ସ୍ବାମୀ, ମହିଳା ଅଧିକାରୀଙ୍କ ନାଁରେ ଏତଲା ଦେଲେ ସ୍ତ୍ରୀ

ରାୟଗଡ଼ା,୧୧।୭ (ଆଶିଷ ରଞ୍ଜନ ପଣ୍ଡା): ପରକୀୟା ପ୍ରୀତିକୁ ନେଇ ଜଣେ ଶିକ୍ଷକ ତାଙ୍କ ସ୍ତ୍ରୀଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ପତ୍ନୀ ଜଣକ ଶିକ୍ଷକ ସ୍ବାମୀ, ଶାଶୁ ଓ ଜଣେ ମହିଳା ଅଧିକାରୀଙ୍କ ବିରୋଧରେ ଥାନାରେ ଏତଲା ଦେବା ଘଟଣା ରାୟଗଡ଼ା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।
ଘଟଣାରୁ ପ୍ରକାଶ ଯେ, ସାଇପ୍ରିୟା ନଗର ଦଶମ ଲେନ୍‌ରେ ରହୁଥିବା ଶିକ୍ଷକ ପ୍ରଶାନ୍ତ ନାୟକ ପରକୀୟା ପ୍ରୀତିରେ ପଡ଼ି ପତ୍ନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ସ୍ତ୍ରୀ ବିଷ୍ଣୁପ୍ରିୟା ନାୟକ ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସ୍ବାମୀଙ୍କ ସମେତ ଶାଶୁ ଭାରତୀ ନାୟକ ଓ ପ୍ରଶାନ୍ତଙ୍କ ପ୍ରେମିକା ତଥା ଜଣେ ଜିଲାସ୍ତରୀୟ ମହିଳା ମଧ୍ୟ ମିଳିତ ଭାବେ ବିଷ୍ଣୁପ୍ରିୟାଙ୍କୁ ନିର୍ଯାତନା ଦେଉଥିବା ଏତଲାରେ ଦର୍ଶାଯାଇଛି। ୨୦୦୬ ଫେବୃୟାରୀରେ ହିନ୍ଦୁ ରୀତିନୀତିରେ ବିଷ୍ଣୁପ୍ରିୟା ଓ ପ୍ରଶାନ୍ତଙ୍କ ବିବାହ ହୋଇଥିଲା। ସେହି ସମୟରେ ପ୍ରଶାନ୍ତ ବ୍ୟବସାୟ କରୁଥିଲେ । ୨୦୧୧ରେ ପ୍ରଶାନ୍ତ କ୍ରୀଡ଼ା ଶିକ୍ଷକ ଭାବେ ନିଯୁକ୍ତି ପାଇ ରାୟଗଡ଼ା ଆସିଥିଲେ। ପରେ ୨୦୧୬ରେ ପରିବାରବର୍ଗଙ୍କୁ ନେଇ ରାୟଗଡ଼ା ଆସିଥିଲେ। ସାଇପ୍ରିୟା ନଗରରେ ପ୍ରଶାନ୍ତଙ୍କ ମା’ ଭାରତୀ, ସ୍ତ୍ରୀ ବିଷ୍ଣୁପ୍ରିୟା ଓ ଦୁଇଟି ସନ୍ତାନକୁ ନେଇ ରହୁଥିଲେ। ପ୍ରଶାନ୍ତ ଜଣେ ଗାୟକ ହୋଇଥିବାରୁ ସେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଅଂଶ ଗ୍ରହଣ କରନ୍ତି।

୨୦୨୩ ଜାନୁୟାରୀରେ ଜିଲାର ଲୋକପର୍ବ ଚଇତି ମହୋତ୍ସବ ପରେ ସେ ଜଣେ ଜିଲାସ୍ତରୀୟ ମହିଳା ଅଧିକାରୀଙ୍କ ସମ୍ପର୍କରେ ଆସିଥିଲେ। ପରେ ଉକ୍ତ ମହିଳା ଅଧିକାରୀ ଓ ପ୍ରଶାନ୍ତଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିବା ସହ ପ୍ରେମ ସମ୍ପର୍କ ରହିଥିବା ବିଷ୍ଣୁପ୍ର୍ରିୟା ଅଭିଯୋଗ କରିଛନ୍ତି। ସେ ସ୍ବାମୀଙ୍କ ଏହି ଅବୈଧ ସମ୍ପର୍କକୁ ବିରୋଧ କରିବାରୁ ପ୍ରଶାନ୍ତ, ତାଙ୍କ ମା’ ଓ ସମ୍ପୃକ୍ତ ମହିଳା ଅଧିକାରୀ ତାଙ୍କୁ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ମେ ୭ ତାରିଖରେ ପ୍ରଶାନ୍ତ ଓ ସମ୍ପୃକ୍ତ ମହିଳା ଅଧିକାରୀଙ୍କୁ ଏକ ସପିଂ ମଲରେ ଦେଖି ଏଠାରେ କ’ଣ କରୁଛ ବୋଲି ପଚାରିବାରୁ ସେମାନେ ବାଇକରେ ପଳାଇଥିଲେ । ଘରେ ପହଞ୍ଚି ପ୍ରଶାନ୍ତ, ସମ୍ପୃକ୍ତ ପ୍ରେମିକା ଓ ଶାଶୁ ମିଶି ତାଙ୍କୁ ମାଡ଼ ମାରିବା ସହ ଧମକ ଦେଇଥିବା ବିଷ୍ଣୁପ୍ରିୟା ଅଭିଯୋଗ କରିଛନ୍ତି। ପରେ ମେ ୯ ତାରିଖରେ ପ୍ରଶାନ୍ତଙ୍କ ଘରେ ଉଭୟ ଆପତ୍ତିଜନକ ଅବସ୍ଥାରେ ଥିବା ବିଷ୍ଣୁପ୍ରିୟା ଦେଖି ବାରଣ କରିବାରୁ ମ୍ୟାଡାମଙ୍କ ସହ ଆଡଜଷ୍ଟ କରିବାକୁ ପଡ଼ିବ ବୋଲି ପ୍ରଶାନ୍ତ ପତ୍ନୀଙ୍କୁ କହିଥିବା ବିଷ୍ଣୁପ୍ରିୟା କହିଛନ୍ତି । କାରଣ ଉକ୍ତ ମହିଳା ଅଧିକାରୀ ପ୍ରଶାନ୍ତଙ୍କୁ ଲକ୍ଷ ଲକ୍ଷ ଟଙ୍କାର ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ଦେଉଥିବା ପ୍ରଶାନ୍ତ କହିଥିଲେ। ଏଥିରେ ବିଷ୍ଣୁପ୍ରିୟା ରାଜି ନ ହେବାରୁ ତାଙ୍କୁ ମାଡ଼ ମାରିବା ସହ ମୋବାଇଲ ଛଡ଼ାଇ ନେଇଥିବା ସେ ଅଭିଯୋଗ କରିଛନ୍ତି । ରବିବାର ସମ୍ପୃକ୍ତ ମହିଳା ଅଧିକାରୀ ପ୍ରଶାନ୍ତଙ୍କ ଘରକୁ ଯାଇ ନିଜ ଜନ୍ମଦିନ ପାଳନ କରିଥିବାବେଳେ ବିଷ୍ଣୁପ୍ରିୟାଙ୍କୁ ନେଇ ଏକ ରୁମ୍‌ରେ କବାଟ ବନ୍ଦ କରି ରଖିଥିଲେ। ତେବେ ସୋମବାର ସକାଳେ ବିଷ୍ଣୁପ୍ରିୟା ମନ୍ଦିର ଯାଇ ଫେରିବା ପରେ ପ୍ରଶାନ୍ତଙ୍କ ମା’ ଘର ତାଲା ବନ୍ଦ କରିଦେବା ସହ ଘର ଭିତରକୁ ଯିବାକୁ ଦେଇ ନ ଥିଲେ। ତେଣୁ ବାଧ୍ୟ ହୋଇ ବିଷ୍ଣୁପ୍ରିୟା ସଖୀ କେନ୍ଦ୍ରରେ ପହଞ୍ଚିଥିଲେ । ଶଖୀ କେନ୍ଦ୍ର ସଦସ୍ୟ ହସ୍ତକ୍ଷେପ ପରେ ବିଷ୍ଣୁପ୍ରିୟା ଥାନାର ଦ୍ୱାରସ୍ଥ ହୋଇ ସ୍ବାମୀ, ଶାଶୁ ଓ ସମ୍ପୃକ୍ତ ଜିଲାସ୍ତରୀୟ ଅଧିକାରୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ପ୍ରଶାନ୍ତଙ୍କୁ ପଚାରିବାରୁ ସେ ତାଙ୍କ ପୁଅର ମେଡ଼ିକାଲ ଚେକଅପ୍‌ ପାଇଁ କୋରାପୁଟ ଯାଇଛନ୍ତି ଏବଂ ବାହାରେ ଅଛନ୍ତି କହି କଥାକୁ ଏଡ଼ାଇଦେଇଥିଲେ। ତାଙ୍କର ସେଭଳି କୌଣସି ପରକୀୟା ପ୍ରୀତି ନାହିଁ ବୋଲି ସେ କହିଛନ୍ତି । ଏ ସମ୍ପର୍କରେ ରାୟଗଡ଼ା ଟାଉନ ଥାନା ଅଧିକାରୀ ଯଶୋବନ୍ତ ହିଆଲଙ୍କୁ ପଚାରିବାରୁ ପୋଲିସ ଅଭିଯୋଗ ଗ୍ରହଣ କରିଛି । ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri