ମେକ୍ସିକୋର ସଂସଦରେ ପ୍ରଦର୍ଶିତ ହେଲା ଏଲିଅନଙ୍କ ମମି, ୧୦୦୦ବର୍ଷ ପୁରୁଣା ମମିର ହାତରେ ରହିଛି ୩ଟି ଆଙ୍ଗଠି

ମେକ୍ସିକୋ,୧୩।୯: ଲାଟିନ ଆମେରିକୀୟ ଦେଶ ମେକ୍ସିକୋର ସଂସଦରେ ଅସାଧାରଣ ଓ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ମେକ୍ସିକୋ ସଂସଦ ଭିତରେ ଏକ ସରକାରୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯେଉଁଥିରେ ଦୁଇଟି ଏଲିଅନଙ୍କ ମୃତଦେହ ପ୍ରଦର୍ଶିତ ହୋଇଛି। ଏହି ମୃତହେଦଗୁଡିକ ସଂସଦରେ ୟୁଏଫଓ ବିଶେଷଜ୍ଞ ଜାମି ମୋସନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।

ଏହି ଦୁଇଟି ମୃତଦେହକୁ ପର୍ଯ୍ୟବେକ୍ଷକଙ୍କ ଦେଖିବା ପାଇଁ ସଂସଦରେ ରଖାଯାଇଛି। ଆୟୋଜକମାନେ ଦାବି କରିଛନ୍ତି ଯେ, ଏହି ଦୁଇଟି ଏଲଅନ ମମି ହୋଇସାରିଛନ୍ତି। ଏହି ମୃତଦେହଗୁଡିକ ୧୦୦୦ବର୍ଷ ପୁରୁଣା ଏବଂ ଏହାକୁ ପେରୁର କୁସ୍କୋରୁ ଉଦ୍ଧାର କରାଯାଇଛି। ୟୁଏଫଓ ବିଶେଷଜ୍ଞ କହିଛନ୍ତି, ମେକ୍ସିକୋର ଏକ ବିଶ୍ୱବିଦ୍ୟାଳୟରେ ୟୁଏଫଓ ନମୁନା ବିଷୟରେ ଅଧ୍ୟୟନ କରାଯାଇଛି। ଯେଉଁଠାରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ରେଡିଓକାର୍ବନ ଡେଟିଂ ଦ୍ୱାରା ସେମାନେ ଡିଏନଏ ପ୍ରମାଣ ପାଇବାରେ ସଫଳ ହୋଇଛନ୍ତି।

ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଏହି ନମୁନାଗୁଡିକ ଆମ ପୃଥିବୀର ବିବର୍ତ୍ତନର ଅଂଶ ନୁହେଁ। ଏଗୁଡିକ ଏକ ଶୈବାଳରୁ ମିଳିଛି ଯାହା ପରେ ଜୀବାଶ୍ମରେ ପରିଣତ ହୋଇଛି। ଏହି ସମ୍ବନ୍ଧରେ ରିସର୍ଚ୍ଚ କରୁଥିବା ମୋସନ ଜଣେ ସାମ୍ବାଦିକ ଏବଂ ଦୀର୍ଘ ଦିନ ଧରି ସେ ପରଗ୍ରହ ଜୀବମାନଙ୍କ ବିଷୟରେ ଅନୁସନ୍ଧାନ କରିଆସୁଛନ୍ତି।

ସଂସଦରେ ପ୍ରଦର୍ଶିତ ଏହି ମମିଗୁଡିକ ଗ୍ଲାସ ବାକ୍ସରେ ରଖାଯାଇଥିଲା ଯାହା ଦ୍ୱାରା ଅନ୍ୟ ଲୋକମାନେ ମଧ୍ୟ ଦେଖିପାରିବେ। ଏହି ମମିମାନଙ୍କର ମାନବ ପରି ଚେହେରା ରହିଛି। ତାଙ୍କ ହାତ ଓ ପାଦରେ ତିନୋଟି ଆଙ୍ଗୁଠି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri