କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପବନ, ଘଡ଼ଘଡ଼ି, ବର୍ଷା ଯୋଗୁଁ  ଅନେକ ପରିବାର ସର୍ବସ୍ବାନ୍ତ ହୋଇପଡ଼ିଛି । ଆନନ୍ଦପୁର ବ୍ଲକର ଅନେକ ସ୍ଥାନରେ କାଳବୈଶାଖୀ ହୋଇଥିବା ବେଳେ ବିଶେଷ କରି କଣ୍ଟିପାଳ ପଞ୍ଚାୟତର କଣ୍ଟିପାଳ ମହାପାତ୍ର ସାହିର ୧୩ରୁ ଉର୍ଦ୍ଧ ପରିବାର ପରିବାରର ଅନେକ କ୍ଷତିଗ୍ରସ୍ତ ହୋଇଛି ।

ଦିଲ୍ଲୀପ ନାଏକ, ରଞ୍ଜନ ନାଏକ ଅଭିରାମ ନାଏକ ରାଧୁଚରଣ ନାଏକ, ସଞ୍ଜୁଲତା ନାଏକ, ବିଶ୍ୱନାଥ ନାଏକ ପ୍ରମିଳା ନାଏକ, ଅମ୍ବିକା ନାଏକ, ବାସନ୍ତୀ ବେହେରା, ପୁରସ୍ତମ ନାଏକ ଘର ଚାଳ ଛପର ଉଡ଼ାଇନେବl ସହ ଧାନ ଚାଉଳ ନଷ୍ଟ ହୋଇଯାଇଛି । ଘର ଭିତରେ ଥ‌ିବା ସମ୍ପୂର୍ଣ ଆସବାବପତ୍ର ନଷ୍ଟ ହୋଇଯାଇଛି । ସେହିପରି ବିରିଡିହା ଗ୍ରାମର ଉପର ହରିଜନ ସାହିର ନାଡ଼ି ଜେନା, ଭଜନ ଜେନା, ଜାନକୀ ଜେନା, କୃଷ୍ଣଚନ୍ଦ୍ର ବାରିକ, ସୁଦର୍ଶନ ସାହୁଙ୍କ ଘର ଚାଳ ଛପର ଉଡେଇ ନେଇଯାଇଥିବା ସହ ଘର କାନ୍ଥ ପଡିଯାଇଛି । ସେହିପରି ବାରୁଆଁ ମୁଣ୍ଡା ସାହିର ଲକେ ହୋଙ୍କ ଘର ସମ୍ପୂର୍ଣ ଭାଙ୍ଗି ଦେଇଥିବା ବେଳେ ପରିବାର ଲୋକେ ପୁରା ସର୍ବସ୍ୱାନ୍ତ ହୋଇ ପଡିଛନ୍ତି ।

ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସହାୟତା ନିମନ୍ତେ ନିବେଦନ କରିଛନ୍ତି । ଏ ବିଷୟରେ ଆନନ୍ଦପୁର ତହସିଲଦାର ପଲ୍ଲଭି ପ୍ରିୟଦର୍ଶନୀଙ୍କୁ ଯୋଗାଯୋଗ କରିବା ପରେ ସେ କହିଛନ୍ତି ସ୍ଥାନୀୟ RIଙ୍କୁ ଆମେ ଜଣାଇଛୁ, ତୁରନ୍ତ କ୍ଷୟକ୍ଷତି ରିପୋର୍ଟ ଦେବୁ ।  ଅନ୍ୟ ପକ୍ଷରେ ପରିବାରଙ୍କୁ ସରକାର ତରଫରୁ ସହାୟତା ଦେବାସହ ଆବାସ ଯୋଜନାରେ ଅନର୍ଭୁକ୍ତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଖାମେନେଇଙ୍କ ଅନ୍ତିମ ସଂସ୍କାର ପାଇଁ ମୋଦିଙ୍କୁ ନିମନ୍ତ୍ରଣ, ଯୋଗଦେବେକି ପ୍ରଧାନମନ୍ତ୍ରୀ?

ତେହରାନ୍‌,୨୪ା୬: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ଆମେରିକା-ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଇଥିଲେ। ତାଙ୍କର ମୃତ୍ୟୁ ଫେବୃଆରୀ ୨୮ ତାରିଖରେ ହୋଇଥିଲା। ତାଙ୍କର ଅନ୍ତିମ ସଂସ୍କାର…

ୟୁକାଲିପଟାସ୍‌ ଚାଷ ନିଷିଦ୍ଧ ପାଇଁ କୋରାପୁଟ ଡିଏଫ୍‌ଓଙ୍କୁ ତଦନ୍ତ ନିର୍ଦ୍ଦେଶ

କୋରାପୁଟ,୨୪ା୬(ଅମିତାଭ ବେହେରା): କୋରାପୁଟର ତଫସିଲଭୁକ୍ତ ଅଞ୍ଚଳରେ ବଢ଼ୁଥିବା ୟୁକାଲିପଟାସ୍‌ ଚାଷକୁ ନେଇ ଉଠିଥିବା ଅଭିଯୋଗ ପ୍ରତି ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏହି ଚାଷ ଉପରେ…

ସରକାରଙ୍କ ବଡ଼ ଘୋଷଣା, ପ୍ରତିବର୍ଷ ୫ ଲକ୍ଷ ଶିଶୁଙ୍କୁ ଦେବେ ସୁନା ମୁଦି

ଚେନ୍ନାଇ,୨୪ା୬ : ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱରେ ତାମିଲନାଡୁ ସରକାର ପ୍ରତିଦିନ ନୂଆ ନୂଆ ନିଷ୍ପତ୍ତି ନେଉଛନ୍ତି । ସରକାର ଏବେ ପ୍ରତ୍ୟେକ ନବଜାତ ଶିଶୁକୁ…

ବାସୁଦେବପୁରରେ ହତ୍ୟାକାଣ୍ଡ: ଝିଆରୀଙ୍କୁ ପିଟିପିଟି ମାରିଦେଲେ ଦାଦା, ପୂରା ଘଟଣା ଜାଣିଲେ…

ବାସୁଦେବପୁର,୨୪ା୬(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ପୌରାଞ୍ଚଳର ଭୈରବପୁର ଗ୍ରାମରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। ଲୁଗା ଶୁଖାଇବା ପାଇଁ ପୋତିଥିବା ବାଉଁଶକୁ ନେଇ ଘଟିଛି ଘଟଣା।…

ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କାଦେଲା ବୋଲେରୋ, ପୁଣି ପଛପଟୁ ଧକ୍କାଦେଲା ଆଉ ଏକ ଟ୍ରକ୍‌, ତା’ପରେ…

ବଞ୍ଚୋ,୨୪ା୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ରିଙ୍ଗ ରୋଡ୍‌ରେ ବୁଧବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଗୋଟିଏ ବାଇକ୍‌କୁ ଧକ୍କାଦେବା ପରେ ବାଇକ୍‌…

ଶ୍ରମିକମାନେ କାମ କରୁଥିବା ବେଳେ ଭୁଶୁଡ଼ିଲା ଗୋଦାମ, ମୃତ୍ୟୁ ସଂଖ୍ୟା….

କୋଲକାତା,୨୪ା୬: ପଶ୍ଚିମ କୋଲକାତାର ତାରାତାଲା ଅଞ୍ଚଳରେ ଏକ ନିର୍ମାଣାଧୀନ ଗୋଦାମ ବୁଧବାର ଅପରାହ୍ନରେ ହଠାତ୍ ଭୁଶୁଡ଼ିଲା । ଭଗ୍ନାବଶେଷ ତଳେ ପ୍ରାୟ ୫୦-୬୦ ଜଣ ଫସି ରହିଛନ୍ତି…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଛୁରାମାଡ଼ ପରେ…

ପଦ୍ମପୁର,୨୪ା୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ବୁଡେନ ଥାନା ଅନ୍ତର୍ଗତ ଗଡ଼ଭାଟି ଗ୍ରାମର ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଓ ଛୁରାମାଡ଼ କରାଯାଇଥିବା ଅଭିଯୋଗରେ ବୁଡେନ ଥାନାରେ ଏକ…

ଘାଟିରେ ଓଲଟିଲା ଟ୍ରକ୍‌: ତଳେ ଚାପି ହୋଇ ଚାଲିଗଲା ଜଣଙ୍କ ଜୀବନ, ଦୁଇ ଗୁରୁତର

ମୋହନା,୨୪ା୬(ମନ୍ମଥ ମିଶ୍ର): ଘାଟିରେ ଓଲଟିଲା ଟ୍ରକ୍‌, ଦୁର୍ଘଟଣାରେ ଟ୍ରକ୍‌ ତଳେ ଚାପି ହୋଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତେ ପଶ୍ଚିମବଙ୍ଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri