ଜନମତ ଜାଗ୍ରତ କରାଇବାରେ ଗଣମାଧ୍ୟମର ଭୂମିକା ଅନନ୍ୟ

ଯାଜପୁର ଅଫିସ/ଯାଜପୁର ରୋଡ୍‌(ଡି.ଏନ୍‌.ଏ.),୧୩ା୬: ଗଣମାଧ୍ୟମ ଓ ଗଣତାନ୍ତ୍ରିକ ବ୍ୟବସ୍ଥା ଯୁବପିଢ଼ିକୁ ଉଚିତ ମାର୍ଗଦର୍ଶନ କରିପାରିବ। କେବଳ ଗଣତନ୍ତ୍ର ନୁହେଁ, ଦୁନିଆକୁ ଆଗକୁ ନେବାରେ ଜନସାଧାରଣଙ୍କ ମଧ୍ୟରେ ମତ ଜାଗ୍ରତ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ଓଡ଼ିଶା ସରକାରଙ୍କ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସ ନାୟକ କହିଛନ୍ତି। ଆସନ୍ତା ନଭେମ୍ବର ୨୪ରେ ଧରିତ୍ରୀ ୫୦ ବର୍ଷରେ ପଦାର୍ପଣ କରିବା ପରିପ୍ରେକ୍ଷୀରେ ସୋମବାର ଯାଜପୁର ଜିଲା ବ୍ୟାସନଗର ସହରରେ ଅନୁଷ୍ଠିତ ‘ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢ଼ି’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ କହିଛନ୍ତି, ଆଜି ଗଣମାଧ୍ୟମ କେବଳ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ହୋଇ ରହିନାହିଁ, ମତକୁ ଜଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧୀ ଉଠାଇଥିବା ସ୍ବର ଏବଂ ଭିଏଟ୍‌ନାମ୍‌ ଉପରେ ଆମେରିକାର ବର୍ବରତା ବନ୍ଦ ହେବା ପଛରେ ଗଣମାଧ୍ୟମ କିଭଳି ବଡ଼ ଭୂମିକା ନେଇଥିଲା ତାହା ଉପରେ ସେ ଆଲୋକପାତ କରିଛନ୍ତି।

ଆଜିର ସ୍ଥିତିରେ ଯୁବପିଢ଼ି ନିଜଶକ୍ତି ଜାଣିବା ଦରକାର। ଉଚିତ ମାର୍ଗରେ ଯୁବଶକ୍ତି ପରିଚାଳିତ ହେଲେ ସାମାଜିକ ପରିବର୍ତ୍ତନ ଆସିପାରିବ ବୋଲି ନାୟକ କହିଛନ୍ତି। ଖବରକାଗଜକୁ ସମ୍ପୂର୍ଣ୍ଣ ମୂଲ୍ୟ ଦେଇ କିଣିପାରିଲେ ଜଣେ ନିରପେକ୍ଷ ଖବର ପାଇବ ବୋଲି ସେ କହିଛନ୍ତି। ଗଣତନ୍ତ୍ର ସମ୍ପର୍କରେ କହିବାକୁ ଯାଇ ସେ କହିଛନ୍ତି, ଆଜିର ସମୟରେ ଏହା ଆଘାତପ୍ରାପ୍ତ, ବିକ୍ଷିପ୍ତ। ଅନେକ ଭାବନ୍ତି ଭୋଟ ଦେଇଦେଲେ ଦାୟିତ୍ୱ ସରିଗଲା, ଭୋଟ ଦେବାକୁ ଅନେକେ ମଧ୍ୟ ଯାଆନ୍ତିନାହିଁ। ସେହିଦିନଟିକୁ ଛୁଟିଦିନ ବୋଲି ଭାବିଥାନ୍ତି। ସୁସ୍ଥ ଗଣତନ୍ତ୍ର ପାଇଁ ନାଗରିକ ଦାୟିତ୍ୱବାନ ହେବା ଦରକାର ଏବଂ ଭୋଟ ନ ଦେଲେ ସେହି ବ୍ୟକ୍ତିଙ୍କର ସମାଲୋଚନା କରିବାର ଅଧିକାର ନାହିଁ ବୋଲି ନାୟକ କହିଛନ୍ତି।

ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ୍‌ର ସମ୍ପାଦକ ତଥାଗତ ସତପଥୀ ସ୍ବାଗତ ଭାଷଣ ଦେଇ କହିଛନ୍ତି, ଆସନ୍ତା ନଭେମ୍ବର ୨୪ରେ ଧରିତ୍ରୀ ତା’ର ୫୦ ବର୍ଷ ଆରମ୍ଭ କରିବ। ସେଥିପାଇଁ ଆମେ ଧରିତ୍ରୀ ତରଫରୁ ଓଡ଼ିଶାର ପ୍ରତ୍ୟେକ ଜିଲାରେ ଯୁବପିଢ଼ିଙ୍କୁ ସାମିଲ କରି ‘ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢ଼ି’ ବିଷୟରେ ଆଲୋଚନା କରିବାକୁ ଚାହୁଁଛୁ, ଯାହାଦ୍ୱାରା ଏ ଦେଶର ଭବିଷ୍ୟତକୁ କିଭଳି ଭାବେ ଗଢ଼ିବେ ସେନେଇ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବ। ଧରିତ୍ରୀ ୫୦ ବର୍ଷ ଖାଲି ତିଷ୍ଠିକରି ରହିନି, ବରଂ ଗୋଟିଏ ଶକ୍ତିଶାଳୀ ସ୍ବର ଭାବେ ରହିଛି ବୋଲି ସମ୍ପାଦକ ସତପଥୀ କହିଛନ୍ତି। ସେହିପରି ଖବରଦାତା ବନ୍ଧୁମାନଙ୍କ ନିଷ୍ଠା, ସଂଯମ ଆଚରଣ, ସାଧୁତା, ନିରପେକ୍ଷତା ଓ ସାମାଜିକ ପ୍ରତିବଦ୍ଧତା ରହିଲେ ଗଣମାଧ୍ୟମ ଲୋକମାନଙ୍କ ବିଶ୍ୱାସଭାଜନ ହୋଇପାରିବ ବୋଲି ସେ କହିଛନ୍ତି। ବ୍ୟାସନଗର ସ୍ବୟଂଶାସିତ କଲେଜର ଇଂଲିଶ ବିଭାଗ ଅଧ୍ୟାପିକା ପ୍ରଜ୍ଞାପ୍ରବର୍ତ୍ତିକା ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗଣତନ୍ତ୍ରର ଐତିହାସିକ ପୃଷ୍ଠଭୂମି, ଗଣମାଧ୍ୟମ ଓ ଯୁବଶକ୍ତି ଉପରେ ଆଲୋଚନା କରିଛନ୍ତି।
ଧରିତ୍ରୀର ଯାଜପୁର ଜିଲା ପ୍ରତିନିଧି ହର୍ଷବର୍ଦ୍ଧନ ବେହେରାଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୁତିମୟୀ ଲତାଶା ମାଝି ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଏହାପରେ ଅତିଥିମାନଙ୍କ ସହ ଧରିତ୍ରୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ମା’ବିରଜା ଏବଂ ଶ୍ରୀମା, ଶ୍ରୀଅରବିନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଧରିତ୍ରୀର ଉପବାର୍ତ୍ତା ସମ୍ପାଦକ ଜିତେନ୍ଦ୍ର କୁମାର ନାୟକଙ୍କ ପରିଚାଳନାରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଗତ ମେ’ ୨୩ରେ ରଗଡ଼ି ସରକାରୀ ପଲିଟେକ୍‌ନିକ କଲେଜରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ ମେକାନିକାଲ ବିଭାଗର ୪ର୍ଥ ସେମିଷ୍ଟର ଛାତ୍ର ସୂର୍ଯ୍ୟକାନ୍ତ ଖିଲାର ପ୍ରଥମ, ମାଇନିଂ ବିଭାଗର ୬ଷ୍ଠ ସେମିଷ୍ଟର ଛାତ୍ର ପ୍ରିୟାଂଶୁ ରଞ୍ଜନ ନାଗ ଦ୍ୱିତୀୟ ଓ ମେଟେରୋଲୋଜି ବିଭାଗର ଚତୁର୍ଥ ସେମିଷ୍ଟର ଛାତ୍ର ବିକାଶ ପରିଡ଼ା ତୃତୀୟ ସ୍ଥାନ ଅଧିକାର କରିଥିବାରୁ ସେମାନଙ୍କୁ ଏହି କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା।ସେହିପରି ଗତ ଜୁନ୍‌ ୬ରେ ବିଞ୍ଝାରପୁର ବରୁଣେଶ୍ୱର ମହାବିଦ୍ୟାଳୟରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ ଛାତ୍ରୀ ଶାନ୍ତା କୁମାରୀ ନନ୍ଦ ପ୍ରଥମ, ଏନ୍‌ସି କଲେଜର ଛାତ୍ରୀ କବିତା ରଣା ଓ ବରୁଣେଶ୍ୱର କଲେଜର ଛାତ୍ରୀ ସୌଭାଗ୍ୟଲକ୍ଷ୍ମୀ କର ଯୁଗ୍ମ ଭାବେ ଦ୍ୱିତୀୟ ଏବଂ ଏନ୍‌ସି କଲେଜର ଛାତ୍ର ଦେବରାଜ ନାୟକ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ। ସେହିପରି ଧରିତ୍ରୀର ଚଣ୍ଡିଖୋଲ ଖବରଦାତା ପ୍ରଦୀପ୍ତି ପୃଷ୍ଟିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବ୍ୟାସନଗରବାସୀଙ୍କ ପକ୍ଷରୁ ଶ୍ରମିକ ନେତା ମାୟାଧର ନାୟକ, ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡା, ଶ୍ରମିକ ନେତା ବିଦ୍ୟାଧର ମହାନ୍ତି, ବିବେକାନନ୍ଦ ମହାନ୍ତି, ପ୍ରଫୁଲ୍ଲ ନାୟକ, ସଂଯୁକ୍ତା ମହାପାତ୍ର, ପୂର୍ବତନ ପୌରାଧ୍ୟକ୍ଷା ସବିତା ରାଉତ ପ୍ରମୁଖ ଧରିତ୍ରୀର ସମ୍ପାଦକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ରାଘୁଜୀ ଗୋସାଇଁଙ୍କ ଏକ ଫଟୋଚିତ୍ର ଏବଂ ପୁଷ୍ପଗୁଚ୍ଛ ଦେଇ ନାଗରିକ ସମ୍ବର୍ଦ୍ଧନା ଦେଇଥିଲେ। ଉପବାର୍ତ୍ତା ସମ୍ପାଦକ ଲାଲା ସୁନୀଲ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଡ୍ଡୁ ଗୋପାଳଙ୍କ ମୂର୍ତ୍ତି କେତେ ବଡ଼ ହେବା ଉଚିତ? ଜାଣନ୍ତୁ ଘରେ ରଖିବାର ୧୦ ନିୟମ…

ଲଡ୍ଡୁ ଗୋପାଳ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ବାଳ ସ୍ବରୂପ। ଘରେ ଲଡ୍ଡୁ ଗୋପାଳଙ୍କୁ ରଖିବା କେବଳ ପୂଜା ନୁହେଁ, ବରଂ ଏକ ବାଳକଙ୍କୁ ପରିବାରର ସଦସ୍ୟ...

ବୃଦ୍ଧାବସ୍ଥାରେ ଜୀବନଟା କଷ୍ଟଦାୟକ: ନଞ୍ଜାଙ୍କୁ ମିଳୁଛି କମ ଭତ୍ତା, ଦୁଇଓଳା ଦୁଇମୁଠା ଖାଇବା…

ଦାରିଙ୍ଗବାଡି, ୨୧।୧୨ (ଅରୁଣ ସାହୁ): ବୟସ ଥିବା ସମୟରେ ଜୀବନଟା ସେତେଟା କଷ୍ଟ ଲାଗେନି କିନ୍ତୁ ବୃଦ୍ଧାବସ୍ଥା ଶରୀରକୁ ରୋଗକ୍ରାନ୍ତ କରିପକାଏ। ଏଭଳି କିଛି ଦୃଶ୍ୟ...

ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ, ଚାଲିଗଲା ୧୦ ଜଣଙ୍କ ଜୀବନ

କେପଟାଉନ୍‌,୨୧ା୧୨: ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗରେ ଆଖିବୁଜା ଗୁଳିମାଡ଼ ହୋଇଛି। ଫଳରେ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଦୁର୍ବୃତ୍ତମାନେ ଗୁଳିମାଡ଼ କରି ଫେରାର ହୋଇଯାଇଥିବାବେଳେ ପୋଲିସ ଛାନ୍‌ଭିନ୍‌...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

୨୯ ଡିସେମ୍ୱରରେ ଏହି ୩ରାଶିର ଭଲ ଟାଇମ୍‌, ବର୍ଷଶେଷବେଳକୁ ହୁ ହୁ ହୋଇ ବଢିଯିବ ଧନ

ହିନ୍ଦୁ ଧର୍ମରେ, ଗ୍ରହ ଆଧାରରେ ରାଶି ଗଣନା କରାଯାଏ। ଯେତେବେଳେ କୌଣସି ଗ୍ରହ ତାର ରାଶି ପରିବର୍ତ୍ତନ କରେ, ଏହା ଶୁଭ ଏବଂ ଅଶୁଭ ଉଭୟ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ପିକନିକ୍‌ ପ୍ଲାନିଂ କରୁଥିଲେ ଜାଣି ନିଅନ୍ତୁ

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…

ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri