ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ନିମନ୍ତ୍ରଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ଅଧିନରେ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ଏହା କାର୍ଯ୍ୟକାରୀ ହେଉଛି ।

ସାନଖେମୁଣ୍ଡି ବ୍ଲକ ମହାନଳା ଗ୍ରାମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ଉପସ୍ଥିତ ରହି ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ । ଏହାସହ ଘରକୁ ଘର ଯାଇ କୁନି କୁନି ଶିଶୁମାନଙ୍କୁ ଚକୋଲେଟ ଓ ଫୁଲ ଦେବା ସହ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ପାଇଁ ଅଭିଭାବକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ।

ଆସନ୍ତା ଏପ୍ରିଲ ୨ ତାରିଖରେ ସମସ୍ତ ବିଦ୍ୟାଳୟରେ ଖଡ଼ି ଛୁଆଁ ଓ ନାମଲେଖା ଦିବସ ପାଳନ କରାଯିବ । ନୂତନ ଭାବେ ନାମ ଲେଖାଉଥିବା ପିଲାମାନଙ୍କୁ ପାରମ୍ପରିକ ରୀତିରେ ଫୁଲ ଓ ଚନ୍ଦନ ଦେଇ ସ୍ବାଗତ କରାଯିବ। ଏଥିସହ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟା ସଦସ୍ୟ, ସ୍ଵୟଂ ସହାୟିକା ଗୋଷ୍ଠୀ ଓ ଅଭିଭାବକଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେତ୍ସା ବାର୍ତ୍ତା ପଢ଼ି ଶୁଣାଯିବା କାର୍ଯ୍ୟକ୍ରମ ରହିଛି । ପିଲାମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ଓ ଗୁଣାତ୍ମକ ଶିକ୍ଷାର ମୂଳଦୁଆ ପକାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବ୍ଲକ ଶିକ୍ଷାଧିକାରୀ ଜଣାଇଛନ୍ତି ।କାର୍ଯ୍ୟକ୍ରମରେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ସୁଶାନ୍ତ ସାହୁ, ପ୍ରଧାନ ଶିକ୍ଷକ ବାବୁଲା ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନିଶାନ୍ତ ନାୟକ, ପୂର୍ବତନ ସଭାପତି ବିନାୟକ ଦାଶ, ଅଙ୍ଗନୱାଡ଼ି କର୍ମୀ ବନିତା  ରଥ, ପିଙ୍କି ସୁଆଁସିଆଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ଅଭିଭାବକ ଅଂଶ ଗ୍ରହଣ କରିଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

BLOଙ୍କ ପାଇଁ ବଡ଼ ଖବର: ମିଳିବ ବାର୍ଷିକ ୧୮ ହଜାର ଟଙ୍କାର ସମ୍ମାନ ଭତ୍ତା, ୮୧.୪୫ କୋଟିର…

ଭୁବନେଶ୍ୱର,୨୪।୯: ରାଜ୍ୟର ବୁଥ୍ ଲେବଲ୍ ଅଫିସର (BLO)ଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି। SIR ୨୦୨୬ ଭୋଟର ତାଲିକା ସଂଶୋଧନ…

ପୁରୁଷୋତ୍ତମପୁରରେ ଫୁଲୁଛି ରୁଷିକୁଲ୍ୟା

ପୁରୁଷୋତ୍ତମପୁର,୨୪।୯, (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ତିନି ଦିନ ହେଲା ବର୍ଷା ଲାଗିରହି ସାଧାରଣ ଜୀବନକୁ…

‘ପାକିସ୍ତାନ ଜିନ୍ଦାବାଦ’ ଜପ କଲେ ଆୟୁଷ୍ମାନ ଖୁରାନା; ଟ୍ରୋଲ ହେବା ପରେ କହିଲେ…

ମୁମ୍ବାଇ: ଆୟୁଷ୍ମାନ ଖୁରାନା ବଲିଉଡର ସେହି ଅଭିନେତାମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁମାନେ ହାସ୍ୟରସ ଓ ଆକ୍ସନଠାରୁ ଆରମ୍ଭ କରି ସାମାଜିକ ବାର୍ତ୍ତାବହ ଚଳଚ୍ଚିତ୍ର ପର୍ଯ୍ୟନ୍ତ ବିଭିନ୍ନ ଶୈଳୀର…

୧୬ ବର୍ଷ ପ୍ରତୀକ୍ଷାର ଅନ୍ତ: ଏସିଆନ୍ ଗେମ୍ସରେ ହିମାଚଳର ଝିଅ ସୀମା ରଚିଲେ ଇତିହାସ, ଭାରତ ପାଇଁ ଜିତିଲେ ବ୍ରୋଞ୍ଜ

ନୂଆଦିଲ୍ଲୀ,୨୪।୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ଆଥଲେଟ୍ ସୀମା କୁମାରୀ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। ମହିଳା ୧୦,୦୦୦ ମିଟର ରେସ୍ ଇଭେଣ୍ଟରେ ସୀମା ୩୨:୪୧.୫୪…

ରାହୁଲଙ୍କୁ ଭାଜପାର କଡ଼ା ପ୍ରଶ୍ନ

ନୂଆଦିଲ୍ଲୀ,୨୪।୯: ରାହୁଲ ଗାନ୍ଧୀଙ୍କ ଅଭିଯୋଗର ଜବାବରେ ଭାଜପା ପ୍ରତିକ୍ରିୟା ରଖିଛି। ଭାଜପା ମୁଖପାତ୍ର ତଥା ରାଜ୍ୟ ସଭା ଏମପି ସୁଧାଂଶୁ ତ୍ରିବେଦୀ କହିଛନ୍ତି ଯେ ଏହି ଦାବି…

ନିର୍ବାଚନ ଆୟୋଗ (EC) ବିବାଦକୁ ନେଇ ବଢୁଛି ଜ୍ଞାନେଶ କୁମାରଙ୍କ ଅଡୁଆ, ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ବିରୋଧୀ

ନୂଆଦିଲ୍ଲୀ,୨୪।୯: ନିର୍ବାଚନ ଆୟୋଗ ଏବଂ SIR (ସିଷ୍ଟମାଟିକ ଇନଫର୍ମେସନ ରିଟ୍ରାଇଭାଲ) ପ୍ରକ୍ରିୟା ସମ୍ବନ୍ଧୀୟ ତଥ୍ୟ ସାମ୍ନାକୁ ଆସିବା ପରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ବର୍ତ୍ତମାନ…

ପ୍ରତି ମ୍ୟାଚ ପିଛା ୪.୮ କୋଟି ଟଙ୍କା… ଟିମ ଇଣ୍ଡିଆ ପାଇଁ ବଡ଼ ଲାଭ; ବିସିସିଆଇ (BCCI) ପାଇଲା…

ନୂଆଦିଲ୍ଲୀ,୨୪।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଟିମ ଇଣ୍ଡିଆର ‘ଟାଇଟଲ ସ୍ପନ୍ସର’ (ମୁଖ୍ୟ ପ୍ରାୟୋଜକ) ସମ୍ବନ୍ଧୀୟ ତଥ୍ୟ ସାମ୍ନାକୁ ଆସିଛି। ବିଭିନ୍ନ ସୂତ୍ରରୁ ମିଳିଥିବା ଖବର…

ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଲା ଲଘୁଚାପ ବର୍ଷା

ଛତ୍ରପୁର,୨୪।୯(ଦ୍ୱାରକା ପଟ୍ଟନାୟକ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଖରିଫ ଋତୁ ଫସଲ ପରେ ନୂଆ ଫସଲ ଚାଷ କରିବା ପାଇଁ ଚାଷୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?