଣନ୍ତି ଯେ, ଶାକାହାର ଖାଦ୍ୟ ଯନ୍ତ୍ରଣାମୁକ୍ତ ନୁହେଁ। କୃଷି ହିଂସା ମଧ୍ୟରେ ବୁଡିରହିଛି। ଫସଲର ସୁରକ୍ଷା ପାଇଁ କୀଟପତଙ୍ଗ, ମୂଷା ଏବଂ ପକ୍ଷୀଙ୍କୁ ମାରିଦିଆଯାଏ। ଷଣ୍ଢକୁ ଅସ୍ତ୍ରୋପଚାର ମାଧ୍ୟମରେ ବଳଦ କରି ହଳ ଓ ପରିବହନରେ ବ୍ୟବହାର କରାଯାଏ। ଏହି କାର୍ଯ୍ୟକୁ ଶାକାହାରବାଦ ଗୁପ୍ତ ରଖିଛି ଏବଂ ସହରାଞ୍ଚଳରେ ରହୁଥିବା ପ୍ରତିଷ୍ଠିତ ବ୍ୟକ୍ତିମାନେ ଶୁଦ୍ଧ ଓ ଅହିଂସକ ଖାଦ୍ୟ ଖାଉଛନ୍ତି ବୋଲି ଧାରଣା ସୃଷ୍ଟି କରିଛି।
ପ୍ରକୃତରେ କୃଷିକାର୍ଯ୍ୟରେ ଶୂଦ୍ର, ସେବକମାନେ ଜଡ଼ିତ ଥିଲେ ଏବଂ ସେମାନଙ୍କ ହିଂସାତ୍ମକ କାର୍ଯ୍ୟ ସାମ୍ନାକୁ ଆସିପାରୁ ନ ଥିଲା। କାରଣ ସେମାନଙ୍କ ସହ ବହୁ କମ୍‌ ଯୋଗାଯୋଗ ରହୁଥିଲା। ଯାଯାବର ଗୋଷ୍ଠୀର ପଶୁପାଳକ, ମରୁଭୂମିରେ ରହୁଥିବା ସମ୍ପ୍ରଦାୟ, ବନବାସୀ ଏବଂ ଉପକୂଳରେ ବସବାସ କରୁଥିବା ଲୋକେ ଭାବନ୍ତି ଯେ, ମାଂସ ଓ ମାଛ ହେଉଛି ଜୀବନର ଆବଶ୍ୟକତା। ଭିଲ୍‌, ଗୋଣ୍ଡ, କୋଲିି, ଶବରଙ୍କ ସମେତ ଉତ୍ତରପୂର୍ୱାଞ୍ଚଳର ଆଦିବାସୀ ସମୁଦାୟଗୁଡ଼ିକ ଶିକାର ଓ ଭୋଜନ ପାଇଁ ସେମାନଙ୍କ ପରିସଂସ୍ଥାକୁ କ୍ଷୟ ନ କରି ସ୍ଥାୟୀ ଭାବରେ ବସବାସ କରିଆସିଛନ୍ତି। ତଥାପି ସେମାନଙ୍କ ଉପରେ ହିଂସକ ଓ ଅପବିତ୍ର ମୋହର ଲଗାଇ ଦିଆଯାଉଛି। ଖଣି ଓ ଭିତ୍ତିଭୂମି ପାଇଁ ଶିଳ୍ପପତିମାନେ ଜଙ୍ଗଲ ଧ୍ୱଂସ କରୁଥିଲେ ମଧ୍ୟ ସେମାନଙ୍କୁ ସାତ୍ତ୍ୱିକ ଓ ପବିତ୍ର ବୋଲି କୁହାଯାଉଛି। ଏହା ହେଉଛି ନୈତିକତାର ବିପରୀତ ସ୍ଥିତି ଏବଂ ଆମ ହିଂସା ସମ୍ପର୍କିତ ଗଭୀର ବିଚାରଧାରାକୁ ଜାତି ଓ ବର୍ଗ କିଭଳି ଗଢ଼ିଛି ତାହା ଏହା ପ୍ରକାଶ କରେ।
ସାମାଜିକ ବିଚାରଧାରାରେ ପବିତ୍ରତା ତଥା ଶୁଦ୍ଧତା ପ୍ରମୁଖ ବିଷୟ ହୋଇରହିଛି। ଭାରତର ସାର୍ୱଜନୀନ ସଂସ୍ଥାଗୁଡ଼ିକ ଉପରେ ଶାକାହାର ଧାରଣାର ପ୍ରଭାବ ବିସ୍ତାର କରିଛି। ଗାନ୍ଧିଜୀଙ୍କ ସାବରମତି ଆଶ୍ରମରେ ଶାକାହାର ରୋଷଘର ଅଛି ଏବଂ ଆର୍‌ଏସ୍‌ଏସ୍‌ର ସେହିଭଳି କ୍ୟାଣ୍ଟିନ ସବୁ ଅଛି। କର୍ପୋରେଟ କାର୍ଯ୍ୟାଳୟଗୁଡ଼ିକ ଜୈନ କିଚେନ୍‌କୁ ନେଇ ଗର୍ୱ କରନ୍ତି। କେବଳ ଶାକାହାର ଖାଦ୍ୟ ଦେବା ପାଇଁ ଏୟାଲାଇନ୍ସକୁ ବାଧ୍ୟ କରାଯାଉଛି। ତୀର୍ଥସ୍ଥଳୀ ଥିବା ସହରଗୁଡ଼ିକୁ ଶୁଦ୍ଧ ଶାକାହାର ଅଞ୍ଚଳ ଭାବେ ଘୋଷଣା କରାଯାଉଛି ।
‘ଶୁଦ୍ଧ’ ଶବ୍ଦ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସୂଚିତ କରେ ଯେ, ମାଂସାହାରୀମାନେ ପରିବେଶକୁ ଦୂଷିତ କରନ୍ତି ଏବଂ ସେମାନଙ୍କ ଉପସ୍ଥିତି, ଗନ୍ଧ ଏବଂ ଅଭ୍ୟାସ ପ୍ରଦୂଷଣକାରକ। ଶୁଦ୍ଧତା ବ୍ୟବସ୍ଥା ଯୋଗୁ ଟିଫିନ ବକ୍ସରେ ଆମିଷ ଖାଦ୍ୟ ଆଣିବା ପାଇଁ କର୍ମଚାରୀଙ୍କୁ ବାରଣ କରାଯାଉଛି। ଯେଉଁମାନେ ମାଂସ ରୋଷେଇ କରୁଛନ୍ତି, ସେମାନଙ୍କୁ ହାଉସିଂ ସୋସାଇଟିଗୁଡ଼ିକ ଘର ଭଡ଼ା ଦେଉନାହାନ୍ତି। ଯାହା ଦିନେ ଜାତିଗତ ପୃଥକୀକରଣ କିମ୍ୱା ବାଛବିଚାର ଥିଲା ତାହା ଏବେ ଜୀବନଶୈଳୀ ପସନ୍ଦ ହୋଇଯାଇଥିବା ଜଣାପଡ଼ୁଛି। ପରିଭାଷା ବଦଳିଯାଇଥିଲେ ବି ବ୍ୟବସ୍ଥା ସେହିଭଳି ରହିଛି। ବ୍ରାହ୍ମଣ ଓ ଶୂଦ୍ର ବଦଳରେ ଏବେ ଆମ ମଧ୍ୟରେ ପବିତ୍ର ଓ ଅପବିତ୍ର କିମ୍ୱା ଶୁଦ୍ଧ ଓ ଅଶୁଦ୍ଧ ହିନ୍ଦୁ ଭାବନା ରହିଛି।
ସାମାଜିକ ସ୍ତରରେ ଥିବା ଏଭଳି ଉଚ୍ଚନୀଚ ଭାବନାକୁ ଯୁକ୍ତିଯୁକ୍ତ ଦର୍ଶାଇବାକୁ ଯାଇ ଗୁରୁମାନେ ସାତ୍ତ୍ୱିକ, ରାଜସିକ, ତାମସିକ ଖାଦ୍ୟ ସିଦ୍ଧାନ୍ତ ସାମ୍ନାକୁ ଆଣିଛନ୍ତି, ଯାହାକୁ ଏବେ ପୋଷକ ବିଜ୍ଞାନର ଅସ୍ତ୍ର ଭାବେ ଦର୍ଶାଯାଉଛି। ଏହାସହ ନୈତିକତାର ବିଷୟ ରୂପେ ଊପସ୍ଥାପନ କରାଯାଉଛି। ତଥାପି କୌଣସି ହିନ୍ଦୁ ଗ୍ରନ୍ଥ ଶାକାହାରବାଦକୁ ଏକ ବୈଶ୍ୱିକ ନିୟମ ଭାବେ ଗ୍ରହଣ କରିନାର୍ହି। ମହାଭାରତ, ରାମାୟଣ ଏବଂ ପୁରାଣରେ ଶିକାରୀ, ମାଛ ଭକ୍ଷକ ଏବଂ ମାଂସାହାରୀ ଋଷିଙ୍କ ସମ୍ପର୍କିତ ବର୍ଣ୍ଣନା ଭରିରହିଛି। ଏ ସମ୍ପର୍କରେ ସୂଚିତ କରାଯାଇଥିଲେ ମଧ୍ୟ ଆଧୁନିକ ପ୍ରକାଶନ ସଂସ୍ଥାଗୁଡ଼ିକ ଭୁଲ୍‌ ଅନୁବାଦ କରୁଛନ୍ତି। ହିନ୍ଦୁଧର୍ମ ବିପଦରେ ଅଛି ବୋଲି ଲୋକେ ଦାବି କରୁଥିବାବେଳେ ଏଥିପାଇଁ ସେମାନେ ବାହ୍ୟଶତ୍ରୁକୁ ଦାୟୀ କରୁଛନ୍ତି। ହେଲେ ବଡ଼ ବିପଦ ଦେଶ ଭିତରେ ରହିଛି। ଶୁଦ୍ଧ ଓ ଅଶୁଦ୍ଧ ବ୍ରାହ୍ମଣୀୟ ବିଚାରଠାରୁ ଆରମ୍ଭ କରି ବୌଦ୍ଧ ଓ ଜୈନଧର୍ମର ଦାର୍ଶନିକ ସିଦ୍ଧାନ୍ତରେ ଏହା ଥିଲା ଏବଂ ଏବେ ଏହାକୁ ନୈତିକ ଜୀବନଶୈଳୀ ଭାବେ ପୁନଃ ନାମକରଣ କରାଯାଇଛି। ସେମାନେ ମିଳିତ ଭାବେ ଏକ ସାମାଜିକ ଉଚ୍ଚନୀଚ ସ୍ତର ଗଢ଼ିଛନ୍ତି, ଯେଉଁଠି ଅଭିଜାତ୍ୟ ବର୍ଗଙ୍କ ଅଭ୍ୟାସକୁ ବିଶ୍ୱସ୍ତରରେ ସଦ୍‌ଗୁଣ ଆଖ୍ୟା ଦିଆଯାଇଛି ଏବଂ ନୀଚବର୍ଗର ଲୋକଙ୍କ ଜୀବନରକ୍ଷାର ରଣନୀତିକୁ ତୁଚ୍ଛ କହି ସେମାନଙ୍କୁ ତିରସ୍କାର କରାଯାଉଛି। ଏହି ପ୍ରକାରେ ଅହିଂସା ହିଂସାର ସମାଧାନ କରେ ନାହିଁ। ବରଂ ଏହା ହିଂସାକୁ ଆଢୁଆଳରେ ରଖେ। ଜାତିକୁ ଅସ୍ୱୀକାର କରାଯାଉଛି , ହେଲେ ଅସ୍ପୃଶ୍ୟତାକୁ ସତର୍କତାର ସହ ଉଲ୍ଲେଖ କରାଯାଉଛି। ଏଭଳି କରିବା ଯୋଗୁ ଏହା ସାମାଜିକ ପ୍ରାଧାନ୍ୟକୁ ଆଧ୍ୟାତ୍ମିକ ଶୁଦ୍ଧତା କିମ୍ୱା ସଂସ୍କାର ଭାବେ ତ୍ରୁଟିପୂର୍ଣ୍ଣଭାବେ ଉପସ୍ଥାପନ କରିବା ପାଇଁ ଅନୁମତି ଦେଇଛି, ଯେତେେବେଳ କି ପବିତ୍ରତା ତଥା ଶୁଦ୍ଧତାର ପରିବେଶରେ ନିର୍ୱିରୋଧରେ ଅସାମାନତା ଜାରି ରହିଛି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?