ଘୋଷଣା ହେଲା, ଉଡ଼ିଲା ନାହିଁ

ସମ୍ବଲପୁର,୧୮ା୭(ଶୁଭାଶିଷ ପାଢ଼ୀ):ପୁଣି ନିରାଶ ହୋଇଛନ୍ତି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ (ଭିଏସ୍‌ଏସ୍‌) ବିମାନବନ୍ଦର ଉପରେ ନିର୍ଭର କରୁଥିବା ଯାତ୍ରୀ। ବିମାନ ସେବା ୧୧ମାସ ବନ୍ଦ ହେବା ପରେ ଜୁଲାଇ ୧ ତାରିଖଠାରୁ ଝାରସୁଗୁଡ଼ା-ବେଙ୍ଗାଲୁରୁକୁ ପୁଣି ବିମାନ ଉଡ଼ାଣ କରିବା ସହ ଚେନ୍ନାଇକୁ ନୂତନ ଭାବେ ସ୍ପାଇସ୍‌ଜେଟ୍‌ ଏୟାରଲାଇନ୍ସ ଚଳାଚଳ କରିବ ବୋଲି ବିଭାଗ ପକ୍ଷରୁ ଘୋଷଣା ହୋଇଥିଲା। ଏହାକୁ ନେଇ ପଶ୍ଚିମ ଓଡ଼ିଶାବାସୀଙ୍କ ସମେତ ପଡ଼ୋଶୀ ରାଜ୍ୟର ସୀମାନ୍ତ ଅଞ୍ଚଳବାସୀ ବେଶ୍‌ ଉତ୍ସାହିତ ହୋଇଥିଲେ। ହେଲେ ଏବେ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। ବର୍ତ୍ତମାନ ସୁଦ୍ଧା ବିମାନ ଉଡ଼ିପାରି ନାହିଁ। ପରବର୍ତ୍ତୀ ଧାର୍ଯ୍ୟ ସମୟ ଜୁଲାଇ ୧୯ରେ ମଧ୍ୟ ବିମାନ ଚଳାଚଳ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ବିମାନ ଟିକେଟ କୌଣସି ସାଇଟ୍‌ରେ ଉପଲବ୍ଧ ହେଉନାହିଁ।
ସୂଚନାଯୋଗ୍ୟ, ୨୦୧୮ ସେପ୍ଟେମ୍ବର ୨୨ରେ ଝାରସୁଗୁଡ଼ା ଭିଏସ୍‌ଏସ୍‌ ବିମାନବନ୍ଦର ଲୋକାର୍ପଣ ହୋଇଥିଲା। କେତେକ ପ୍ରମୁଖ ସହରକୁ ପ୍ରଥମେ ବିମାନ ଉଡ଼ାଣ ଆରମ୍ଭ ହୋଇଥିଲା। କିଛିମାସ ଚାଲିବା ପରେ ୨୦୨୨ ଅଗଷ୍ଟ ୨୦ରୁ ବେଙ୍ଗାଲୁରୁକୁ ବିମାନ ଚଳାଚଳ ବନ୍ଦ ହୋଇଯାଇଥିଲା। ସେହିଦିନଠାରୁ ପୁଣି ପଶ୍ଚିମ ଓଡ଼ିଶାର ବିମାନଯାତ୍ରୀମାନଙ୍କ ପାଇଁ ସମସ୍ୟା ଦେଖାଦେଇଥିଲା। ବେଙ୍ଗାଲୁରୁ ଆଇଟି ସିଟି ହୋଇଥିବାରୁ ସ୍ଥାନୀୟ ଅଞ୍ଚଳର ବହୁ ଛାତ୍ରୀଛାତ୍ର ଓ ବୃତ୍ତିଧାରୀ ବିମାନ ସେବା ଉପରେ ନିର୍ଭର କରୁଥିଲେ। ହେଲେ ଏହି ସେବା ବନ୍ଦହେବା ପରେ ସେମାନେ ଟ୍ରେନ୍‌ରେ ଯିବାଆସିବା କରିବାକୁ ବାଧ୍ୟ ହୋଇଥିଲେ। ଏପରିସ୍ଥଳେ ଭିଏସ୍‌ଏସ୍‌ ବିମାନବନ୍ଦରରୁ ବେଙ୍ଗାଲୁରୁକୁ ବିମାନ ସଂଯୋଗ ଖବର ବିମାନଯାତ୍ରୀଙ୍କ ପାଇଁ ନୂଆ ଆଶା ଦେଇଥିଲା। ବେଙ୍ଗାଲୁରୁର ଏକ ଘରୋଇ ସଫ୍ଟୱେର ଫାର୍ମରେ କାର୍ଯ୍ୟ କରୁଥିବା ଆଇଟି ଇଞ୍ଜିନିୟର ଦୀପକ ସ୍ବାଇଁ କହିଛନ୍ତି, ବିମାନ ସେବା ଜାରି ରହୁ ବୋଲି ଯାତ୍ରୀମାନେ ଆଶାକରନ୍ତି। ସ୍ପାଇସ୍‌ଜେଟ୍‌ ଏୟାରଲାଇନ୍ସ ଦିଲ୍ଲୀ ଓ ହାଇଦ୍ରାବାଦ ବ୍ୟତୀତ ଅନ୍ୟ ସହରକୁ ବିମାନ ସଂଯୋଗ ଯୋଗାଇବା ପାଇଁ ଦାବି ହୋଇଆସୁଛି। ବିମାନ ଉଡ଼ାଣ ନିୟମିତ ହେଲେ ଯାତ୍ରୀ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ଅନ୍ୟ ବିମାନ କମ୍ପାନୀଙ୍କୁ ମଧ୍ୟ ଏହି ରୁଟ୍‌ରେ ଚଳାଇବାକୁ ସୁବିଧା କରାଯାଉ ବୋଲି ସେ ପ୍ରସ୍ତାବ ଦେଇଛନ୍ତି। ସେହିପରି ନିୟମିତ ଯାତ୍ରା କରୁଥିବା ଯାତ୍ରୀ ସଞ୍ଜୟ ପାଣିଗ୍ରାହୀ କହିଛନ୍ତି, ୨୦୨୩ ଜୁଲାଇରେ ବିମାନ ସେବା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଥିଲା। କିନ୍ତୁ ବୁକିଂ ଖୋଲାଯାଇ ନାହିଁ। ତଥାପି ଆମେ ଆଶା କରୁଛୁ ଯେ ଏହି ଗୁରୁତ୍ୱପୂର୍ଣ୍ଣ ରୁଟ୍‌ରେ ବିମାନସେବା ଶୀଘ୍ର ଆରମ୍ଭ ହେବ।
ଏ ସମ୍ପର୍କରେ ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ସନ୍ଦୀପ କୁମାର ତିୱାରୀ କହିଛନ୍ତି, କୋଲକାତା, ବିଶାଖାପାଟଣା, ବେଙ୍ଗାଲୁରୁ ଓ ଚେନ୍ନାଇ ପାଇଁ ସ୍ପାଇସ୍‌ଜେଟ ଏୟାରଲାଇନ୍ସ ନୂତନ ବିମାନସେବା ଆରମ୍ଭ କରିବ। କୋଲକାତାଠାରୁ ବିମାନ ଉଡ଼ାଣ କରି ଝାରସୁଗୁଡ଼ାରେ ସକାଳ ୧୧:୪୦ରେ ପହଞ୍ଚତ୍ବ। ପୁଣି ରାତି ୧୨ଟା୧୦ରେ ଏହା ବିଶାଖାପାଟଣା ଅଭିମୁଖେ ଯାତ୍ରା କରିବ। ଏହା ବେଙ୍ଗାଲୁରୁ ସହ ସଂଯୋଗ ହେବ, ଯାହା ସପ୍ତାହରେ ୪ଦିନ ଚାଲିବ। ଏହା ଚେନ୍ନାଇ ସହ ମଧ୍ୟ ସଂଯୋଗ ହେବ, ଯାହା ସପ୍ତାହରେ ୩ ଦିନ ଚାଲିବ। ସେହିପରି ବିମାନ ଭାଇଜାଗ୍‌ରୁ ଆସି ରାତି ୮ଟା୨୫ରେ ଝାରସୁଗୁଡ଼ାରେ ପହଞ୍ଚତ୍ବ। ରାତି ୮ଟା ୫୫ରେ ପୁଣି ଏହା କୋଲକାତା ଅଭିମୁଖେ ଯାତ୍ରା କରିବା ପ୍ରସ୍ତାବ ରହିଛି। ସ୍ଲଟ୍‌ ଦିଆଯାଇଛି। ଟିକେଟ କାଟିବା ପାଇଁ ବିଭାଗ ପକ୍ଷରୁ ଅନୁମତି ଆସିଲେ ଖୁବ୍‌ଶୀଘ୍ର ଏହି ସେବା ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri