ସ୍କୁଲରେ ଆଧାର ବାଧ୍ୟତାମୂଳକ ନୁହେଁ

ଭୁବନେଶ୍ୱର,୯ା୮(ଅନୁରାଧା ମହାରଣା): ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ଚଳିତ ଶିକ୍ଷାବର୍ଷ ପାଇଁ ନାମଲେଖା ଜାରି ରହିଛି। କେତେକ ସ୍କୁଲରେ ନାମଲେଖା ସମୟରେ ଅଭିଭାବକଙ୍କୁ ପ୍ରଧାନଶିକ୍ଷକ ଆଧାରକାର୍ଡ ମାଗୁଥିବା ନଜରକୁ ଆସିଛି। ଏବେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। ଆଧାରକାର୍ଡ ବିନା ନାମଲେଖା ହୋଇପାରିବ ବୋଲି ବିଭାଗୀୟ ସଚିବ ଅଶ୍ୱଥି ଏସ୍‌ ମଙ୍ଗଳବାର ସବୁ ଜିଲାର ଶିକ୍ଷାଧିକାରୀଙ୍କୁ ଚିଠି କରିଛନ୍ତି। ନାମଲେଖା ପରେ ଛାତ୍ରୀଛାତ୍ର ଆଧାରକାର୍ଡ ପ୍ରସ୍ତୁତ କରି ଜମା କରିପାରିବେ। ଏ ସମ୍ପର୍କିତ ନିର୍ଦ୍ଦେଶ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଜଣାଇ ଦେବା ସହ ଯେପରି କେହି ଏହାର ଉଲ୍ଲଂଘନ ନ କରନ୍ତି ସେନେଇ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ରହିଛି।
ସଚିବ ଚିଠିରେ ଲେଖିଛନ୍ତି, ନାମଲେଖା ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ କରାଯାଇ ପାରିବ ନାହିଁ। ପରବର୍ତ୍ତୀ ସମୟରେ ଛାତ୍ରୀଛାତ୍ର ଜିଲାର ଅଧିକାରୀଙ୍କ ସହ ଯୋଗାଯୋଗ କରି ଆଧାର କାର୍ଡ କରିପାରିବେ। ବିଦ୍ୟାଳୟରେ ସୁରୁଖୁରୁରେ ନାମଲେଖା ପାଇଁ ଏବାବଦରେ ପ୍ରଧାନଶିକ୍ଷକମାନଙ୍କୁ ଅବଗତ କରିବାକୁ ସବୁ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ରହିଛି। ଏନେଇ ଓଡ଼ିଶା ଅଭିଭାବକ ସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ କହିବାନୁସାରେ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ମାତ୍ର ଏହା ସର୍ବକାଳୀନ ଲାଗୁ ହେବା ଉଚିତ। କିଛିଦିନ କାର୍ଯ୍ୟକାରୀ ହେବା ପରେ ନିୟମ ପରିବର୍ତ୍ତନ କରାଗଲେ ଏହା ମୂଲ୍ୟହୀନ ହୋଇଯିବ। ତେବେ ନାମଲେଖା ସମୟରେ ଆଧାରକାର୍ଡ ନ ଦେଲେ ମଧ୍ୟ ପରବର୍ତ୍ତୀ ସମୟରେ ଆଧାରକାର୍ଡ ତଥ୍ୟ ଯେପରି ପିଲାମାନେ ଦେବେ ସେ ଦିଗରେ ଦୃଷ୍ଟିଦେବାର ଆବଶ୍ୟକତା ରହିଛି। ନଚେତ୍‌ ମଧ୍ୟାହ୍ନ ଭୋଜନ ଓ ଅନ୍ୟାନ୍ୟ ଯୋଜନାରେ ଛାତ୍ରୀଛାତ୍ରଙ୍କ ଠିକ୍‌ ତଥ୍ୟ ପାଇବାରେ ସମସ୍ୟା ସୃଷ୍ଟି ହୋଇପାରେ। ଭଟ୍ଟ କହିଛନ୍ତି ବର୍ତ୍ତମାନ ପ୍ରାୟ ସବୁ ପିଲାଙ୍କ ପାଖରେ ଆଧାରକାଡର୍ର୍ ଉପଲବ୍ଧ ଅଛି। ପୂର୍ବରୁ ଏହି ନିୟମ ଲାଗୁ କରାଯାଇଥିଲେ ନାମଲେଖାରେ ଯେଉଁମାନେ ସମସ୍ୟା ଭୋଗିଛନ୍ତି ସେପରି ହୋଇ ନ ଥା’ନ୍ତା। ସେହିପରି ଭୁବନେଶ୍ୱରର ଜଣେ ଅଭିଭାବକ ଅହଲ୍ୟା ନନ୍ଦଙ୍କ କହିବାନୁସାରେ ବିଦ୍ୟାଳୟଗୁଡ଼ିକରେ ପାଠପଢ଼ା ଅଧା ହେଲାଣି। କୌଣସି ଜରୁରୀ କାରଣରୁ ଯଦି କେହି ପିଲା ବିଦ୍ୟାଳୟ ପରିବର୍ତ୍ତନ କରି ଅନ୍ୟ ବିଦ୍ୟାଳୟରେ ନାମ ଲେଖାଇବାକୁ ଚାହଁୁଛନ୍ତି କିମ୍ବା ନୂଆ କରି ନାମ ଲେଖାଉଛନ୍ତି ସେଠାରେ ଆଧାର କାର୍ଡ ବାଧ୍ୟତାମୂଳକ ହେବା ଉଚିତ୍‌ ନୁହେଁ। ଆଧାରକାର୍ଡକୁ ଅପେକ୍ଷା କଲେ ଅର୍ଦ୍ଧବାର୍ଷିକ ପରୀକ୍ଷା ମଧ୍ୟ ସମାପ୍ତ ହୋଇଯିବ। ତେଣୁ ଆଧାର କାର୍ଡକୁ ବାଧ୍ୟତାମୂଳକ ନ କରି ପ୍ରଥମେ ନାମ ଲେଖାଇବା ବର୍ତ୍ତମାନ ସହଜ ହୋଇପାରିବ। ଅଭିଭାବକମାନେ ମଧ୍ୟ ନାମଲେଖା ପରେ ଏହାକୁ ଗୁରୁତର ଭାବେ ନେବା ସହ ତୁରନ୍ତ ଆଧାରକାର୍ଡ ଦାଖଲ କରିଦେବା ଉଚିତ। ଗଣଶିକ୍ଷା ସଚିବଙ୍କ ନିର୍ଦ୍ଦେଶ ସ୍ବାଗତଯୋଗ୍ୟ ବୋଲି ଅହଲ୍ୟା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ: ହାଇକୋର୍ଟ ଦେଲେ ବଡ଼ ରାୟ

କଟକ,୨୩।୧୨: ବିଧାୟକଙ୍କ ଦରମା ବୃଦ୍ଧି ମାମଲା ହାଇକୋର୍ଟରେ ଗ୍ରହଣ ହୋଇନାହିଁ। AG ପୀତାମ୍ବର ଆଚାର୍ଯ୍ୟଙ୍କ ଦୃଢ଼ ଯୁକ୍ତି ପରେ ମଧ୍ୟ ଏହାକୁ ଗ୍ରହଣ କରିନାହାନ୍ତି ହାଇକୋର୍ଟ।...

ପୋଲିସ ସାମ୍ନାରେ ଉଗ୍ରରୂପ ନେଲା ୨ କିନ୍ନର ଗୋଷ୍ଠୀ ବିବାଦ: ୪ ଜଣଙ୍କ ପ୍ରତି ଏପରି ଅଭିଯୋଗ ଆଣି…

ଭଦ୍ରକ,୨୩ା୧୨(ସନାତନ ରାଉତ): ଭଦ୍ରକ ଜିଲାରେ ଦୁଇ କିନ୍ନର ଗୋଷ୍ଠୀ ବିବାଦ ଉଗ୍ରରୂପ ନେଇଛି। ଗୋଟିଏ ଗୋଷ୍ଠୀର କିନ୍ନରଙ୍କ ଉପରେ ଆକ୍ରମଣ ଅଭିଯୋଗ ପରେ ଅନ୍ୟ କିନ୍ନର...

ସୁଜାତା କାର୍ତ୍ତିକେୟନଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ଶ୍ରୀମୟୀ: ରାଜନୀତିରେ ହଲଚଲ…

ଭୁବନେଶ୍ୱର,୨୩।୧୨: ବିଜେଡିରୁ ବହିଷ୍କାର ହୋଇଥିବା ଶ୍ରୀମୟୀ ମିଶ୍ର ବାରମ୍ବାର ଦଳକୁ ଟାର୍ଗେଟ କରୁଛନ୍ତି। ସେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୁହେଁ, ବିଜେଡିର ପୂର୍ବତନ ନେତା...

ହ୍ୟୁମାନଙ୍କ ମା’ଙ୍କ ଏତଲା ପରେ ମୁହଁଖୋଲିଲେ ADCP: କହିଲେ ଜଣଜଣଙ୍କୁ…

କଟକ,୨୩।୧୨: ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ମା’ ଶେଫାଳୀ ସୁନାଙ୍କ ଏତଲା ପ୍ରସଙ୍ଗରେ ମୁହଁ ଖୋଲିଲେ ADCP। କଟକ ADCP ଅମରେନ୍ଦ୍ର ପଣ୍ଡାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି,...

ଶୁଭମନ ଗିଲ ଏବଂ ଚୟନକର୍ତ୍ତାଙ୍କ ମଧ୍ୟରେ ହୋଇଥିଲାବଡ଼ ଚୁକ୍ତି, ଅଧିନାୟକ ଭାବରେ ଫେରିବେ ଓପନର, ହେଲେ କିଏ ଥିଲେ ଏହାର ମଧ୍ୟସ୍ଥି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟର ପାୱାର କରିଡରରେ ପୁଣି ଥରେ ଏକ ବଡ଼ ହଇଚଇ ସୃଷ୍ଟି ହୋଇଛି। ଶୁବମନ ଗିଲଙ୍କ ନାମ ଅଧିନାୟକତ୍ୱ, ରାଜନୀତି ଏବଂ ବିଶ୍ୱସନୀୟତାର...

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ: ଜାନୁଆରୀରେ ବଢିଯିବ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ୨୦୨୬ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। ୭ମ ବେତନ କମିଶନର ଅବଧି ୩୧...

ଭୁଶୁଡ଼ୁଛି ଲାଲଗଡ଼, ଆତ୍ମସମର୍ପଣ କଲେ ୨୨ ମାଓବାଦୀ

ମାଲକାନଗିରି,୨୩/୧୨(ଦୁଯ୍ୟୋଧନ ପାତ୍ର): ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ ମାଓବାଦୀ । ମାଲକାନଗିରିରେ ଆତ୍ମସମର୍ପଣ କଲେ ୨୨ ଜଣ ମାଓବାଦୀ । ପୋଲିସ ମହାନିର୍ଦ୍ଦେଶକଙ୍କ...

ଗାଁକୁ ଫେରୁଥିଲେ ଦୁଇ ସାଙ୍ଗ: କଲେଜ ଛକରେ ହେଲା ବଡ଼ Accident, ଛିଟିକି ପଡିଲେ…

ଗଞ୍ଜାମ,୨୩।୧୨: ଗଞ୍ଜାମ ଜିଲା ଛତ୍ରପୁର କଲେଜ ଛକ ନିକଟ ଜାତୀୟ ରାଜପଥରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri