Odisha Elections 2024

ବିଦ୍ୟୁତ କର୍ମଚାରୀଙ୍କ ଆକ୍ରମଣରେ ମହିଳା ଆହତ ଘଟଣା: ୪ ଦଫା ଦାବି ନେଇ ଧାରଣାରେ ବସିଲେ ସମିତିସଭ୍ୟ

ସିମୁଳିଆ,୨୧ା୯(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ପଙ୍ଗିଆ ଅଞ୍ଚଳର ସାବିତ୍ରୀ ମିଶ୍ର ନାମକ ଜଣେ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ କର୍ମଚାରୀ ଆକ୍ରମଣ କରିଥିଲେ। ଏହି ଘଟଣାରେ ୪ ଦଫା ଦାବି ନେଇ ଗୁରୁବାର ପୂର୍ବାହ୍ନ ୧୦.୩୦ରୁ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ଏହି ପଞ୍ଚାୟତର ସମିତିସଭ୍ୟ ମୁକ୍ତିକାନ୍ତ ପାଣିଗ୍ରାହୀ ସିମୁଳିଆ ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ତାଙ୍କ ସହିତ ଆହତ ସାବିତ୍ରୀଙ୍କ ସ୍ବାମୀ ଭାଗିରଥୀ, ପଡ଼ୋଶୀ ପ୍ରଭାତ ମହାନ୍ତି ସାମିଲ ହୋଇଥିଲେ। ପରେ ବିଦ୍ୟୁତ୍‌ ବିଭାଗୀୟ ଏସ୍‌ଡିଓ ରାଜନ ସ ଧାରଣାକାରୀଙ୍କ ସହିତ ଆଲୋଚନାକରି କାର୍ଯ୍ୟାନୁଷ୍ଠାନର ପ୍ରତଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।

ସୂଚନାଯୋଗ୍ୟ, ୨୦୧୯ରେ ସାବିତ୍ରୀ ମିଶ୍ରଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ଏକ ଇନ୍ଦିରା ଆବାସ ଗୃହ ମିଳିଥିଲା। ସେ ଏହାକୁ ନିର୍ମାଣ ପାଇଁ ବିଦ୍ୟୁତ ତାରରେ ହୁକ ପକାଇ ପାଣିମଟର ଚଳାଉଥିବା ବେଳେ ବିଭାଗୀୟ ବିଦ୍ୟୁତ କର୍ମଚାରୀମାନେ ତାଙ୍କ ପାଣିମଟର ଓ ତାରକୁ ସିଜ୍‌ କରି ନେବା ସହିତ ୭ ହଜାର ଟଙ୍କାର ଫାଇନ କରିଥିଲେ। ପରେ ଗତ ମାର୍ଚ୍ଚ ମାସରେ ବିଭାଗ ପକ୍ଷରୁ ଓଟିଏସ୍‌ ସ୍କିମ୍‌ରେ ୩ହଜାର ଟଙ୍କା ନେଇ ତାଙ୍କ ମାମଲାର ସମାଧାନ କରିଥିବାର ସାବିତ୍ରୀଙ୍କ ସ୍ବାମୀ ଭାଗିରଥୀ ସୂଚନା ଦେଇଥିଲେ। ଅପରପକ୍ଷେ ପୁଣି ଗତ ୧୩.୯.୨୩ରେ ବିଦ୍ୟୁତ୍‌ କର୍ମଚାରୀମାନେ ତାଙ୍କ ଘରେ ପହଞ୍ଚି ପୂର୍ବ ୭ ହଜାର ଟଙ୍କା ଫାଇନ ନ ଦେଲେ ବିଦ୍ୟୁତ ସଂଯୋଗ କାଟିଦିଆଯିବ ବୋଲି କହିଥିଲେ। ଏହାକୁ କେନ୍ଦ୍ର କରି ସାବିତ୍ରୀଙ୍କ ପୁଅ କୃତ୍ତିବାସଙ୍କ ସହିତ ବିଦ୍ୟୁତ୍‌ କର୍ମଚାରୀମାନଙ୍କ ବଚସା ଓ ପରେ ହାତାହାତି ହୋଇଥିଲା। ପୁଅକୁ ରକ୍ଷା କରିବା ପାଇଁ ଯାଇ ସାବିତ୍ରୀ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସିମୁଳିଆ ପରେ ଭଦ୍ରକ ଓ ସେଠାରୁ କଟକ ଡାକ୍ତରଖାନାକୁ ନିଆଯାଇଥିଲା। ଅଦ୍ୟାବଧି ସାବିତ୍ରୀ କଟକରେ ଚିକିତ୍ସିତ ହେଉଥିବାର ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହାକୁ କେନ୍ଦ୍ରକରି ସମିତିସଭ୍ୟ ମୁକ୍ତିକାନ୍ତ ସମ୍ପୃକ୍ତ ବିଦ୍ୟୁତ୍‌ କର୍ମଚାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହିତ କ୍ଷତିଗ୍ରସ୍ତ ପରିବାରକୁ ୧ଲକ୍ଷ ଟଙ୍କା କ୍ଷତିପୂରଣ, ବକେୟା ବିଦ୍ୟୁତ୍‌ ବିଲର ସମାଧାନ ଓ ସିଜ୍‌ କରାଯାଇଥିବା ତାର ଓ ପାଣି ମଟର ଫେରସ୍ତ ପାଇଁ ଦାବି କରିଛନ୍ତି। ତୁରନ୍ତ ଏହାର ସମାଧାନ କରା ନ ଗଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସମିତିସଭ୍ୟ ମୁକ୍ତିକାନ୍ତ ପାଣିଗ୍ରାହୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଠ ଚୋରା ଚାଲାଣ ବେଳେ ଧରିଲା ବନ ବିଭାଗ

ପାଟଣା,୧୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହରପଡା ସେକ୍ସନ ମାଛଗଡ଼ ଦକ୍ଷିଣ ବିଟ ମିରିଖୋଜି ଗ୍ରାମ ବିରଳ ନଦୀକୂଳ ଜଙ୍ଗଲରୁ ଶୁକ୍ରବାର ସକାଳୁ କାଠ...

ଗଙ୍ଗାଧର ମେହେରଙ୍କୁ ସନ୍ଥ କବି କହିଦେଲେ ପାଣ୍ଡିଆନ୍‌:ଦେଖନ୍ତୁ ଭିଡିଓ

ସମ୍ବଲପୁର,୧୭।୫: ଏବେ ଚାଲିଛି ନିର୍ବାଚନୀ ଋତୁ। ଚାରିଆଡେ ନିର୍ବାଚନ ପ୍ରଚାର। ଗୋଟିଏ ପଟେ କେନ୍ଦ୍ରୀୟ ନେତା ଓଡ଼ିଶାରେ ଘନ ଘନ ପ୍ରଚାର କରୁଥିବାବେଳେ ବିଜେଡି ମଧ୍ୟ...

ବିରଞ୍ଚି ହତ୍ୟାକାରୀଙ୍କୁ କୋର୍ଟ ଚାଲାଣ

କେସିଙ୍ଗା,୧୭ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧିନସ୍ଥ ପରଲସିଙ୍ଗା ପଞ୍ଚାୟତ ନିକଟସ୍ଥ ରଏନ ପଡ଼ାର ବିରଞ୍ଚି ନାଏକ (୩୨)ଙ୍କ ହତ୍ୟାକାରୀ ଜିତୁ ଗୌଡ଼ (୧୯)ଙ୍କ...

ଭାଟକୁମରଡା ଆଦର୍ଶ ବିଦ୍ୟାଳୟର ସଫଳତା: ପୁନମ-ଦିପ୍ତିମୟୀ ଟପ୍ପର

ପୁରୁଷୋତ୍ତମପୁର, ୧୭।୫(ସିମାଞ୍ଚଳ ମିଶ୍ର): ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡା ଆଦର୍ଶ ବିଦ୍ୟାଳୟ (ସିବିଏସଇ) ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସଫଳତା ଆଣି ଗୌରବାନ୍ବିତ ହୋଇଛି।...

ଫାଇନାନ୍ସ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ: ରେକର୍ଡପତ୍ର ଜଳିପୋଡ଼ି ପାଉଁଶ

ବାଲେଶର ଅଫିସ,୧୭।୫: ବାଲେଶ୍ୱର ଜିଲାର ରେମୁଣା ଗୋଲେଇ ସ୍ଥିତ ଅନ୍ନପୂର୍ଣା ଫାଇନାନ୍ସ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ କାର୍ଯ୍ୟାଳୟର ବହୁ ଦାମୀ ଆସବାବପତ୍ର...

ଭୋଟର ତାଲିକାରେ ନାହିଁ ନାଁ, କଂଗ୍ରେସର ନିଆଳି ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ

ଭୁବନେଶ୍ୱର,୧୭।୫: ଭୋଟର ତାଲିକାରେ ତାଙ୍କ ନାମ ନ ଥିବାରୁ କଂଗ୍ରେସର ନିଆଳି ବିଧାୟକ ପ୍ରାର୍ଥୀ ଜ୍ୟୋତି ରଂଜନ ମଲ୍ଲିକଙ୍କ ନାମାଙ୍କନ ଖାରଜ କରାଯାଇଛି। ଦୁଇ ଦିନ...

କାବୁ ହେଲା ବାରିପଦା ସହରକୁ ପଶି ଆସିଥିବା କଲରାପତରିଆ

ବାରିପଦା,୧୭।୫ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହର ସ୍ଥିତ ବୁଢିଖମାରୀ ଠାରେ ଆତଂକ ଖେଳାଉଥିବା କଲରାପତରିଆ ବାଘକୁ ବନବିଭାଗ କାବୁ କରିଛି ।...

ବାରିପଦା ସହରରେ ବୁଲୁଛି ବାଘ

ବାରିପଦା,୧୭ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହରସ୍ଥିତ ବୁଢ଼ିଖମାରୀଠାରେ କଲରାପତରିଆ ବାଘ ଆତଙ୍କ ଖେଳାଇବାରେ ଲାଗିଛି। ବାଘଟି ଏକ ସ୍କୁଲ ମଧ୍ୟରେ ପଶିଯାଇଥିବାରୁ ଧରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri