Posted inRasifala

ରାଶିଫଳ:ଶନିବାର , ସେପ୍ଟେମ୍ବର ୨ ତାରିଖ – Daily Horoscope

ମେଷ
ଆଜି ଦ୍ୱାଦଶ ଚନ୍ଦ୍ର କେତୁ ନକ୍ଷତ୍ରସ୍ଥ ହେତୁ ମନ ଅସ୍ଥିର ରହିପାରେ। ଆପଣଙ୍କୁ ପାରିବାରିକ ସୁଖ ସମୃଦ୍ଧି ସାଙ୍ଗକୁ କର୍ମକ୍ଷେତ୍ରରେ ଆଶା ଅନୁଯାୟୀ ସୁଫଳ ପ୍ରଦାନ କରିବ। ଯାତ୍ରା ସମୟରେ ଅପରିଚିତଙ୍କ ସହ କଳହ ଲାଗିଯିବାର ସମ୍ଭାବନା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
ବୃଷ
ବୃଷ
ଆଜି ଏକାଦଶ ଚନ୍ଦ୍ର ଜନିତ ପୂର୍ବାହ୍ନରେ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲ ରହିବ। ମାତ୍ର କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ବେଶି ହଇରାଣ ହେବେ। ପାରିବାରିକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ। ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ସହମତି ଭିତ୍ତିରେ ଆଲୋଚନା କଲେ ସଫଳତାର ସମ୍ଭାବନା ସୃଷ୍ଟିହେବ। ଅଫିସ୍‌ ସମସ୍ୟା ସମାଧାନର ରାସ୍ତା ବାହାର କରିବାରେ ସମର୍ଥ ହେବେ। କର୍ମସ୍ଥାନରେ ଚନ୍ଦ୍ର ହେତୁ ବନ୍ଧୁ ନିଜର ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବା ଲାଗି ମନ ବଳାଇବେ। ପଡ଼ୋଶୀ କେହି ପ୍ରତିବାଦର ସ୍ବର ଉଠାଇ ସମସ୍ୟା ସୃଷ୍ଟି କରିପାରନ୍ତି।
କର୍କଟ
କର୍କଟ
ରାଶ୍ୟାଧିପ ଭାଗ୍ୟସ୍ଥାନରେ ଥିବାରୁ ସହକର୍ମୀଙ୍କ ସହଯୋଗରେ ବଡ଼ କାମଟିଏ କରିବେ। ଆତ୍ମତୃପ୍ତି ଲାଭ ସଙ୍ଗେ ସଙ୍ଗେ ପରିବାରରୁ ପ୍ରଶଂସିତ ହେବେ। କିନ୍ତୁ ଆକସ୍ମିକ ଭାବରେ ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ବିଚଳିତ ହୋଇପାରନ୍ତି। ଦୂରଯାତ୍ରା କାଳରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ।
ସି˚ହ
ସି˚ହ
ଅଷ୍ଟମ ଚନ୍ଦ୍ରଜନିତ ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ। ଜଣେ ବନ୍ଧୁଙ୍କ ସହ ବହୁତ ଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ସମ୍ପର୍କୀୟ ଜଣେ ବନ୍ଧୁ ଅର୍ଥ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
କନ୍ୟା
ଆଜି କର୍ମାଧିପତି ଅଷ୍ଟମସ୍ଥ ଥିବାରୁ ଯେଉଁ କାମ ଆରମ୍ଭ କରିବେ ତାହା ସମ୍ପନ୍ନ କଷ୍ଟକର ହେବ। ଉତ୍ତରାଫାଲଗୁନୀର ସାମାଜିକ ତଥା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବଢ଼ିବ। ପରିବାରରେ ଅଶାନ୍ତ ଦୂର ହେବ ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ। ବାଣିଜ୍ୟ, ବ୍ୟବସାୟ ତଥା ବିବାଦୀୟ ଘଟଣାରେ ବିଜୟୀ ହେବେ।
ତୁଳା
ତୁଳା
ଆଜି ଷଷ୍ଠସ୍ଥ ଚନ୍ଦ୍ର ହେତୁ କର୍ମକ୍ଷେତ୍ରରେ ସଂଘର୍ଷମୟ ପରିସ୍ଥିତିରେ ପଡ଼ି ଅଣନିଃଶ୍ୱାସୀ ହୋଇପାରନ୍ତି। ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବାକୁ ବାଧ୍ୟ ହେବେ। ବନ୍ଧୁମାନେ ସହଯୋଗ କାରଣରୁ ଶତ୍ରୁମାନେ କିଛି କରିପାରିବେ ନାହିଁ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁନାହିଁ।
ବିଛା
ବିଛା
ଶୁଭ ଗ୍ରହ ପ୍ରଭାବରୁ ଅଟକି ରହିଥିବା କାମ ଆରମ୍ଭ କରିବାକୁ ମନ ବଳାଇବେ। ପ୍ରଶାସନିକ ସ୍ତରରେ, ସଭାସମିତିରେ, ବ୍ୟବସାୟରେ ମାନମନାନ୍ତର ଦେଖା ଦେଇପାରେ। ତଥାପି ଆପଣଙ୍କ ମନର ବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହିବେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ।
ଧନୁ
ଧନୁ
ଚତୁର୍ଥ ଚନ୍ଦ୍ର ଯୋଗୁ ଯେଉଁ କାମ ହାତକୁ ନେଇଛନ୍ତି ତାହା ବଢ଼ାଇ ନିଅନ୍ତୁ, କିଛି ଅସୁବିଧା ହେବନି। ଅବଶ୍ୟ ସକାଳୁ ସକାଳୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ନୂତନ ଅଫିସ୍‌ କାମରେ ମାନସିକ ଚାପର ସମ୍ମୁଖୀନ ହୋଇପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ଆଇନ ଅଦାଲତ କ୍ଷେତ୍ରରେ ସୁଫଳ ପାଇବେ।
ମକର
ମକର
ଶୁକ୍ରଙ୍କ ଦୃଷ୍ଟି ହେତୁ ଲାଗି ରହିଥିବା ସ୍ବାସ୍ଥ୍ୟ ସମସ୍ୟାରୁ ହାଲୁକା ଅନୁଭବ କରିବେ। ବିଭିନ୍ନ ପ୍ରତିବନ୍ଧକର ସମ୍ମୁଖୀନ ହୋଇ ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହିଯିବ। ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ। ଏହା ସାଙ୍ଗକୁ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସିବା ହିତକର ସାବ୍ୟସ୍ତ ହେବ।
କୁମ୍ଭ
କୁମ୍ଭ
ଆଜି ଦ୍ୱିତୀୟ ଚନ୍ଦ୍ର ହେତୁ କର୍ମାରମ୍ଭ, ଯାନବାହନ, ଲୋକସମ୍ପର୍କ, ସଭାସମିତି ଓ ପାରିବାରିକ ସମସ୍ୟା ନେଇ ଚିନ୍ତା କରିବେ। ଶିଳ୍ପ, ବ୍ୟବସାୟ, ପରିବହନ, ନିର୍ମାଣ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ଭ୍ରମଣ, ସାହିତ୍ୟ, ସାମ୍ବାଦିକତା, କଳ କାରଖାନା ରାଜନୀତି, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ର ପାଇଁ ଦିନଟି ଭଲ।
ମୀନମୀନ

ଜନ୍ମ ଚନ୍ଦ୍ର କାରଣରୁ ପୂର୍ବର ବିବାଦୀୟ ବିଷୟ ଚିନ୍ତାକରି ସମ୍ପର୍କୀୟମାନେ ମଧ୍ୟ ପାଖ ମାଡ଼ିବେ ନାହିଁ। ଦୀର୍ଘ ଦିନରୁ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି। ସମସ୍ୟା ମଧ୍ୟରେ ଚଳିବା କାରଣକୁ ନେଇ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ମେ ୧୦ ତାରିଖ – Daily Horoscope

ମେଷ ଆଜି ମନ ପ୍ରଫୁଲ୍ଲ ରହିବା ସହ ସବୁ କାମ ସୁବିଧାରେ ହୋଇଯିବ। ଯାହାକୁ ଯାହା କହିବେ ସେ ନାହିଁ କରିବ ନାହିଁ ଏବଂ ଆପଣଙ୍କ...

ରାଶିଫଳ: ଗୁରୁବାର, ମେ ୯ ତାରିଖ – Daily Horoscope

ମେଷ ଆଜି ରବି ଓ ଚନ୍ଦ୍ର ଦୁଇଟିଗ୍ରହ ଉଚ୍ଚସ୍ଥ ହେତୁ ମନ ଅନୁଯାୟୀ କାର୍ଯ୍ୟ ସମ୍ପାଦନ କରିବାର ସୁଯୋଗ ପାଇବେ। ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା...

ରାଶିଫଳ: ବୁଧବାର, ମେ ୮ ତାରିଖ – Daily Horoscope

ମେଷ ଆଜି ରବି ରଶ୍ମିରେ ଶୁକ୍ର ଓ ଚନ୍ଦ୍ର ଅସ୍ତଗତ କାରଣରୁ ବିରୋଧର ସମ୍ମୁଖୀନ ହେବେ। ଅବଶ୍ୟ ବୃହସ୍ପତିଙ୍କ ପ୍ରଭାବରୁ ଧନଲାଭ କରାଇବା ସହ କଳା,...

ରାଶିଫଳ: ମଙ୍ଗଳବାର, ମେ ୭ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ବନ୍ଧୁଙ୍କ ସହ କାମ କରିବାକୁ ଆଗ୍ରହ ଦେଖାଇବେ। ଆର୍ଥିକ ଦିଗଟି ଭଲ ରହିବ ଏବଂ ଦିନଟି ସୁରୁଖୁରୁରେ ଅତିବାହିତ ହେବ।...

ରାଶିଫଳ: ସୋମବାର, ମେ ୬ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବାରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ଓ ଆଶା...

ରାଶିଫଳ: ରବିବାର , ମେ ୫ ତାରିଖ – Daily Horoscope

ମେଷ ଆଜି ପାରିବାରିକ ଓ କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ। ଭ୍ରାତୃବର୍ଗ କିମ୍ବା ଆମତ୍ୀୟଙ୍କ ସହ ବିରୋଧଭାବ ଉଦ୍ରେକ କରିବାର ସୂଚନା ଜାଣିପାରିବେ। କୃତ୍ତିକା ନକ୍ଷତ୍ରର...

ରାଶିଫଳ: ଶନିବାର, ମେ ୪ ତାରିଖ – Daily Horoscope

ମେଷ ଆଜି ବନ୍ଧୁ ସମ୍ପର୍କହାନି, ସନ୍ତାନଙ୍କ ପାଇଁ ଦୁଶ୍ଚିନ୍ତା ଏବଂ କାମରେ ପ୍ରତିବନ୍ଧକ ଜନିତ ମନ ଅଶାନ୍ତ ରହିବ। ପୂର୍ବପ୍ରତିଷ୍ଠା, ସାମାଜିକ ସ୍ଥିତି, ଆତ୍ମୀୟଙ୍କ ସମର୍ଥନ...

ରାଶିଫଳ: ଶୁକ୍ରବାର, ମେ ୩ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ଚନ୍ଦ୍ର ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ପାରିବାରିକ ଜୀବନକୁ ସୁନ୍ଦର ସାବଲୀଳ କରିବେ। କର୍ମକ୍ଷେତ୍ରରେ ପ୍ରତିବନ୍ଧକ ରହିଥିଲେ ମଧ୍ୟ ଉଦ୍ୟମ ନିଷ୍ଫଳ ହେବନାହିଁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri