Odisha Elections 2024

ଅନନ୍ୟା-ଆଦିତ୍ୟଙ୍କ ଡେଟିଂ ଚର୍ଚ୍ଚା

ମୁମ୍ବାଇ: ବଲିଉଡ୍‌ ନାୟିକା ଅନନ୍ୟା ପାଣ୍ଡେ ଓ ଅଭିନେତା ଆଦିତ୍ୟ ରୟ କପୁରଙ୍କ ଡେଟିଂ ର୍ୟୁମସର୍ର୍ ବେଶ କିଛିଦିନ ହେବ ଚର୍ଚ୍ଚାରେ ରହିଛି। ଉଭୟଙ୍କୁ ଅନେକ ଥର କିଛି ଇଭେଣ୍ଟରେ ସ୍ପଟ୍‌ ବି କରାଯାଇଛି। ଦୁହେଁ ନିଜ ରିଲେଶନ ବିଷୟରେ ଏପର୍ଯ୍ୟନ୍ତ ମୁହଁ ଖୋଲି ନ ଥିଲେ ବି ଶୁକ୍ରବାର ରାତିରେ ପୁଣି ଥରେ ଏହି କପଲ ମୁମ୍ବାଇରେ ଡିନର ଡେଟ୍‌ରେ ନଜର ଆସିଥିଲେ। ଏହି ଲଭବାର୍ଡ ପରସ୍ପରଙ୍କ ହାତ ଧରିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉଭୟଙ୍କ ମଧ୍ୟରେ କିଛି ଚାଲିଥିବା ନେଇ ଏଥିରୁ ଅନୁମାନ କରାଯାଉଛି। ଭାଇରାଲ ଭିଡିଓରେ ଅନନ୍ୟା ଏବଂ ଆଦିତ୍ୟ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ସେମାନଙ୍କର କେତେଜଣ ସାଙ୍ଗଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି। କୌତୁହଳର ବିଷୟ, ଭାଇରାଲ କ୍ଲିପରେ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’ ତାରକା ଆଦିତ୍ୟଙ୍କ ହାତ ଧରି କାହା ସହିତ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ, ଅଭିନେତ୍ରୀ ଆଦିତ୍ୟଙ୍କ କାନ୍ଧରେ ମଧ୍ୟ ମୁଣ୍ଡ ରଖିଥିଲେ। ଉଭୟେ ଡେଟିଂ କରୁଥିବା ଏଥିରୁ ନିଶ୍ଚିତ ହୋଇଛି। ଗତବର୍ଷ ଅନନ୍ୟା କଫି ଓ୍ବିଥ କରନ ୭ ସିଜନରେ ଆସିବା ଦିନଠାରୁ ଆଦିତ୍ୟଙ୍କ ସହ ତାଙ୍କର ଡେଟିଂ ଗୁଜବ ବ୍ୟାପିଥିଲା। ଏହି ସମୟରେ ସେମାନଙ୍କ ରିଲେଶନ ବିଷୟରେ କରନ ସାମାନ୍ୟ ହିଣ୍ଟ୍‌ସ୍‌ ଦେଇଥିଲେ। ପୂର୍ବରୁ ଅନନ୍ୟା ଏବଂ ଆଦିତ୍ୟ ୟୁରୋପରେ ମଧ୍ୟ ଏକ ରୋମାଣ୍ଟିକ ଭ୍ୟାକେଶନ ଉପଭୋଗ କରିଥିଲେ। ସେହିପରି ଦୁଇଷ୍ଟାର ଏକାଠି ମାଦ୍ରିଦରେ ଆର୍କଟିକ୍‌ ମଙ୍କିଜ କନସର୍ଟରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହେଲେ ୟାମୀ ଗୌତମ

ବଲିଉଡ୍‌ ଅଭିନେତ୍ରୀ ୟାମୀ ଗୌତମ ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ୟାମି ଏବଂ ତାଙ୍କ ସ୍ବାମୀ...

ମତଦାନ ସାବ୍ୟସ୍ତ କଲେ ଅକ୍ଷୟ କୁମାର, କହିଲେ…

ମୁମ୍ବାଇ,୨୦ା୫: ସୋମବାର ଆଠଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଆସନରେ ୨୦୨୪ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଛି। ପଞ୍ଚମ...

ମୁମ୍ବାଇ ନିର୍ବାଚନ ପୂର୍ବରୁ ଶାହାରୁଖଙ୍କ ବିଶେଷ ଅପିଲ

ମୁମ୍ବାଇ,୧୯।୫: ୨୦୨୪ ଲୋକ ସଭା ନିର୍ବାଚନର ପର୍ଯ୍ୟାୟ ଚାଲିଛି। ୨୦ ମେ’ ୨୦୨୪ରେ ମୁମ୍ବାଇରେ ଭୋଟିଂ ଅନୁଷ୍ଠିତ ହେବ। ଏହାପୂର୍ବରୁ ଅନେକ ସେଲିବ୍ରିଟି ଯେମିତିକି ବଲିଉଡର...

ବାହା ହେବେ ସାରା!

ମୁମ୍ବାଇ: ବଲିଉଡର ଯୁବ ତାରକାମାନଙ୍କ ମଧ୍ୟରେ ଅଛନ୍ତି ଶୈଫ ଅଲି ଖାନ ଏବଂ ତାଙ୍କ ପୂର୍ବତନ ପତ୍ନୀ ଅମୃତା ସିଂଙ୍କ ଝିଅ ସାରା ଅଲି ଖାନ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

୨୬ ଦିନ ପରେ ଫେରିଲେ ନିଖୋଜ ତାରକ ମେହେତା ଅଭିନେତା, ଚିହ୍ନିବା ହେଉଛି ମୁସ୍କିଲ

ବମ୍ବେ: ନିଖୋଜ ହେବାର ୨୬ ଦିନ ପରେ ଘରକୁ ଫେରିଲେ ‘ତାରକ ମେହେଟ୍ଟା କା ଉଲଟା ଚଷମା’ ଷ୍ଟାର ଗୁରୁଚରଣ ସିଂ। ଏପ୍ରିଲ ୨୨ରେ ସେ...

ଗର୍ଲଫ୍ରେଣ୍ଡଙ୍କ ମୃତ୍ୟୁକୁ ସହିପାରିଲେନି ଏହି ଅଭିନେତା: ହାରିଲେ ଜୀବନ

କିଛି ଦିନ ପୂର୍ବରୁ ଅଭିନେତ୍ରୀ ପବିତ୍ରା ଜୟାରାମ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ବର୍ତ୍ତମାନ ତାଙ୍କ ପ୍ରେମିକ ତଥା ସହ-ଅଭିନେତା ଚନ୍ଦ୍ରକାନ୍ତ ଆତ୍ମହତ୍ୟା କରିଥିବା...

ସମ୍ପର୍କରେ ବାଜିଲା ମୋହର! ଶିବାଙ୍ଗୀଙ୍କ ପ୍ରେମରେ ପଡ଼ିଥିବା ସ୍ବୀକାର କଲେ…

ବମ୍ବେ: ପ୍ରେମରେ ପଡ଼ିଛନ୍ତି ଅଭିନେତା କୁଶାଲ ଟଣ୍ଡନ। ଅଭିନେତ୍ରୀ ଶିବାଙ୍ଗୀ ଜୋଶୀଙ୍କୁ ଡେଟ୍‌ କରୁଛନ୍ତି ସେ। କିଛି ଦିନ ଧରି ଉଭୟ ସମ୍ପର୍କରେ ଥିବା ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri