ଲିଫ୍ଟରେ ସନ୍ତାନ ଜନ୍ମ କରି ଡଷ୍ଟବିନ୍‌ରେ ଫିଙ୍ଗିଦେଲେ ମହିଳା, ସିସିଟିଭିରେ ହେଲା କଏଦ

ବେଜିଂ,୧ା୯: ସମ୍ପ୍ରତି ଚାଇନାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଦେଖି ଲୋକଙ୍କ ଲୋମ ଟାଙ୍କୁରି ଯାଉଛି। ସୋସିଆଲ ମିଡିଆରେ ଜଣେ ମହିଳା ନିଜର ନବଜାତ ଶିଶୁକୁ ଡଷ୍ଟବିନ୍‌ରେ ଫିଙ୍ଗି ଦେଇଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି। ଏହା ପରେ ୟୁଜରମାନେ ଭୟଙ୍କର ଭାବରେ ରାଗି ଯାଇଛନ୍ତି। ଏହି ମହିଳା ଲିଫ୍ଟ ଭିତରେ ନିଜ ସନ୍ତାନକୁ ଜନ୍ମ ଦେଇଥିଲେ। ସିସିଟିଭି ଫୁଟେଜ ଅନୁଯାୟୀ, ଅଗଷ୍ଟ ୨୧ରେ ମହିଳା ଜଣକ ଏକ ଘରୋଇ ସୋସାଇଟିର ଲିଫ୍ଟରେ କିଛି ଲଗେଜ ନେଇ ପ୍ରବେଶ କରିଥିଲେ। ଏହି ହାଉସିଂ ସୋସାଇଟି ଚାଇନାର ଦକ୍ଷିଣ ପଶ୍ଚିମ ମ୍ୟୁନିସିପାଲିଟିରେ ଅବସ୍ଥିତ। ଫୁଟେଜ ରେକର୍ଡରୁ ଜଣାପଡ଼ିଛି ମହିଳା ଜଣକ ପ୍ରଥମେ ନଇଁ ପଡ଼ି ପ୍ୟାଣ୍ଟରୁ ଏକ ନବଜାତ ଶିଶୁକୁ ବାହାର କରୁଛନ୍ତି। ଏଥିରେ ଦେଖାଯାଉଛି ମହିଳା ଜଣକ ଶାନ୍ତ ଭାବରେ ଏକ ଟିସୁ ବ୍ୟବହାର କରି ଶିଶୁର ରକ୍ତ, ପୋଷାକ ଏବଂ ଚଟାଣକୁ ପୋଛୁଛନ୍ତି। ଅନ୍ୟମାନେ ଲିଫ୍ଟରେ ପ୍ରବେଶ କରିବା ବେଳେ ମହିଳା ନବଜାତ ଶିଶୁକୁ ଏକ କୋଣରେ ଲୁଚାଇ ରଖିଥିଲେ। ଯାହାଫଳରେ ସେମାନେ ଏହାକୁ ଦେଖି ପାରିବେ ନାହିଁ। ଶେଷରେ ମହିଳା ନିଜର ଲଗେଜ ଏବଂ ଶିଶୁର ଜନ୍ମର କିଛି ମିନିଟ ପରେ ଲିଫ୍ଟରୁ ବାହାରି ଯାଆନ୍ତି। ତା’ପରେ ସେ ପିଲାଟିକୁ ଡଷ୍ଟବିନ୍‌ରେ ପକାଇ ଦେଉଛନ୍ତି। ମହିଳା ଦ୍ୱିତୀୟ ଲିଫ୍ଟକୁ ଯିବା ପୂର୍ବରୁ ରକ୍ତ ଜୁଡୁବୁଡୁ ଜୋତା ମଧ୍ୟ ସଫା କରିଥିଲେ। ଏକ ସ୍ଥାନୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି।

ଜଣେ ବୃଦ୍ଧା ଏହି ମହିଳାଙ୍କର ଏହି ଅଦ୍ଭୁତ ଆଚରଣ ଦେଖିଥିଲେ କିନ୍ତୁ ଡଷ୍ଟବିନ୍‌ରେ ନବଜାତ ଶିଶୁକୁ ଫିଙ୍ଗିବା ଦେଖିପାର ନ ଥିଲେ। ସୌଭାଗ୍ୟବଶତଃ ସ୍ଥାନୀୟ ଲୋକମାନେ ଏହି ଶିଶୁକୁ ଅଳିଆ ଗଦାରୁ ପାଇ ଚୋଙ୍ଗକିଙ୍ଗର ଏକ ଡାକ୍ତରଖାନାକୁ ପଠାଇଥିଲେ। ଶିଶୁର ଲିଙ୍ଗ ପ୍ରକାଶ କରାଯାଇ ନାହିଁ। ଡାକ୍ତରଖାନାର ଜଣେ ସିକ୍ୟୁରିଟି ଗାର୍ଡ ଏହି ଘଟଣା ବିଷୟରେ ଅଧିକ ବିବରଣୀ ଗଣମାଧ୍ୟମ ସହିତ ଶେୟାର କରିଛନ୍ତି। ସେ କହିଛନ୍ତି, ମହିଳା ଜଣକ ଚୋଙ୍ଗକିଙ୍ଗ ଯାତ୍ରା କରିଥିବା ଟୁର୍‌ ଗ୍ରୁପର ଏକ ଅଂଶ ଥିଲେ। ସେ ଏବଂ ଟୁର୍‌ ଗାଇଡ ପିଲାଟିକୁ ନେବା ପାଇଁ ଆମ ଡାକ୍ତରଖାନାକୁ ଆସିଥିଲେ।

ଚାଇନା ପୋଲିସ ଅଧିକାରୀମାନେ ମଧ୍ୟ ମହିଳାଙ୍କ ବିବୃତ୍ତି ନେବାକୁ ଆସିଥିଲେ ଯେ ସେ କାହିଁକି ଏପରି କଲେ। ଡାକ୍ତରଖାନାର ଶିଶୁ ବିଭାଗର ଜଣେ ଡାକ୍ତର କହିଛନ୍ତି, ପିଲାଟି ଭଲ ଅଛି ଏବଂ ତାଙ୍କୁ ଡିସଚାର୍ଜ କରାଯାଇଛି। ଶିଶୁଟିକୁ ତାଙ୍କ ପିତାମାତା ନେଇଯାଇଥିବା ଡାକ୍ତର କହିଛନ୍ତି। ଡାକ୍ତର କହିଛନ୍ତି, ଯେତେବେଳେ ପିଲାଟି ହସ୍ପିଟାଲରେ ଥିଲା, ସେତେବେଳେ ତାଙ୍କ ମା’ ଏବଂ ଜେଜେମା ତାଙ୍କ ଯତ୍ନ ନେଇଥିଲେ। ପୋଲିସର ତଦନ୍ତ ଚାଲିଛି କିନ୍ତୁ ମା’ଙ୍କୁ କୌଣସି ଦଣ୍ଡ ମିଳିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri