ହାତୀ ଘଉଡାଇବା ସମୟରେ ପାଟଣା ବନ ବିଭାଗ ଓ ମୟୂରଭଞ୍ଜବାସୀ ମୁହାଁମୁହିଁ: ବନ ବିଭାଗ କର୍ମଚାରୀ ଆହତ

କେନ୍ଦୁଝର,୩।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ହାତୀ ଘଉଡାଇବାକୁ ନେଇ ଉଭୟ କେନ୍ଦୁଝର ଓ ମୟୂରଭଞ୍ଜ ଜିଲା ମଧ୍ୟରେ ତିକ୍ତତା ଚରମ ସୀମାରେ ପହଁଞ୍ଚିଛି। ବିଳମ୍ବିତ ରାତିରେ ୧୮ ଟିକିଆ ହାତୀପଲ ମୟୂରଭଞ୍ଜ ଜିଲାରୁ କେନ୍ଦୁଝର ଜିଲାର ପାଟଣା ରେଞ୍ଜର କେନ୍ଦୁଯୋଡ଼ା ନିକଟରେ ପ୍ରବେଶ କରୁଥିବା ସମୟରେ ହାତୀପଲଙ୍କ ଗତିପଥ ଉପରେ ପାଟଣା ବନ କର୍ମଚାରୀ ନଜର ରଖିଥିଲେ l ତେବେ ହାତୀ ଘଉଡାଇବା ପାଇଁ ମୟୂରଭଞ୍ଜ ପଟୁ ଦୁଇଟି ବୋଲେରୋରେ ଆସିଥିବା ଲୋକଙ୍କ ସହ ପାଟଣା ବନ କର୍ମଚାରୀ ମୁଁହଁମୁହିଁ ହୋଇଥିଲେ। ଲୋକଙ୍କ ଆକ୍ରମଣରେ ପାଟଣା ବନ ବିଭାଗର କର୍ମଚାରୀ ଝା ମହାନ୍ତ ଆହତ ହୋଇଛନ୍ତି l ଖବର ପାଇ ପାଟଣା ପୋଲିସ ପହଁଞ୍ଚି ଘଟଣା ସ୍ଥଳରୁ ୨ ଟି ବୋଲେରୋ ସମେତ ୪ ଜଣଙ୍କୁ ଆଣି ଥାନା ରେ ଅଟକ ରଖିଛି l ତେବେ ବଲେରୋରେ ସରକାରୀ ନାମ ପ୍ଲେଟ ମରା ହୋଇଥିବା ଜଣା ପଡିଛି l ତେବେ ପାଟଣା ଆଇ, ସି ଡି ଏସର ବୋଲେରୋ ରାତିରେ କିପରି ହାତୀ ଘୋଉଡାଇବାକୁ ଯାଇଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୋଲିସ ଘଟଣାର ଅନୁଧ୍ୟାନ କରୁଛି। ତେବେ ଏନେଇ ଅତିରିକ୍ତ ବନ ସଂରକ୍ଷକ କେନ୍ଦୁଝର ଅଶୋକ ଦାସ କହିଛନ୍ତି, ଏହି ଘଟଣାକୁ ଗୁରୁତର ନିଆଯାଇ ଥାନାରେ ଅଭିଯୋଗ କରାଯାଇଛି। ପୂର୍ବରୁ ଏଭଳି ହାତୀ ପଲଙ୍କୁ ଘଉଡାଇବାକୁ ନେଇ ସୀମାରେ ବିବାଦ ଦେଖାଦେଇ ଆସୁଛି। ଅନ୍ୟ ପକ୍ଷରେ ହାତୀ ପଲ ଉଭୟ ପାର୍ଶରୁ ଘଉଡାଇବା ଫଳରେ ନୟାନ୍ତ ହୋଇ ପଡ଼ୁଥିବା ବେଳେ ଆହତ ହେଉଛନ୍ତି। ଏଣୁ ଏନେଇ ସଚେତନତା ସୃଷ୍ଟି କରିବା ସହ ହାତୀ ମାନଙ୍କ ସୁରକ୍ଷା କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri