Posted inଖେଳ

ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ

ଧର୍ମଶାଳା, ୧୮ା୧୦: ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପରେ ଦ୍ୱିତୀୟ ବିପର୍ଯ୍ୟୟ ଘଟାଇଛି ନେଦରଲାଣ୍ଡ୍ସ। ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ଅପେକ୍ଷାକୃତ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ୩୮ ରନରେ ପରାସ୍ତ କରିଛି। ବର୍ଷା ଯୋଗୁ ବିଳମ୍ବରେ ଖେଳ ଆରମ୍ଭ ହେବାରୁ ମ୍ୟାଚକୁ ୪୩ ଓଭର ବିଶିଷ୍ଟ କରାଯାଇଥିଲା। ଏହାପରେ ପିଚ୍‌ ବିଶେଷ କରି ବୋଲରଙ୍କୁ ସହାୟକ ହୋଇଥିଲା। ଅଧିନାୟକ ସ୍କଟ ଏଡଓ୍ବାଡର୍‌ସଙ୍କ ଅର୍ଦ୍ଧଶତକ ସହାୟତାରେ ନେଦରଲାଣ୍ଡ୍ସ ନିର୍ଦ୍ଧାରିତ ୪୩ ଓଭରରେ ୮ ଉଇକେଟ ହରାଇ ୨୪୫ ରନ କରିଥିଲା। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଦକ୍ଷିଣ ଆଫ୍ରିକା ଚାପ ସ୍ଥିତିରୁ ମୁକୁଳି ନ ପାରି ୪୨.୫ ଓଭରରେ ୨୦୭ ରନରେ ଅଲ୍‌ଆଉଟ ହୋଇ ଯାଇଥିଲା। ଏହା ପୂର୍ବରୁ ଗତ ୧୫ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ହରାଇ ବିପର୍ଯ୍ୟୟ ଘଟାଇଥିଲା ଆଫଗାନିସ୍ତାନ। ଏବେ ନେଦରଲାଣ୍ଡ୍ସ ଦ୍ୱିତୀୟ ଦଳଭାବେ ଉଚ୍ଚ ର଼୍ୟାଙ୍କପ୍ରାପ୍ତ ଦଳ ବିପକ୍ଷରେ ନିଜର ଦକ୍ଷତା ଦେଖାଇଛି। ଆଇସିସି ଟୁର୍ନାମେଣ୍ଟରେ ଦକ୍ଷିଣ ଆଫ୍ରିକାକୁ ନେଦରଲାଣ୍ଡ୍ସ ହରାଇବା ଏହା ନୂଆ ନୁହେଁ। ୨୦୨୨ ଟି୨୦ ବିଶ୍ୱକପରେ ମଧ୍ୟ ଏହି ଦଳ ବିପର୍ଯ୍ୟୟ ସୃଷ୍ଟି କରିଥିଲା ଏବଂ ଦକ୍ଷିଣ ଆଫ୍ରିକାକୁ ବିଦାୟ ପଥ ଦେଖାଇଥିଲା। ଚଳିତ ବିଶ୍ୱକପରେ ୩ ମ୍ୟାଚରୁ ଦକ୍ଷିଣ ଆଫ୍ରିକାର ଏହା ପ୍ରଥମ ପରାଜୟ। ପ୍ରଥମ ୨ ମ୍ୟାଚରେ ଏହି ଦଳ ଯଥାକ୍ରମେ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ସେହିପରି ନେଦରଲାଣ୍ଡ୍ସ ୩ ମ୍ୟାଚରୁ ଏଠାରେ ପ୍ରଥମ ବିଜୟ ସ୍ବାଦ ଚାଖିଛି। ପ୍ରଥମ ଦୁଇ ମ୍ୟାଚରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡଠାରୁ ହାରି ଯାଇଥିଲା।
ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା। ଅଧିନାୟକଙ୍କ ନିଷ୍ପତ୍ତିକୁ ଉଚିତ ସାବ୍ୟସ୍ତ କରି ଦକ୍ଷିଣ ଆଫ୍ରିକା ବୋଲରମାନେ ୫୦ ରନ ମଧ୍ୟରେ ନେଦରଲାଣ୍ଡ୍ସର ୪ଟି ଉଇକେଟ ପକାଇ ଦେଇଥିଲେ। ମିଡିଲ ଅର୍ଡରରେ ଅଧିନାୟକ ସ୍କଟ ଏଡଓ୍ବାଡର୍‌ସ ଅର୍ଦ୍ଧଶତକ ହାସଲ କରି ଅପରାଜିତ ରହିବାରୁ ଏହି ଦଳ ଏକ ସମ୍ମାନଜନକ ସ୍କୋର କରି ପାରିଥିଲା। ଏଡଓ୍ବାଡର୍‌ସ ୬୯ ବଲ୍‌ରୁ ୭୮ (୧୦ ଚୌକା, ୧ ଛକା) ରନକରି ଅପରାଜିତ ରହିଥିଲେ। ଶେଷ ଭାଗରେ ରୋଏଲଫ ଭାନ୍‌ ଡର୍‌ ମେରଓ୍ବେ ୧୯ ବଲ୍‌ରୁ ୨୯ ଓ ଆର୍ଯ୍ୟନ ଦତ୍ତ ୯ ବଲ୍‌ରୁ ୨୩* ରନ କରିବାରୁ ନେଦରଲାଣ୍ଡ୍ସ ନିର୍ଦ୍ଧାରିତ ୪୩ ଓଭରରେ ୨୪୫/୮ କରିବାକୁ ସକ୍ଷମ ହୋଇଥିଲା। ଦକ୍ଷିଣ ଆଫ୍ରିକା ବୋଲରମାନେ ଅତିରିକ୍ତଭାବେ ୩୨ ରନ ବ୍ୟୟ କରିଥିଲେ। ଏହା ମଧ୍ୟରେ ୨୧ଟି ଓ୍ବାଇଡ୍‌ ଓ ୧୦ ନୋ-ବଲ୍‌ ସାମିଲ ଥିଲା। ଲୁନ୍‌ଗି ଏନଗିଡି, ମାର୍କୋ ଜାନସେନ ଓ କାଗିସୋ ରାବାଡ଼ା ୨ଟି ଲେଖାଏ ଏବଂ ଗେରାଲ୍ଡ କୋଏଜି ଓ କେଶବ ମହାରାଜ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ବିଜୟ ଲକ୍ଷ୍ୟ ବଡ଼ ନ ଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ୪୪ ରନ ମଧ୍ୟରେ ଟପ୍‌ ଅର୍ଡରର ୪ ବ୍ୟାଟରଙ୍କୁ ହରାଇ ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଫର୍ମରେ ଥିବା ୩ ଖେଳାଳି କ୍ୱିଣ୍ଟନ ଡି’କକ୍‌ ୨୦, ରସି ଭାନ୍‌ ଡର୍‌ ଡୁସେନ ୪, ଏଡେନ ମାରକ୍ରମ ୧ ଏବଂ ଅଧିନାୟକ ଟେମ୍ବା ବଭୁମା ୧୬ ରନକରି ପ୍ୟାଭିଲିୟନ ଫେରିବାରୁ ଏହି ଦଳ ବ୍ୟାକ୍‌ଫୁଟ୍‌କୁ ଚାଲି ଯାଇଥିଲା। ନେଦରଲାଣ୍ଡ୍ସ ବୋଲର ଭାନ୍‌ ଡର୍‌ ମେରଓ୍ବେ, କଲିନ ଆକରମାନ ଓ ପଲ୍‌ ଭାନ୍‌ ମିକେରେନ ଏହି ବିପର୍ଯ୍ୟୟ ଘଟାଇଥିଲେ। ଡେଭିଡ ମିଲର ଓ ହେନରିଚ କ୍ଲାସେନ ସତର୍କତାର ସହ ବ୍ୟାଟିଂ କରି ଇନିଂସ ସମ୍ଭାଳିଥିଲେ। ତେବେ ୫ମ ଉଇକେଟରେ ୪୫ ରନର ଭାଗୀଦାରି ପରେ କ୍ଲାସେନଙ୍କୁ ଆଉଟ କରି ଲୋଗାନ ଭାନ୍‌ ବିକ୍‌ ନେଦରଲାଣ୍ଡ୍ସକୁ ବ୍ରେକ୍‌ ଥ୍ରୁ ଦେଇଥିଲେ। ମାର୍କୋ ଜାନସେନ ମଧ୍ୟ ମାତ୍ର ୯ ରନକରି ମିକେରେନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଦକ୍ଷିଣ ଆଫ୍ରିକାର ଶେଷ ଆଶା ଡେଭିଡ ମିଲର ଏକାକି ବେଶ୍‌ କିଛି ସମୟ ଲଢ଼େଇ କରିଥିଲେ ହେଁ ତାହା ଦଳକୁ ପରାଜୟରୁ ରକ୍ଷା କରିବାକୁ ପର୍ଯ୍ୟାପ୍ତ ହୋଇ ନ ଥିଲା। ଦଳୀୟ ସ୍କୋର ୩୧ ଓଭରରେ ୧୪୫ ଥିବାବେଳେ ସେ ଭାନ୍‌ ବିକ୍‌ଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇ ଯାଇଥିଲେ। ୫୨ଟି ବଲ୍‌ର ସମ୍ମୁଖୀନ ହୋଇଥିବା ମିଲର ୪ ଚୌକା ଓ ୧ ଛକା ସହାୟତାରେ ଦଳ ପକ୍ଷରୁ ସର୍ବାଧିକ ୪୩ ରନ ସ୍କୋର କରିଥିଲେ।
ସଂକ୍ଷିପ୍ତ ସ୍କୋର
ନେଦରଲାଣ୍ଡ୍ସ ୪୩ ଓଭରରେ ୨୪୫/୮ (ସ୍କଟ ଏଡଓ୍ବାଡର୍‌ସ-୭୮, ଲୁନ୍‌ଗି ଏନଗିଡି-୨/୫୭, ମାର୍କୋ ଜାନସେନ-୨/୨୭, କାଗିସୋ ରାବାଡ଼ା-୨/୫୬, ଗେରାଲ୍ଡ କୋଏଜି-୧/୫୭, କେଶବ ମହାରାଜ-୧/୩୮)। ଦକ୍ଷିଣ ଆଫ୍ରିକା ୪୨.୫ ଓଭରରେ ୨୦୭/ଅଲ୍‌ଆଉଟ (ଡେଭିଡ ମିଲର-୪୩, କେଶବ ମହାରାଜ-୪୦, ଲୋଗାନ ଭାନ୍‌ ବିକ୍‌-୩/୬୦, ଭାନ୍‌ ଡର୍‌ ମେରଓ୍ବେ-୨/୩୪, ପଲ୍‌ ଭାନ୍‌ ମିକେରେନ-୨/୪୦, ବାସ ଡି ଲିଡ୍ସ-୨/୩୬, କଲିନ ଆକରମାନ-୧/୧୬)


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆରସିବିର ବିଜୟ ଦେଖି ଭାବପ୍ରବଣ ହେଲେ ଅନୁଷ୍କା

ବେଙ୍ଗାଲୁରୁ,୧୩।୫: ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଦେଖିବାକୁ ମିଳିଥିଲା। ସେ ତାଙ୍କ ସ୍ବାମୀ ଏବଂ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ...

ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ କଭର୍‌ ଡ୍ରାଇଭ୍‌ ଦେଖି ଆଶ୍ଚର୍ଯ୍ୟ ହେଲେ ଅଷ୍ଟ୍ରେଲିୟ କିମ୍ବଦନ୍ତୀ

ବେଙ୍ଗାଲୁରୁ,୧୩।୫: ଆଇପିଏଲ ୨୦୨୪ର ୬୨ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ବେଙ୍ଗାଲୁରୁ ଷଷ୍ଠ ବିଜୟ ହାସଲ...

ଆରସିବି ଜିତିବା ପରେ ପଏଣ୍ଟ ଟେବୁଲ୍‌ରେ ବଡ଼ ପରିବର୍ତ୍ତନ: ଜାଣନ୍ତୁ କ’ଣ ପ୍ଲେ ଅଫ୍‌ ସମୀକରଣ

ନୂଆଦିଲ୍ଲୀ,୧୩।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ୪୭ ରନରେ ପରାସ୍ତ କରିଛି। ଏହିପରି ଫାଫ ଡୁ ପ୍ଲେସିସଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କ୍ରମାଗତ...

ପ୍ଲେ ଅଫ୍‌ ଆଶା ଉଜ୍ଜୀବିତ ରଖିଲା ଆରସିବି

ବେଙ୍ଗାଲୁରୁ,୧୨ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଦିଲ୍ଳୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌କୁ ୪୭ ରନରେ ଜିତି ନେଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)। ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟରେ ଆରସିବି...

ଛକା-ଚୌକା ମାରି ପ୍ରଥମେ ଚିଡ଼ାଇଲେ କୋହଲି, ଆଉଟ୍‌ ହେବା ପରେ ଇଶାନ୍ତ ନେଲେ ବଦ୍‌ଲା: ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁ,୧୨।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଇଶାନ୍ତ ଶର୍ମା ଏବଂ ବିରାଟ କୋହଲିଙ୍କ ମଧ୍ୟରେ ଏକ ମଜାଦାର ଘଟଣାର...

କ୍ରିକେଟ୍‌ରେ ଓବିଏସ୍‌ ଆଉଟ୍‌ କ’ଣ? ଆଇପିଏଲ୍‌ ଇତିହାସରେ ମାତ୍ର ୩ ଜଣ ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି ଏମିତି ଆଉଟ୍‌

ଚେନ୍ନାଇ,୧୨।୫: ଆଇପିଏଲ ୨୦୨୪ର ୬୧ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଚେନ୍ନାଇ...

ଷ୍ଟମ୍ପ୍‌ରେ ବାଜି ନ ଥିଲା ବଲ୍‌, ଆଉଟ୍‌ ହୋଇଗଲେ ଜାଡେଜା: ଦେଖନ୍ତୁ ଭିଡିଓ

ଚେନ୍ନାଇ,୧୨।୫: ଆଇପିଏଲ୍‌ରେ ରବିବାର ଖେଳାଯାଇଥିବା ଚେନ୍ନାଇ ସୁପର କିଙ୍ଗ୍ସ ବନାମ ରାଜସ୍ଥାନ ରୟାଲ୍ସ ମ୍ୟାଚରେ ଏବେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପ୍ରଥମେ ଖେଳି...

ପ୍ଲେ ଅଫ୍‌ ରାସ୍ତାକୁ ଆହୁରି ସହଜ କଲା ଚେନ୍ନାଇ: ରାଜସ୍ଥାନ ପାଇଁ ବଢିଲା ଚିନ୍ତା

ଚେନ୍ନାଇ,୧୨।୫: ଆଇପିଏଲ ୨୦୨୪ର ୬୧ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ରାଜସ୍ଥାନ ରୟାଲ୍ସକୁ ୫ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହ ପ୍ଲେ ଅଫରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri