Posted inଜାତୀୟ

ସୁନ୍ଦରବନର ହତଭାଗା ସୁନ୍ଦରୀ

କୋଲକାତା,୨୨ା୬ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ବିଶ୍ୱର ଅନ୍ୟତମ ପ୍ରାକୃତିକ ବିସ୍ମୟ ସୁନ୍ଦରବନ। ଭାରତ ଓ ବାଂଲାଦେଶ ମଧ୍ୟରେ ପରିବ୍ୟାପ୍ତ ଏହି ତ୍ରିକୋଣ ଭୂମି ହେନ୍ତାଳ ବନରେ ପରିପୂର୍ଣ୍ଣ। ଚିରହରିତ୍‌ ବର୍ଷାରଣ୍ୟ ଭିତରକୁ ଅଗ୍ରସର ହେଲେ ପର୍ଯ୍ୟଟକ ବିମୋହିତ ହୁଅନ୍ତି ଏହାର ସୌନ୍ଦର୍ଯ୍ୟରେ। ଏହା ମଧ୍ୟରେ ଛପି ରହିଛି ଯୁବତୀ ଚାଲାଣର ଏକ କଠୋର, ଅପ୍ରୀତିକର ବାସ୍ତବତା।
ଅସୀମାଙ୍କୁ ମାତ୍ର ୧୩ ବର୍ଷ ହେଉଥବାବେଳେ ଚାଲାଣକାରୀମାନେ ତାଙ୍କ ପଛରେ ପଡ଼ିଥିଲେ। ତାଙ୍କ ସହ ସୁଲେମାନ୍‌ଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହେବାବେଳକୁ ସବୁ ଠିକ୍‌ଠାକ୍‌ ଚାଲିଥିଲା। ଅସୀମା ସୁନ୍ଦରବନରେ ରହୁଥିବାବେଳେ ସୁଲେମାନ୍‌ କାର୍ଯ୍ୟ ଅନ୍ବେଷଣରେ ସେହି ଅଞ୍ଚଳକୁ ଯାଇଥିଲେ। ବିଶ୍ୱର ସର୍ବବୃହତ୍‌ ହେନ୍ତାଳ ବନ ଥିବା ପଶ୍ଚିମବଙ୍ଗର ଏହି ସୌନ୍ଦର୍ଯ୍ୟପୂର୍ଣ୍ଣ ଅଞ୍ଚଳରେ ଅସୀମାଙ୍କୁ ଦେଖି ସେ ପ୍ରଶଂସାରେ ପୋତି ଦେଇଥିଲେ। ସମ୍ପର୍କରେ ନିବିଡ଼ତା ବଢ଼ିବା ପରେ ତାଙ୍କ ମା’ବାପାଙ୍କୁ ଭେଟି ବିବାହ ପ୍ରସ୍ତାବ ଦେଇଥିଲେ।
  ଏକ ଗରିବ ଗଁାରେ ବଢ଼ିଥିଲେ, ଯେଉଁଠି ଘରଗୁଡ଼ିକ ଝାଟିମାଟିରେ ନିର୍ମିତ ହୋଇଥିଲା। ଗଁାକୁ ପାଣି ଆସୁ ନ ଥିଲା, ଶିକ୍ଷା ପାଇଁ ସ୍ବଳ୍ପ ସୁଯୋଗ ଥିଲା। ରୋଗଣା ବାପା ଓ ପରିବାରର ଡଜନାଧିକ ସଦସ୍ୟଙ୍କ ସହ ଏକ ଛୋଟ ଘରେ ସେ ରହୁଥିଲେ। ସୁଲେମାନ୍‌ ଏହାର ସୁଯୋଗ ନେଇ ନିଶାଗ୍ରସ୍ତ ଅବସ୍ଥାରେ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇଥିଲେ। ମୁଁ ତାଙ୍କୁ ବିଶ୍ୱାସ କରିଥିଲି। ସେ କ’ଣ ଖରାପ କାମ କରିବେ ତାହା ଜାଣି ନ ଥିଲି। ଏହା ମୋର ଭୁଲ୍‌ ଥିଲା ବୋଲି ଅସୀମା କହିଛନ୍ତି।
ଦିନେ ସୁଲେମାନ୍‌ ଅସୀମାଙ୍କୁ ସ୍ଥାନୀୟ ରେଳ ଷ୍ଟେଶନରେ ଭେଟିବାକୁ ଡାକିଥିଲେ। ଅସୀମା ସେଠାକୁ ଯିବା ପରେ ସୁଲେମାନ୍‌ କହିଥିଲେ, ଚାଲ ପଳାଇବା। ସେ ମନା କରିବାରୁ ସୁଲେମାନ୍‌ ଏକ ରୁମାଲରେ ତାଙ୍କ ମୁହଁ ବନ୍ଦ କରିଦେଇଥିଲେ। ଅସୀମା ସଂଜ୍ଞାହୀନ ହୋଇ ପଡ଼ିଯାଇଥିଲେ। ଯେତେବେଳେ ଉଠିଥିଲେ, ନିଜକୁ ଏକ ବନ୍ଦ କୋଠରିରେ ବନ୍ଧା ଅବସ୍ଥାରେ ପାଇଥିଲେ। ସୁଲେମାନ୍‌ ତାଙ୍କୁ ମାଡ଼ ମାରି ବଳାତ୍କାର କରିଥିଲେ। ପରେ ଆଉ କେତେଜଣ ପୁରୁଷ ଅସୀମାଙ୍କ ମୁଣ୍ଡରେ ମୁଖା ପିନ୍ଧାଇ ତାଙ୍କୁ ବିହାର ନେଇଯାଇଥିଲେ। ସେମାନେ ତାଙ୍କୁ ନିଶା ଦେଇ ଗଣବଳାତ୍କାର କରିଥିଲେ। ଶେଷରେ ଗଣିକା ସାଜିବାକୁ ବାଧ୍ୟ କରିଥିଲେ। ଅନେକ ସପ୍ତାହ ପଣବନ୍ଦୀ ରହିବା ପରେ ଦିନେ ସନ୍ଧ୍ୟାରେ କୋଠା ନୀରବିଯାଇଥିଲା। ସେ ବନ୍ଧା ଅବସ୍ଥାରେ ଥାଇ ସୁଦ୍ଧା କବାଟ ଫିଟାଇ ପ୍ରାଣ ବିକଳରେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଏକ ଛୋଟ ସହରର ଅଜଣା ରାସ୍ତାରେ ସେ ଦୌଡ଼ୁଥିଲେ। ସାହାଯ୍ୟ ପାଇଁ ତାଙ୍କ ଆକୁଳ ଚିତ୍କାରକୁ ଅଚିହ୍ନା ଲୋକେ ଶୁଣି ନ ଥିଲେ। ଶେଷରେ କେହି ଜଣେ ବ୍ୟକ୍ତି ତାଙ୍କୁ ନିଜ ଫୋନ୍‌ ଦେଇଥିଲେ ପୋଲିସକୁ କଲ୍‌ କରିବା ପାଇଁ।
  ଟ୍ରାଫିକିଂରୁ ଉଦ୍ଧାର ହୋଇଥିବା ଆଉ ଜଣେ ଝିଅ ମାହିରା କୋଲକାତାର ରେଡ୍‌ଲାଇଟ୍‌ ଏରିଆ କାଳୀଘାଟର ଏକ ବେଶ୍ୟାଳୟରେ ପ୍ରାୟ ୨ ବର୍ଷ ଧରି କାମ କରିବା ଭିତରେ ଗର୍ଭବତୀ ହୋଇଯାଇଥିଲେ। ୨୦୧୫ରେ ପୋଲିସ ତାଙ୍କୁ ଠାବ କରିଥିଲା। ସ୍ବଜନ୍ମିତ ଶିଶୁପୁତ୍ରକୁ ଏକ ଚାଇଲ୍ଡ କେୟାର ହୋମ୍‌ରେ ଛାଡ଼ିଦେଇ ଘରକୁ ଫେରିଥିଲେ। ରାକେଟ ଜାଲରେ ଫସି ଘର ଛାଡ଼ିବା ବେଳକୁ ମାହିରାଙ୍କୁ ମାତ୍ର ୧୩ ବର୍ଷ ହେଉଥିଲା। ସୁନ୍ଦରବନର ପ୍ରାୟ ପ୍ରତ୍ୟେକ ଗ୍ରାମରେ ଝିଅମାନଙ୍କ ଅସୀମା ଓ ମାହିରାଙ୍କ ଭଳି  କାହାଣୀ ରହିଛି।
  ପ୍ରାୟ ୫୦% ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରନ୍ତି। ସୁନ୍ଦରବନ ଜଳବାୟୁ ପରିବର୍ତ୍ତନ ସଙ୍କଟ ଦେଇ ଗତି କରୁଛି। ଏହା ନିୟମିତ ଭାବେ ସାମୁଦ୍ରିକ ଝଡ଼ ଦ୍ୱାରା ପ୍ରଭାବିତ। ଗତ ୪ ବର୍ଷ ମଧ୍ୟରେ ୩ଟି  ବାତ୍ୟାରେ ଅନେକ ଶହ ଲୋକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ଘରଗୁଡ଼ିକ ଭାଙ୍ଗିଯାଇଥିବାବେଳେ ଜୀବିକା ଉଜୁଡ଼ିଯାଇଛି। ସମୁଦ୍ର ପତ୍ତନ ବଢ଼ୁଥିବାରୁ ଦ୍ୱୀପଗୁଡ଼ିକୁ ପାଣି ମାଡ଼ିଯିବା ସହ ଗଁାଗୁଡ଼ିକ ଜଳମଗ୍ନ ହୋଇଯାଇଛି। ଜଳବାୟୁ ପରିବର୍ତ୍ତନଜନିତ ବିପର୍ଯ୍ୟୟ ଲୋକଙ୍କୁ ଆହୁରି ଗରିବ କରିଦେଇଛି। ସେମାନଙ୍କ ଦୟନୀୟ ସ୍ଥିତିର ଫାଇଦା ଉଠାଇବାକୁ ଧାଇଁ ଆସନ୍ତି ମାନବ ଚାଲାଣକାରୀ। ଚାକିରି ସୁଯୋଗ, ବିବାହ ପ୍ରସ୍ତାବ ଓ ଉନ୍ନତ ଜୀବନଶୈଳୀର ପ୍ରତିଶ୍ରୁତି ଜାଲରେ ଥରେ ଛନ୍ଦି ହୋଇଗଲେ ପୀଡ଼ିତାମାନେ ଯୌନକର୍ମୀ ଓ ପୀଡ଼ିତ ଗୋତି ଶ୍ରମିକ ସାଜନ୍ତି। ଝିଅଙ୍କୁ ବିକ୍ରି କରାଯାଏ। ଏପରି କି ଅଙ୍ଗପ୍ରତ୍ୟଙ୍ଗ ଓ ରକ୍ତ ଚାଲାଣ ପାଇଁ ମଧ୍ୟ ସେମାନଙ୍କୁ ବ୍ୟବହାର କରାଯାଇଥାଏ। ପୂର୍ବରୁ ଫୋନ୍‌ କଲ୍‌ରେ ସବୁ ଚାଲିଥିଲା। ଏବେ ସୋସିଆଲ ମିଡିଆକୁ ଚାଲାଣକାରୀ ମାଧ୍ୟମ କରୁଛନ୍ତି।
  ଓ ୨୦୨୧ରେ ଲଗାତର ଦୁଇଟି ମହାବାତ୍ୟା ସବୁକିଛି ଉଜାଡ଼ିଦେବା ପରେ ଏପରି ମାନବ ଚାଲାଣକାରୀ ଅଧିକ ସକ୍ରିୟ ହୋଇ ଉଠିଥିବା ସ୍ଥାନୀୟ ଏନ୍‌ଜିଓ ଗୋରାନ୍‌ବୋଷ ଗ୍ରାମ ବିକାଶ କେନ୍ଦ୍ର (ଜିଜିବିକେ)ର ପରିଚାଳିକା ଶୁଭଶ୍ରୀ ରପତାନ୍‌ କହିଛନ୍ତି। ସୁନ୍ଦରବନର ସବୁଠୁ ବଡ଼ ସହର କାନ୍ନିଙ୍ଗ ଥାନା ଅଧିକାରୀ ସୌଗତ ଘୋଷ କହିଛନ୍ତି, ମାନବ ଚାଲାଣ ହେଉଛି ଏହି ଅଞ୍ଚଳର ଅନ୍ୟତମ ବୃହତ୍‌ ସମସ୍ୟା।  ଜଳବାୟୁ ପରିବର୍ତ୍ତନ ଯୋଗୁ ପରିବାରଗୁଡ଼ିକର ଆର୍ଥିକ ସ୍ଥିତି ପ୍ରଭାବିତ ହେଉଥିବାବେଳେ ଚାଲାଣକାରୀମାନେ ଏହାର ଫାଇଦା ଉଠାଉଛନ୍ତି। ଅନେକ ସମୟରେ ଝିଅମାନେ ବାସଚ୍ୟୁତ ହୋଇ ସେମାନଙ୍କ ଜାଲରେ ଫସୁଛନ୍ତି। ଝିଅଙ୍କୁ ଚାକିରି ନଁାରେ ନିଆଯିବା ପରେ ପରିବାରକୁ ୨-୩ ମାସ କିଛି କିଛି ଟଙ୍କା ପଠାଯାଏ। କିନ୍ତୁ ହଠାତ୍‌ ମୋବାଇଲ ବନ୍ଦ ହୋଇଯାଏ। ଟଙ୍କା ବି ଆସେ ନାହିଁ। ପରିବାର ଲୋକେ ସେତେବେଳେ ଜାଣିପାରନ୍ତି ଯେ, ଝିଅକୁ ଚାଲାଣ କରି ନିଆଯାଇଛି।
(ପରିଚୟ ଗୋପନ ରଖିବା ପାଇଁ 
ନାମ ବଦଳାଯାଇଛି ।)
ଜଳବାୟୁ ପରିବର୍ତ୍ତନ ଯୌନଦାସୀ ସଜାଇଛି
 ଏକ ଅଧ୍ୟୟନ ଅନୁସାରେ ଭାରତରେ ବ୍ୟବସାୟିକ ବେଶ୍ୟାବୃତ୍ତି ନିୟୋଜିତ ୨୦ ନିୟୁତ ମହିଳା ଓ ଝିଅଙ୍କ ମଧ୍ୟରୁ ୧୬ ନିୟୁତ ଯୌନ ଚାଲାଣର ଶିକାର। ଇଣ୍ଡିଆନ୍‌ ଲିଗାଲ ସର୍ଭିସେସ୍‌ ତଥ୍ୟାନୁସାରେ ଘଣ୍ଟାପ୍ରତି ଗଣିକାବୃତ୍ତିରେ ପ୍ରବେଶ କରୁଥିବା ୪ ଜଣରୁ ୩ ଜଣ ନିଜ ଇଚ୍ଛା ବିରୋଧରେ ଏହି ବେଆଇନ ଧନ୍ଦାକୁ ଠେଲି ହୋଇଥାନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟ କୁହେ, ପଶ୍ଚିମବଙ୍ଗରୁ ପ୍ରତିବର୍ଷ  ଅନେକ ହଜାର ଝିଅ ନିଖୋଜ ହୋଇଥାନ୍ତି। ସେମାନଙ୍କ ମଧ୍ୟରୁ ଏକ-ତୃତୀୟାଂଶଙ୍କ ଘର ସୁନ୍ଦରବନରେ।
 ୧୧୦ କି.ମି. ଦୂରରେ ଅବସ୍ଥିତ ସୁନ୍ଦରବନର ଜନସଂଖ୍ୟା ପ୍ରାୟ ୪.୫ ନିୟୁତ। ରାଜ୍ୟର ଦକ୍ଷିଣାନ୍ତରେ ଥିବା ଏହି ତ୍ରିକୋଣ ଭୂମିରେ ୧୦୨ ଦ୍ୱୀପ ରହିଛି। ସେଥିରୁ ୫୪ଟିରେ ଜନବସତି ଥିବାବେଳେ ଅବଶିଷ୍ଟ ଦ୍ୱୀପଗୁଡ଼ିକ ବେଙ୍ଗାଲ ଟାଇଗର ଓ ଅନ୍ୟ ଜୀବଜନ୍ତୁଙ୍କ ବାସସ୍ଥଳୀ।
 ଅଧିକାଂଶ ବାସିନ୍ଦା କୃଷି ଓ ମାଛଧରାରୁ ଜୀବିକା ଉପାର୍ଜନ କରିଥାଆନ୍ତି। କିନ୍ତୁ ବାତ୍ୟା, ବନ୍ୟା ଓ ମୃତ୍ତିକା କ୍ଷୟ ସେମାନଙ୍କ ଆୟ ଉତ୍ସକୁ ଉଜାଡ଼ିଦେଇଛି। ୨୦୨୦ ମେ’ରେ ‘ଅମ୍ଫନ’ ବାତ୍ୟା ଉପକୂଳରେ ମାଡ଼ ହେବା ସହ ଉଚ୍ଚ ଜୁଆର ଢେଉ ବହୁ ଲୋକଙ୍କ ଘର ଧୋଇନେଇଥିଲା। ଦକ୍ଷିଣ ୨୪ ପ୍ରଗଣା ଓ ଉତ୍ତର ୨୪ ପ୍ରଗଣାର ପରିବାରଗୁଡ଼ିକ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିବାବେଳେ ୨୦୨୧ ମେ’ରେ ‘ୟାସ୍‌’ ସବୁକିଛିକୁ ଧ୍ୱସ୍ତବିଧ୍ୱସ୍ତ କରି ସେମାନଙ୍କୁ ଅତି ଦାରିଦ୍ର୍ୟ ମଧ୍ୟକୁ ଠେଲିଦେଇଥିଲା।
 ବେଳେବେଳେ ଅନିମନ୍ତ୍ରିତ ଅତିଥିମାନଙ୍କୁ ଆକର୍ଷିତ କରିପାରେ। ଅନେକ ସମୟରେ ସୁଯୋଗ ଉଣ୍ଡୁଥିବା ଚାଲାଣକାରୀମାନେ ସମାଜର ଦୁର୍ବଳ ଲୋକଙ୍କୁ ବିଶେଷକରି ମହିଳା ଓ ଝିଅଙ୍କୁ ଟାର୍ଗେଟ କରିଥାନ୍ତି। ଜଳବାୟୁ ପରିବର୍ତ୍ତନ ସେମାନଙ୍କୁ ବାଧ୍ୟ କରିଥାଏ ସୁନ୍ଦରବନ ବାହାରେ ଏକ ସୁନ୍ଦର ଜୀବନ ଅନ୍ବେଷଣ ପାଇଁ। ଅନେକଙ୍କୁ ଅବିଶ୍ୱସନୀୟ ନିଯୁକ୍ତି ଅଫରର ପ୍ରଲୋଭନ ମିଳିଥାଏ। ସେମାନେ ନିଜ ନିରାପତ୍ତାକୁ ବିପନ୍ନ କରି ରିସ୍କ ନେବାକୁ ବାଧ୍ୟ ହୁଅନ୍ତି। ବଡ଼ ସହରକୁ ଚାଲିଯିବା ପରେ ମହିଳା ଓ ଝିଅମାନେ ଠକାମିର ଶିକାର ହୋଇଥିବା ଜାଣିପାରନ୍ତି। କ୍ରେତାଙ୍କଠାରେ ବିକ୍ରି ହୋଇ ଯୌନଦାସୀ ସାଜିବା ଛଡ଼ା ଅନ୍ୟ ପନ୍ଥା ନ ଥାଏ ସେମାନଙ୍କର।

Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri