ଶୁଖିଲା ପଡ଼ିଛି ୭ କୋଟିରେ ନିର୍ମିତ ବିଷ୍ଣୁଗୁଡ଼ା ଡ୍ୟାମ୍‌

ରାୟଗଡ଼ା,୧୪।୧୦(ଆଶିଷ ରଞ୍ଜନ ପଣ୍ଡା): ଚାଷୀଙ୍କ ଜମିକୁ ଜଳସେଚନ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ରାୟଗଡ଼ା ବ୍ଲକର ପିତାମହଲ ପଞ୍ଚାୟତ ତେନ୍ତୁଳିଗୁଡ଼ାରେ ୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ବିଷ୍ଣୁଗୁଡ଼ା ଡ୍ୟାମ୍‌ । ପଞ୍ଚାୟତର ୭ରୁ ୮ଖଣ୍ଡ ଗ୍ରାମବାସୀ ଉପକୃତ ହେବା ସହ ୨୫୦ ହେକ୍ଟରରୁ ଊର୍ଦ୍ଧ୍ୱ ଜମିକୁ ଜଳସେଚିତ କରିବା ଲକ୍ଷ୍ୟ ଥିଲା। ହେଲେ ଡ୍ୟାମ୍‌ ନିର୍ମାଣ ହେବା ଦିନଠାରୁ ଏହା ଶୁଖିଲା ପଡ଼ିଛି। ଡ୍ୟାମ୍‌ ନିର୍ମାଣ ଯୋଗୁ ଶତାଧିକ ଚାଷୀ ଉପକୃତ ହେବା ଦୂରର କଥା ଖଣ୍ଡିଏ ଜମିକୁ ମଧ୍ୟ ପାଣି ମାଡ଼ିପାରି ନାହିଁ। ଏହାସତ୍ତ୍ୱେ ୨୦୧୪-୧୫ ଆର୍ଥିକ ବର୍ଷରେ କ୍ରିଟିକାଲ ଯୋଜନାରେ ଡ୍ୟାମ୍‌ ମରାମତି ପାଇଁ ପୁଣି ୬୦ଲକ୍ଷ ଖର୍ଚ୍ଚ କରାଯାଇଛି। ଏହା ପରେ ବି ଡ୍ୟାମ୍‌ରେ ଟୋପାଏ ପାଣି ନ ଥିବାବେଳେ ଏହା କେବଳ ଅନାବନା ଗଛଲତାରେ ଭର୍ତ୍ତିି ହୋଇଥିବା ଦେଖିବାକୁ ମିଳୁଛି। ଠିକାଦାରଙ୍କୁ ପୋଷିବା ନୀତିରେ ବିଭାଗ ପକ୍ଷରୁ ଏଭଳି କାର୍ଯ୍ୟ କରାଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ତେନ୍ତୁଳିଗୁଡ଼ାରେ ୧୯୯୮ରେ ନିର୍ମାଣ ହୋଇଥିଲା ବିଷ୍ଣୁଗୁଡ଼ା ଡ୍ୟାମ୍‌ । କାନ୍ଦିଲି ନାଳର ଜଳକୁ ସଂରକ୍ଷଣ କରିବା ଉଦ୍ଦେଶ୍ୟରେ ଖର୍ଚ୍ଚ କରାଯାଇଥିଲା ପ୍ରାୟ ୨ କୋଟି ଟଙ୍କା । ପିତାମହଲଠାରେ ମୁଖ୍ୟ କେନାଲ ଏବଂ ବିଷ୍ଣୁଗୁଡ଼ା, ବେହେରାଗୁଡ଼ା ଓ ଜଗନ୍ନାଥପୁର, ଦିସାରିଗୁଡ଼ାଠାରେ ୪ଟି ସବ୍‌କେନାଲ ନିର୍ମାଣ କରାଯାଇଥିଲା । କେନାଲ ନିର୍ମାଣରେ ଅଧିକ ୨କୋଟି ଟଙ୍କା ବ୍ୟୟ କରାଯାଇଥିଲା । ଗତ ୭ ବର୍ଷ ମଧ୍ୟରେ ମରାମତି ଓ ରକ୍ଷଣାବେକ୍ଷଣ ନାଁରେ ଆହୁରି ୩କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଥିଲା। ସରକାରଙ୍କ ପକ୍ଷରୁ ଏତେ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଚାଷୀମାନେ କୌଣସି ପ୍ରକାରେ ଉପକୃତ ହୋଇପାରୁ ନ ଥିବା ଅଭିଯୋଗ କରିଛନ୍ତି। ତେନ୍ତୁଳିଗୁଡ଼ାରେ ମୂଳ ପ୍ରକଳ୍ପ ରହିଥିଲେ ମଧ୍ୟ ସେହି ଗାଁର ଚାଷଜମିକୁ ଡ୍ୟାମ୍‌ ପାଣି ମାଡ଼ିପାରୁନାହିଁ । ନିର୍ମାଣ ଦିନଠାରୁ ଜଗନ୍ନାଥପୁର ଓ ବେହେରାଗୁଡ଼ା ସବ୍‌କେନାଲରେ ପାଣି ଗଡ଼ି ନ ଥିବା ବହୁ ଚାଷୀ ଅଭିଯୋଗ କରିଛନ୍ତି। ନିକଟସ୍ଥ ଜମି ଜବରଦଖଲରେ ରହିଥିବାରୁ କେନାଲ କାର୍ଯ୍ୟକ୍ଷମ ହୋଇପାରୁ ନ ଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। କେନାଲ କାର୍ଯ୍ୟକ୍ଷମ ହୋଇପାରୁ ନ ଥିବାବେଳେ କେଉଁ ଉଦ୍ଦେଶ୍ୟରେ ୨୦୧୪-୧୫ରେ ମରାମତି ପାଇଁ କ୍ରିଟିକାଲ ଯୋଜନାରେ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଗଲା ତାହା ତଦନ୍ତ ସାପେକ୍ଷ ବୋଲି ଅଭିଯୋଗ ହୋଇଛି । ଏହି ପ୍ରକଳ୍ପ ଦ୍ୱାରା ଦିସାରିଗୁଡ଼ା, ଖଇରାଗୁଡ଼ା, କମାରିଗୁଡ଼ା, ବିଷ୍ଣୁଗୁଡ଼ା, ବେହେରାଗୁଡ଼ା, ପିତାମହଲ, ହଜାରୀଡ଼ାଙ୍ଗ ଓ ଜଗନ୍ନାଥପୁର ଗାଁ ଶତ ପ୍ରତିଶତ ଜମିକୁ ଜଳସେଚନ ସହ ମାଛ ଚାଷ କରାଯିବାର ଲକ୍ଷ୍ୟ ରହିଥିଲା। କିନ୍ତୁ ଏହା ଚାଷୀଙ୍କ ସ୍ବାର୍ଥରେ ନ ଲାଗି କେବଳ ଠିକାଦାର ପୋଷିବା କାମରେ ଲାଗିଛି ବୋଲି ଅଭିଯୋଗ ହୋଇଛି । ଏ ସମ୍ପର୍କରେ ନୂତନ ଭାବେ ଦାୟିତ୍ୱ ନେଇଥିବା ଜିଲା କ୍ଷୁଦ୍ର ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଡି.ସୁଧାକର କୁମାରଙ୍କୁ ପଚାରିବାରୁ ଉକ୍ତ କେନାଲ ଯାଇଥିବା ଜମିକୁ କେତେଜଣ ଲୋକ ଜବରଦଖଲ କରି ହୋଟେଲ ଆଦି ନିର୍ମାଣ କରିଛନ୍ତି । ଫଳରେ କେନାଲରେ ପାଣି ଯିବା ପାଇଁ ବାଟ ନାହିଁ। ଏହାଦ୍ୱାରା କେନାଲ କୌଣସି କାର୍ଯ୍ୟରେ ବ୍ୟବହୃତ ହୋଇପାରୁନାହିଁ ବୋଲି ସେ କହିଛନ୍ତି । ଏହି ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାରଙ୍କୁ ଚିଠି କରାଯିବ। ଜବରଦଖଲ ଉଚ୍ଛେଦ ପରେ କେନାଲ ସ୍ବାଭାବିକ ଭାବେ କାର୍ଯ୍ୟକ୍ଷମ ହୋଇପାରିବ ଏବଂ ଚାଷୀ ଉପକୃତ ହୋଇପାରିବେ ବୋଲି ସୁଧାକର କହିଛନ୍ତି। ତେବେ ଏହି କେନାଲ ଶୀଘ୍ର କାର୍ଯ୍ୟକ୍ଷମ କରାଗଲେ ପିତାମହଲ ପଞ୍ଚାୟତର ଶତାଧିକ ଚାଷୀ ଉପକୃତ ହୋଇପାରିବେ ବୋଲି ଚାଷୀ ମହଲରେ ଦାବି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

PEOଙ୍କୁ ଗିରଫ କଲା ଭିଜିଲାନ୍ସ: ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ହୋଇଥିଲା ଚଢାଉ

ବଞ୍ଚୋ,୩୧।୧୨ (ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ବେଳେ ଆଜି ତାଙ୍କୁ ଗିରଫ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri