Posted inଜାତୀୟ

୩୭୦କୁ ନେଇ କଂଗ୍ରେସ ଦୁଇଭାଗ

ନୂଆଦିଲ୍ଲୀ,୭ା୮(ପି.ଟି.): ଜମ୍ମୁ-କଶ୍ମୀରକୁ ଦୁଇଭାଗ କରିବା ସହ କେନ୍ଦ୍ର ସରକାର ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦ କରିବା ଘଟଣାକୁ ନେଇ କଂଗ୍ରେସ ଦୁଇ ଭାଗ ହୋଇଯାଇଛି। କଂଗ୍ରେସର ବରିଷ୍ଠ ନେତାମାନେ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ବିରୋଧ କରିଥିବାବେଳେ ଦଳର ଅନେକ ନେତା ଏହା ସପକ୍ଷରେ ମତ ଦେଇଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦକ ଜ୍ୟୋତିରାଦିତ୍ୟ ସିନ୍ଧିଆ, କଂଗ୍ରେସ ନେତା ଜନାର୍ଦ୍ଦନ ଦ୍ୱିବେଦୀ କେନ୍ଦ୍ରର ପଦକ୍ଷେପକୁ ସ୍ବାଗତ କରିଛନ୍ତି। ସିନ୍ଧିଆ ଦେଶର ହିତ ଲାଗି କେନ୍ଦ୍ର ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ସ୍ବାଗତ କରିଛନ୍ତି। ଟୁଇଟ୍‌ କରି ସେ କହିଛନ୍ତି, ମୁଁ ଏହାକୁ ସମର୍ଥନ କରେ ଓ ସାମ୍ବିଧାନିକ ବିଧିବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବା ଉଚିତ। ଏନେଇ କେହି ପ୍ରଶ୍ନ ଉଠାଇବା ଅନୁଚିତ। ବିଳମ୍ବରେ ହେଲେ ବି ଏହି ଐତିହାସିକ ଭୁଲ୍‌କୁ ସଂଶୋଧନ କରାଯାଇ ପାରିଛି ବୋଲି କଂଗ୍ରେସ ନେତା ଦ୍ୱିବେଦୀ ପ୍ରକାଶ କରିଛନ୍ତି। ସ୍ବାଧୀନତା ପରେ ଅଧିକାଂଶ ସ୍ବାଧୀନତା ସଂଗ୍ରାମୀ ୩୭୦ ଧାରାକୁ ଗ୍ରହଣ କରିବାକୁ ରାଜି ନ ଥିଲେ ବୋଲି କହିଛନ୍ତି। ଦ୍ୱିବେଦୀଙ୍କ ସହଯୋଗୀ ଦୀପେନ୍ଦର ହୁଡ଼ା ମଧ୍ୟ ଜାତୀୟ ସ୍ବାର୍ଥ ଲାଗି ଏଭଳି ପଦକ୍ଷେପର ଆବଶ୍ୟକତା ଥିଲା ବୋଲି ପ୍ରକାଶ କରିଛନ୍ତି। ମୁମ୍ବାଇ କଂଗ୍ରେସ ମୁଖ୍ୟ ମିଲିନ୍ଦ ଦେଓରା ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହେବା ଘଟଣା ବିମୁଦ୍ରୀକରଣଠାରୁ ଭଲ ବୋଲି ପ୍ରକାଶ କରିଛନ୍ତି। ଭାରତର ସାର୍ବଭୌମତ୍ୱ, ସ୍ବାର୍ଥ ଲାଗି ଯାହା ଉଦ୍ଦିଷ୍ଟ ଓ ଜମ୍ମୁ-କଶ୍ମୀରରେ ଶାନ୍ତି ଓ ବିକାଶ ଲାଗି ଯାହା ଠିକ୍‌ ତାକୁ ଦଳ ଆଦର୍ଶଗତ ଭାବେ ବିଚାର କରିବା ଉଚିତ ବୋଲି ସେ କହିଛନ୍ତି।
ସଭାରେ କଂଗ୍ରେସର ମୁଖ୍ୟ ସଚେତକ ଭୁବନେଶ୍ୱର କଲିଥା ଏହି ପ୍ରସଙ୍ଗକୁ ନେଇ ମଙ୍ଗଳବାର ଇସ୍ତଫା ଦେଇଥିଲେ। ବିଲ୍‌କୁ ବିରୋଧ କରିବା ଲାଗି କଂଗ୍ରେସ ସବୁ ସଦସ୍ୟଙ୍କୁ ହୁଇପ୍‌ ଜାରି କରିବା ଲାଗି ତାଙ୍କୁ କହିବାରୁ ସେ ଏଭଳି ପଦକ୍ଷେପ ନେଇଥିଲେ। ରାଏବରେଲିର କଂଗ୍ରେସ ବିଧାୟକ ଅଦିତି ସିଂ ଟୁଇଟର୍‌ରେ ‘ଜୟହିନ୍ଦ’
ଲେଖିବା ସହ ଆମେ ସମସ୍ତେ ଏକାଠି ଅଛୁ ବୋଲି ଉଲ୍ଲେଖ କରିଥିଲେ। ୩୭୦ ଉଛ୍ଚେଦ କରାଯିବା ଏକ ଐତିହାସିକ ନିଷ୍ପତ୍ତି ଓ ଏହାକୁ ନେଇ ରାଜନୀତି କରାଯିବା ଅନୁଚିତ ବୋଲି ସେ କହିଛନ୍ତି। ରାଜସ୍ଥାନର କଂଗ୍ରେସ ମନ୍ତ୍ରୀ ଅlଶୋକ ଚନ୍ଦ୍‌ନା କେନ୍ଦ୍ର ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। କଂଗ୍ରେସର ବହୁ ନେତା ୩୭୦ ଉଚ୍ଛେଦ ଓ ଜମ୍ମୁ-କଶ୍ମୀରକୁ ଭାଗ ଭାଗ କରାଯିବା ସପକ୍ଷରେ ମତ ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ସହାୟକଙ୍କ ଘରୁ ୩୦ କୋଟି ଜବତ

ରାଞ୍ଚି,୬ା୫ : ଝାଡ଼ଖଣ୍ଡର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଆଲମଗିର ଆଲମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ୍‌ଙ୍କ ଘରୋଇ ସହାୟକଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର...

କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଲା

ନୂଆଦିଲ୍ଲୀ,୬।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଛି। ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବିରୋଧରେ ଏନଆଇଏ ତଦନ୍ତ ପାଇଁ...

ଭାଙ୍ଗିବ ସବୁ ରେକର୍ଡ! ଅମିତ ଶାହାଙ୍କ ପାଇଁ ଭାଜପା ରଖିଲା ବଡ ଟାର୍ଗେଟ

ନୂଆଦିଲ୍ଲୀ,୬।୫: ଚଳିତ ଲୋକ ସଭା ନିର୍ବାଚନ ୨୦୨୪ ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭାଜପାର ପାରମ୍ପାରିକ ଆସନ ଗାନ୍ଧୀ ନଗରରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି।...

ସୁନା, ରୂପା ନୁହେଁ ଚୋରି ହେଲା ୭୦ ୟୁନିଟ ପ୍ଲାଜମା

ଜୟପୁର,୬।୫: ରାଜଧାନୀ ଜୟପୁରରେ ଅବସ୍ଥିତ ଜେ.କେ ଲନ ହସ୍ପିଟାଲରୁ ୭୦ ୟୁନିଟ ପ୍ଲାଜମା ଚୋରି ହୋଇଛି। ପ୍ଲାଜମା ଚୋରି ଘଟଣା ସାମ୍ନାକୁ ଆସିବା ମାତ୍ରେ ଡାକ୍ତରଖାନା...

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପୁଞ୍ଚ ଆକ୍ରମଣରେ ସାମିଲ ପାକିସ୍ତାନୀ ଆତଙ୍କବାଦୀଙ୍କ ସ୍କେଚ ଜାରି

ଶ୍ରୀନଗର,୬।୫: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ଅନ୍ତର୍ଗତ ଭାରତୀୟ ବାୟୁସେନା କନଭେନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କ ଉପରେ ୨୦ ଲକ୍ଷ...

ପାକ କରିବ ଆଟମ ବମ ବର୍ଷା, ରାଜନାଥଙ୍କ ବୟାନ ପରେ ଏମିତି କହିଲେ ଫାରୁକ

ନୂଆଦିଲ୍ଲୀ,୬।୫: ଭାରତ ସହିତ କଶ୍ମୀର ଦଖଲ କରିଥିବା ପାକିସ୍ତାନର ଏକୀକରଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜମ୍ମୁ...

ବଲ ଭାବି ଉଠାଇ ନେଲେ ବୋମା, ବିସ୍ଫୋରଣରେ ଜଣେ ଶିଶୁ ମୃତ, ୩ ଆହତ

କୋଲକାତା,୬।୫: ସୋମବାର ପଶ୍ଚିମବଙ୍ଗର ହୁଗଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହୁଗୁଲିର ପାଣ୍ଡୁଆରେ ହୋଇଥିବା ବିସ୍ଫୋରଣରେ ଜଣେ ଶିଶୁଙ୍କର ମତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ତିନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri